ମଣ୍ଡିରୁ ଉଠୁନି ଧାନ, ମାଡ଼ି ଆସିଲା ଝଡ଼ବର୍ଷା: ଚାଷୀଙ୍କ ଚିନ୍ତା ବଢିଲା

ବରଗଡ଼,୨୯।୫(ପ୍ରେମାନନ୍ଦ ଖମାରୀ):ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ସବୁଠାରୁ ଅଧିକ। ଜିଲାରେ ବର୍ତ୍ତମାନ ଚାଲିଛି ରବିଋତୁର ଧାନ କିଣାବିକା। ଆଉ ୩ଦିନ ପରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ପୂରିବ। କିନ୍ତୁ ଧାନ କିଣାବିକା ସମସ୍ୟା ଅସମାହିତ ରହି ଯାଇଛି। ମଣ୍ଡିକୁ ଧାନ ଆସୁଛି। କିନ୍ତୁ ଧାନ ଉଠାଇବା ପାଇଁ ମିଲର୍ସ ଆସୁ ନାହାନ୍ତି। ସେହିପରି ଟୋକନ କଟକଣା ଧାନ ବିକ୍ରିବଟାରେ ବଡ଼ ସମସ୍ୟା ପାଲଟିଛି। ଚାଷୀମାନେ ଧାନ ଅମଳ କରି ସାରିଛନ୍ତି। କିନ୍ତୁ ଅନେକ ଚାଷୀଙ୍କ ପାଖକୁ ଏପର୍ଯ୍ୟନ୍ତ ଧାନବିକ୍ରି ଟୋକନ ପହଞ୍ଚି ନାହିଁ। ଯେଉଁ ଚାଷୀଙ୍କୁ ଧାନବିକ୍ରି ଟୋକନ ମିଳିଛି, ସେମାନଙ୍କ ମଧ୍ୟରୁ ଅନେକ ଚାଷୀଙ୍କ ଟୋକନରେ ବିକ୍ରିଯୋଗ୍ୟ ଧାନ ପରିମାଣ ଯଥେଷ୍ଟ କମ ରହିଛି। ଫଳରେ ଚାଷୀଙ୍କ ଅମଳ ଧାନ ବିକ୍ରି ହୋଇ ନ ପାରି ଜିଲାର ବିଭିନ୍ନ ମଣ୍ଡି ଏବଂ ଚାଷୀଙ୍କ କ୍ଷେତ,ଖଳାରେ ବିକ୍ରି ଅପେକ୍ଷାରେ ପଡ଼ି ରହିଛି । ଅନ୍ୟପଟେ ଜିଲାରେ ତୁହାକୁ ତୁହା ଝଡ଼ବର୍ଷା ମାଡ଼ି ଆସୁଛି। ଗୁରୁବାର ସା ପ୍ରାୟ ୭ଟାରେ ଜିଲାର ବିଭିନ୍ନ ସ୍ଥାନରେ ଏଭଳି ଝଡ଼ବର୍ଷା ହୋଇଛି। ଏଭଳି ସ୍ଥିତିକୁ ନେଇ ଜିଲାର ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି।
ଗତ ୧୧ତାରିଖରୁ ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌ସି) ଅଧିନରେ ୧୮୩ଟି ମଣ୍ଡି ଖୋଲିଛି। ମଣ୍ଡି ଖୋଲିବା ଦିନଠାରୁ ବିଭିନ୍ନ ମଣ୍ଡିକୁ ଚାଷୀମାନେ ଧାନ ବିକ୍ରି ପାଇଁ ଆଣୁଛନ୍ତି। କିନ୍ତୁ ମିଲର୍ସମାନେ ନିୟମିତ ଆସୁ ନାହାନ୍ତି। ଫଳରେ ଆରମ୍ଭରୁ ଧାନ କିଣାବିକା ବାଧାପ୍ରାପ୍ତ ହୋଇଛି। ମଣ୍ଡି ଗୁଡିକୁ ଯେଉଁ ଅନୁପାତରେ ଧାନ ଆସୁଛି, ସେହି ଅନୁପାତରେ ଧାନ କିଣାଯାଉ ନାହିଁ କିମ୍ବା ଧାନକୁ ଉଠାଯାଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସେହିପରି ଟୋକନ ସମସ୍ୟା ଯୋଗୁ ଚାଷୀମାନେ ମଣ୍ଡିକୁ ଧାନ ଆଣି ନ ପାରି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅମଳ ଧାନକୁ ଖଳା ଏବଂ ରାସ୍ତା ପାଶର୍‌ବରେ ଖରାରେ ଶୁଖାଉଛନ୍ତି। ତେବେ ସେଠାରେ ଧାନ ରହିଥିବାବେଳେ ଥରକୁ ଥର ଝଡ଼ବର୍ଷା ମାଡି ଆସୁଛି। କେତେକ ସ୍ଥାନରେ ସେହି ଧାନ ବର୍ଷାରେ ଭିଜୁଛି ତ ଆଉ କେଉଁଠି ତାରପୋଲିନ ଘୋଡାଇ ଚାଷୀମାନେ ଧାନକୁ ସୁରକ୍ଷିତ ରଖୁଛନ୍ତି।
ଏଭଳି ସ୍ଥିତିରେ ବେପାରୀମାନେ ସକ୍ରିୟ ହୋଇପଡି ଥିବାବେଳେ ମଣ୍ଡି ଗୁଡିକରେ କଟନୀଛଟନୀ ମଧ୍ୟ ଆରମ୍ଭ ହୋଇ ଯାଇଛି। ବିଭିନ୍ନ ଆଳଦେଖାଇ କୁଇଣ୍ଟାଲ ପ୍ରତି ୨ରୁ ୫ କିଲୋ ପର୍ଯ୍ୟନ୍ତ ଧାନ କଟନୀଛଟନୀ ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ତେବେ କଟନୀଛଟନୀରେ ରାଜି ନ ହେଲେ ମଣ୍ଡିରୁ ଚାଷୀଙ୍କ ଧାନ ଉଠାଯାଉ ନଥିବାବେଳେ ମଣ୍ଡିକୁ ଆସି ନ ଥିବା ଧାନକୁ କମ ଦରରେ କିଣାଯାଇ ବେପାରୀ ମାଧ୍ୟମରେ ସିଧାସଳଖ କେତେକ ରାଇସ ମିଲକୁ ପଠାଯାଉଛି ଏବଂ କାଗଜାତରେ ତାକୁ ଫଲ୍ସ ଏଣ୍ଟ୍ରି କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ମାତ୍ର ଫଲ୍ସ ଏଣ୍ଟ୍ରି ରୋକିବା ଦିଗରେ ଠୋସ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ଏବଂ ଏଥିରେ ବିଭାଗୀୟ କର୍ମଚାରୀମାନଙ୍କ ସମ୍ପୃକ୍ତି ରହିଥିବା ଯୋଗୁ ବିଭିନ୍ନ ସମୟରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଚାଷୀ ଅସନ୍ତୋଷ ବଢିଚାଲିଛି। ବୁଧବାର ଜିଲାର କୁରୁଆଁ ଧାନ ମଣ୍ଡିରେ ଏଭଳି ସ୍ଥିତି ଉପୁଜିବା ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଅନ୍ୟ କେତେକ ମଣ୍ଡିରେ ମଧ୍ୟ ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ଏବଂ ଫଲ୍ସ ଏଣ୍ଟ୍ରି ଜୋର୍‌ ଧରିଥିବା ଅଭିଯୋଗ ହୋଇଛି। ଏଭଳି ଅନିୟମିତତା ଯୋଗୁଁ ଚାଷୀମାନଙ୍କୁ କ୍ଷତି ସହିବାକୁ ପଡୁଥିବାବେଳେ ସମ୍ପୃକ୍ତ ବେପାରୀ, ବିଭାଗୀୟ କର୍ମଚାରୀ ମାଲେମାଲ ହେଉଥିବା ସାଧାରଣରେ ଆଲୋଚିତ ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?