ସୁନାମି ପାଇଁ ୬ ଜିଲାରୁ ଚିହ୍ନଟ ହେବ ୧୦୦ରୁ ଊଦ୍ଧର୍‌ବ ଗାଁ

ଭୁବନେଶ୍ୱର,୩୦ା୪(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ସୁନାମି ପ୍ରସ୍ତୁତି ଚିହ୍ନଟ ପାଇଁ ରାଜ୍ୟର ୬ଟି ଉପକୂଳବର୍ତ୍ତୀ ଜିଲାରୁ ୧୦୦ରୁ ଊଦ୍ଧର୍‌ବ ଗ୍ରାମ ଚିହ୍ନଟ କରାଯିବ। ଏଥିପାଇଁ ଆଇ୍‌ଏନ୍‌ସିିଓଆଇଏସ୍‌ ପକ୍ଷରୁ ବୈଷୟିକ ସହାୟତା ନିଆଯିବ ବୋଲି ବିପର୍ଯ୍ୟୟ ମୁକାବିଲା ଲାଗି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ଦ୍ବିତୀୟ ବୈଠକରୁ ଜଣାଯାଇଛି।
ବୈଠକର ସୂଚନା ଅନୁଯାୟୀ, ଜଳବାୟୁର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରାକ୍‌ ପ୍ରସ୍ତୁତି କରାଯିବ। ଏହିକ୍ରମରେ ସୁନାମି ଭଳି ବିପର୍ଯ୍ୟୟ ଆସିବା ପୂର୍ବରୁ ରାଜ୍ୟ ସରକାର କିଭଳି ଜାଣିବେ ଏବଂ ଏହାର ମୁକାବିଲା ଦିଗରେ ଠୋସ୍‌ ପଦକ୍ଷେପ ନେଇପାରିବେ ସେଥିପାଇଁ ଭିତ୍ତିଭୂମି ସୁଦୃଢ଼ କରାଯିବ। ୟୁନେସ୍କୋ-ଆଇଓସି ପକ୍ଷରୁ ସୁନାମି ରେଡୀ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ୬ ଉପକୂଳ ଜିଲାରୁ ୧୦୦ ଗାଁ ଚିହ୍ନଟ କରାଯିବ ବୋଲି ବୈଠକରୁ ଜଣାଯାଇଛି।
ସେହିପରି ବିପର୍ଯ୍ୟୟ ମୁକାବିଲା ଜନସଚେତନତା କାର୍ଯ୍ୟକ୍ରମ ‘ସତର୍କ’କୁ ବ୍ୟାପକ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ପ୍ଲାଟଫର୍ମକୁ ବିପର୍ଯ୍ୟୟ ମୁକାବିଲା ଲାଗି ବିକଶିତ କରାଯିବ। ଏହା ମାଧ୍ୟମରେ ସମସ୍ତ ପ୍ରକାର ଜଳବାୟୁ ଓ ପାଣିପାଗ ବିଷୟରେ ଲୋକେ ଯେପରି ଆଗତୁରା ସୂଚନା ପାଇପାରିବେ ସେହିଭଳି ବ୍ୟବସ୍ଥିତ କରାଯିବ ବୋଲି ଜଣାଯାଇଛି।
ସେହିପରି ଅଂଶୁଘାତ ମୁକାବିଲା ଲାଗି ରାଜ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ଏଥିପାଇଁ ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମର ଉପଯୋଗ କରାଯାଇପାରିବ। ଆବଶ୍ୟକସ୍ଥଳେ କାନ୍ଥ ବାଡ଼ରେ ସଚେତନତା ବାର୍ତ୍ତା ପ୍ରଦର୍ଶିତ ହେବ। ଏହି ଅବସରରେ ମୁଖ୍ୟଶାସନ ସଚିବ ରାଜ୍ୟ ସରକାରଙ୍କ ୨୦୩୬ ବିକଶିତ ଓଡ଼ିଶା ତଥା ବିକଶିତ ଭାରତ ୨୦୪୭ର ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଟିପ୍ପଣୀ ଦେଇଥିଲେ।
ଭିଜନ ବିକଶିତ ଓଡ଼ିଶା-୨୦୩୬କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବିପର୍ଯ୍ୟୟ ପ୍ରତିରୋଧୀ ସ୍କୁଲ କୋଠା, ଅଙ୍ଗନୱାଡି, ଡାକ୍ତରଖାନା କୋଠା ନିର୍ମାଣକୁ ପ୍ରାଧାନ୍ୟ ଦିଆଯିବ । ରାଜ୍ୟର ସମସ୍ତ ଫାୟାର ଷ୍ଟେଶନରେ ଆବଶ୍ୟକୀୟ ଉପକରଣ ଉପଲବ୍ଧ କରାଇବା ଦ୍ବାରା ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟର ତତ୍‌କ୍ଷଣାତ୍‌ ମୁକାବିଲା କରାଯାଇ ପାରିବ । ସେହିଭଳି ଉଦ୍ଧାର ପ୍ରକ୍ରିୟାର ପରିଚାଳନା ପାଇଁ ରାଜ୍ୟସ୍ତରୀୟ ସେଣ୍ଟର ଏବଂ ରାଜ୍ୟର ୧୦ଟି ସ୍ଥାନରେ ଉଦ୍ଧାରକାରୀ କୁକୁର ନିୟୋଜିତ ରଖିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ କମାଣ୍ଡ ସେଣ୍ଟର ଭାବେ କାର୍ଯ୍ୟ କରିବା ପାଇଁ ଗୋଟିଏ ରାଜ୍ୟସ୍ତରୀୟ ସ୍ବାସ୍ଥ୍ୟ ଆପାତ୍‌କାଳୀନ ପରିଚାଳନା ସେଣ୍ଟର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏଥିଲାଗି କେନ୍ଦ୍ର ସରକାରଙ୍କ ସହ ରାଜ୍ୟର ଏକ ବୁଝାମଣା ସ୍ବାକ୍ଷରିତ ହୋଇଛି ।
ବୈଠକର ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରାକୃତିକ ଏବଂ ସିବିଆର୍‌ଏନ୍‌ (କେମିକାଲ ବାୟୋଲୋଜିକାଲ ରେଡିଓଲୋଜିକାଲ ଏବଂ ନ୍ୟୁକ୍ଲିୟର) ବିପର୍ଯ୍ୟୟ ମୁକାବିଲା ଲାଗି ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏଥିନେଇ ସମ୍ପୃକ୍ତ ବିଭାଗଗୁଡ଼ିକ ପାଇଁ ଏକ ଷ୍ଟାଣ୍ଡାର୍ଡ ଅଫ୍‌ ପ୍ରୋସିଡ୍ୟୁଅର(ଏସ୍‌ଓପି) ପ୍ରସ୍ତୁତ କରାଯିବ । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଅଧ୍ୟକ୍ଷତାରେ ଗଠିତ ଏକ ଆନ୍ତଃସରକାରୀ ସଂଗଠନ ଆର୍‌ଆଇଏମ୍‌ଇଏସ୍‌(ରିଜିଓନାଲ୍‌ ଇଣ୍ଟିଗ୍ରେଟେଡ୍‌ ମଲ୍ଟି-ହାଜାର୍ଡ ଏରଲୀ ଓ୍ବାର୍ନିଂ ସିଷ୍ଟମ) ସହଭାଗିତାରେ ଓସ୍‌ଡମା ପକ୍ଷରୁ ଏକୀକୃତ କମାଣ୍ଡ କଣ୍ଟ୍ରୋଲ୍‌ ସିଷ୍ଟମ୍‌ (ୟୁସିସିଏସ୍‌) ଆପ୍ଲିକେଶନ କାର୍ଯ୍ୟକାରୀ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ୟୁସିସିଏସ୍‌ ବିପର୍ଯ୍ୟୟ ପରିଚାଳନା ସମୟରେ ତଥ୍ୟ ସଂଗ୍ରହ, କ୍ଷୟକ୍ଷତି ଆକଳନ ଏବଂ ସ୍ଥିତି ଅନୁଧ୍ୟାନ ଭଳି କାର୍ଯ୍ୟକୁ ସୁଗମ କରିବ । ଏହି ବ୍ୟବସ୍ଥା ରାଜ୍ୟ, ଜିଲା ଏବଂ ବ୍ଲକସ୍ତରୀୟ ଜରୁରିକାଳୀନ କେନ୍ଦ୍ରର ତଥ୍ୟକୁ ଏକୀକୃତ କରିବାରେ ସହଯୋଗ ହେବ ବୋଲି ବୈଠକରୁ ଜଣାଯାଇଛି। ବୈଠକରେ ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ ଓ ଏସ୍‌ଆର୍‌ସି ଡି. କେ. ସିଂହ ଓ ସଂପୃକ୍ତ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri