କଳାହାଣ୍ଡିରେ ମନ୍ଥର ଗତିରେ ଚାଲିଛି ଧାନକିଣା

ଭବାନୀପାଟଣା,୨୦।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଧାନର ଅଭାବୀ ବିକ୍ରି ଦେଖିବାକୁ ମିଳିଛି। ଜିଲାରେ ଗତ ନଭେମ୍ବର ୨୯ରୁ ଖରିଫ ଧାନ ପାଇଁ ମଣ୍ଡି ଶୁଭାରମ୍ଭ ହୋଇଥିଲା। ଇତିମଧ୍ୟରେ ୨୦ ଦିନ ବିତିଯାଇଥିଲେ ମଧ୍ୟ ଜିଲାର ସମସ୍ତ ମଣ୍ଡି ଖୋଲି ପାରିନାହିଁ। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଉଦ୍‌ବେଗ ପ୍ରକାଶ ପାଇଛି। ଜିଲା ଯୋଗାଣ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ଗୁରୁବାର ସୁଦ୍ଧା ୭୪୬୪ ଜଣ ଚାଷୀ ୩ଲକ୍ଷ ୫୦ ହଜାର ୪୧୮ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। କେବଳ ଗୁରୁବାର ଗୋଟିଏ ଦିନରେ ୧୯୮୭ ଜଣ ଚାଷୀଙ୍କ ୯୨ ହଜାର ୮୭କୁଇଣ୍ଟାଲ ଧାନ ଉଠାଣ ହୋଇଛି। ଗତବର୍ଷ ଏହି ତାରିଖରେ ୧୦ ହଜାର ୩୬୬ ଚାଷୀ ୪ଲକ୍ଷ ୭୬ ହଜାର ୧୨ କୁଇଣ୍ଟାଲ ଧାନ ବିକ୍ରି କରି ସାରିଥିଲେ। ଏହି ତଥ୍ୟକୁ ଦେଖିଲେ ଗତ ବର୍ଷଠାରୁ ବହୁ ପଛରେ ଧାନ କ୍ରୟ ଚାଲିଛି। ବର୍ତ୍ତମାନ ଜିଲାର ୨୩୦ଟି ମଣ୍ଡିରୁ ୨୦୦ଟି ଖୋଲିଥିବାବେଳେ ୮୩ ମିଲର୍ସରୁ ୭୪ଜଣ ଚୁକ୍ତିନାମା କରିଛନ୍ତି। ଜିଲାକୁ ପ୍ରଥମ ପର୍ଯ୍ୟାୟରେ ୩୬ ଲକ୍ଷ ୫୮ ହଜାର କୁଇଣ୍ଟାଲ ଧାନ ଟାର୍ଗେଟ ଆସିଛି। ବର୍ତ୍ତମାନ ଜିଲାରେ ଅନେକ ଚାଷୀ ଧାନ ଅମଳ କରି ଖଳାରେ ଓ ମଣ୍ଡିରେ ରଖିଛନ୍ତି। କେବେ ମଣ୍ଡି ଚାଲିବ ଓ ଚାଷୀଙ୍କ ଧାନ ଉଠିବ ତାହା ଦେଖିବାକୁ ବାକି ରହିଲା। ଅନ୍ୟପକ୍ଷରେ ଧାନ କିଣା ମନ୍ଥର ତଥା ଅବ୍ୟସ୍ଥାକୁ ନେଇ ଶୁକ୍ରବାର ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଜୁନାଗଡ଼ ବ୍ଲକର ବିଭିନ୍ନ ମଣ୍ଡି ପରିଦର୍ଶନ କରି ଧାନ ସଂଗ୍ରହ ତଦାରଖ କରିଥିଲେ। ଜୁନାଗଡ଼ ବିଧାୟକ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର ଓ ଲାଞ୍ଜିଗଡ଼ ବିଧାୟକ ତଥା ଜିଲା ସଭାପତି ପ୍ରଦୀପ ଦିଶାରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ଟିମ୍‌ରେ ସାମିଲ ଥିବା ବରିଷ୍ଠ ନେତା ସାମନ୍ତ ଖମାରୀ, ପ୍ରଶାନ୍ତ ନାଏକ, ଜୁନାଗଡ ବିଧାୟକ ପ୍ରତିନିଧି ଦିନେଶ ବଗର୍ତ୍ତି, ଜୁନାଗଡ ବ୍ଲକ ଅଧ୍ୟକ୍ଷା ସବିତା ମେହେର, ବଦ୍ରି ପଟ୍ଟନାଏକ, ମୁଣ୍ଡରାଗୁଡ଼ା ସରପଞ୍ଚ ତାରା ରାୟଗୁରୁ, ପୂର୍ବତନ ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ଯୁବନେତା ମନିନ୍ଦ୍ର ମହାନ୍ତି, ମଧୁସୂଦନ ନାଗ, ପୀତବାସ ବେହେରା ପ୍ରମୁଖ ଜୁନାଗଡ଼ ବ୍ଲକ ର ମାଟିଗାଁ, ବଣିଜରା, ରାଜପୁର, ମୁଣ୍ଡରାଗୁଡ଼ା ଆଦି ମଣ୍ଡି ପରିଦର୍ଶନ କରି ଚାଷୀମାନଙ୍କ ସହ ମଣ୍ଡି ଅବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri