ଆସନ୍ତାକାଲି ସରିବ ପଞ୍ଚାୟତ ନିର୍ବାଚନ, ଜାଣନ୍ତୁ ଏଥର କେମିତି ହେବ ଗଣତି

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁବାର ସରିବ ମତଦାନ। ତେବେ ୨୬ରୁ ଭୋଟ୍‌ ଗଣତି ଆରମ୍ଭ ହେବ। ପୂର୍ବରୁ ବୁଥ୍‌ରେ ଗଣତି କରାଯାଇ ସେହିଦିନ ପ୍ରାର୍ଥୀଙ୍କ ଫଳାଫଳ ଘୋଷଣା କରାଯାଉଥିଲା। ମାତ୍ର ଚଳିତଥର ଗଣତି ପ୍ରକ୍ରିୟାରେ ପରିବର୍ତ୍ତନ ହୋଇଛି। ଏଥର ଭୋଟ ଗଣତି ସେଣ୍ଟ୍ରାଲ କାଉଣ୍ଟିଂ ହେବ।

୨୬ ତାରିଖ ସକାଳ ୮ରୁ ଭୋଟ୍‌ ଗଣତି ଆରମ୍ଭ ହେବ। ଜିଲା ପରିଷଦ ଜୋନ୍‌ ଅନୁସାରେ ଏହି ଗଣତି ହେବ। ୩୧୪ ବ୍ଲକରେ ଏହି ଗଣତି ହେବ। ସେଥିପାଇଁ ସମସ୍ତ ବ୍ଲକରେ ବଡ଼ବଡ଼ ହଲର ବ୍ୟବସ୍ଥା କରାଯାଇଛି। ଭୋଟ୍‌ ଗଣତି କେନ୍ଦ୍ରରେ ପ୍ରତି ଜୋନ୍‌ରେ ଯେତିକି ପଞ୍ଚାୟତ ରହିଛି ସେତିକି ଗଣତି ପାଇଁ ଟେବୁଲ ରହିବ। ଗୋଟଏ ହଲ୍‌ରେ ସର୍ବାଧିକ ୧୦ଟି ଟେବୁଲ ରହିବ।

ଓଡ଼ିଆ ଆଲଫାବେଟ୍‌ ଅନୁଯାୟୀ ପଞ୍ଚାୟତଗୁଡ଼ିକୁ ଟେବୁଲ ଦିଆଯିବ। ଗୋଟିଏ ଟେବୁଲ ଭୋଟ୍‌ ଗଣତି ପାଇଁ ୪ ଜଣ ଅଧିକାରୀ ରହିବେ। ଜଣେ କଉଣ୍ଟିଂ ସୁପର ଭାଇଜର, ଦୁଇ ଜଣ କଉଣ୍ଟିଂ ଆସିଷ୍ଟାଣ୍ଟ ଆଉ ଜଣେ ଗ୍ରୁପ ଡି କର୍ମଚାରୀ ରହିବେ। କେଉଁ ଟିମ୍‌ କେଉଁ ଟେବୁଲରେ ବସିବେ ସେନେଇ ଧର୍ମଗୁଳା ପଡ଼ି ନିଷ୍ପତ୍ତି ନିଆଯିବ। ଜିଲା ପରିଷଦ ଅନୁଯାୟୀ ଗଣନା କରାଯିବ। ଯେଉଁ ବ୍ଲକରେ ୫ଟି ଜିଲା ପରିଷଦ ଜୋନ୍‌ ଥିବ ପ୍ରଥମ ଦିନ ଗୋଟିଏ, ଦ୍ବିତୀୟ ଦିନ ୨ଟି ତୃତୀୟ ଦିନ ୨ଟି ଜିଲା ପରିଷଦ ଜୋନ୍‌ରେ ଗଣତି ହେବ। ଯେଉଁ ବ୍ଲକରେ ୬ଟି ଜିଲା ପରିଷଦ ଜୋନ୍‌ ଥିବ ପ୍ରତିଦିନ ୨ଟି ଜୋନ୍‌ର ଭୋଟ ଗଣତି ହେବ। ଜଣେ ପ୍ରାର୍ଥୀଙ୍କ ପାଇଁ ଜଣେ ଏଜେଣ୍ଟ ରହିବେ। ଗଣତି ପାଇଁ ଧାର୍ଯ୍ୟ ହୋଇଥିବା ସମୟର ୧୫ ମିନିଟ ପୂର୍ବରୁ ବାଲଟ ବକ୍ସ ଗଣତି ହଲ୍‌କୁ ଅଣାଯିବ।

ବାଲଟ ବକ୍ସର ସିଲ ଖୋଲାଯିବା ପରେ ଟେବୁଲ ଉପରେ ବାଲଟ ପେପରକୁ ଢ଼ଳାଯିବ। ପରେ ବାଲଟ ପେପରକୁ ପ୍ରଥମେ ରଙ୍ଗ ଅନୁସାରେ ଅଲଗା ରଖାଯିବ। ପ୍ରଥମେ ଓ୍ବାର୍ଡମେମ୍ବର ପରେ ସରପଞ୍ଚ, ପରେ ସମିତିସଭ୍ୟ ଏବଂ ଶେଷରେ ଜିଲା ପରିଷଦ ପ୍ରାର୍ଥୀଙ୍କର ଭୋଟ୍‌ ଗଣନା ହେବ। ପରେ ବ୍ଲକ କାର୍ଯ୍ୟାଳୟରେ ଫେଜ୍‌ ଓ୍ବାଇଜ୍‌ ଫଳାଫଳ ଘୋଷଣା ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

‘ଆପଣ ଦ୍ବିତୀୟ ଥର ଧୋକା ଦେଇପାରିବେନି’…ଟ୍ରମ୍ପଙ୍କୁ ଗାଳି କରି ହାତ ଛାଡିଦେଲା ସ୍ପେନ

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri