ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଧର୍ମଶାଳା,୧୬ା୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଟ୍‌ସୋର୍ସିଂ କର୍ମଚାରୀମାନେ ଅଢ଼େଇ ଘଣ୍ଟା କାର୍ଯ୍ୟବନ୍ଦ କରି ଆନ୍ଦୋଳନରେ ବସିଛନ୍ତି। ସେମାନଙ୍କ ବିଭିନ୍ନ ସମସ୍ୟା ରହିଥିବା କହିଛନ୍ତି। ଦୀର୍ଘ ବର୍ଷ ଧରି କର୍ମଚାରୀମାନେ କାର୍ଯ୍ୟ କରୁଥିଲେ ବି ଉପଯୁକ୍ତ ଦରମା ମିଳୁ ନ ଥିବା କହିଛନ୍ତି। ମାସରେ ୩୦ଦିନ କାର୍ଯ୍ୟ କରୁଥିଲେ ବି ୨୬ଦିନର ମଜୁରି ମିଳୁଛି। ସେହିପରି ମାସ ପୂରିବାର ଦୁଇ ତିନିମାସ ବିଳମ୍ବରେ ଦରମା ମିଳୁଥିବା ଅଭିଯୋଗ କରିଛନ୍ତି। ଯାହା ଫଳରେ ନାନା ଅସୁବିଧାର ସମ୍ମୁଖୀନ ହୋଇ ପରିବାର ପ୍ରତିପୋଷଣ କରିବାକୁ ପଡୁଛି। ତେଣୁ ଯେ ପର୍ଯ୍ୟନ୍ତ ସେମାନଙ୍କ ଦାବି ଉପରେ ଆଲୋଚନା କରା ନ ଯାଇଛି ଏବଂ ସଂଘର ନିଷ୍ପତ୍ତି କ୍ରମେ ଏହି ଅନିର୍ଦ୍ଦିଷ୍ଟ ସମୟ ପାଇଁ ଏ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ କର୍ମଚାରୀଙ୍କ ଆନ୍ଦୋଳନ ପ୍ରଭାବିରେ ରୋଗୀମାନେ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି।

Dharitri – Odisha’s No.1 Odia Daily

Share