୬ ଓଡ଼ିଆଙ୍କୁ ପଦ୍ମ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ୨୦୨୧ ବର୍ଷ ପାଇଁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତାଲିକାରେ ଏଥର ୬ ଜଣ ଓଡ଼ିଆ ପଦ୍ମ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଚଳିତବର୍ଷ ପାଇଁ ଦେଶରେ ୭ ଜଣଙ୍କୁ ପଦ୍ମବିଭୂଷଣ ଦିଆଯିବାକୁ ଘୋଷଣା କରାଯାଇଥିବା ବେଳେ ସେଥିରେ ଅଛନ୍ତି ଓଡ଼ିଶାର ସ୍ଥପତି ସୁଦର୍ଶନ ସାହୁ। ସେହିଭଳି ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରୁ ରଜତ କୁମାର କର ଏବଂ ନନ୍ଦ ପୃଷ୍ଟି, ସମାଜସେବା କ୍ଷେତ୍ରରୁ ଶାନ୍ତି ଦେବୀ, ଲୋକକଳା କ୍ଷେତ୍ରରୁ ପୂର୍ଣ୍ଣମାସୀ ଜାନି ଏବଂ ଭେଷଜ(ମେଡିସିନ୍‌)ରୁ କୃଷ୍ଣମୋହନ ପାଠୀ ପଦ୍ମଶ୍ରୀ ଉପାଧି ପାଇବାକୁ ମନୋନୀତ ହୋଇଛନ୍ତି।
୧୯୩୯ ମାର୍ଚ୍ଚ ୧୧ରେ ପୁରୀ ଜିଲାରେ ଜନ୍ମଗ୍ରହଣ କରିଥିବା ସୁଦର୍ଶନ ସାହୁ ସ୍ଥାପତ୍ୟ କଳା କ୍ଷେତ୍ରରେ ଦେଶ ଓ ବିଦେଶରେ ଖ୍ୟାତି ଅର୍ଜନ କରିଛନ୍ତି। ଓଡ଼ିଶାର ପାରମ୍ପରିକ ଭାସ୍କର୍ଯ୍ୟ କଳାର ପ୍ରଚାର ପ୍ରସାର ଦିଗରେ ତାଙ୍କର ପ୍ରମୁଖ ଅବଦାନ ରହିଛି। ରାଜ୍ୟ ଓ ଜାତୀୟ ପୁରସ୍କାର ସହ ଶିଳ୍ପୀଗୁରୁ ସମ୍ମାନ ଲାଭ କରିଥିବା ସାହୁ ନିକଟରେ ମୁମ୍ବାଇର ଏକ ପାର୍କରେ ୧୦୧ ଫୁଟ ଉଚ୍ଚତା ବିଶିଷ୍ଟ ବୁଦ୍ଧ ପ୍ରତିମୂର୍ତ୍ତି ନିର୍ମାଣ କରି ଚର୍ଚ୍ଚାକୁ ଆସିଥିଲେ। ଦୀର୍ଘ ୬ ଦଶନ୍ଧି ମଧ୍ୟରେ ସେ ୨୫୦ରୁ ଊର୍ଦ୍ଧ୍ୱ ସ୍ଥାପତି ସୃଷ୍ଟି କରିଥିବା ବେଳେ ତାଙ୍କ କଳାକୃତି ରାଜ୍ୟ ଏବଂ ଦେଶ ବାହାରେ ଶୋଭାପାଉଛି। ସ୍ଥାପତ୍ୟକଳା କ୍ଷେତ୍ରରେ ତାଙ୍କର ଅବଦାନ ଲାଗି ୧୯୮୮ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ପଦ୍ମବିଭୁଷଣ ପାଇବାକୁ ମନୋନୀତ ହେବା ଅବସରରେ ସେ କହିଛନ୍ତି, ପୁରସ୍କାର ପାଇଁ କେବଳ ମୁଁ ନୁହେଁ, ସାରା ଦେଶ ଖୁସି। ଭାରତରେ ଅନେକ କଳାପ୍ରେମୀ ଅଛନ୍ତି, ଯେଉଁମାନେ କଳାକୁ ବଞ୍ଚାଇ ରଖିଛନ୍ତି। କଳା, କାରିଗରୀ ଶିଖିବା ବେଳେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲି। ଅନ୍ୟମାନେ ଯେପରି ଏପରି ଅସୁବିଧା ନ ଭୋଗନ୍ତୁ ତାହା ଚାହୁଁଛି। ମୋ କଳାକୃତିକୁ ସ୍ବୀକୃତି ମିଳିଥିବାରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଚିର ଋଣୀ ବୋଲି ସେ କହିଛନ୍ତି।
କନ୍ଧମାଳ ଜିଲାର ପୂର୍ଣ୍ଣମାସୀ ଜାନି ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଗୀତ ରଚନା କରିଛନ୍ତି। ୧୯୪୪ରେ ଜନ୍ମିତ ପୂର୍ଣ୍ଣମାସୀ ସମ୍ପୂର୍ଣ୍ଣ ନିରକ୍ଷର ଥିଲେ ମଧ୍ୟ ସମସ୍ତ ପୂରାଣ, ଶାସ୍ତ୍ର ଓ ପୋଥି ତାଙ୍କ ମୁହଁରେ ରହିଛି। ତାଙ୍କର ୬ ସନ୍ତାନ। ସମସ୍ତଙ୍କର ଦେହାନ୍ତ ହୋଇଯିବାରୁ ସେ ସନ୍ନ୍ୟାସିନୀ ଜୀବନକୁ ଆପଣାଇ ନେଇଥିଲେ। ଜଙ୍ଗଲର ଏକ ଗୁମ୍ଫାରେ ରହି ସନ୍ଥ ଜୀବନ ବିତାଇବା ସହ ଓଡ଼ିଶାର ଲୋକସଙ୍ଗୀତ ପରମ୍ପରାକୁ ଉଜ୍ଜୀବିତ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେହିଭଳି ୧୯୩୪ ଏପ୍ରିଲ ୧୮ରେ ଜନ୍ମିତ ଶାନ୍ତି ଦେବୀ ଗୁଣୁପୁରରେ ଏକ ଆଶ୍ରମ ପ୍ରତିଷ୍ଠା କରି ସେଠାରେ ଅନାଥ ଶିଶୁଙ୍କୁ ରଖିବା ସହ ସେମାନଙ୍କୁ ଶିକ୍ଷାଦାନ କରୁଛନ୍ତି। ଜଣେ ସଂସ୍କୃତି ବିଷାରଦ ସହ ରଥଯାତ୍ରା ଉଦ୍‌ଘୋଷକଭାବେ ରଜତ କୁମାର କରଙ୍କର ବିଶେଷ ଖ୍ୟାତି ରହିଛି।
ଗଞ୍ଜାମ ଜିଲା ବ୍ରହ୍ମୁପୁରର ଭେଷଜ ବିଶେଷଜ୍ଞ ଡା. କୃଷ୍ଣମୋହନ ପାଠୀଙ୍କର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଦୀର୍ଘ ୪୦ବର୍ଷର ଅଭିଜ୍ଞତା ରହିଛି। ଆର୍ଥିକ କ୍ଷେତ୍ରରେ ଅନଗ୍ରସର ରୋଗୀମାନଙ୍କୁ ବିନାମୂଲ୍ୟରେ ଚିକିତ୍ସା କରିବା ସହ ସେ ଔଷଧ ମଧ୍ୟ ଦେଇଥାନ୍ତି। ଅନୁରୂପ ଭାବେ ‘ନନ୍ଦ ସାର୍‌’ ଭାବେ ପରିଚିତ ଯାଜପୁର ଜିଲାର ୧୦୨ ବର୍ଷୀୟ ନନ୍ଦ ପୃଷ୍ଟି ଦୀର୍ଘ ୭ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ନିଜ ଗାଁର ଚାଟଶାଳୀ ପିଲାଙ୍କୁ ପାଠ ପଢାଉଛନ୍ତି। ମାତ୍ର ୭ମ ଶ୍ରେଣୀ ଯାଏଁ ପାଠ ପଢିଥିଲେ ମଧ୍ୟ ଶିକ୍ଷାଦାନ କ୍ଷେତ୍ରରେ ତାଙ୍କ ଅବଦାନ ଲାଗି ତାଙ୍କୁ ପଦ୍ମଶ୍ରୀ ଦିଆଯିବାକୁ ମନୋନୀତ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଦେଶ ବିଦେଶର ୧୧୯ ଜଣଙ୍କୁ ୨୦୨୧ମସିହା ଲାଗି ପଦ୍ମ ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଛି। ୭ ଜଣଙ୍କୁ ପଦ୍ମବିଭୂଷଣ, ୧୦ ଜଣଙ୍କୁ ପଦ୍ମଭୂଷଣ ଏବଂ ୧୦୨ ଜଣଙ୍କୁ ପଦ୍ମଶ୍ରୀ ଉପାଧି ଲାଗି ମନୋନୀତ କରାଯାଇଛି। ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ତାମିଲନାଡ଼ୁର କଣ୍ଠଶିଳ୍ପୀ ଏସ୍‌.ପି. ବାଳସୁବ୍ରମଣ୍ୟମ୍‌(ମରଣୋତ୍ତର), କର୍ନାଟକର ଚିକିତ୍ସା ବିଜ୍ଞାନୀ ଡା. ବେଲେ ମୋନାପ୍ପା ହେଗ୍‌ଡେ, ଯୁକ୍ତରାଷ୍ଟ୍ର ଆମରିକାର ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ରରୁ ନରିନ୍ଦର ସିଂ କାପାନୀ(ମରଣୋତ୍ତର), ଦିଲ୍ଲୀର ପ୍ରତ୍ନତତ୍ତ୍ବବିତ୍‌ ଡ. ବି.ବି. ଲାଲ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରୁ ମୌଲାନା ଓ୍ବହିଦୁଦ୍ଦିନ ଖାଁ ପଦ୍ମବିଭୂଷଣ ପାଇବେ। ଚଳିତବର୍ଷ ପଦ୍ମ ପୁରସ୍କାର ତାଲିକାରେ ୨୯ ଜଣ ମହିଳା ଥିବା ବେଳେ ୧୦ ଜଣ ବିଦେଶରୁ ରହିଛନ୍ତି। ସେହିଭଳି ଏଥର ୧୬ ଜଣଙ୍କୁ ମରଣୋତ୍ତର ଭାବେ ପୁରସ୍କାର ଦିଆଯିବ। ଏହିବର୍ଷ ଲାଗି ଜଣେ କିନ୍ନରଙ୍କୁ ପଦ୍ମ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। କୋଭିଡ୍‌ ସଂକ୍ରମଣ ଲାଗି ୨୦୨୦ ମସିହା ସକାଶେ ଘୋଷଣା ହୋଇଥିବା ପଦ୍ମ ପୁରସ୍କାର ଏପର୍ଯ୍ୟନ୍ତ ଦିଆଯାଇ ନଥିବା ବେଳେ ଏକସଙ୍ଗେ ଦୁଇବର୍ଷର ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମ ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri