Pahalgam Terror Attack: ନିସ୍ତବ୍ଧ ଇଶାଣୀ ଗାଁ

ବାଲେଶ୍ୱର, ୨୪।୪(ବାଞ୍ଛାନିଧି ଦେ):ବାଲେଶ୍ୱର ସଦର ବ୍ଲକ ସାରଗାଁ ପଞ୍ଚାୟତ ଅଧୀନ ଇଶାଣୀ ଗାଁ ଏବେ ନିସ୍ତବ୍ଧ। ସମସ୍ତେ ହତବାକ୍‌ ଓ ମ୍ରିୟମାଣ। ପ୍ରଶାନ୍ତଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ଗାଁ ସମେତ ସମଗ୍ର ଜିଲାରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ। ଜମ୍ମୁ-କଶ୍ମୀରର ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥୀ (୪୧)ଙ୍କ ମୃତ୍ୟୁକୁ ନେଇ ସବୁଠି ଗୋଟିଏ ଚର୍ଚ୍ଚା। ପରିବାର ଲୋକେ ଭୋକ ଉପାସରେ। କାନ୍ଦି କାନ୍ଦି ବୃଦ୍ଧା ମା’ ଏବେ ଶଯ୍ୟାଶାୟୀ। ଭାଇ, ଭାଉଜ, ଭଉଣୀ, ଭିଣୋଇ, ସାଙ୍ଗସାଥୀ, ବନ୍ଧୁବାନ୍ଧବ, ପଡ଼ୋଶୀ ଓ ଗ୍ରାମବାସୀଙ୍କ ଆଖିରେ ନିଦ ନାହଁି। ସମସ୍ତେ କହୁଛନ୍ତି ସତରେ କ’ଣ ଆମ ପ୍ରଶାନ୍ତ ଆଉ ନାହଁି। ଗାଁରେ ନିର୍ମାଣ ହେଉଥିବା ଏକ ଶିବ ମନ୍ଦିର ପାଇଁ କଶ୍ମୀରରୁ ଫେରିଲେ ସେ ଏକ ଶିବ ଲିଙ୍ଗ ଦେବେ ବୋଲି କହିଥିବା ପଡ଼ୋଶୀମାନେ କୋହଭରା କଣ୍ଠରେ କହିଛନ୍ତି।
ଇଶାଣୀ ଗ୍ରାମର ପ୍ରଶାନ୍ତ ଶତପଥୀ ବାଲେଶ୍ୱର ସିପେଟ୍‌ରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ଗତ ୧୯ ତାରିଖରେ ସ୍ତ୍ରୀ ପ୍ରିୟଦର୍ଶିନୀ ଓ ୮ ବର୍ଷୀୟ ପୁଅ ତନୁଜଙ୍କୁ ନେଇ ଜମ୍ମୁକଶ୍ମୀର ବୁଲିବା ପାଇଁ ଯାଇଥିଲେ। ସେଠାରେ ପହଞ୍ଚତ୍ ପହଲଗାମ୍‌ର ବୈସାରନ ଭ୍ୟାଲିରେ ରହିଥିଲେ। ମଙ୍ଗଳବାର ସେଠାରେ ପୁଅ ଓ ସ୍ତ୍ରୀଙ୍କ ସହିତ ପ୍ରଶାନ୍ତ ବୁଲୁଥିବା ବେଳେ ଆତଙ୍କବାଦୀମାନେ ଅତର୍କିତ ଗୁଳିମାଡ଼ କରିଥିଲେ। ପୁଅ ଓ ସ୍ତ୍ରୀଙ୍କ ସାମ୍ନାରେ ପ୍ରଶାନ୍ତଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସରକାରୀ ଦଳ ଉପ-ମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବିଧାୟକ ମାନସ କୁମାର ଦତ୍ତ, ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ସଦର ବ୍ଲକ ଅଧ୍ୟକ୍ଷା ସୁନିତା ବେହେରା, ରେମୁଣା ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ଜିଲା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ, ଉପଜିଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ, ସିପେଟ୍‌ ଆଡ୍‌ମିନିଷ୍ଟ୍ରେଟିଭ୍‌ ହେଡ୍‌ ଉତ୍ତମ ବାରୁଆଚ, ଟେକ୍ନିକାଲ ମ୍ୟାନେଜର ନୀହାରିକା ପରିଡ଼ା ଓ ଆକାଉଣ୍ଟସ୍‌ ଅଫିସର ବିନ୍ଦୁ ବୈଷ୍ଣବୀ ପରିଡ଼ା ତାଙ୍କ ବାସଭବନରେ ପହଞ୍ଚତ୍ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଥିଲେ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଫୋନ୍‌ ଯୋଗେ ମୃତକଙ୍କ ବଡ଼ଭାଇ ସୁଶାନ୍ତ ଶତପଥୀଙ୍କ ସହ କଥା ହୋଇ ସମବେଦନା ଜଣାଇଥିଲେ। ଅପରପକ୍ଷରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଶାନ୍ତଙ୍କ ପରିବାରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀନଗର ଗସ୍ତରେ ଥିବା ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ସେଠାରେ ପ୍ରଶାନ୍ତଙ୍କ ସ୍ତ୍ରୀ ଓ ପୁଅକୁ ଭେଟି ସମବେଦନା ଜଣାଇଛନ୍ତି। ସିପେଟ୍‌ ଆଡ୍‌ମିନିଷ୍ଟ୍ରେଟିଭ୍‌ ହେଡ୍‌ ଉତ୍ତମ ବାରୁଆଚ କୁହନ୍ତି, ପ୍ରଶାନ୍ତ ଜଣେ ମେଳାପୀ, ଭଦ୍ର ଓ ଉତ୍ତମ ବ୍ୟକ୍ତିତ୍ୱ ଅଟନ୍ତି। ସେ ପରୋପକାରୀ ଏବଂ ସମୟାନୁବର୍ତ୍ତୀ। ତାଙ୍କୁ ହରାଇ ଆମେମାନେ ସମ୍ପୂର୍ଣ୍ଣ ମର୍ମାହତ। ତାଙ୍କ ଭଳି ଅଧିକାରୀ ମିଳିବା ବିରଳ ବୋଲି ବାରୁଆଚ କହିଛନ୍ତି। ପୂର୍ବତନ ପୋଲିସ ଅଫିସର ଭାଗବତ ସାହୁ କହନ୍ତି, ପିଲାଟି ଦିନରୁ ସେ ମେଧାବୀ ଛାତ୍ର ଭାବେ ଗାଁର ଗୌରବ ଆଣିିଛନ୍ତି। ସେ ଧୀର, ନମ୍ର ଓ ଶାନ୍ତଶିଷ୍ଟ ସ୍ବଭାବର। ରାଜନୀତିରେ ଅଂଶଗ୍ରହଣ କରନ୍ତି ନାହଁି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri