ଡିସେମ୍ବର ୨୩ରୁ ଧାନକିଣା, ଚଳିତ ବର୍ଷ ଲକ୍ଷ୍ୟ ରହିଛି…

ଛତ୍ରପୁର,୩୦ା୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଗୋପାଳପୁର ବିଧାୟକ ତଥା ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇ ଜିଲାର କିପରି ସମସ୍ତ ପଞ୍ଜୀକୃତ ଚାଷୀମାନଙ୍କଠାରୁ ସୁରଖୁରରେ ଧାନ ସଂଗ୍ରହ ହେବ ସେଥିପ୍ରତି ପଦକ୍ଷେପ ନିଆଯିବ। ମିଲର, ଚାଷୀ ଓ ପ୍ୟାକସ ଉତ୍ତମ ସମନ୍ବୟ ରଖି ସମସ୍ତ ଚାଷୀଙ୍କ ଧାନ କିଣାଯିବ। ଜିଲାର ସମସ୍ତ ମଣ୍ଡିରେ ଚାଷୀଙ୍କ ନିମନ୍ତେ ସବୁ ପ୍ରକାର ସୁବିଧା ସୁଯୋଗର ବ୍ୟବସ୍ଥା ରହିବ। କାଗଜ କଲମରେ କାର୍ଯ୍ୟକାରୀ ନ କରି ବାସ୍ତବତା ମଧ୍ୟରେ ମଣ୍ଡି ଗୁଡିକରେ ଚାଷୀଙ୍କୁ ସମସ୍ତ ସୁବିଧା ଉପଲବ୍ଧ ରହିବ ଲା ରାଜ୍ୟ ସରକାରଙ୍କ ଧାନର ମୂଲ୍ୟ ସହ ୮୦୦ ଟଙ୍କା ବୋନସ ଘୋଷଣା ପରେ ଜିଲାରେ ଗଲାବର୍ଷ ଚାଷୀଙ୍କ ମେରୁଦଣ୍ଡ ସଳଖ ହୋଇପାରିଛି l ଜିଲା ତଥା ରାଜ୍ୟରେ ଚାଷୀ ଚାଷ କରିବା ପାଇଁ ଉତ୍ସାହ ରହିଛନ୍ତି l ଚଳିତ ବର୍ଷ ମଧ୍ୟ ଗଲାବର୍ଷଠୁ ଧାନ ସଂଗ୍ରହ ପ୍ରକ୍ରିୟା ଆମ ଜିଲାରେ ଆହୁରି ଭଲ ରହିବ l ଗଞ୍ଜାମ ଜିଲାରେ ଡିସେମ୍ବର ୨୩ରୁ ଚାଷୀଙ୍କଠାରୁ ଧାନ ସଂଗ୍ରହ ହେବ l ଯଦି ଚାଷୀଙ୍କ ଧାନ ଅମଳକୁ ଦୃଷ୍ଟିରେ ଯେଉଁ ଅଞ୍ଚଳରେ ଧାନ ବିକ୍ରି ପାଇଁ ଚାଷୀ ଆଗୁଆ ଉତ୍ସାହ ଅଛନ୍ତି ତାହାକୁ ନେଇ ମଧ୍ୟ ପଦକ୍ଷେପ ନିଆଯିବ। ବିଶେଷ କରି ଜିଲାରେ ଖଣି ପକା ଧାନ ପାଇଁ ଯେଉଁ ସ୍ବତନ୍ତ୍ର ପରିଚୟ ଥିଲା ତାହାକୁ ଫେରାଇବା ନିମନ୍ତେ ଚାଷୀ ଓ ମିଲରମାନେ ଉଦ୍ୟମ କରାଗଲେ ଭଲ ହେବ ଏଥିପାଇଁ ସରକାର ତଥା ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ।

ଚଳିତ ବର୍ଷ ଗଞ୍ଜାମ ଜିଲାରେ ଅଧିକ ଚାଷୀ ଧାନ ବିକିବା ୟ ୧ ଲକ୍ଷ ୫୬ ହଜାର ୭୧୩ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ଏହି ବର୍ଷ ପଞ୍ଜୀକୃତ ଚାଷୀମାନଙ୍କ ମଧ୍ୟରୁ ଯୋଗ୍ୟ ଚାଷୀଙ୍କ ତର୍ଜମା ପ୍ରକ୍ରିୟା ଚାଲୁ ରହିଛି। ଜିଲାରେ ଚଳିତ ବର୍ଷ ୩୬୬ଟି ପ୍ୟାକ୍ସ, ଗୋଟିଏ ପାଣି ପଞ୍ଚାୟତ ଏବଂ ୧୦୯ ଟି ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ଧାନ ସଂଗ୍ରହ କରିବାକୁ ଦାୟିତ୍ୱ ଦିଆଯାଇଛି। ଜିଲାରେ ଗଲାବର୍ଷ ୬୦ ଲକ୍ଷ ୫୮ ହଜାରୁ ଅଧିକ କ୍ୱିଣ୍ଟାଲ ଧାନ କିଣାଯାଇଥିବା ବେଳେ ଏହିବର୍ଷ ୬୪ ଲକ୍ଷ କ୍ୱିଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ପଞ୍ଜିକୃତ ଚାଷୀଙ୍କ ଠାରୁ ୩୬ ଲକ୍ଷ ୫୬ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରହିଛି।

ପ୍ରାରମ୍ଭରେ ଜିଲାପାଳ ଭି. କୀର୍ତ୍ତିଭାସନଙ୍କ ସଭାପତିତ୍ୱରେ ବୈଠକ ଆରମ୍ଭ ହୋଇଥିବା ବେଳେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟ ଜିଲାର ଧାନ ସଂଗ୍ରହ ପ୍ରକ୍ରିୟାର ସମସ୍ତ ପ୍ରଣାଳୀ ଉପରେ ଆଲୋକପାତ କରିଥିଲେ l ପରେ ଚାଷୀ ନେତା ଓ ମିଲରମାନେ ଏବଂ ଉପସ୍ଥିତ ଆସିକା ଏମ୍‌ପି ଅନିତା ଶୁଭଦର୍ଶନୀ, ଚିକିଟି ବିଧାୟକ ମନୋରଞ୍ଜନ ଡ୍ୟାନସାମନ୍ତରାୟ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ କୁମାର ନାୟକ,ଦିଗପହଣ୍ଡି ବିଧାୟକ ଡଃ ସିଦ୍ଧାନ୍ତ ମହାପାତ୍ର ନିଜ ନିଜ ବକ୍ତବ୍ୟରେ ଜିଲାର ସମସ୍ତ ଚାଷୀଙ୍କ ଧାନ କିପରି ସୁରୁଖୁରୁରେ କିଣାଯାଇପାରିବ ମତାମତ ରଖିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri