ଚାକିରି ଦେବା ଆଳରେ କୋଟିଏରୁ ଊର୍ଦ୍ଧ୍ୱ ଠକେଇ: ନକଲି ବିଏସ୍‌ଏନ୍‌ଏଲ ଅଧିକାରୀ ଗିରଫ

ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ): ନିଜକୁ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର ପଦସ୍ଥ ଅଧିକାରୀ ପରିଚୟ ଦେଇ ଚାକିରି ଦେବା ଆଳରେ ପଶ୍ଚିମ ଓଡ଼ିଶାର ଅନେକ ଯୁବତୀଯୁବକଙ୍କଠାରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ବରଗଡ଼ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ବଲାଙ୍ଗୀର ଜିଲା ସଇଁତଳା ଥାନା କନ୍ଧକେଲ ପଞ୍ଚାୟତ ଅଧୀନ ଡଙ୍ଗରପଡ଼ା ଗ୍ରାମର ନିତେଇଗୌର ବାରିକ(୩୦)। ତାଙ୍କ ପାଖରୁ ଠକେଇରେ ବ୍ୟବହୃତ ନକଲି ପରିଚୟ ପତ୍ର, ଚେକ୍‌ ବୁକ୍‌, ନକଲି ନିଯୁକ୍ତି ପତ୍ର, ଡାଏରୀ ସମେତ ନଗଦ ୧୩ଲକ୍ଷ ୫୫୦ ଟଙ୍କା ଜବତ ହୋଇଛି। ଏ ନେଇ ବରଗଡ଼ ସଦର ଥାନା ପୋଲିସ ଏକ ମାମଲା (ନଂ.୨୬୭/୨୩) ରୁଜୁ କରି ଅଭିଯୁକ୍ତଙ୍କୁ ସୋମବାର କୋର୍ଟଚାଲାଣ କରିଛି ।
ବରଗଡ଼ ସଦର ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏ ନେଇ ସୂଚନା ଦେଇ ଅତିରିକ୍ତ ଏସ୍‌ପି ତପନ କୁମାର ମହାନ୍ତି କହିଥିଲେ, ଅଭିଯୁକ୍ତ ନିତେଇଗୌର ଫେସ୍‌ବୁକରେ ୨ଟି ଆକାଉଣ୍ଟ ଖୋଲିଥିଲେ। ସେ ଏସ୍‌. ପ୍ରଧାନ ନାମରେ ଖୋଲିଥିବା ଫେସ୍‌ବୁକ ଆକାଉଣ୍ଡରେ ନିଜକୁ ବିଏସ୍‌ଏନ୍‌ଏଲ୍‌ର ଏଜିଏମ୍‌ ଏବଂ ଜ୍ଞାନେନ୍ଦ୍ର ବାରିକ ନାମରେ ଖୋଲିଥିବା ଫେସ୍‌ବୁକ ଆକାଉଣ୍ଟରେ ନିଜକୁ ଡିଜିଏମ୍‌ ବୋଲି ପରିଚୟ ଦେଇଥିଲେ। ସେ ନିଜର ଏହି ୨ଟି ଫେସ୍‌ବୁକ ଆକାଉଣ୍ଟରେ ଯୁବତୀ ଯୁବକଙ୍କ ସହିତ ଯୋଡ଼ି ହୋଇ ଚାଟିଂ କରିବା ସହ ବିନା ପରୀକ୍ଷାରେ ବିଏସ୍‌ଏନ୍‌ଏଲରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇଥିଲେ। ଏହାକୁ ବିଶ୍ୱାସ କରି ବରଗଡ଼, ସୋନପୁର, ବଲାଙ୍ଗୀର, କଳାହାଣ୍ଡି ଜିଲାର ବହୁ ବେକାର ଯୁବତୀ ଯୁବକ ଅଭିଯୁକ୍ତଙ୍କୁ ଲକ୍ଷାଧିକ ଟଙ୍କା ଦେଇଥିଲେ। ଏଭଳି ଭାବେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇ ଅଭିଯୁକ୍ତ ସେମାନଙ୍କୁ ନକଲି ନିଯୁକ୍ତିପତ୍ର ଦେଇଥିଲେ। ସେହି ନିଯୁକ୍ତିପତ୍ର ନକଲି ଜଣାପଡିବା ପରେ ସମ୍ପୃକ୍ତ ଯୁବତୀ ଯୁବକ ଅଭିଯୁକ୍ତଙ୍କୁ ଟଙ୍କା ଫେରାଇବାକୁ କହିଥିଲେ। ଟଙ୍କା ଫେରାଇବା ବଦଳରେ ଅଭିଯୁକ୍ତ ସେମାନଙ୍କୁ ଚେକ୍‌ ଦେଇଥିଲେ ଏବଂ ତାହା ବାଉନ୍ସ ହୋଇଯାଇଥିଲା। ଏ ସମ୍ପର୍କରେ ଶନିବାର ବରଗଡ଼ ଜିଲା ସୋହେଲା ଥାନା କନଗାଁ ନିବାସୀ ଡୁଲେଶ୍ୱର ସାହୁ(୨୩) ବରଗଡ଼ ସଦର ଥାନାରେ ଏତଲା ଦେବା ପରେ ପୋଲିସ ଉକ୍ତ ମାମଲା ରୁଜୁ କରି ତଦନ୍ତ କରିଥିଲା ବୋଲି ଅତିରିକ୍ତ ଏସ୍‌ପି ମହାନ୍ତି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri