ରାମଲଲାଙ୍କ ଦର୍ଶନ ପାଇଁ ଆଉ ବୁକିଂ କରିବାକୁ ପଡିବନି ହୋଟେଲ, ଅତିଥିଙ୍କୁ ଘରେ ରଖିବେ ଅଯୋଧ୍ୟାବାସୀ

ଅଯୋଧ୍ୟା,୧୮।୧: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ନେଇ ରୀତିନୀତି ଆରମ୍ଭ ହୋଇ ଯାଇଛି। ଜାନୁଆରୀ ୨୨ରେ, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଥିବାବେଳେ ଗୁରୁବାର ମନ୍ଦିରରେ ମୂର୍ତ୍ତି ପ୍ରତିଷ୍ଠା ହୋଇଛି। ତେବେ ଆପଣ ମନ୍ଦିର ଦର୍ଶନ କରିବାକୁ ଆସୁଥିଲେ ଆପଣଙ୍କ ପାଇଁ ଏକ ବଡ଼ ଖୁସି ଖବର ରହିଛ। ଆପଣ ଅଯୋଧ୍ୟାବାସୀଙ୍କ ଘରେ ଯାଇ ରହି ପାରିବେ ଅର୍ଥାତ୍‌ ବର୍ତ୍ତମାନ ଅଯୋଧ୍ୟାବାସୀ କିଛିଦିନ ରହଣି ପାଇଁ ସେମାନଙ୍କ ଘରେ ସ୍ଥାନ ଦେବେ ।

କହିରଖୁଛୁ କି, ଲୋକମାନଙ୍କୁ ଏକ ସୁଲଭ ମୂଲ୍ୟରେ ରୁମ୍‌ ଯୋଗାଉଥିବା ଓୟୋ କମ୍ପାନୀ ଏବେ ଅଯୋଧ୍ୟାବାସୀଙ୍କ ଘରେ ୬୫ଟିି ‘ହୋମ ଷ୍ଟେ’ ସୁବିଧା କରିଛି। ଦର୍ଶନାର୍ଥୀଙ୍କ ପାଇଁ ୫୧ଟି ଓୟୋ ହୋମ ଓ ୧୪ଟି ହୋଟେଲ ଖୋଲାଯାଇଛି। ଜାନୁଆରୀ ୨୨ରେ ରାମ ମନ୍ଦିରର ଉଦଘାଟନୀ ସମାରୋହରେ ଅଯୋଧ୍ୟାକୁ ତୀର୍ଥଯାତ୍ରୀଙ୍କ ସମାଗମକୁ ଲକ୍ଷ୍ୟ କରି କମ୍ପାନୀ ଏପରି ପଦକ୍ଷେପ ନେଇଛି।

ଓୟୋ ଅଯୋଧ୍ୟାବାସୀଙ୍କ ଘରେ ଓୟୋ ରୁମ୍‌ ଭଳି ସୁବିଧା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି। ହୋଟେଲ ଓ ଘରମାନଙ୍କରେ ଓୟୋ ଚଲାଇବା ପାଇଁ କମ୍ପାନୀ ଅଯୋଧ୍ୟା ବିକାଶ ପ୍ରାଧିକରଣ ଏବଂ ଉତ୍ତରପ୍ରଦେଶ ରାଜ୍ୟ ପର୍ଯ୍ୟଟନ ବିକାଶ ନିଗମ ସହିତ ସହଭାଗୀ ହୋଇଛି।
ଓୟୋର ସ୍ବତନ୍ତ୍ର ନିର୍ଦ୍ଦେଶକ ଦୀପା ମଲିକ କହିଛନ୍ତ, ଅଯୋଧ୍ୟାରେ ପହଞ୍ଚୁଥିବା ଭିନ୍ନକ୍ଷମ ଭକ୍ତଙ୍କ ସୁବିଧା ପାଇଁ କମ୍ପାନୀ ବିଶେଷ ବ୍ୟବସ୍ଥା କରିଛି। ଓୟୋ ସେମାନଙ୍କ ପାଇଁ ରେମ୍ପ ସୁବିଧା ସହିତ ୧୫ଟି ହୋମ ଷ୍ଟେ ଖୋଲିଛି। ହୋଟେଲ ହେଉ କି ଘରେ ଗୋଟିଏ ରାତି ରହିବା ପାଇଁ ୧୦୦୦ଟଙ୍କା ଦେବାକୁ ପଡିବ ବୋଲି ଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

‘ମୁଁ ରାଜନୀତିରୁ ସନ୍ନ୍ୟାସ…’, TMCରେ ବିଦ୍ରୋହ ମଧ୍ୟରେ ମମତା ବାନାର୍ଜୀଙ୍କ ବଡ଼ ଘୋଷଣାକୁ ନେଇ ହଇଚଇ

ନୂଆଦିଲ୍ଲୀ,୨୪।୮: TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର…

Viral Video! ସେଲଫି ନେବା ବେଳେ ମଞ୍ଚ ଉପରେ ରାହୁଲଙ୍କୁ କିସ୍ କରିଦେଲେ ଯୁବତୀ, ଆଉ ତାପରେ…

ମୁମ୍ବାଇ,୨୪।୮: ମହାରାଷ୍ଟ୍ରର ପୁଣେରେ କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ସରକାର ବିରୋଧରେ CJPର ବଡ଼ ଘୋଷଣା: ୫ ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ନୂଆଦିଲ୍ଲୀରେ ବିରୋଧ ମାର୍ଚ୍ଚ କରିବାକୁ ଘୋଷଣା କରିଛି। ଦଳର ଅଭିଯୋଗ ଅନୁସାରେ, କେନ୍ଦ୍ର ସରକାର ୨୫ ଜୁଲାଇରେ ଦେଶର ଯୁବପିଢ଼ିଙ୍କୁ…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri