ପଦ୍ମପୁର ଉପନିର୍ବାଚନ: ଦରଦ ନା ରାଜନୈତିକ ଚାଲ୍‌

ବରଗଡ଼ ଅଫିସ୍‌,୧୫।୧୧:ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତା ଡିସେମ୍ବର ୫ତାରିଖରେ ମତଦାନ ହେବ। ଉପନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ଚାଲିଛି। ଏହି ସମୟରେ ଅଞ୍ଚଳବାସୀ ମଧ୍ୟ ସେମାନଙ୍କ ପ୍ରମୁଖ ଦାବିଗୁଡ଼ିକୁ ଉପସ୍ଥାପନ କରୁଛନ୍ତି। ପ୍ରଧାନମନ୍ତ୍ରୀ ଫସଲବୀମା ସହାୟତା ଏବଂ ପଦ୍ମପୁର ଜିଲା ଗଠନ ଦାବିକୁ ନେଇ ଅଞ୍ଚଳର ଚାଷୀ ଏବଂ ସଚେତନ ନାଗରିକମାନେ ଧାରଣାକୁ ଓହ୍ଲାଇଛନ୍ତି। ଉଭୟ ଦାବିକୁ ସବୁଦଳ ସମର୍ଥନ କରୁଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଅଞ୍ଚଳର ଅନେକ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏଯାଏ ବୀମା ସହାୟତା ମିଳିପାରିନାହିଁ। ଏହାକୁ ନେଇ ଭାଜପା ଓ ବିଜେଡି ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବାବେଳେ କଂଗ୍ରେସ ଉଭୟ କେନ୍ଦ୍ର, ରାଜ୍ୟ ସରକାରଙ୍କୁ ଏଥିପାଇଁ ଦାୟୀ କରିଛି। ଉପନିର୍ବାଚନରେ ସବୁ ରାଜନୈତିକ ଦଳ ପାଇଁ ଏହା ଏବେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ବହୁଦିନ ତଳୁ ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ବୀମା ନାହିଁ ତ ଭୋଟ୍‌ ନାହିଁ ଡାକରା ଦେବା ସହିତ ଉପନିର୍ବାଚନରେ ନାମାଙ୍କନ ଦାଖଲ ନ କରିବାକୁ ଅନୁରୋଧ କରିଥିଲା। ସୋମବାର ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ ପାଇଁ ଭାଜପାର ପ୍ରସ୍ତୁତି ଚୂଡ଼ାନ୍ତ ହୋଇ ସାରିଥିଲା। ମାତ୍ର ଚାଷୀଙ୍କ ଦାବିକୁ ସମ୍ମାନ ଜଣାଇ ନାମାଙ୍କନପତ୍ର ଦାଖଲରୁ ଭାଜପା ବିରତ ରହିଛି। ନାମାଙ୍କନପତ୍ର ଦାଖଲ କରିବାକୁ ଯାଇ ଅନ୍ୟ କୌଣସି ରାଜନୈତିକ ଦଳ ରିଟର୍ନିଂ ଅଫିସରଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଫେରିବାର ନଜିର ଜିଲାରେ ନାହିଁ। ତେବେ ଭାଜପାର ଏଭଳି ଆଭିମୁଖ୍ୟ ଚାଷୀଙ୍କ ପ୍ରତି ବାସ୍ତବରେ ଦରଦ ନା ଉପନିର୍ବାଚନକୁ ନେଇ ଭୁଆଁ ବୁଲାଇବା ପାଇଁ ଏକ ରାଜନୈତିକ ଚାଲ୍‌ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

ପୁଣି ଲଗ୍ନ ଦେଖି ନାମାଙ୍କନ ଭରିବୁ
ନାମାଙ୍କନ ଦାଖଲ ପାଇଁ ଆଜି ଲଗ୍ନ ଥିଲା। ସେହି ହିସାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡ଼ୁ ପ୍ରମୁଖଙ୍କ ଗହଣରେ ନାମାଙ୍କନପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଥିଲା। ଆଜି ନାମାଙ୍କନ ଦାଖଲ କରିପାରିଥାନ୍ତୁ। ହେଲେ କୃଷକମାନେ ନାମାଙ୍କନପତ୍ର ଦାଖଲରୁ ଓହରିବା ପାଇଁ ହାତଯୋଡ଼ି ଅନୁରୋଧ କଲେ। କୃଷକଙ୍କ ପ୍ରତି ସମ୍ମାନ ଜଣାଇ ନାମାଙ୍କନପତ୍ର ଦାଖଲ କରିନାହିଁ। ଏ ନେଇ ଦଳର ରାଜ୍ୟ ନେତୃତ୍ୱକୁ ବି ଜଣାଇ ସାରିଛି। କୃଷକଙ୍କ ଦାବି, ଆନ୍ଦୋଳନକୁ ସବୁବେଳେ ମୋର ପୂର୍ଣ୍ଣ ସମର୍ଥନ ରହିଆସିଛି। ପରବର୍ତ୍ତୀ ସମୟରେ ପୁଣି ଲଗ୍ନ ଦେଖି ନାମାଙ୍କନପତ୍ର ଦାଖଲ କରିବି।
-ପ୍ରଦୀପ ପୁରୋହିତ, ଭାଜପା ପ୍ରାର୍ଥୀ
ଚାଷୀଙ୍କୁ ଭାଜପାର ଏପ୍ରିଲ ଫୁଲ୍‌
ଆମ ଦଳ ଚାଷୀଙ୍କ ବଳ। ଚାଷୀଙ୍କ ସହ ଆମେ ସବୁବେଳେ ଅଛୁ। ଚାଷୀଙ୍କ ସମସ୍ୟା ଏବଂ ହକ୍‌ ପାଇଁ ଆମେ ସବୁବେଳେ ଲଢ଼ୁଛୁ। ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବହୁବିଧ ଯୋଜନା ମଧ୍ୟ ହାତକୁ ନେଇଛନ୍ତି। ଚାଷୀମାନେ ସେଥିରେ ଉପକୃତ ହେଉଛନ୍ତି। ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଅପାରଗତା ଯୋଗୁ ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ସୁଫଳ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। କିନ୍ତୁ କିଛି ସୁଫଳ ମିଳିନାହିଁ । ଉପନିର୍ବାଚନରେ ଭାଜପା ଏପ୍ରିଲ ଫୁଲ୍‌ ଭଳି ଚାଷୀଙ୍କୁ ଭୁଆଁ ବୁଲାଉଛି।
-ପ୍ରସନ୍ନ ଆଚାର୍ଯ୍ୟ, ରାଜ୍ୟ ଉପସଭାପତି, ବିଜେଡି
କେନ୍ଦ୍ର, ରାଜ୍ୟ ସରକାରଙ୍କ ପ୍ରତାରଣା
ଚାଷୀଙ୍କୁ ଯଦି ସମ୍ମାନ ଜଣାଉଛନ୍ତି, ତେବେ ସେମାନଙ୍କ ହକ୍‌ ବୀମା ସହାୟତା ପ୍ରଦାନ କରନ୍ତୁ। ବୀମା ସହାୟତା ପାଇଁ ଚାଷୀ ରାଜରାସ୍ତାଠାରୁ ଆରମ୍ଭ କରି ରେଲରୋକୋ କରିଛନ୍ତି। ତଥାପି ଉଭୟ କେନ୍ଦ୍ର କିମ୍ବା ରାଜ୍ୟ ସରକାର ନିର୍ବିକାର ରହିଲେ। ଅନ୍ୟପଟେ ହକ୍‌ ପାଇଁ ଲଢ଼େଇ କରୁଥିବା ଚାଷୀଙ୍କ ବିରୋଧରେ ମାମଲା ରୁଜୁ ହେଲା। ଉପନିର୍ବାଚନ ଆସିଥିବାବେଳେ ଏବେ ଚାଷୀଙ୍କ ଦାବିକୁ ଯଥାର୍ଥ ଏବଂ ଅନୁରୋଧକୁ ସମ୍ମାନ ଜଣାଉଛୁ ବୋଲି କେନ୍ଦ୍ରର ଭାଜପା ଓ ରାଜ୍ୟର ବିଜେଡ଼ି ନେତାମାନେ କହୁଛନ୍ତି। କିନ୍ତୁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଚାଷୀକୁଳକୁ ପ୍ରତାରଣା କରିଆସୁଛନ୍ତି। ଉପନିର୍ବାଚନରେ ଚାଷୀମାନେ ଏହାର ଉଚିତ ଜବାବ ଦେବେ।
-ନୀହାର ରଞ୍ଜନ ମହାନନ୍ଦ, ଜିଲା କଂଗ୍ରେସ ସଭାପତି
ପ୍ରସଙ୍ଗକୁ ସବୁ ଦଳର ଗୁରୁତ୍ୱ
ଫସଲବୀମା କିମ୍ବା ଇନପୁଟ୍‌ ସହାୟତା କେବଳ କୃଷକଙ୍କ ସମସ୍ୟା ନୁହେଁ। ଏହା ସାଧାରଣ ଜନତାଙ୍କ ସମସ୍ୟା। ଏହି ପ୍ରସଙ୍ଗକୁ ସବୁଦଳ ଗୁରୁତ୍ୱ ଦେଇଛନ୍ତି। ଧାରଣାସ୍ଥଳରେ ପହଞ୍ଚତ୍ ସମର୍ଥନ ଜଣାଇଛନ୍ତି। ଉପନିର୍ବାଚନରେ ନାମାଙ୍କନ ନ ଭରିବା ପାଇଁ ଆମେ ସବୁ ରାଜନୈତିକ ଦଳକୁ ଅନୁରୋଧ କରିଛୁ। ଆମ ଅନୁରୋଧକୁ ହୃଦୟଙ୍ଗମ କରି ଭାଜପା ଆଜି ନାମାଙ୍କନପତ୍ର ଦାଖଲ କରି ନ ଥିବା ଅନୁଭବ କରିଛୁ । ସଙ୍ଗଠନ ପକ୍ଷରୁ ଧନ୍ୟବାଦ ମଧ୍ୟ ଜଣାଉଛୁ । ଆଗକୁ ଅନ୍ୟ ଦଳ ମଧ୍ୟ ନାମାଙ୍କନ ଦାଖଲ କରିବେ ନାହିଁ ବୋଲି ଆଶା ରଖିଛୁ।
-ରମେଶ ମହାପାତ୍ର, ଚାଷୀନେତା

ପ୍ରେମାନନ୍ଦ ଖମାରୀ


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri