ଏକ ଲକ୍ଷ ବର୍ଷ ଯାଏଁ ଚନ୍ଦ୍ରପୃଷ୍ଠରେ ରହିପାରିବେ ୮୦୦କୋଟି ଲୋକ, “ରେଗୋଲିଥ”ରୁ ମିଳିପାରେ ୬୩୦କି.ଗ୍ରା ଅମ୍ଲଜାନ

ଓ୍ବାଶିଂଟନ୍‌,୩୦।୮: ଚନ୍ଦ୍ରାବତରଣ କରିଛି ଭାରତର ମୁନ ମିଶନ ଚନ୍ଦ୍ରାୟାନ ୩। ତେବେ ଲ୍ୟାଣ୍ଡିଂର ୭ଦିନ ପରେ ଖୁସି ଖବର  ଦେଇଛନ୍ତି ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞା। ଚନ୍ଦ୍ରର ଦକ୍ଷିଣ ମେରୁରେ ଅମ୍ଲଜାନ ଥିବା ନେଇ ସ୍ପଷ୍ଟ କରିଛି ପ୍ରଜ୍ଞା। ଏଥିସହ ସଲଫର, ଆଲୁମିନିୟମ, କ୍ୟାଲସିୟମ, ଲୁହା, କ୍ରୋମିୟମ, ଟାଇଟାନିୟମ, ମାଙ୍ଗାନିଜ ଏବଂ ସିଲିକନ ମଧ୍ୟ ଚିହ୍ନଟ ହୋଇଛି। କିନ୍ତୁ ହାଇଡ୍ରୋଜେନର ସନ୍ଧାନ ଜାରି ରହିଛି। ତେବେ ଏନେଇ କେବଳ ଦେଶ ନୁହେଁ ସାରା ବିଶ୍ୱରେ ଖୁସିର ଲହରୀ ଖେଳି ଯାଇଛି। କାରଣ ଚନ୍ଦ୍ରପୃଷ୍ଠରେ ମାନବ ବସତି ସ୍ଥାପନ ଅମ୍ଲଜାନ ରହିବା ନିହାତି ଜରୁରୀ। ନଚେତ୍‌ ଜୀବଜଗତ ରହିବା ଅସମ୍ଭବ ହୋଇ ପଡିବ।

ତେବେ ଏକ ଅଧ୍ୟୟନରେ ନାସାର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଭବିଷ୍ୟତରେ ଏକ ଲକ୍ଷ ବର୍ଷ ଯାଏଁ ୮୦୦ କୋଟି ଲୋକ ଚନ୍ଦ୍ରପୃଷ୍ଠରେ ଜନବସତି ସ୍ଥାପନ କରିପାରିବେ। ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ଚନ୍ଦ୍ରରେ ଏତେ ସଂଖ୍ୟକ ଲୋକ ରହିଲେ ସେମାନେ ପ୍ରଶ୍ୱାସ ନେବା ପାଇଁ ଅମ୍ଳଜାନ କେଉଁଠୁ ପାଇବେ।

କେବଳ ଭାରତ ନୁହେଁ ଚନ୍ଦ୍ରରେ ଅମ୍ଳଜାନର ସନ୍ଧାନ ଅଷ୍ଟ୍ରେଲିଆର ସ୍ପେସ ଏଜେନ୍ସି, ଆମେରିକୀୟ ସ୍ପେସ ଏଜେନ୍ସି ନାସା ଆର୍ଟେମିସ କାର୍ଯ୍ୟକ୍ରମ ଅଧୀନରେ ଚନ୍ଦ୍ରକୁ ଏକ ରୋଭର ପଠାଇବାକୁ ଏକ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଏହାର ଲକ୍ଷ୍ୟ ହେଉଛି ଚନ୍ଦ୍ରପୃଷ୍ଠରେ ପଥର ସଂଗ୍ରହ କରିବା। ବୈଜ୍ଞାନିକଙ୍କ ଅନୁଯାୟୀ ଏହି ପଥରଗୁଡ଼ିକ ଚନ୍ଦ୍ରକୁ ଅମ୍ଳଜାନ ଯୋଗାଇବାରେ ସାହାଯ୍ୟ କରିଥାଏ। ସୂଚନାଯୋଗ୍ୟ, ଚନ୍ଦ୍ରର ବାୟୁମଣ୍ଡଳ ଅତ୍ୟନ୍ତ ପତଳା, ଯାହା ପ୍ରାୟତଃ ହାଇଡ୍ରୋଜେନ, ନିଅନ ଓ ଅର୍ଗାନ ଦ୍ୱାରା ଗଠିତ। କିନ୍ତୁ ବୈଜ୍ଞାନିକ ଆହୁରି କହିଛନ୍ତି ଯେ, ମଣିଷ ପରି ଅମ୍ଳଜାନ ର୍ନିଭରଶୀଳ ଓ ସ୍ତନ୍ୟପାୟୀ ପ୍ରାଣୀମାନେ ଏପରି ଗ୍ୟାସୀୟ ମିଶ୍ରଣରେ ବଞ୍ଚିପାରିବେ ନାହିଁ।

ବୈଜ୍ଞାନିକଙ୍କ ଅନୁଯାୟୀ, ଚନ୍ଦ୍ରରେ ଉପଲବ୍ଧ ଅମ୍ଳଜାନ ଗ୍ୟାସୀୟ ରୂପରେ ନାହିଁ। ଏହା ରେଗୋଲିଥ ଭିତରେ ଫସି ରହିଛି। ଚନ୍ଦ୍ରପୃଷ୍ଠକୁ ଆଚ୍ଛାଦନ କରୁଥିବା ପଥର ଏବଂ ସୂକ୍ଷ୍ମ ଧୂଳିର ସ୍ତରକୁ ରେଗୋଲିଥ କୁହାଯାଏ। ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ଯଦି ଆମେ ରେଗୋଲିଥରୁ ଅମ୍ଳଜାନ ବାହାର କରୁ, ତେବେ ଚନ୍ଦ୍ରରେ ମାନବ ଜୀବନ ବଞ୍ଚାଇବା ପାଇଁ ଯଥେଷ୍ଟ ହେବ କି? ବୈଜ୍ଞାନିକଙ୍କ ଅନୁସାରେ ଆମ ଚାରିପାଖରେ ଥିବା ଅନେକ ଖଣିଜ ପଦାର୍ଥରେ ଅମ୍ଳଜାନ ମିଳିଥାଏ। ଚନ୍ଦ୍ରପୃଷ୍ଠ ମଧ୍ୟ ପୃଥିବୀରେ ଥିବା ସମାନ ପଥରରେ ଗଠିତ। ମାତ୍ର ଏଥିରେ ଉଲ୍‌କାରୁ ଆସୁଥିବା ବହୁ ପରିମାଣର ପଦାର୍ଥ ରହିଥାଏ।

ଚନ୍ଦ୍ରରେ ସିଲିକା, ଆଲୁମିନିୟମ, ଆଇରନ ଏବଂ ମ୍ୟାଗ୍ନେସିୟମ ଅକ୍ସାଇଡ ପରି ଅନେକ ଖଣିଜ ପଦାର୍ଥ ରହିଛି। ଏହି ସମସ୍ତ ଖଣିଜ ପଦାର୍ଥରେ ଅମ୍ଳଜାନ ଥାଏ। କିନ୍ତୁ ଏହା ଆମ ଫୁସଫୁସରେ ପହଞ୍ଚିପାରିବ ନାହିଁ। ଏହି ଖଣିଜ ପଦାର୍ଥଗୁଡ଼ିକ ଚନ୍ଦ୍ରରେ ବିଭିନ୍ନ ରୂପରେ ଯଥା କଠିନ ପଥର, ଧୂଳି, କଙ୍କଣ ଏବଂ ଭୂପୃଷ୍ଠକୁ ଆଚ୍ଛାଦନ କରୁଥିବା ପଥର ରୂପରେ ଅବସ୍ଥିତ। ସହସ୍ର ସହସ୍ର ବର୍ଷ ଧରି ଚନ୍ଦ୍ରପୃଷ୍ଠକୁ ଧକ୍କା ଦେଇଥିବା ଉଲକା ଦ୍ୱାରା ଏହା ସୃଷ୍ଟି ହୋଇଥାଏ।

ଚନ୍ଦ୍ରପୃଷ୍ଠରେ ଥିବା ରେଗୋଲିଥ ପ୍ରାୟ ୪୫ ପ୍ରତିଶତ ଅମ୍ଳଜାନରେ ତିଆରି। ଏହି ଅମ୍ଳଜାନକୁ ମଣିଷ ପାଇଁ ଉପଯୋଗୀ କରିବା ପାଇଁ ଇଲେକ୍ଟ୍ରୋଲାଇସିସ ପ୍ରକ୍ରିୟା ବ୍ୟବହାର କରିବାକୁ ପଡିବ। ପୃଥିବୀରେ ଏହି ପ୍ରକ୍ରିୟା ଶିଳ୍ପ କ୍ଷେତ୍ରରେ ବ୍ୟବହୃତ ହୁଏ। ଉଦାହରଣ ସ୍ବରୂପ, ଅମ୍ଳଜାନରୁ ଆଲୁମିନିୟମକୁ ଅଲଗା କରିବା ପାଇଁ, ଇଲେକ୍ଟ୍ରୋଡ ମାଧ୍ୟମରେ ତରଳ ଆଲୁମିନିୟମ ଅକ୍ସାଇଡରେ କରେଣ୍ଟ ଦିଆଯାଇଥାଏ। ଏହି କ୍ଷେତ୍ରରେ ଅମ୍ଳଜାନ ଏକ ଉପାଦାନ ଭାବରେ ଉତ୍ପନ୍ନ ହୁଏ। ଅମ୍ଳଜାନ ଚନ୍ଦ୍ରରେ ମୁଖ୍ୟ ଉତ୍ପାଦ ହେବ ଏବଂ ବାହାର କରାଯାଇଥିବା ଆଲୁମିନିୟମ ଏକ ଉପାଦାନ ହେବ।

ବୈଜ୍ଞାନିକମାନେ କହିଛନ୍ତ, ଏହା ଅତି ସରଳ ପ୍ରକ୍ରିୟା। କିନ୍ତୁ, ଏଥିରେ ବହୁ ଶକ୍ତି ଆବଶ୍ୟକ କରିବା ଏକ ବଡ ସମସ୍ୟା ଭାବେ ଉଭା ହେବ। ଏଥିପାଇଁ ଚନ୍ଦ୍ରପଷ୍ଠରେ ଉପଲବ୍ଧ ସୌରଶକ୍ତି କିମ୍ବା ଅନ୍ୟାନ୍ୟ ଶକ୍ତି ଉତ୍ସ ବ୍ୟବହାର କରିବାକୁ ପଡିବ। ରେଗୋଲିଥରୁ ଅମ୍ଳଜାନ ବାହାର କରିବା ପାଇଁ ଅନେକ ଯନ୍ତ୍ରପାତି ଆବଶ୍ୟକ ହେବ।

ଯଦି ଆମେ ଚନ୍ଦ୍ରର ରେଗୋଲିଥରୁ ଅମ୍ଳଜାନ ବାହାର କରିବାରେ ସଫଳ ହୁଏ, ତେବେ ଆମେ ବହୁ ପରିମାଣରେ ଅମ୍ଳଜାନ ପାଇପାରିବା। ଆକଳନ କରାଯାଇଛି ଯେ, ଚନ୍ଦ୍ରର ରେଗୋଲିଥ କ୍ୟୁବିକ ମିଟର ପ୍ରତି ହାରାହାରି ୧.୪ ଟନ ଖଣିଜ ପଦାର୍ଥ ଅଛି। ଏଥିରୁ ପ୍ରାୟ ୬୩୦ କିଲୋଗ୍ରାମ ଅମ୍ଳଜାନ ମିଳିପାରେ। ନାସା କହିଛି ଯେ, ବଞ୍ଚିବା ପାଇଁ ମଣିଷ ପ୍ରତିଦିନ ପ୍ରାୟ ୮୦୦ ଗ୍ରାମ ଅମ୍ଳଜାନ ଆବଶ୍ୟକ କରେ। ଏହି ଆଧାରରେ, ୬୩୦ କିଲୋଗ୍ରାମ ଅମ୍ଳଜାନ ଜଣେ ବ୍ୟକ୍ତିଙ୍କୁ ପ୍ରାୟ ଦୁଇ ବର୍ଷ କିମ୍ବା ଅଧିକ ସମୟ ବଞ୍ଚାଇ ରଖିବାରେ ସକ୍ଷମ ହେବ। ତେବେ ଚନ୍ଦ୍ରରେ ରେଗୋଲିଥର ହାରାହାରି ଗଭୀରତା ୧୦ ମିଟର ଏବଂ ଆମେ ଏଥିରୁ ସମସ୍ତ ଅମ୍ଳଜାନ ବାହାର କରିପାରିବା। ଏହାଦ୍ୱାରା ଚନ୍ଦ୍ରପୃଷ୍ଠରୁ ୧୦ ମିଟର ଉପରେ ୮୦୦ କୋଟି ଲୋକ ଏକ ଲକ୍ଷ ବର୍ଷ ବଞ୍ଚିବା ପାଇଁ ଅମ୍ଳଜାନ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri