ଏକ ଲକ୍ଷ ବର୍ଷ ଯାଏଁ ଚନ୍ଦ୍ରପୃଷ୍ଠରେ ରହିପାରିବେ ୮୦୦କୋଟି ଲୋକ, “ରେଗୋଲିଥ”ରୁ ମିଳିପାରେ ୬୩୦କି.ଗ୍ରା ଅମ୍ଲଜାନ

ଓ୍ବାଶିଂଟନ୍‌,୩୦।୮: ଚନ୍ଦ୍ରାବତରଣ କରିଛି ଭାରତର ମୁନ ମିଶନ ଚନ୍ଦ୍ରାୟାନ ୩। ତେବେ ଲ୍ୟାଣ୍ଡିଂର ୭ଦିନ ପରେ ଖୁସି ଖବର  ଦେଇଛନ୍ତି ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞା। ଚନ୍ଦ୍ରର ଦକ୍ଷିଣ ମେରୁରେ ଅମ୍ଲଜାନ ଥିବା ନେଇ ସ୍ପଷ୍ଟ କରିଛି ପ୍ରଜ୍ଞା। ଏଥିସହ ସଲଫର, ଆଲୁମିନିୟମ, କ୍ୟାଲସିୟମ, ଲୁହା, କ୍ରୋମିୟମ, ଟାଇଟାନିୟମ, ମାଙ୍ଗାନିଜ ଏବଂ ସିଲିକନ ମଧ୍ୟ ଚିହ୍ନଟ ହୋଇଛି। କିନ୍ତୁ ହାଇଡ୍ରୋଜେନର ସନ୍ଧାନ ଜାରି ରହିଛି। ତେବେ ଏନେଇ କେବଳ ଦେଶ ନୁହେଁ ସାରା ବିଶ୍ୱରେ ଖୁସିର ଲହରୀ ଖେଳି ଯାଇଛି। କାରଣ ଚନ୍ଦ୍ରପୃଷ୍ଠରେ ମାନବ ବସତି ସ୍ଥାପନ ଅମ୍ଲଜାନ ରହିବା ନିହାତି ଜରୁରୀ। ନଚେତ୍‌ ଜୀବଜଗତ ରହିବା ଅସମ୍ଭବ ହୋଇ ପଡିବ।

ତେବେ ଏକ ଅଧ୍ୟୟନରେ ନାସାର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଭବିଷ୍ୟତରେ ଏକ ଲକ୍ଷ ବର୍ଷ ଯାଏଁ ୮୦୦ କୋଟି ଲୋକ ଚନ୍ଦ୍ରପୃଷ୍ଠରେ ଜନବସତି ସ୍ଥାପନ କରିପାରିବେ। ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ଚନ୍ଦ୍ରରେ ଏତେ ସଂଖ୍ୟକ ଲୋକ ରହିଲେ ସେମାନେ ପ୍ରଶ୍ୱାସ ନେବା ପାଇଁ ଅମ୍ଳଜାନ କେଉଁଠୁ ପାଇବେ।

କେବଳ ଭାରତ ନୁହେଁ ଚନ୍ଦ୍ରରେ ଅମ୍ଳଜାନର ସନ୍ଧାନ ଅଷ୍ଟ୍ରେଲିଆର ସ୍ପେସ ଏଜେନ୍ସି, ଆମେରିକୀୟ ସ୍ପେସ ଏଜେନ୍ସି ନାସା ଆର୍ଟେମିସ କାର୍ଯ୍ୟକ୍ରମ ଅଧୀନରେ ଚନ୍ଦ୍ରକୁ ଏକ ରୋଭର ପଠାଇବାକୁ ଏକ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଏହାର ଲକ୍ଷ୍ୟ ହେଉଛି ଚନ୍ଦ୍ରପୃଷ୍ଠରେ ପଥର ସଂଗ୍ରହ କରିବା। ବୈଜ୍ଞାନିକଙ୍କ ଅନୁଯାୟୀ ଏହି ପଥରଗୁଡ଼ିକ ଚନ୍ଦ୍ରକୁ ଅମ୍ଳଜାନ ଯୋଗାଇବାରେ ସାହାଯ୍ୟ କରିଥାଏ। ସୂଚନାଯୋଗ୍ୟ, ଚନ୍ଦ୍ରର ବାୟୁମଣ୍ଡଳ ଅତ୍ୟନ୍ତ ପତଳା, ଯାହା ପ୍ରାୟତଃ ହାଇଡ୍ରୋଜେନ, ନିଅନ ଓ ଅର୍ଗାନ ଦ୍ୱାରା ଗଠିତ। କିନ୍ତୁ ବୈଜ୍ଞାନିକ ଆହୁରି କହିଛନ୍ତି ଯେ, ମଣିଷ ପରି ଅମ୍ଳଜାନ ର୍ନିଭରଶୀଳ ଓ ସ୍ତନ୍ୟପାୟୀ ପ୍ରାଣୀମାନେ ଏପରି ଗ୍ୟାସୀୟ ମିଶ୍ରଣରେ ବଞ୍ଚିପାରିବେ ନାହିଁ।

ବୈଜ୍ଞାନିକଙ୍କ ଅନୁଯାୟୀ, ଚନ୍ଦ୍ରରେ ଉପଲବ୍ଧ ଅମ୍ଳଜାନ ଗ୍ୟାସୀୟ ରୂପରେ ନାହିଁ। ଏହା ରେଗୋଲିଥ ଭିତରେ ଫସି ରହିଛି। ଚନ୍ଦ୍ରପୃଷ୍ଠକୁ ଆଚ୍ଛାଦନ କରୁଥିବା ପଥର ଏବଂ ସୂକ୍ଷ୍ମ ଧୂଳିର ସ୍ତରକୁ ରେଗୋଲିଥ କୁହାଯାଏ। ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ଯଦି ଆମେ ରେଗୋଲିଥରୁ ଅମ୍ଳଜାନ ବାହାର କରୁ, ତେବେ ଚନ୍ଦ୍ରରେ ମାନବ ଜୀବନ ବଞ୍ଚାଇବା ପାଇଁ ଯଥେଷ୍ଟ ହେବ କି? ବୈଜ୍ଞାନିକଙ୍କ ଅନୁସାରେ ଆମ ଚାରିପାଖରେ ଥିବା ଅନେକ ଖଣିଜ ପଦାର୍ଥରେ ଅମ୍ଳଜାନ ମିଳିଥାଏ। ଚନ୍ଦ୍ରପୃଷ୍ଠ ମଧ୍ୟ ପୃଥିବୀରେ ଥିବା ସମାନ ପଥରରେ ଗଠିତ। ମାତ୍ର ଏଥିରେ ଉଲ୍‌କାରୁ ଆସୁଥିବା ବହୁ ପରିମାଣର ପଦାର୍ଥ ରହିଥାଏ।

ଚନ୍ଦ୍ରରେ ସିଲିକା, ଆଲୁମିନିୟମ, ଆଇରନ ଏବଂ ମ୍ୟାଗ୍ନେସିୟମ ଅକ୍ସାଇଡ ପରି ଅନେକ ଖଣିଜ ପଦାର୍ଥ ରହିଛି। ଏହି ସମସ୍ତ ଖଣିଜ ପଦାର୍ଥରେ ଅମ୍ଳଜାନ ଥାଏ। କିନ୍ତୁ ଏହା ଆମ ଫୁସଫୁସରେ ପହଞ୍ଚିପାରିବ ନାହିଁ। ଏହି ଖଣିଜ ପଦାର୍ଥଗୁଡ଼ିକ ଚନ୍ଦ୍ରରେ ବିଭିନ୍ନ ରୂପରେ ଯଥା କଠିନ ପଥର, ଧୂଳି, କଙ୍କଣ ଏବଂ ଭୂପୃଷ୍ଠକୁ ଆଚ୍ଛାଦନ କରୁଥିବା ପଥର ରୂପରେ ଅବସ୍ଥିତ। ସହସ୍ର ସହସ୍ର ବର୍ଷ ଧରି ଚନ୍ଦ୍ରପୃଷ୍ଠକୁ ଧକ୍କା ଦେଇଥିବା ଉଲକା ଦ୍ୱାରା ଏହା ସୃଷ୍ଟି ହୋଇଥାଏ।

