Posted inଜାତୀୟ

ପଦ୍ମଶ୍ରୀ ବିଜେତା ICARର ପୂର୍ବତନ ମୁଖ୍ୟ ଆୟପ୍ପନଙ୍କ ରହସ୍ୟଜନକ ମୃତ୍ୟୁ, କାବେରୀ ନଦୀରୁ ମିଳିଲା ମୃତଦେହ

ମହୀଶୂର, ୧୧।୫: ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ଭାରତୀୟ କୃଷି ଗବେଷଣା ପରିଷଦ (ICAR)ର ମୁଖ୍ୟ ଥିବା ବୈଜ୍ଞାନିକ ସୁବନ୍ନା ଆୟପ୍ପାନ(୭୦)ଙ୍କ ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ। ଶନିବାର ମହୀଶୂରରୁ ପ୍ରାୟ ୨୦ କିଲୋମିଟର ଦୂର ମାଣ୍ଡ୍ୟାର ଶ୍ରୀରଙ୍ଗପାଟନା ନିକଟ କାବେରୀ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନଦୀରେ ମୃତଦେହ ଭାସୁଥିବା ଦେଖିବା ପରେ ଲୋକମାନେ ପୋଲିସକୁ ଫୋନ କରିଥିଲେ। ପରେ ମୃତଦେହ ଉଦ୍ଧାର କରାଯାଇଥିଲା। ମାଣ୍ଡ୍ୟା ଏସ୍‌ପି ମଲ୍ଲିକାର୍ଜୁନ ବାଲାଦାଣ୍ଡି ନିଶ୍ଚିତ କରିଛନ୍ତି ଯେ ଶନିବାର ସକାଳ ପ୍ରାୟ ୧୧.୩୦ ସମୟରେ ଆୟାପ୍ପନଙ୍କ ମୃତଦେହ ନଦୀରୁ ଉଦ୍ଧାର କରାଯାଇଛି।

ଆୟାପ୍ପନଙ୍କ ମୃତ୍ୟୁରେ କୌଣସି ଷଡ଼ଯନ୍ତ୍ରର ସମ୍ଭାବନାକୁ ପୋଲିସ ଖାରଜ କରିଦେଇଛି। କାରଣ ତାଙ୍କର ଦୁଇ ଚକିଆ ଗାଡ଼ିଟି ନଦୀ ପାଖରେ ପାର୍କିଂ ହୋଇଥିବା ଦେଖିବାକୁ ମିଳିଥିଲା। ଆୟାପ୍ପାନଙ୍କ ପରିବାରରେ ତାଙ୍କ ସ୍ତ୍ରୀ, ଦୁଇ ଝିଅ ଏବଂ ଜଣେ ଜ୍ୱାଇଁ ଅଛନ୍ତି। ସେ ମେ ୭ ତାରିଖରୁ ନିଖୋଜ ହୋଇଯାଇଥିଲେ। ମେ ୮ ତାରିଖରେ ମହୀଶୂରର ବିଦ୍ୟାରଣ୍ୟପୁରମ ପୋଲିସ ଷ୍ଟେଶନରେ ଏକ ନିଖୋଜ ରିପୋର୍ଟ ଦାଖଲ କରାଯାଇଥିଲା।

ମହୀଶୂର ସହର ପୋଲିସ କମିଶନର ସୀମା ଲାଟକର କହିଛନ୍ତି ଯେ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି। ସିସିଟିଭି ଫୁଟେଜ ଆଧାରରେ, ପୋଲିସ ଶ୍ରୀରଙ୍ଗପାଟନାରେ ଆୟାପ୍ପନଙ୍କ ସ୍ଥାନ ଚିହ୍ନଟ କରିଥିଲା ଏବଂ ଧ୍ୟାନ ପ୍ରତି ତାଙ୍କର ଆଗ୍ରହକୁ ବିଚାର କରି ଅଞ୍ଚଳର ସମସ୍ତ ଧ୍ୟାନ କେନ୍ଦ୍ର ଖୋଜାଖୋଜି କରିଥିଲା। ପୋଲିସର କହିବା ଅନୁଯାୟୀ, ଆୟାପ୍ପାନ ତାଙ୍କ ସ୍କୁଟରରେ ଶ୍ରୀରଙ୍ଗପାଟନାରେ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri