Posted inଜାତୀୟ

ଅଖିଳେଶ ଯାଦବଙ୍କ ପରିବାର ବିରୋଧରେ ପ୍ରାର୍ଥୀ ଦେବେ ଓଓ୍ବାଇଇସି

ଲକ୍ଷ୍ନୌ,୨୯।୨: ଆସନ୍ତା ଲୋକ ସଭା ନିର୍ବାଚନରେ ଇଣ୍ଡିଆ ମିଳିତ ମଞ୍ଚରେ ଯୋଗ ନ ଦେଇ ରାଗିଯାଇ ଅସଦୁଦ୍ଦିନ ଓୱାଇଇସିଙ୍କ ଦଳ ଏଆଇଏମଆଇଏମ ରାଜ୍ୟର ୭ଟି ଲୋକ ସଭା ଆସନରେ ନିର୍ବାଚନ ଲଢିବାକୁ ଘୋଷଣା କରିଛି। ଏହି ଆସନଗୁଡ଼ିକ ହେଉଛି ସମାଜବାଦୀ ପାର୍ଟିର ଗଡ଼ ଏବଂ ଅଖିଳେଶ ଯାଦବଙ୍କ ପରିବାର ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଇଣ୍ଡିଆ ମିଳିତ ମଞ୍ଚ ଉପରେ ସଉତୁଣୀ ଭଳି ବ୍ୟବହାର କରୁଥିବା ଅଭିଯୋଗ କରୁଥିବାବେଳେ ଓୱାଇସିଙ୍କ ଦଳ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ଯେଉଁ ଆସନ ଗୁଡିକରେଏଆଇଏମଆଇଏମ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି, ସେ ଅଖିଳେଶ ଯାଦବଙ୍କ ସମ୍ଭାବ୍ୟ ଆସନ, ଆଜମଗଡ, ଶିବପାଲ ଯାଦବଙ୍କ ବାଦାଉନ, ପ୍ରଫେସର ରାମ ଗୋପାଳ ଯାଦବଙ୍କ ପୁଅ ଅକ୍ଷୟଙ୍କ ଆସନ ଫିରୋଜାବାଦ ଏବଂ ଡିମ୍ପଲ ଯାଦବଙ୍କ ମୌନପୁରୀରୁ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ ସମ୍ଭଲ, ମୁରାଦାବାଦ, ଅମରୋହା, ମେରଠ ଭଳି ମୁସଲିମ ପ୍ରାଧାନ୍ୟ ଆସନରେ ନିର୍ବାଚନ ଲଢିବାକୁ ଦଳ ଘୋଷଣା କରିଛି। ଭବିଷ୍ୟତର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇପାରିବ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ଏଆଇଏମଆଇଏମ ଇଣ୍ଡିଆ ମିଳିତ ମଞ୍ଚରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରି ଉତ୍ତରପ୍ରଦେଶରୁ ୫ଟି ସିଟ ଦାବି କରିଥିଲା। ଏଆଇଏମଆଇଏମ ରାଜ୍ୟ ମୁଖପାତ୍ର ମହମ୍ମଦ ଫରହାନ ଦାବି କରିଛନ୍ତି ଯେ ଜୟ ମିମ ଏବଂ ଜୟ ଭୀମଙ୍କ ସ୍ଲୋଗାନ ମଧ୍ୟ ତାଙ୍କ ଦଳ ଦେଇଛି। ଏଭଳି ପରିସ୍ଥିତିରେ ଯଦି ଲୋକ ସଭା ନିର୍ବାଚନରେ ମୁସଲମାନ ଏବଂ ଦଳିତ ଭୋଟ ପାଆନ୍ତି, ତେବେ କେବଳ ସେମାନଙ୍କ ଦଳ ଅତି କମରେ ପାଞ୍ଚଟି ଆସନ ଜିତିବେ ନାହିଁ, ବରଂ ଏହା ଅନ୍ୟ ଦଳର ସମୀକରଣକୁ ମଧ୍ୟ ନଷ୍ଟ କରିପାରେ। ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ଇଣ୍ଡିଆ ମିଳିତ ମଞ୍ଚ, କଂଗ୍ରେସ ଏବଂ ସମାଜବାଦି ପାର୍ଟିର ବଡ ଦଳ ତାଙ୍କୁ ଏହି ମେଣ୍ଟରେ ଅନ୍ତର୍ଭୁକ୍ତ କରନ୍ତି ଏବଂ ତାଙ୍କୁ ଏହି ଚୁକ୍ତିରେ ୫ଟି ଲୋକ ସଭା ଆସନ ଦିଅନ୍ତି, ତା’ହେଲେ ତାଙ୍କ ଦଳ ଇଣ୍ଡିଆ ମିଳିତ ମଞ୍ଚ ସହିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri