ପଦ୍ମପୁର ଉପନିର୍ବାଚନ: ଦରଦ ନା ରାଜନୈତିକ ଚାଲ୍‌

ବରଗଡ଼ ଅଫିସ୍‌,୧୫।୧୧:ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତା ଡିସେମ୍ବର ୫ତାରିଖରେ ମତଦାନ ହେବ। ଉପନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ଚାଲିଛି। ଏହି ସମୟରେ ଅଞ୍ଚଳବାସୀ ମଧ୍ୟ ସେମାନଙ୍କ ପ୍ରମୁଖ ଦାବିଗୁଡ଼ିକୁ ଉପସ୍ଥାପନ କରୁଛନ୍ତି। ପ୍ରଧାନମନ୍ତ୍ରୀ ଫସଲବୀମା ସହାୟତା ଏବଂ ପଦ୍ମପୁର ଜିଲା ଗଠନ ଦାବିକୁ ନେଇ ଅଞ୍ଚଳର ଚାଷୀ ଏବଂ ସଚେତନ ନାଗରିକମାନେ ଧାରଣାକୁ ଓହ୍ଲାଇଛନ୍ତି। ଉଭୟ ଦାବିକୁ ସବୁଦଳ ସମର୍ଥନ କରୁଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଅଞ୍ଚଳର ଅନେକ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏଯାଏ ବୀମା ସହାୟତା ମିଳିପାରିନାହିଁ। ଏହାକୁ ନେଇ ଭାଜପା ଓ ବିଜେଡି ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବାବେଳେ କଂଗ୍ରେସ ଉଭୟ କେନ୍ଦ୍ର, ରାଜ୍ୟ ସରକାରଙ୍କୁ ଏଥିପାଇଁ ଦାୟୀ କରିଛି। ଉପନିର୍ବାଚନରେ ସବୁ ରାଜନୈତିକ ଦଳ ପାଇଁ ଏହା ଏବେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ବହୁଦିନ ତଳୁ ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ବୀମା ନାହିଁ ତ ଭୋଟ୍‌ ନାହିଁ ଡାକରା ଦେବା ସହିତ ଉପନିର୍ବାଚନରେ ନାମାଙ୍କନ ଦାଖଲ ନ କରିବାକୁ ଅନୁରୋଧ କରିଥିଲା। ସୋମବାର ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ ପାଇଁ ଭାଜପାର ପ୍ରସ୍ତୁତି ଚୂଡ଼ାନ୍ତ ହୋଇ ସାରିଥିଲା। ମାତ୍ର ଚାଷୀଙ୍କ ଦାବିକୁ ସମ୍ମାନ ଜଣାଇ ନାମାଙ୍କନପତ୍ର ଦାଖଲରୁ ଭାଜପା ବିରତ ରହିଛି। ନାମାଙ୍କନପତ୍ର ଦାଖଲ କରିବାକୁ ଯାଇ ଅନ୍ୟ କୌଣସି ରାଜନୈତିକ ଦଳ ରିଟର୍ନିଂ ଅଫିସରଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଫେରିବାର ନଜିର ଜିଲାରେ ନାହିଁ। ତେବେ ଭାଜପାର ଏଭଳି ଆଭିମୁଖ୍ୟ ଚାଷୀଙ୍କ ପ୍ରତି ବାସ୍ତବରେ ଦରଦ ନା ଉପନିର୍ବାଚନକୁ ନେଇ ଭୁଆଁ ବୁଲାଇବା ପାଇଁ ଏକ ରାଜନୈତିକ ଚାଲ୍‌ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

ପୁଣି ଲଗ୍ନ ଦେଖି ନାମାଙ୍କନ ଭରିବୁ
ନାମାଙ୍କନ ଦାଖଲ ପାଇଁ ଆଜି ଲଗ୍ନ ଥିଲା। ସେହି ହିସାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡ଼ୁ ପ୍ରମୁଖଙ୍କ ଗହଣରେ ନାମାଙ୍କନପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଥିଲା। ଆଜି ନାମାଙ୍କନ ଦାଖଲ କରିପାରିଥାନ୍ତୁ। ହେଲେ କୃଷକମାନେ ନାମାଙ୍କନପତ୍ର ଦାଖଲରୁ ଓହରିବା ପାଇଁ ହାତଯୋଡ଼ି ଅନୁରୋଧ କଲେ। କୃଷକଙ୍କ ପ୍ରତି ସମ୍ମାନ ଜଣାଇ ନାମାଙ୍କନପତ୍ର ଦାଖଲ କରିନାହିଁ। ଏ ନେଇ ଦଳର ରାଜ୍ୟ ନେତୃତ୍ୱକୁ ବି ଜଣାଇ ସାରିଛି। କୃଷକଙ୍କ ଦାବି, ଆନ୍ଦୋଳନକୁ ସବୁବେଳେ ମୋର ପୂର୍ଣ୍ଣ ସମର୍ଥନ ରହିଆସିଛି। ପରବର୍ତ୍ତୀ ସମୟରେ ପୁଣି ଲଗ୍ନ ଦେଖି ନାମାଙ୍କନପତ୍ର ଦାଖଲ କରିବି।
-ପ୍ରଦୀପ ପୁରୋହିତ, ଭାଜପା ପ୍ରାର୍ଥୀ
ଚାଷୀଙ୍କୁ ଭାଜପାର ଏପ୍ରିଲ ଫୁଲ୍‌
ଆମ ଦଳ ଚାଷୀଙ୍କ ବଳ। ଚାଷୀଙ୍କ ସହ ଆମେ ସବୁବେଳେ ଅଛୁ। ଚାଷୀଙ୍କ ସମସ୍ୟା ଏବଂ ହକ୍‌ ପାଇଁ ଆମେ ସବୁବେଳେ ଲଢ଼ୁଛୁ। ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବହୁବିଧ ଯୋଜନା ମଧ୍ୟ ହାତକୁ ନେଇଛନ୍ତି। ଚାଷୀମାନେ ସେଥିରେ ଉପକୃତ ହେଉଛନ୍ତି। ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଅପାରଗତା ଯୋଗୁ ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ସୁଫଳ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। କିନ୍ତୁ କିଛି ସୁଫଳ ମିଳିନାହିଁ । ଉପନିର୍ବାଚନରେ ଭାଜପା ଏପ୍ରିଲ ଫୁଲ୍‌ ଭଳି ଚାଷୀଙ୍କୁ ଭୁଆଁ ବୁଲାଉଛି।
-ପ୍ରସନ୍ନ ଆଚାର୍ଯ୍ୟ, ରାଜ୍ୟ ଉପସଭାପତି, ବିଜେଡି
କେନ୍ଦ୍ର, ରାଜ୍ୟ ସରକାରଙ୍କ ପ୍ରତାରଣା
ଚାଷୀଙ୍କୁ ଯଦି ସମ୍ମାନ ଜଣାଉଛନ୍ତି, ତେବେ ସେମାନଙ୍କ ହକ୍‌ ବୀମା ସହାୟତା ପ୍ରଦାନ କରନ୍ତୁ। ବୀମା ସହାୟତା ପାଇଁ ଚାଷୀ ରାଜରାସ୍ତାଠାରୁ ଆରମ୍ଭ କରି ରେଲରୋକୋ କରିଛନ୍ତି। ତଥାପି ଉଭୟ କେନ୍ଦ୍ର କିମ୍ବା ରାଜ୍ୟ ସରକାର ନିର୍ବିକାର ରହିଲେ। ଅନ୍ୟପଟେ ହକ୍‌ ପାଇଁ ଲଢ଼େଇ କରୁଥିବା ଚାଷୀଙ୍କ ବିରୋଧରେ ମାମଲା ରୁଜୁ ହେଲା। ଉପନିର୍ବାଚନ ଆସିଥିବାବେଳେ ଏବେ ଚାଷୀଙ୍କ ଦାବିକୁ ଯଥାର୍ଥ ଏବଂ ଅନୁରୋଧକୁ ସମ୍ମାନ ଜଣାଉଛୁ ବୋଲି କେନ୍ଦ୍ରର ଭାଜପା ଓ ରାଜ୍ୟର ବିଜେଡ଼ି ନେତାମାନେ କହୁଛନ୍ତି। କିନ୍ତୁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଚାଷୀକୁଳକୁ ପ୍ରତାରଣା କରିଆସୁଛନ୍ତି। ଉପନିର୍ବାଚନରେ ଚାଷୀମାନେ ଏହାର ଉଚିତ ଜବାବ ଦେବେ।
-ନୀହାର ରଞ୍ଜନ ମହାନନ୍ଦ, ଜିଲା କଂଗ୍ରେସ ସଭାପତି
ପ୍ରସଙ୍ଗକୁ ସବୁ ଦଳର ଗୁରୁତ୍ୱ
ଫସଲବୀମା କିମ୍ବା ଇନପୁଟ୍‌ ସହାୟତା କେବଳ କୃଷକଙ୍କ ସମସ୍ୟା ନୁହେଁ। ଏହା ସାଧାରଣ ଜନତାଙ୍କ ସମସ୍ୟା। ଏହି ପ୍ରସଙ୍ଗକୁ ସବୁଦଳ ଗୁରୁତ୍ୱ ଦେଇଛନ୍ତି। ଧାରଣାସ୍ଥଳରେ ପହଞ୍ଚତ୍ ସମର୍ଥନ ଜଣାଇଛନ୍ତି। ଉପନିର୍ବାଚନରେ ନାମାଙ୍କନ ନ ଭରିବା ପାଇଁ ଆମେ ସବୁ ରାଜନୈତିକ ଦଳକୁ ଅନୁରୋଧ କରିଛୁ। ଆମ ଅନୁରୋଧକୁ ହୃଦୟଙ୍ଗମ କରି ଭାଜପା ଆଜି ନାମାଙ୍କନପତ୍ର ଦାଖଲ କରି ନ ଥିବା ଅନୁଭବ କରିଛୁ । ସଙ୍ଗଠନ ପକ୍ଷରୁ ଧନ୍ୟବାଦ ମଧ୍ୟ ଜଣାଉଛୁ । ଆଗକୁ ଅନ୍ୟ ଦଳ ମଧ୍ୟ ନାମାଙ୍କନ ଦାଖଲ କରିବେ ନାହିଁ ବୋଲି ଆଶା ରଖିଛୁ।
-ରମେଶ ମହାପାତ୍ର, ଚାଷୀନେତା

ପ୍ରେମାନନ୍ଦ ଖମାରୀ


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ଦେଶ ଭାବେ ସୋସିଆଲ ମିଡିଆ ବ୍ୟାନ କଲା ଅଷ୍ଟ୍ରେଲିଆ, ଏତିକି ବର୍ଷରୁ କମ୍ ପିଲା…

ନୂଆଦିଲ୍ଲୀ,୯।୧୨: ପିଲାମାନଙ୍କୁ ସୋସିଆଲ ମିଡିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଅଷ୍ଟ୍ରେଲିଆ ଏକ ଐତିହାସିକ ପଦକ୍ଷେପ ନେଇଛି। ବୁଧବାର ମଧ୍ୟରାତ୍ରିରୁ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍...

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ କ୍ୱାର୍ଟର୍ସ ନବୀକରଣରେ ପାଇଁ ଏତିକି କୋଟି ଟଙ୍କା ଖର୍ଚ୍ଚ କଲେଣି ସରକାର

ଭୁବନେଶ୍ୱର,୯ା୧୨: ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ସରକାରୀ କ୍ୱାର୍ଟର୍ସ ମରାମତି ଓ ନବୀକରଣ ବାବଦରେ ମୋଟ ୩.୩୯ କୋଟି ଟଙ୍କା ବ୍ୟୟ...

ପ୍ରେମିକାଙ୍କ ‘ବ୍ୟକ୍ତିଗତ ମୁହୂର୍ତ୍ତ’ ଭାଇରାଲ୍, ଓଡ଼ିଶାରେ ଥାଇ ମିଡିଆ ଉପରେ ବର୍ଷିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୯ା୧୨: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପ୍ରେମିକା ମହିକା ଶର୍ମାଙ୍କ ଭିଡିଓ ଏବଂ ଫଟୋ ଅନୁଚିତ ଆଙ୍ଗେଲ୍‌ରେ ଉଠାଇଥିବା ପାପାରାଜିଙ୍କ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri