୨ ବର୍ଷରେ ପୋଲିସ ଉପରେ ୧୫ରୁ ଊର୍ଦ୍ଧ୍ୱ ଆକ୍ରମଣ

ଭୁବନେଶ୍ୱର,୩।୬(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ହତ୍ୟା, ଛିନତାଇ, ଚୋରି, ଡକାୟତି, ଆକ୍ରମଣ ଆଦି ଆପରାଧିକ ଘଟଣା ବଢିବାରେ ଲାଗିଛି। ଘରେ ହେଉ କି ବାହାରେ, ସବୁଠି ଲୋକେ ନିଜକୁ ଅସରୁକ୍ଷିତ ଅନୁଭବ କରୁଛନ୍ତି। କେତେବେଳେ କିଏ ଆସି ହାଣି ଚାଲିଯିବ, ସବୁକିଛି ଲୁଟିନେବ – ଏଭଳି ଭୟ ଓ ଆଶଙ୍କା ସବୁବେଳେ ଲୋକଙ୍କୁ ଘାରୁଛି। କାରଣ ରାଜଧାନୀରେ ଚାଲିଛି ଅପରାଧୀ ରାଜ୍‌। ଏପରିକି ଲୋକଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ବି ନିଜେ ଅସୁରକ୍ଷିତ ହୋଇପଡୁଛି। ସହରକୁ ଅପରାଧ ମୁକ୍ତ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରୟାସ କରାଯାଉଛି। ଏହାସତ୍ତ୍ୱେ ମଧ୍ୟ ଅପରାଧୀଙ୍କ ମଧ୍ୟରେ ପୋଲିସ ପ୍ରତି ଟିକେ ହେଲେ ଭୟ ରହୁନି। ପୋଲିସ ପୋଷାକରେ ଥିବା ସତ୍ତ୍ୱେ ଅପରାଧୀ ଓ ମଦ୍ୟପମାନେ କେତେବେଳେ ଦୁର୍ବ୍ୟବହାର ତ ପୁଣି କେତେବେଳେ ଆକ୍ରମଣ କରି ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି। ଏପରିକି ସାଧାରଣ ଲୋକେ ମଧ୍ୟ ପୋଲିସକୁ ଆକ୍ରମଣ କରୁଥିବାର ଦେଖାଯାଇଛି। ଗତ ୨ ବର୍ଷ ମଧ୍ୟରେ ମିଶନରେଟ ପୋଲିସ ୧୫ରୁ ଅଧିକ ଥର ଆକ୍ରମଣ ଶିକାର ହୋଇଥିବା ନଜିର ରହିଛି। ତେବେ ପୋଲିସ ପ୍ରତି ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ବୁଦ୍ଧିଜୀବୀ ମହଲରେ ନାନା ଆଲୋଚନା ହେଉଛି। ଯଦି ପୋଲିସ ନିଜେ ସୁରକ୍ଷିତ ନୁହେଁ, ତା’ହେଲେ ସାଧାରଣ ଜନତାଙ୍କୁ କିଭଳି ସୁରକ୍ଷିତ ଦେବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ କମିଶନରେଟ ପୋଲିସ ନିଜକୁ ସେଭଳି ଦକ୍ଷ କରିବା ସହ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମତ ପ୍ରକାଶ ପାଉଛି।

କିଛି ଘଟଣାବଳୀ…

୨୦୨୩ ଅଗଷ୍ଟ ୧୮ ରାତିରେ ଲିଙ୍ଗିପୁରରେ ଡକାୟତି ଯୋଜନାବେଳେ ଧଉଳି ପୋଲିସ ଚଢ଼ାଉ କରିବାରୁ ଅପରାଧୀମାନେ ପୋଲିସ ଟିମ୍‌ ଉପରେ ଆକ୍ରମଣ କରିଥିଲେ। ଏଥିରେ ୨ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ।
୨୦୨୩ ଅଗଷ୍ଟ ୨୬ରେ ରଙ୍ଗ୍‌ ରୁଟ୍‌ରେ ବାଇକ୍‌ ଚଳାଇ ଆସୁଥିବାବେଳେ ବାରଣ କରିବାରୁ ଖାରବେଳଗନ ଥାନା ଏଏସ୍‌ଆଇ ଦେବରାଜ କିଶାନଙ୍କୁ ଜଣେ ଯୁବତୀ ଓ ତାଙ୍କର କେତେଜଣ ସହଯୋଗୀ ଗାଳିଗୁଲଜ କରିବା ସହ ଚାପୁଡ଼ା ମାରିଥିଲେ।
୨୦୨୩ ସେପ୍ଟେମ୍ବର ୨୬ରେ ଉଚ୍ଚ ଶବ୍ଦ ମ୍ୟୁଜିକ ବଜାଇ ଯାଉଥିବା ଶୋଭାଯାତ୍ରାକୁ ବାରଣ କରିବାରୁ ପିସିଆର୍‌ ଗାଡିକୁ ଭଙ୍ଗାରୁଜା ସହ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ଧଉଳି ଥାନା ପୋଲିସ ଡିଜେ ପ୍ଲେୟାରଙ୍କ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

୨୦୨୩ ଅଗଷ୍ଟଅକ୍ଟୋବର ୮ ରାତିରେ ୩ଜଣ ଯୁବକ ମଦ୍ୟପାନ କରି ଗାଡି ଚଳାଇବା ସହ ଲୋକଙ୍କୁ ଗାଳିଗୁଳଜ କରୁଥିବାବେଳେ ଭରତପୁର ଥାନାର ଏସ୍‌ଆଇ ଓ ଜଣେ ହାବିଲଦାର ସେମାନଙ୍କୁ ପିଛା କରି କାବୁ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ମଦ୍ୟପ ଯୁବକମାନେ ଦୁଇଜଣ ପୋଲିସ ଉପରେ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ସମ୍ପୃକ୍ତ ମଦ୍ୟପଯୁବକଙ୍କୁ କାବୁ କରି ମାଡ଼ ମାରିଥିଲେ।
୨୦୨୪ ମାର୍ଚ୍ଚ ୧୧ରେ ପିସିଆର କର୍ମଚାରୀଙ୍କୁ ଆକ୍ରମଣ କରିବା ମାମଲାରେ ତମାଣ୍ଡୋ ଥାନା ପୋଲିସ ୨ ଭାଇଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା।
୨୦୨୪ ଏପ୍ରିଲ ୨୮ରେ ମାଷ୍ଟରକ୍ୟାଣ୍ଟିନ ଛକରେ ଖାରବେଳନଗର ଥାନା ଅଧିକାରୀ ତାଙ୍କ ଟିମ୍‌ ସହ ଚେକିଂ କରୁଥିଲେ। ଏହି ସମୟରେ ଶ୍ରୀୟାଟକିଜ ଛକରୁ ମାଷ୍ଟରକ୍ୟାଣ୍ଟିନ ଛକ ଅଭିମୁଖେ ଏକ କାର ଦ୍ରୁତଗତିରେ ବିପଦଜନକ ଭାବେ ଆସୁଥିବା ଦେଖି ପୋଲିସ କର୍ମଚାରୀ ଉକ୍ତ ଗାଡିକୁ ବହୁ କଷ୍ଟରେ ଅଟକାଇଥିଲେ। ହେଲେ କାର ଭିତରେ ବସିଥିବା ଯୁବକମାନେ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଥିଲେ। ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିଲା ।
୨୦୨୪ମେ ୩୦ରେ ଜଣେ ନାବାଳକଙ୍କୁ ଆକ୍ରମଣକାରୀ କବଳରୁ ଉଦ୍ଧାର କରିବାକୁ ଯାଇଥିବା ପିସିଆର ପୋଲିସକୁ ସଂଘବଦ୍ଧ ଆକ୍ରମଣ ହେବା ସହ ଗାଡି ଭଙ୍ଗାରୁଜା କରାଯାଇଥିଲା। ଏହି ଘଟଣାରେ ଖଣ୍ଡଗିରି ଥାନା ପୋଲିସ ଜଣେ ମହିଳାଙ୍କ ସମେତ ୯ ଜଣଙ୍କୁ ଗିରଫ କରିଥିଲା।

୨୦୨୪ ଜୁନ୍‌ ୧ ମଧ୍ୟରାତ୍ରିରେ ମଦ୍ୟପାନ କରି ରାସ୍ତାରେ ଗାଡି ଚଳାଉଥିବା ୪ ଯୁବକଙ୍କୁ ଚେକିଂ କରୁଥବା ପୋଲିସ କାବୁ କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ହେଲେ ସେମାନେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଆକ୍ରମଣ କରିଥିଲେ। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ବେଳେ ୪ ମଦ୍ୟପ ବ୍ୟକ୍ତିଙ୍କୁ ପରେ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri