Advertisement

‘ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ନେତୃତ୍ୱ ସମ୍ମାନ’

ଭୁବନେଶ୍ୱର,୨୧।୧୧: ରାଜ୍ୟର ପ୍ରମୁଖ ଘରୋଇ ବାଣିଜି୍ୟକ ସଂସ୍ଥା ତଥା ରୁଚି ଫୁଡ଼୍‌ଲାଇନ୍‌ର ସହଯୋଗୀ ସଂସ୍ଥା (କମ୍ପାନୀ) ବିଶ୍ୱେଶ୍ୱର ଫୁଡ୍ସର ନିର୍ଦ୍ଦେଶିକା ରଶ୍ମି ସାହୁଙ୍କୁ ନିକଟରେ ଏକ ଆନ୍ତର୍ଜାତିକ ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ସ୍ପେନର ରାଜଧାନୀ ମାଦ୍ରିଦ୍‌ଠାରେ ଆୟୋଜିତ ‘ଆନ୍ତର୍ଜାତିକ ମହିଳା ଔଦ୍ୟୋଗିକ ଚ୍ୟାଲେଞ୍ଜ’ (ଆଇଡବ୍ଲ୍ୟୁଇସି)ର ୧୫ତମ ବିଶ୍ୱ ସମ୍ମିଳନୀରେ ଓଡ଼ିଶାର ଏକମାତ୍ର ମହିଳା ଉଦ୍ୟୋଗୀ ଭାବେ ରଶ୍ମିଙ୍କୁ ‘ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ନେତୃତ୍ୱ ସମ୍ମାନ’ ପ୍ରଦାନ କରାଯାଇଛି।

ସେହିଭଳି ଆଇଡବ୍ଲ୍ୟୁଇସିର ଅଧ୍ୟକ୍ଷା ଇବୁକୁନ ଆୱାସିକାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ସ୍ପାନିସ୍‌ ଚାମ୍ବର ଅଫ୍‌ କମର୍ସର ନିର୍ଦ୍ଦେଶିକା ମାରିଆ ତୋସ୍କା, ବ୍ଲୁମବର୍ଗର ବ୍ୟୁରୋଚିଫ୍‌ ରୋଡ଼୍ରିଗୋ ଓରିହୁଏଲା, ମାଦ୍ରିଦ୍‌ ମେଟ୍ରୋପଲିଟାନ୍‌ ବ୍ୟାଙ୍କର ନିର୍ଦ୍ଦେଶିକା ମାର୍‌ ସାନ୍‌ତାନା ଓ ବାର୍ସିଲୋନା ଚାମ୍ବର ଅଫ କମର୍ସର ଉପାଧ୍ୟକ୍ଷା ରୋଜେର ସ୍କାଲାବାର୍ଡ଼ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ରଶ୍ମିଙ୍କୁ ପୁରସ୍କୃତ କରିଥିଲେ। ସେହିପରି ବିଗତ ୨୦ବର୍ଷ ମଧ୍ୟରେ ରଶ୍ମି ୧୫ରୁ ଊର୍ଦ୍ଧ୍ୱ ଦେଶରେ ଆୟୋଜିତ ଆନ୍ତର୍ଜାତିକ ସମ୍ମିଳନୀ ଓ ଫୁଡ଼୍‌ ଫେଷ୍ଟିଭାଲ୍‌ରେ ଅଂଶଗ୍ରହଣ କରି ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁଚୁରା ମୁଦ୍ରାସ୍ଫୀତି ୫.୯୧%

ନୂଆଦିଲ୍ଲୀ,୧୪।୪: ଚଳିତ ବର୍ଷ ମାର୍ଚ୍ଚରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୫.୯୧% ହ୍ରାସ ଘଟିଛି। ଖାଦ୍ୟ ସାମଗ୍ରୀ ଦର କମିବାରୁ ଯୋଗୁ ଏଭଳି ସ୍ଥିତି ଉପୁଜିଥିବାରୁ ମୁଦ୍ରାସ୍ଫୀତି...

ମେଟ୍ରୋ ଟ୍ରେନ ଯାତ୍ରା ଲାଗି ଆସିବ ଏକକ କାର୍ଡ

ନୂଆଦିଲ୍ଲୀ,୧୬-୬: ମେଟ୍ରୋ ରେଳ ଯାତ୍ରୀଙ୍କ ଲାଗି କେନ୍ଦ୍ର ସରକାର ଖୁବଶୀଘ୍ର ଏକ ନୂଆ କାର୍ଡ ଆଣିବାକୁ ଯାଉଛନ୍ତି। ଏହାଦ୍ୱାରା ଦେଶର ସମସ୍ତ ମେଟ୍ରୋ ରେଳରେ ଯାତ୍ରା...

ଚାଇନାର ଜିଡିପି ଟାର୍ଗେଟ୍‌ ୫.୫%

ନୂଆଦିଲ୍ଲୀ, ୬।୩: ଚାଇନା ପକ୍ଷରୁ ଶନିବାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ଲକ୍ଷ୍ୟ ୫.୫% ଧାର୍ଯ୍ୟ କରାଯାଇଛି। ୨୦୨୧-୨୨ ପାଇଁ...

ଆଲ୍‌କହଲ ହ୍ୟାଣ୍ଡ ସାନିଟାଇଜର ଉପରେ ୧୮% ଜିଏସ୍‌ଟି

ନୂଆଦିଲ୍ଲୀ,୧୪।୭: ଆଲ୍‌କହଲ ହ୍ୟାଣ୍ଡ ସାନିଟାଇଜର ଉପରେ ୧୮% ଜିଏସ୍‌ଟି ଲାଗୁ ହେବ। ଏହା ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ଆସୁଥିଲେ ମଧ୍ୟ ଏହା ଉପରେ ଉଚ୍ଚ ହାରର...

ଜୁଲାଇରେ କୋଇଲା ଉତ୍ପାଦନ ୧୧% ବୃଦ୍ଧି

ନୂଆଦିଲ୍ଲୀ,୧୨।୮:କୋଇଲା ମନ୍ତ୍ରଣାଳୟ ଡାଟା ଅନୁସାରେ କୋଇଲାର ମୋଟ ଉତ୍ପାଦନ ଗତ ବର୍ଷ ତୁଳନାରେ ୧୧% ଅଧିକ ରହିଛି। ଚଳିତ ବର୍ଷ ଜୁଲାଇରେ କୋଇଲାର ମୋଟ ଉତ୍ପାଦନ...

ମାସ ଆରମ୍ଭରୁ ବଢ଼ିଲା ପେଟ୍ରୋଲ

ଭୁବନେଶ୍ୱର,୨।୯: ଅଗଷ୍ଟ ମାସରେ ତେଲ ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢାଇଥିଲା। ହେଲେ ସେପ୍ଟେମ୍ବର ପହିଲାରୁ ପୁଣି ଥରେ ତେଲ ଦର ବଢିବା ଆରମ୍ଭ ହେଲାଣି।...

ଆଜି ପୁଣି ବଢ଼ିଲା ତୈଳ ଦର, ଚିନ୍ତାରେ ଗ୍ରାହକ

ନୂଆଦିଲ୍ଲୀ,୨୯।୧୦: ସାରା ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି ତୈଳ ଦର। ଶୁକ୍ରବାର ପୁଣି ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ। ପେଟ୍ରୋଲ-ଡିଜେଲ ଲିଟର...

ଶେୟାର ବଜାରରେ କରୋନା ପ୍ରଭାବ: ନିବେଶକଙ୍କ ୯ ଲକ୍ଷ କୋଟି ପାଣିରେ ପଡ଼ିଲା

ମୁମ୍ବାଇ,୧୨।୩: କରୋନା ସଂକ୍ରମଣର ପ୍ରଭାବ ଶେୟାର ବଜାର ଉପରେ ପଡ଼ିଛି। ଗୁରୁବାର ସେନସେକ୍ସ୍‌ ୩୧୬୪ ଅଙ୍କ ହ୍ରାସ ପାଇଥିବାବେଳେ ନିଫ୍ଟି ୯୨୪ ଅଙ୍କ ହ୍ରାସ ପାଇଛି।...

Advertisement
Archives

Model This Week