ଯୋଗାଣ ମନ୍ତ୍ରୀଙ୍କ ଗସ୍ତ ପରେ ବଢ଼ିଲା ଧାନ ସଂଗ୍ରହ ପରିମାଣ: ୪୪୭୯ ଚାଷୀଙ୍କଠାରୁ କିଣା ଗଲାଣି ୨୩୯୫୯.୬୩ କ୍ୱିଣ୍ଟାଲ ଧାନ

ଭଦ୍ରକ, ୧୮।୧(ସନାତନ ରାଉତ)- ସରକାରୀ ଦରରେ ଧାନ କ୍ରୟ ବ୍ୟବସ୍ଥା ତଦାରଖ ଓ ମଣ୍ଡି ପରିଦର୍ଶନ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଭଦ୍ରକ ଜିଲା ଗସ୍ତ ପରେ ମଣ୍ଡିରେ ଧାନ କିଣା ହାର ବୃଦ୍ଧି ହୋଇଛି l ଭଣ୍ଡାରି ପୋଖରୀ ବ୍ଲକର ତେଶୀଙ୍ଗା ସେବା ସମବାୟ ସମିତି ଦ୍ୱାରା ମଣ୍ଡିରେ ଧାନ କିଣା ନ ଯାଇ ସିଧାସଳଖ ମିଲକୁ ପଠାଇ ଦେବା, ମଣ୍ଡିରେ ସିସିଟିଭି କାମ ନ କରିବା ଆଦି ଅଭିଯୋଗ ତଦନ୍ତ ପରେ ସତ ଜଣା ପଡ଼ିବାରୁ ଅନିୟମିତତା ପାଇଁ ଉକ୍ତ କେନ୍ଦ୍ରର ଧାନ କ୍ରୟ ଅଧିକାରୀ ତଥା ସମ୍ପାଦକ ରାଜେନ୍ଦ୍ର କୁମାର ଖଣ୍ଡେଇ ଙ୍କୁ ପ୍ରଶାସନ ତରଫରୁ ବଦଳାଇ ଦିଆଯାଇଛି । ସେହିପରି ଭଦ୍ରକ ବ୍ଳକ ବହୁଦରଡାର ଶ୍ରୀରାମ ପାକସ ଦ୍ୱାରା ମଣ୍ଡିରେ ଧାନ କ୍ରୟ ଖୁବ ମନ୍ଥର ଥିବାରୁ ତାଙ୍କ ବିରୁଦ୍ଧରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ମନ୍ତ୍ରୀଙ୍କ ଗସ୍ତର ପ୍ରଭାବ ରେ ଜିଲା ର ସମସ୍ତ ୧୫୦ ଟି ମଣ୍ଡି ଖୋଲାଯାଇ ଧାନ କ୍ରୟ ଆରମ୍ଭ କରାଯାଇଛି । ୧୬ ତାରିଖ ଗୁରୁବାର ଦିନ ଧାନ କିଣା ୧୦.୨% ଥିଲା ବେଳେ ଦୁଇଦିନ ମଧ୍ୟରେ ଶନି ବାର ସୁଦ୍ଧା ୨୦.୬୧% ଧାନ ମଣ୍ଡି ରେ କିଣା ଗଲାଣି । ଜିଲ୍ଲା ର ସମୁଦାୟ ପଞ୍ଜୀକୃତ ୮୦୫୩୩ ଜଣ ଚାଷୀ ଙ୍କ ମଧ୍ୟରୁ ୪୪୭୯ ଜଣ ଚାଷୀ ଅର୍ଥାତ୍ ୫.୫% ଚାଷୀ ଧାନ ବିକି ସାରିଲେଣି ।.


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri