ସୂତାଖିଅରେ ଝୁଲିଲା ଆଉଟ୍‌ସୋର୍ସିଂ ଚାକିରି

ନୟାଗଡ଼ ଅଫିସ,୧୭।୧୧: ଆଉଟ୍‌ସୋର୍ସିଂ ମାଧ୍ୟମରେ ନିୟୋଜିତ କର୍ମଚାରୀଙ୍କ ଚାକିରି ନିୟମିତ ହେବା ନେଇ ସରକାରୀ ବ୍ୟବସ୍ଥା ନ ଥିବା ସିଡିଏମ୍‌ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତ(ଡିଏଲସି)ଙ୍କୁ ଜଣାଇବା ପରେ ସୂତାଖିଅରେ ଝୁଲିଛି ଚାକିରି। ଆଉଟ୍‌ସୋର୍ସିଂ ମାଧ୍ୟମରେ ନିୟୋଜିତ ଅସ୍ଥାୟୀ କର୍ମଚାରୀଙ୍କ ନିୟମିତ ହେବାର ଆଶା ମଉଳି ଯାଇଛି। ଅନ୍ୟପକ୍ଷେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆଉଟ୍‌ସୋର୍ସିଂ ଏଜେନ୍ସିର ସମୟ ସୀମା ଶେଷ ହୋଇଥିବାରୁ ଅସ୍ଥାୟୀ କର୍ମଚାରୀଙ୍କ ଚାକିରି ସୁତାଖିଅରେ ଝୁଲିବା ଆରମ୍ଭ ହୋଇଛି। ଯେଉଁ ନୂଆ ଆଉଟ ସୋର୍ସିଂ ସଂସ୍ଥା ଦାୟିତ୍ୱ ନେବ ସେ ପୁଣି ପୁରୁଣା କର୍ମଚାରୀଙ୍କୁ ରଖିବା ଉପରେ କହି ହେବ ନାହିଁ ବୋଲି ମତ ପ୍ରକାଶ ପାଇଛି।

ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ୫ଟି ଆଉଟ ସୋର୍ସିଂ ସଂସ୍ଥା ମାଧ୍ୟମରେ ଅନେକ କର୍ମଚାରୀ ନିଯୁକ୍ତି ପାଇଛନ୍ତି। ଆଉଟ୍‌ ସୋର୍ସିଂ ସଂସ୍ଥାଗୁଡିକର ସମୟ ସୀମା ଶେଷ ହୋଇଥିବାବେଳେ ନୂଆ ସଂସ୍ଥା ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲିଛି। ଇତି ମଧ୍ୟରେ ନୂଆ ଆଉଟ୍‌ ସୋର୍ସିଂ ସଂସ୍ଥା ଚୟନ ନ ହେବା ପର୍ଯ୍ୟନ୍ତ ପୁରୁଣା ସଂସ୍ଥା ଦ୍ୱାରା ନିୟୋଜିତ କର୍ମଚାରୀ କାମ କରିବେ। ତେବେ ପୂର୍ବ ଆଉଟ୍‌ ସୋର୍ସିଂ ସଂସ୍ଥା ଦ୍ୱାରା ନିୟୋଜିତ ସିକ୍ୟୁରିଟ ଗାର୍ଡ, ଡାଟା ଏଣ୍ଟ୍ରି ଅପରେଟର, ଫାର୍ମାସିଷ୍ଟ, ଲାବୋରେଟାରୀ ଟେକନସିଆନ, ସଫେଇ କର୍ମଚାରୀ, ଲିଫ୍ଟ ଅପରେଟର, ଇଲେକ୍ଟିସିୟାନ ପ୍ରମୁଖ ଅସ୍ଥାୟୀ କର୍ମଚାରୀ ସେମାନଙ୍କ ଚାକିରିକୁ ସ୍ଥାୟୀ କରିବାକୁ ଦାବି କରିଥିଲେ। କୋଭିଡ ପରି ସମୟରେ ପରିବାରକୁ ପଛରେ ପକାଇ ସେମାନେ ରୋଗୀ ସେବାକୁ ଗୁରୁତ୍ୱ ଦେଇଥିବାରୁ ସେମାନଙ୍କୁ ସରକାର ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ। ଏ ନେଇ ଅସ୍ଥାୟୀ କର୍ମଚାରୀମାନେ ସୋମବାର ଜିଲା ଶ୍ରମ ଅଧିକାରୀ ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କୁ ଭେଟି ସେମାନଙ୍କ ଦାବି ଉସ୍ଥାପନ କରିଥିଲେ। ଏପରିକି ସ୍ବାସ୍ଥ୍ୟ ନିର୍ଦ୍ଦେଶକ, ଜିଲାପାଳ, ସିଡିଏମ୍‌ଓ, ଜିଲା ଶ୍ରମ ଅଧିକାରୀ ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ଅସ୍ଥାୟୀ କର୍ମଚାରୀଙ୍କ ଚିଠି ପାଇବା ପରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ(ଡିଏଲସି) ସିଡିଏମଓଙ୍କୁ ଏହାର ଉତ୍ତର ମାଗି କାହିଁକି ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରାଯିବ ନାହିଁ ସେ ନେଇ ଉତ୍ତର ମାଗିଥିଲେ। ଏ ସମ୍ପର୍କରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ସହସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ ଓ ମେଡିକାଲ କର୍ମଚାରୀ ସଂଘର ସଭାପତି ତଥାଗତ ଦାସ କୁହନ୍ତି, ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରିବାର ଦାବି ଯଥାର୍ଥ ରହିଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ, ଭୁବନେଶ୍ୱର ବିଏମ୍‌ସି ଡାକ୍ତରଖାନାରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀଙ୍କୁ ଏଜେନ୍ସି ଗ୍ରହଣ କରୁଥିବାବେଳେ ନୟାଗନ ସିଡିଏମ୍‌ଓ ସେଭଳି ଚୁକ୍ତିନାମା କରି ନୟାଗନର ଅସ୍ଥାୟୀ କର୍ମଚାରୀଙ୍କୁ ଏଜେନ୍ସି ଗ୍ରହଣ କରିବାକୁ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ମକରନ୍ଦ ବେଉରା କୁହନ୍ତି, ଆଉଟ୍‌ ସୋର୍ସିଂ ମାଧ୍ୟମରେ ନିୟୋଜିତ କର୍ମଚାରୀ ନିୟମିତ ହୋଇପାରିବେ ବୋଲି ସରକାରଙ୍କ ସେପରି ଗାଇଡ ଲାଇନ ନାହିଁ। ସରକାର ଏଜେନ୍ସି ମାଧ୍ୟମରେ ନିଯୁକ୍ତି ବ୍ୟବସ୍ଥା କରିବାକୁ ଏକ ପଲିସି କରିଛନ୍ତି। ଯାହାଦ୍ୱାରା ଏଜେନ୍ସି କର୍ମଚାରୀ ଓ ନିୟୋଜିତ ସଂସ୍ଥାର ଅଧିକାରୀଙ୍କ ସହ ସମନ୍ବୟ ରକ୍ଷା କରି ନିଯୁକ୍ତି ଦେବେ। କର୍ମଚାରୀଙ୍କୁ ରଖିବା କାଢ଼ିବା ଦାୟିତ୍ୱ ଏଜେନ୍ସିର ଅଟେ। ଆଉଟ୍‌ ସୋର୍ସିଂ ମାଧ୍ୟମରେ ନିୟୋଜିତ କର୍ମଚାରୀ ନିୟମିତ ହେବା ନେଇ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଯେଉଁ ଚିଠି କରିଥିଲେ ତା’ର ଉତ୍ତର ପ୍ରଦାନ କରିସାରିଛି। ଆଉଟ୍‌ ସୋର୍ସିଂ କର୍ମଚାରୀଙ୍କୁ ନିୟମିତ କରିବା ଆମ କ୍ଷମତା ବାହାରେ। ଯଦି କିଛି ହାଇକୋର୍ଟ ଅର୍ଡର ଅଛି ସେ ନେଇ ଡିଏଲ୍‌ସି ଅଥବା ଅସ୍ଥାୟୀ କର୍ମଚାରୀ ଦେଇନାହାନ୍ତି। ପ୍ରଭାଗୀୟ ଶ୍ରମ ଆୟୁକ୍ତ ଆଇନର ଦିଗ ଉପରେ ତର୍ଜମା କରି ପଦକ୍ଷେପ ନେଇପାରନ୍ତି ବୋଲି କହିଛନ୍ତି।

ଅପରପକ୍ଷେ ଟେଣ୍ଡର ପ୍ରକ୍ରିୟା ଚାଲିଛି। ନୂଆ ଏଜେନ୍ସି ନିୟୋଜିତ ହେବେ। ପୁରୁଣା ଆଉଟ୍‌ ସୋର୍ସିଂ ସଂସ୍ଥାର ସମୟସୀମା ଶେଷ ହୋଇଛି। ନୂଆ ସଂସ୍ଥା କେଉଁ କର୍ମଚାରୀ ରଖିବ କହି ହେବନାହିଁ। ତେବେ ପୁରୁଣା କର୍ମଚାରୀଙ୍କୁ ରଖିବାକୁ ଆମେ ଅନୁରୋଧ କରିବୁ ବୋଲିି କହିଛନ୍ତି। ପୁରୁଣା କର୍ମଚାରୀ ରହିଲେ ସ୍ବାସ୍ଥ୍ୟ ବିଭାଗ ପାଇଁ ଭଲ ହେବ ବୋଲି ସେ କହିଛନ୍ତି । ଆଉଟ୍‌ ସୋର୍ସିଂ ମାଧ୍ୟମରେ ନିୟୋଜିତ କର୍ମଚାରୀଙ୍କ ଚାକିରି ନିୟମିତ ଉପରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ପି.କେ. ମହାନ୍ତିଙ୍କ ମୋବାଇଲ ନଂ. ୭୦୦୮୪୪ ୨୦୦୬କୁ ଯୋଗା ଯୋଗ କରାଯାଇଥିଲା। ହେଲେ ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri