ନୂଆଦିଲ୍ଲୀ,୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳେ ଆଦମପୁରସ୍ଥିତ ଭାରତୀୟ ବାୟୁସେନାର ଷ୍ଟେଶନରେ ଯବାନମାନଙ୍କୁ ଭେଟିଛନ୍ତି। ପୂର୍ବରୁ ପାକିସ୍ତାନ ଏହି ଏୟାରବେସ୍କୁ କ୍ଷତି ପହଞ୍ଚାଇଥିବା ଡିଣ୍ଡିମ ପିଟି ଆସୁଥିବା ବେଳେ ମୋଦିଙ୍କ ଏହି ଗସ୍ତ ପରୋକ୍ଷ ସମ୍ବାଦ ଦେଉଥିବା କୁହାଯାଉଛି। ଏସବୁ ମଧ୍ୟରେ AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ପାକିସ୍ତାନକୁ କଟାକ୍ଷ କରିଛନ୍ତି।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏବଂ ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିରଙ୍କୁ ଇଙ୍ଗିତ କରି ଓଓ୍ବାଇସି ‘ଏକ୍ସ’ରେ ଲେଖିଛନ୍ତି, କ’ଣ ଶରିଫ ଏବଂ ମୁନିର ଲିଜ୍ରେ ନେଇଥିବା ଚାଇନା ବିମାନକୁ ରହିମ ୟାର ଖାନ୍ ଏୟାରବେସରେ ଓହ୍ଲାଇପାରିବେ କି?
Will S Sharief & A Munir be able to land their Leased Chinese Aircraft at
Rahim Yar khan Airbase ?— Asaduddin Owaisi (@asadowaisi) May 13, 2025
ତେବେ ଆଦମପୁର ଏୟାରବେସ ଦେଶର ଦ୍ୱିତୀୟ ବୃହତ ବାୟୁସେନା କେନ୍ଦ୍ର। ମୋଦି ଏଠାକୁ ଗସ୍ତ କରି ପାକିସ୍ତାନର ମିଛ ଦାବିକୁ ସାମ୍ନାକୁ ଆଣିଛନ୍ତି। ତେବେ ଉଭୟ ଦେଶ ମଧ୍ୟରେ ମେ’ ୧୦ରେ ଯୁଦ୍ଧବିରତି ନେଇ ସହମତି ପ୍ରକାଶ କରାଯାଇଛି। ଏହା କେବଳ ସ୍ଥଗିତ ରଖାଯାଇଥିବା ଭାରତ ସ୍ପଷ୍ଟ କରିଛି।


