ଖବରକାଗଜ ଶିଳ୍ପକୁ ପ୍ୟାକେଜ୍‌ ଦିଅ

ନୂଆଦିଲ୍ଲୀ, ୧୩।୧୨(ପି.ଟି.): କରୋନା ମହାମାରୀ ଜନିତ ଲକ୍‌ଡାଉନ ଯୋଗୁ ଖବରକାଗଜ ଶିଳ୍ପ ଗତ ୮ ମାସରେ ପ୍ରାୟ ୧୨,୫୦୦ କୋଟି ଟଙ୍କା କ୍ଷତି ସହି ଅଭୂତପୂର୍ବ ଆର୍ଥତ୍କ ସଙ୍କଟ ଦେଇ ଗତି କରୁଛି। ଏହି ସଙ୍କଟରୁ ଖବରକାଗଜ ଶିଳ୍ପକୁ ମୁକୁଳାଇବାକୁ ସରକାର ସହାୟତା ପ୍ୟାକେଜ ଘୋଷଣା କରନ୍ତୁ ବୋଲି ଇଣ୍ଡିଆନ୍‌ ନ୍ୟୁଜ୍‌ପେପର ସୋସାଇଟି (ଆଇଏନ୍‌ଏସ୍‌) ଅନୁରୋଧ କରିଛି।
ନ୍ୟୁଜ୍‌ପ୍ରିଣ୍ଟ, ଜିଏନ୍‌ପି ଏବଂ ଏଲ୍‌ଡବ୍ଲ୍ୟୁସି କାଗଜ ଉପରୁ ଅବଶିଷ୍ଟ ୫ ପ୍ରତିଶତ ସୀମା ଶୁଳ୍କ ଛାଡ଼ କରିବା, ଦୁଇବର୍ଷ ଟିକସ ଅବକାଶ ଦେବା, ସରକାରୀ ବିଜ୍ଞାପନ ମୂଲ୍ୟ ୫୦ ପ୍ରତିଶତ ବଢ଼ାଇବା, ଛାପା ଗଣମାଧ୍ୟମରେ ସରକାରୀ ଖର୍ଚ୍ଚ ୨୦୦ ପ୍ରତିଶତ ବୃଦ୍ଧି କରିବା ଏବଂ ବକେୟା ବିଜ୍ଞାପନ ଦେୟ ତୁରନ୍ତ ପୈଠ କରିବା ପାଇଁ ଆଇଏନ୍‌ଏସ୍‌ ସରକାରଙ୍କୁ ଅନୁରୋଧ କରିଛି।
ଅସୁବିଧା ସମୟରେ ଭାରତୀୟ ଖବରକାଗଜ ଶିଳ୍ପ ଯାଞ୍ଚ୍‌ ହୋଇଥିବା ଓ ତଥ୍ୟପୂର୍ଣ୍ଣ ଖବର ପରିବେଷଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି, ଯାହାକି ସୁପ୍ରିମକୋର୍ଟ ଓ ଅନ୍ୟାନ୍ୟ ସଂସ୍ଥା ସ୍ବୀକାର କରିଛନ୍ତି। ତେବେ ମହାମାରୀ ଯୋଗୁ ବିଜ୍ଞାପନ ଏବଂ ଖବରକାଗଜ ପ୍ରସାରଣ ଗୁରୁତର ପ୍ରଭାବିତ ହୋଇଛି। ସେଥିପାଇଁ ଅନେକ ଖବରକାଗଜ ପ୍ରକାଶନ ବନ୍ଦ କରିଦେଇଛନ୍ତି କିମ୍ବା ସଂସ୍କରଣକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି। ଏହି ସ୍ଥିତି ଜାରି ରହିଲେ ଆହୁରି ଅନେକ ଖବରକାଗଜ ନିକଟ ଭବିଷ୍ୟତରେ ବନ୍ଦ ହୋଇଯିବେ। ଉକ୍ତ ଶିଳ୍ପକୁ ସହାୟତାର ଜରୁରୀ ଆବଶ୍ୟକତା ଥିବା ଆଇଏନ୍‌ଏସ୍‌ କିଛି ମାସ ହେଲା କହିଆସୁଛି ବୋଲି ଏହାର ଅଧ୍ୟକ୍ଷ ଏଲ୍‌. ଆଡିମୁଲମ୍‌ କହିଛନ୍ତି।
୮ ମାସରେ ଖବରକାଗଜ ଶିଳ୍ପ ୧୨,୫୦୦ କୋଟି ଟଙ୍କା କ୍ଷତି ସହିଥିବାବେଳେ ବର୍ଷକରେ ପ୍ରାୟ ୧୬,୦୦୦ କୋଟି କ୍ଷତିର ସମ୍ମୁଖୀନ ହେବ ବୋଲି ଆକଳନ କରାଯାଇଛି। ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭରେ ଏଭଳି ସଙ୍କଟ ଯୋଗୁ ଖବରକାଗଜ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ୩୦ ଲକ୍ଷ କର୍ମଚାରୀ ପ୍ରଭାବିତ ହୋଇଛନ୍ତି। ଏହାର ପ୍ରଭାବ କର୍ମଚାରୀଙ୍କ ପରିବାର ସମେତ ଆନୁଷଙ୍ଗିକ ଶିଳ୍ପ ଯଥା ପ୍ରିଣ୍ଟିଂ ପ୍ରେସ୍‌ ଓ ଯୋଗାଣ ଶୃଙ୍ଖଳ ଉପରେ ମଧ୍ୟ ପଡ଼ିଛି। ସଙ୍କଟରୁ ମୁକୁଳିବା ଲାଗି ସମୁଦାୟ ଶିଳ୍ପ ଯଥାସାଧ୍ୟ ଉଦ୍ୟମ ଜାରି ରଖିଥିବାବେଳେ ସରକାରୀ ସହାୟତାର ଆବଶ୍ୟକତା ଜରୁରୀ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ପୁଣି ବଡ଼ ଝଟ୍‌କା: ୨୫୦୦ ୟୁଟ୍ୟୁବ୍‌ ଚ୍ୟାନେଲ ଡିଲିଟ୍‌