ଚନ୍ଦ୍ରପୃଷ୍ଠରେ ଥିବା ରେଗୋଲିଥ ପ୍ରାୟ ୪୫ ପ୍ରତିଶତ ଅମ୍ଳଜାନରେ ତିଆରି। ଏହି ଅମ୍ଳଜାନକୁ ମଣିଷ ପାଇଁ ଉପଯୋଗୀ କରିବା ପାଇଁ ଇଲେକ୍ଟ୍ରୋଲାଇସିସ ପ୍ରକ୍ରିୟା ବ୍ୟବହାର କରିବାକୁ ପଡିବ। ପୃଥିବୀରେ ଏହି ପ୍ରକ୍ରିୟା ଶିଳ୍ପ କ୍ଷେତ୍ରରେ ବ୍ୟବହୃତ ହୁଏ। ଉଦାହରଣ ସ୍ବରୂପ, ଅମ୍ଳଜାନରୁ ଆଲୁମିନିୟମକୁ ଅଲଗା କରିବା ପାଇଁ, ଇଲେକ୍ଟ୍ରୋଡ ମାଧ୍ୟମରେ ତରଳ ଆଲୁମିନିୟମ ଅକ୍ସାଇଡରେ କରେଣ୍ଟ ଦିଆଯାଇଥାଏ। ଏହି କ୍ଷେତ୍ରରେ ଅମ୍ଳଜାନ ଏକ ଉପାଦାନ ଭାବରେ ଉତ୍ପନ୍ନ ହୁଏ। ଅମ୍ଳଜାନ ଚନ୍ଦ୍ରରେ ମୁଖ୍ୟ ଉତ୍ପାଦ ହେବ ଏବଂ ବାହାର କରାଯାଇଥିବା ଆଲୁମିନିୟମ ଏକ ଉପାଦାନ ହେବ।

ବୈଜ୍ଞାନିକମାନେ କହିଛନ୍ତ, ଏହା ଅତି ସରଳ ପ୍ରକ୍ରିୟା। କିନ୍ତୁ, ଏଥିରେ ବହୁ ଶକ୍ତି ଆବଶ୍ୟକ କରିବା ଏକ ବଡ ସମସ୍ୟା ଭାବେ ଉଭା ହେବ। ଏଥିପାଇଁ ଚନ୍ଦ୍ରପଷ୍ଠରେ ଉପଲବ୍ଧ ସୌରଶକ୍ତି କିମ୍ବା ଅନ୍ୟାନ୍ୟ ଶକ୍ତି ଉତ୍ସ ବ୍ୟବହାର କରିବାକୁ ପଡିବ। ରେଗୋଲିଥରୁ ଅମ୍ଳଜାନ ବାହାର କରିବା ପାଇଁ ଅନେକ ଯନ୍ତ୍ରପାତି ଆବଶ୍ୟକ ହେବ।

ଯଦି ଆମେ ଚନ୍ଦ୍ରର ରେଗୋଲିଥରୁ ଅମ୍ଳଜାନ ବାହାର କରିବାରେ ସଫଳ ହୁଏ, ତେବେ ଆମେ ବହୁ ପରିମାଣରେ ଅମ୍ଳଜାନ ପାଇପାରିବା। ଆକଳନ କରାଯାଇଛି ଯେ, ଚନ୍ଦ୍ରର ରେଗୋଲିଥ କ୍ୟୁବିକ ମିଟର ପ୍ରତି ହାରାହାରି ୧.୪ ଟନ ଖଣିଜ ପଦାର୍ଥ ଅଛି। ଏଥିରୁ ପ୍ରାୟ ୬୩୦ କିଲୋଗ୍ରାମ ଅମ୍ଳଜାନ ମିଳିପାରେ। ନାସା କହିଛି ଯେ, ବଞ୍ଚିବା ପାଇଁ ମଣିଷ ପ୍ରତିଦିନ ପ୍ରାୟ ୮୦୦ ଗ୍ରାମ ଅମ୍ଳଜାନ ଆବଶ୍ୟକ କରେ। ଏହି ଆଧାରରେ, ୬୩୦ କିଲୋଗ୍ରାମ ଅମ୍ଳଜାନ ଜଣେ ବ୍ୟକ୍ତିଙ୍କୁ ପ୍ରାୟ ଦୁଇ ବର୍ଷ କିମ୍ବା ଅଧିକ ସମୟ ବଞ୍ଚାଇ ରଖିବାରେ ସକ୍ଷମ ହେବ। ତେବେ ଚନ୍ଦ୍ରରେ ରେଗୋଲିଥର ହାରାହାରି ଗଭୀରତା ୧୦ ମିଟର ଏବଂ ଆମେ ଏଥିରୁ ସମସ୍ତ ଅମ୍ଳଜାନ ବାହାର କରିପାରିବା। ଏହାଦ୍ୱାରା ଚନ୍ଦ୍ରପୃଷ୍ଠରୁ ୧୦ ମିଟର ଉପରେ ୮୦୦ କୋଟି ଲୋକ ଏକ ଲକ୍ଷ ବର୍ଷ ବଞ୍ଚିବା ପାଇଁ ଅମ୍ଳଜାନ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri