ଚାକିରି ଦେବା ଆଳରେ କୋଟିଏରୁ ଊର୍ଦ୍ଧ୍ୱ ଠକେଇ: ନକଲି ବିଏସ୍‌ଏନ୍‌ଏଲ ଅଧିକାରୀ ଗିରଫ

ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ): ନିଜକୁ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର ପଦସ୍ଥ ଅଧିକାରୀ ପରିଚୟ ଦେଇ ଚାକିରି ଦେବା ଆଳରେ ପଶ୍ଚିମ ଓଡ଼ିଶାର ଅନେକ ଯୁବତୀଯୁବକଙ୍କଠାରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ବରଗଡ଼ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ବଲାଙ୍ଗୀର ଜିଲା ସଇଁତଳା ଥାନା କନ୍ଧକେଲ ପଞ୍ଚାୟତ ଅଧୀନ ଡଙ୍ଗରପଡ଼ା ଗ୍ରାମର ନିତେଇଗୌର ବାରିକ(୩୦)। ତାଙ୍କ ପାଖରୁ ଠକେଇରେ ବ୍ୟବହୃତ ନକଲି ପରିଚୟ ପତ୍ର, ଚେକ୍‌ ବୁକ୍‌, ନକଲି ନିଯୁକ୍ତି ପତ୍ର, ଡାଏରୀ ସମେତ ନଗଦ ୧୩ଲକ୍ଷ ୫୫୦ ଟଙ୍କା ଜବତ ହୋଇଛି। ଏ ନେଇ ବରଗଡ଼ ସଦର ଥାନା ପୋଲିସ ଏକ ମାମଲା (ନଂ.୨୬୭/୨୩) ରୁଜୁ କରି ଅଭିଯୁକ୍ତଙ୍କୁ ସୋମବାର କୋର୍ଟଚାଲାଣ କରିଛି ।
ବରଗଡ଼ ସଦର ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏ ନେଇ ସୂଚନା ଦେଇ ଅତିରିକ୍ତ ଏସ୍‌ପି ତପନ କୁମାର ମହାନ୍ତି କହିଥିଲେ, ଅଭିଯୁକ୍ତ ନିତେଇଗୌର ଫେସ୍‌ବୁକରେ ୨ଟି ଆକାଉଣ୍ଟ ଖୋଲିଥିଲେ। ସେ ଏସ୍‌. ପ୍ରଧାନ ନାମରେ ଖୋଲିଥିବା ଫେସ୍‌ବୁକ ଆକାଉଣ୍ଡରେ ନିଜକୁ ବିଏସ୍‌ଏନ୍‌ଏଲ୍‌ର ଏଜିଏମ୍‌ ଏବଂ ଜ୍ଞାନେନ୍ଦ୍ର ବାରିକ ନାମରେ ଖୋଲିଥିବା ଫେସ୍‌ବୁକ ଆକାଉଣ୍ଟରେ ନିଜକୁ ଡିଜିଏମ୍‌ ବୋଲି ପରିଚୟ ଦେଇଥିଲେ। ସେ ନିଜର ଏହି ୨ଟି ଫେସ୍‌ବୁକ ଆକାଉଣ୍ଟରେ ଯୁବତୀ ଯୁବକଙ୍କ ସହିତ ଯୋଡ଼ି ହୋଇ ଚାଟିଂ କରିବା ସହ ବିନା ପରୀକ୍ଷାରେ ବିଏସ୍‌ଏନ୍‌ଏଲରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇଥିଲେ। ଏହାକୁ ବିଶ୍ୱାସ କରି ବରଗଡ଼, ସୋନପୁର, ବଲାଙ୍ଗୀର, କଳାହାଣ୍ଡି ଜିଲାର ବହୁ ବେକାର ଯୁବତୀ ଯୁବକ ଅଭିଯୁକ୍ତଙ୍କୁ ଲକ୍ଷାଧିକ ଟଙ୍କା ଦେଇଥିଲେ। ଏଭଳି ଭାବେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇ ଅଭିଯୁକ୍ତ ସେମାନଙ୍କୁ ନକଲି ନିଯୁକ୍ତିପତ୍ର ଦେଇଥିଲେ। ସେହି ନିଯୁକ୍ତିପତ୍ର ନକଲି ଜଣାପଡିବା ପରେ ସମ୍ପୃକ୍ତ ଯୁବତୀ ଯୁବକ ଅଭିଯୁକ୍ତଙ୍କୁ ଟଙ୍କା ଫେରାଇବାକୁ କହିଥିଲେ। ଟଙ୍କା ଫେରାଇବା ବଦଳରେ ଅଭିଯୁକ୍ତ ସେମାନଙ୍କୁ ଚେକ୍‌ ଦେଇଥିଲେ ଏବଂ ତାହା ବାଉନ୍ସ ହୋଇଯାଇଥିଲା। ଏ ସମ୍ପର୍କରେ ଶନିବାର ବରଗଡ଼ ଜିଲା ସୋହେଲା ଥାନା କନଗାଁ ନିବାସୀ ଡୁଲେଶ୍ୱର ସାହୁ(୨୩) ବରଗଡ଼ ସଦର ଥାନାରେ ଏତଲା ଦେବା ପରେ ପୋଲିସ ଉକ୍ତ ମାମଲା ରୁଜୁ କରି ତଦନ୍ତ କରିଥିଲା ବୋଲି ଅତିରିକ୍ତ ଏସ୍‌ପି ମହାନ୍ତି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri