ଖବରକାଗଜ ଶିଳ୍ପକୁ ପ୍ୟାକେଜ୍‌ ଦିଅ

ନୂଆଦିଲ୍ଲୀ, ୧୩।୧୨(ପି.ଟି.): କରୋନା ମହାମାରୀ ଜନିତ ଲକ୍‌ଡାଉନ ଯୋଗୁ ଖବରକାଗଜ ଶିଳ୍ପ ଗତ ୮ ମାସରେ ପ୍ରାୟ ୧୨,୫୦୦ କୋଟି ଟଙ୍କା କ୍ଷତି ସହି ଅଭୂତପୂର୍ବ ଆର୍ଥତ୍କ ସଙ୍କଟ ଦେଇ ଗତି କରୁଛି। ଏହି ସଙ୍କଟରୁ ଖବରକାଗଜ ଶିଳ୍ପକୁ ମୁକୁଳାଇବାକୁ ସରକାର ସହାୟତା ପ୍ୟାକେଜ ଘୋଷଣା କରନ୍ତୁ ବୋଲି ଇଣ୍ଡିଆନ୍‌ ନ୍ୟୁଜ୍‌ପେପର ସୋସାଇଟି (ଆଇଏନ୍‌ଏସ୍‌) ଅନୁରୋଧ କରିଛି।
ନ୍ୟୁଜ୍‌ପ୍ରିଣ୍ଟ, ଜିଏନ୍‌ପି ଏବଂ ଏଲ୍‌ଡବ୍ଲ୍ୟୁସି କାଗଜ ଉପରୁ ଅବଶିଷ୍ଟ ୫ ପ୍ରତିଶତ ସୀମା ଶୁଳ୍କ ଛାଡ଼ କରିବା, ଦୁଇବର୍ଷ ଟିକସ ଅବକାଶ ଦେବା, ସରକାରୀ ବିଜ୍ଞାପନ ମୂଲ୍ୟ ୫୦ ପ୍ରତିଶତ ବଢ଼ାଇବା, ଛାପା ଗଣମାଧ୍ୟମରେ ସରକାରୀ ଖର୍ଚ୍ଚ ୨୦୦ ପ୍ରତିଶତ ବୃଦ୍ଧି କରିବା ଏବଂ ବକେୟା ବିଜ୍ଞାପନ ଦେୟ ତୁରନ୍ତ ପୈଠ କରିବା ପାଇଁ ଆଇଏନ୍‌ଏସ୍‌ ସରକାରଙ୍କୁ ଅନୁରୋଧ କରିଛି।
ଅସୁବିଧା ସମୟରେ ଭାରତୀୟ ଖବରକାଗଜ ଶିଳ୍ପ ଯାଞ୍ଚ୍‌ ହୋଇଥିବା ଓ ତଥ୍ୟପୂର୍ଣ୍ଣ ଖବର ପରିବେଷଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି, ଯାହାକି ସୁପ୍ରିମକୋର୍ଟ ଓ ଅନ୍ୟାନ୍ୟ ସଂସ୍ଥା ସ୍ବୀକାର କରିଛନ୍ତି। ତେବେ ମହାମାରୀ ଯୋଗୁ ବିଜ୍ଞାପନ ଏବଂ ଖବରକାଗଜ ପ୍ରସାରଣ ଗୁରୁତର ପ୍ରଭାବିତ ହୋଇଛି। ସେଥିପାଇଁ ଅନେକ ଖବରକାଗଜ ପ୍ରକାଶନ ବନ୍ଦ କରିଦେଇଛନ୍ତି କିମ୍ବା ସଂସ୍କରଣକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି। ଏହି ସ୍ଥିତି ଜାରି ରହିଲେ ଆହୁରି ଅନେକ ଖବରକାଗଜ ନିକଟ ଭବିଷ୍ୟତରେ ବନ୍ଦ ହୋଇଯିବେ। ଉକ୍ତ ଶିଳ୍ପକୁ ସହାୟତାର ଜରୁରୀ ଆବଶ୍ୟକତା ଥିବା ଆଇଏନ୍‌ଏସ୍‌ କିଛି ମାସ ହେଲା କହିଆସୁଛି ବୋଲି ଏହାର ଅଧ୍ୟକ୍ଷ ଏଲ୍‌. ଆଡିମୁଲମ୍‌ କହିଛନ୍ତି।
୮ ମାସରେ ଖବରକାଗଜ ଶିଳ୍ପ ୧୨,୫୦୦ କୋଟି ଟଙ୍କା କ୍ଷତି ସହିଥିବାବେଳେ ବର୍ଷକରେ ପ୍ରାୟ ୧୬,୦୦୦ କୋଟି କ୍ଷତିର ସମ୍ମୁଖୀନ ହେବ ବୋଲି ଆକଳନ କରାଯାଇଛି। ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭରେ ଏଭଳି ସଙ୍କଟ ଯୋଗୁ ଖବରକାଗଜ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ୩୦ ଲକ୍ଷ କର୍ମଚାରୀ ପ୍ରଭାବିତ ହୋଇଛନ୍ତି। ଏହାର ପ୍ରଭାବ କର୍ମଚାରୀଙ୍କ ପରିବାର ସମେତ ଆନୁଷଙ୍ଗିକ ଶିଳ୍ପ ଯଥା ପ୍ରିଣ୍ଟିଂ ପ୍ରେସ୍‌ ଓ ଯୋଗାଣ ଶୃଙ୍ଖଳ ଉପରେ ମଧ୍ୟ ପଡ଼ିଛି। ସଙ୍କଟରୁ ମୁକୁଳିବା ଲାଗି ସମୁଦାୟ ଶିଳ୍ପ ଯଥାସାଧ୍ୟ ଉଦ୍ୟମ ଜାରି ରଖିଥିବାବେଳେ ସରକାରୀ ସହାୟତାର ଆବଶ୍ୟକତା ଜରୁରୀ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?