ଓ୍ବାଶିଂଟନ୍‌, ୬।୮: ଚାଇନାକୁ ପୁଣି ଏକ ବଡ଼ ଝଟ୍‌କା ଲାଗିଛି। ଗୁଗଲ ପକ୍ଷରୁ ଚାଇନାର ୨୫୦୦ ୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ ଡିଲିଟ୍‌ କରିଛି। ଏପ୍ରିଲ୍‌ରୁ ଜୁନ୍‌ ମାସ...

ବିଏସ୍‌ଏନ୍‌ଏଲ୍‌ର ଖର୍ଚ୍ଚକାଟ ଯୋଜନା; ୮୦ ହଜାର କର୍ମଚାରୀଙ୍କୁ ଦିଆଯିବ ଭିଆର୍‌ଏସ୍‌

ନୂଆଦିଲ୍ଲୀ,୫ା୯: କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ)ନିଜର ଜମି ଭଡା ଦେଇ ଅର୍ଥ ଆୟ ବଢ଼ାଇବାକୁ ପ୍ରୟାସ କରୁଛି। ଅପରପକ୍ଷରେ...

ଦି ଗୁଡ୍‌ ଷ୍ଟଫକୁ ଅଧିଗ୍ରହଣ କଲା ଡିଏସ୍‌ ଗ୍ରୁପ

ଭୁବନେଶ୍ୱର,୧୩।୬: ମଲ୍ଟି ବିଜ୍‌ନେସ କର୍ପୋରେଶନ ଏବଂ ଏକ ଅଗ୍ରଣୀ ଏଫ୍‌ଏମ୍‌ସିଜି କନ୍‌ଗ୍ଲୋମିରେଟ ଭାବେ ଜଣାଶୁଣା ଧରମପାଲ ସତ୍ୟପାଲ ଗ୍ରୁପ (ଡିଏସ୍‌ ଗ୍ରୁପ) ନିକଟରେ ଦି ଗୁଡ୍‌ ଷ୍ଟଫ୍‌...

ଗୋଦ୍‌ରେଜ୍‌ ଇଣ୍ଟେରିଓର ଆଉଟ୍‌ଲେଟ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୩୦।୧୨:ଓଡ଼ିଶା ବଜାରରେ ଗୋଦ୍‌ରେଜ୍‌ ଇଣ୍ଟେରିଓର ଆଉ ଏକ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ଏପରିକି ଗୁରୁବାର ସ୍ଥାନୀୟ ପଟିଆ ଛକଠାରେ ଗୋଦ୍‌ରେଜ୍‌ ଇଣ୍ଟେରିଓର ନୂତନ ଆଉଟ୍‌ଲେଟ୍‌ ଉଦ୍‌ଘାଟିତ...

 ରେକର୍ଡ ଭାଙ୍ଗିଲା ଡିଜେଲ: ୧୫ ଦିନ ହେଲା ବଢୁଛି ତେଲ ଦର

ନୂଆଦିଲ୍ଲୀ,୨୧।୬: ରବିବାର ତୈଳ ଦର ପେଟ୍ରୋଲ ଲିଟର ପିଛା ୩୫ ପଇସା ଏବଂ ଡିଜେଲ ୬୦ ପଇସା ବୃଦ୍ଧି ପାଇଛି। ଫଳରେ ଗତ ୨ବର୍ଷ ମଧ୍ୟରେ...

ଯାନ ଦର ବଢାଇବ ହ୍ୟୁଣ୍ଡାଇ

ନୂଆଦିଲ୍ଲୀ,୧୨-୧୨: ହ୍ୟୁଣ୍ଡାଇ ମୋଟର୍ସ ଇଣ୍ଡିଆ ଲିମିଟେଡ ପକ୍ଷରୁ ଏହାର ବିଭିନ୍ନ ମଡେଲ ଯାନ ଉପରେ ଦରବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୦ ଜାନୁୟାରୀ ଠାରୁ ଏହି...

ରିଲାଏନ୍ସ ଦେଶର ସର୍ବବୃହତ କମ୍ପାନୀ

ନୂଆଦିଲ୍ଲୀ,୨୨-୫: ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌) ରାଷ୍ଟ୍ରାୟତ୍ତ ଇଣ୍ଡିଆନ ଅଏଲ କର୍ପୋରେଶନ(ଆଇଓସି)କୁ ପଛରେ ପକାଇ ଦେଶର ସବୁଠାରୁ...

ବଜେଟ ପୂର୍ବରୁ ସର୍ଭେ ଆକଳନ

ନୂଆଦିଲ୍ଲୀ,୨୩|୧: ଚଳିତ ବର୍ଷ(୨୦୨୨-୨୩)ର ବଜେଟ ଖୁବ୍‌ଶୀଘ୍ର ସଂସଦରେ ଉପସ୍ଥାପନ ହେବାକୁ ଯାଉଛି। ଏ ବର୍ଷର ବଜେଟରେ ଭାରତୀୟ ଉତ୍ପାଦକୁ ଅନ୍ତର୍ଜାତୀୟ ସ୍ତରରେ ଆଦୃତ କରାଇବା ପାଇଁ ସରକାରୀ...

Advertisement
Archives

Model This Week