Pahalgam Terror Attack: ନିସ୍ତବ୍ଧ ଇଶାଣୀ ଗାଁ

ବାଲେଶ୍ୱର, ୨୪।୪(ବାଞ୍ଛାନିଧି ଦେ):ବାଲେଶ୍ୱର ସଦର ବ୍ଲକ ସାରଗାଁ ପଞ୍ଚାୟତ ଅଧୀନ ଇଶାଣୀ ଗାଁ ଏବେ ନିସ୍ତବ୍ଧ। ସମସ୍ତେ ହତବାକ୍‌ ଓ ମ୍ରିୟମାଣ। ପ୍ରଶାନ୍ତଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ଗାଁ ସମେତ ସମଗ୍ର ଜିଲାରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ। ଜମ୍ମୁ-କଶ୍ମୀରର ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥୀ (୪୧)ଙ୍କ ମୃତ୍ୟୁକୁ ନେଇ ସବୁଠି ଗୋଟିଏ ଚର୍ଚ୍ଚା। ପରିବାର ଲୋକେ ଭୋକ ଉପାସରେ। କାନ୍ଦି କାନ୍ଦି ବୃଦ୍ଧା ମା’ ଏବେ ଶଯ୍ୟାଶାୟୀ। ଭାଇ, ଭାଉଜ, ଭଉଣୀ, ଭିଣୋଇ, ସାଙ୍ଗସାଥୀ, ବନ୍ଧୁବାନ୍ଧବ, ପଡ଼ୋଶୀ ଓ ଗ୍ରାମବାସୀଙ୍କ ଆଖିରେ ନିଦ ନାହଁି। ସମସ୍ତେ କହୁଛନ୍ତି ସତରେ କ’ଣ ଆମ ପ୍ରଶାନ୍ତ ଆଉ ନାହଁି। ଗାଁରେ ନିର୍ମାଣ ହେଉଥିବା ଏକ ଶିବ ମନ୍ଦିର ପାଇଁ କଶ୍ମୀରରୁ ଫେରିଲେ ସେ ଏକ ଶିବ ଲିଙ୍ଗ ଦେବେ ବୋଲି କହିଥିବା ପଡ଼ୋଶୀମାନେ କୋହଭରା କଣ୍ଠରେ କହିଛନ୍ତି।
ଇଶାଣୀ ଗ୍ରାମର ପ୍ରଶାନ୍ତ ଶତପଥୀ ବାଲେଶ୍ୱର ସିପେଟ୍‌ରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ଗତ ୧୯ ତାରିଖରେ ସ୍ତ୍ରୀ ପ୍ରିୟଦର୍ଶିନୀ ଓ ୮ ବର୍ଷୀୟ ପୁଅ ତନୁଜଙ୍କୁ ନେଇ ଜମ୍ମୁକଶ୍ମୀର ବୁଲିବା ପାଇଁ ଯାଇଥିଲେ। ସେଠାରେ ପହଞ୍ଚତ୍ ପହଲଗାମ୍‌ର ବୈସାରନ ଭ୍ୟାଲିରେ ରହିଥିଲେ। ମଙ୍ଗଳବାର ସେଠାରେ ପୁଅ ଓ ସ୍ତ୍ରୀଙ୍କ ସହିତ ପ୍ରଶାନ୍ତ ବୁଲୁଥିବା ବେଳେ ଆତଙ୍କବାଦୀମାନେ ଅତର୍କିତ ଗୁଳିମାଡ଼ କରିଥିଲେ। ପୁଅ ଓ ସ୍ତ୍ରୀଙ୍କ ସାମ୍ନାରେ ପ୍ରଶାନ୍ତଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସରକାରୀ ଦଳ ଉପ-ମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବିଧାୟକ ମାନସ କୁମାର ଦତ୍ତ, ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ସଦର ବ୍ଲକ ଅଧ୍ୟକ୍ଷା ସୁନିତା ବେହେରା, ରେମୁଣା ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ଜିଲା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ, ଉପଜିଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ, ସିପେଟ୍‌ ଆଡ୍‌ମିନିଷ୍ଟ୍ରେଟିଭ୍‌ ହେଡ୍‌ ଉତ୍ତମ ବାରୁଆଚ, ଟେକ୍ନିକାଲ ମ୍ୟାନେଜର ନୀହାରିକା ପରିଡ଼ା ଓ ଆକାଉଣ୍ଟସ୍‌ ଅଫିସର ବିନ୍ଦୁ ବୈଷ୍ଣବୀ ପରିଡ଼ା ତାଙ୍କ ବାସଭବନରେ ପହଞ୍ଚତ୍ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଥିଲେ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଫୋନ୍‌ ଯୋଗେ ମୃତକଙ୍କ ବଡ଼ଭାଇ ସୁଶାନ୍ତ ଶତପଥୀଙ୍କ ସହ କଥା ହୋଇ ସମବେଦନା ଜଣାଇଥିଲେ। ଅପରପକ୍ଷରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଶାନ୍ତଙ୍କ ପରିବାରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀନଗର ଗସ୍ତରେ ଥିବା ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ସେଠାରେ ପ୍ରଶାନ୍ତଙ୍କ ସ୍ତ୍ରୀ ଓ ପୁଅକୁ ଭେଟି ସମବେଦନା ଜଣାଇଛନ୍ତି। ସିପେଟ୍‌ ଆଡ୍‌ମିନିଷ୍ଟ୍ରେଟିଭ୍‌ ହେଡ୍‌ ଉତ୍ତମ ବାରୁଆଚ କୁହନ୍ତି, ପ୍ରଶାନ୍ତ ଜଣେ ମେଳାପୀ, ଭଦ୍ର ଓ ଉତ୍ତମ ବ୍ୟକ୍ତିତ୍ୱ ଅଟନ୍ତି। ସେ ପରୋପକାରୀ ଏବଂ ସମୟାନୁବର୍ତ୍ତୀ। ତାଙ୍କୁ ହରାଇ ଆମେମାନେ ସମ୍ପୂର୍ଣ୍ଣ ମର୍ମାହତ। ତାଙ୍କ ଭଳି ଅଧିକାରୀ ମିଳିବା ବିରଳ ବୋଲି ବାରୁଆଚ କହିଛନ୍ତି। ପୂର୍ବତନ ପୋଲିସ ଅଫିସର ଭାଗବତ ସାହୁ କହନ୍ତି, ପିଲାଟି ଦିନରୁ ସେ ମେଧାବୀ ଛାତ୍ର ଭାବେ ଗାଁର ଗୌରବ ଆଣିିଛନ୍ତି। ସେ ଧୀର, ନମ୍ର ଓ ଶାନ୍ତଶିଷ୍ଟ ସ୍ବଭାବର। ରାଜନୀତିରେ ଅଂଶଗ୍ରହଣ କରନ୍ତି ନାହଁି।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଥମୁନି ଦାଦନ ଦୁଖଃ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର,୩ା୪(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ କୋଏମ୍ୱାଟୁରରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ବେହେରା(୪୫)।…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri