ସୂତାଖିଅରେ ଝୁଲିଲା ଆଉଟ୍‌ସୋର୍ସିଂ ଚାକିରି

ନୟାଗଡ଼ ଅଫିସ,୧୭।୧୧: ଆଉଟ୍‌ସୋର୍ସିଂ ମାଧ୍ୟମରେ ନିୟୋଜିତ କର୍ମଚାରୀଙ୍କ ଚାକିରି ନିୟମିତ ହେବା ନେଇ ସରକାରୀ ବ୍ୟବସ୍ଥା ନ ଥିବା ସିଡିଏମ୍‌ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତ(ଡିଏଲସି)ଙ୍କୁ ଜଣାଇବା ପରେ ସୂତାଖିଅରେ ଝୁଲିଛି ଚାକିରି। ଆଉଟ୍‌ସୋର୍ସିଂ ମାଧ୍ୟମରେ ନିୟୋଜିତ ଅସ୍ଥାୟୀ କର୍ମଚାରୀଙ୍କ ନିୟମିତ ହେବାର ଆଶା ମଉଳି ଯାଇଛି। ଅନ୍ୟପକ୍ଷେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆଉଟ୍‌ସୋର୍ସିଂ ଏଜେନ୍ସିର ସମୟ ସୀମା ଶେଷ ହୋଇଥିବାରୁ ଅସ୍ଥାୟୀ କର୍ମଚାରୀଙ୍କ ଚାକିରି ସୁତାଖିଅରେ ଝୁଲିବା ଆରମ୍ଭ ହୋଇଛି। ଯେଉଁ ନୂଆ ଆଉଟ ସୋର୍ସିଂ ସଂସ୍ଥା ଦାୟିତ୍ୱ ନେବ ସେ ପୁଣି ପୁରୁଣା କର୍ମଚାରୀଙ୍କୁ ରଖିବା ଉପରେ କହି ହେବ ନାହିଁ ବୋଲି ମତ ପ୍ରକାଶ ପାଇଛି।

ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ୫ଟି ଆଉଟ ସୋର୍ସିଂ ସଂସ୍ଥା ମାଧ୍ୟମରେ ଅନେକ କର୍ମଚାରୀ ନିଯୁକ୍ତି ପାଇଛନ୍ତି। ଆଉଟ୍‌ ସୋର୍ସିଂ ସଂସ୍ଥାଗୁଡିକର ସମୟ ସୀମା ଶେଷ ହୋଇଥିବାବେଳେ ନୂଆ ସଂସ୍ଥା ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲିଛି। ଇତି ମଧ୍ୟରେ ନୂଆ ଆଉଟ୍‌ ସୋର୍ସିଂ ସଂସ୍ଥା ଚୟନ ନ ହେବା ପର୍ଯ୍ୟନ୍ତ ପୁରୁଣା ସଂସ୍ଥା ଦ୍ୱାରା ନିୟୋଜିତ କର୍ମଚାରୀ କାମ କରିବେ। ତେବେ ପୂର୍ବ ଆଉଟ୍‌ ସୋର୍ସିଂ ସଂସ୍ଥା ଦ୍ୱାରା ନିୟୋଜିତ ସିକ୍ୟୁରିଟ ଗାର୍ଡ, ଡାଟା ଏଣ୍ଟ୍ରି ଅପରେଟର, ଫାର୍ମାସିଷ୍ଟ, ଲାବୋରେଟାରୀ ଟେକନସିଆନ, ସଫେଇ କର୍ମଚାରୀ, ଲିଫ୍ଟ ଅପରେଟର, ଇଲେକ୍ଟିସିୟାନ ପ୍ରମୁଖ ଅସ୍ଥାୟୀ କର୍ମଚାରୀ ସେମାନଙ୍କ ଚାକିରିକୁ ସ୍ଥାୟୀ କରିବାକୁ ଦାବି କରିଥିଲେ। କୋଭିଡ ପରି ସମୟରେ ପରିବାରକୁ ପଛରେ ପକାଇ ସେମାନେ ରୋଗୀ ସେବାକୁ ଗୁରୁତ୍ୱ ଦେଇଥିବାରୁ ସେମାନଙ୍କୁ ସରକାର ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ। ଏ ନେଇ ଅସ୍ଥାୟୀ କର୍ମଚାରୀମାନେ ସୋମବାର ଜିଲା ଶ୍ରମ ଅଧିକାରୀ ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କୁ ଭେଟି ସେମାନଙ୍କ ଦାବି ଉସ୍ଥାପନ କରିଥିଲେ। ଏପରିକି ସ୍ବାସ୍ଥ୍ୟ ନିର୍ଦ୍ଦେଶକ, ଜିଲାପାଳ, ସିଡିଏମ୍‌ଓ, ଜିଲା ଶ୍ରମ ଅଧିକାରୀ ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ଅସ୍ଥାୟୀ କର୍ମଚାରୀଙ୍କ ଚିଠି ପାଇବା ପରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ(ଡିଏଲସି) ସିଡିଏମଓଙ୍କୁ ଏହାର ଉତ୍ତର ମାଗି କାହିଁକି ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରାଯିବ ନାହିଁ ସେ ନେଇ ଉତ୍ତର ମାଗିଥିଲେ। ଏ ସମ୍ପର୍କରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ସହସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ ଓ ମେଡିକାଲ କର୍ମଚାରୀ ସଂଘର ସଭାପତି ତଥାଗତ ଦାସ କୁହନ୍ତି, ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରିବାର ଦାବି ଯଥାର୍ଥ ରହିଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ, ଭୁବନେଶ୍ୱର ବିଏମ୍‌ସି ଡାକ୍ତରଖାନାରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀଙ୍କୁ ଏଜେନ୍ସି ଗ୍ରହଣ କରୁଥିବାବେଳେ ନୟାଗନ ସିଡିଏମ୍‌ଓ ସେଭଳି ଚୁକ୍ତିନାମା କରି ନୟାଗନର ଅସ୍ଥାୟୀ କର୍ମଚାରୀଙ୍କୁ ଏଜେନ୍ସି ଗ୍ରହଣ କରିବାକୁ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ମକରନ୍ଦ ବେଉରା କୁହନ୍ତି, ଆଉଟ୍‌ ସୋର୍ସିଂ ମାଧ୍ୟମରେ ନିୟୋଜିତ କର୍ମଚାରୀ ନିୟମିତ ହୋଇପାରିବେ ବୋଲି ସରକାରଙ୍କ ସେପରି ଗାଇଡ ଲାଇନ ନାହିଁ। ସରକାର ଏଜେନ୍ସି ମାଧ୍ୟମରେ ନିଯୁକ୍ତି ବ୍ୟବସ୍ଥା କରିବାକୁ ଏକ ପଲିସି କରିଛନ୍ତି। ଯାହାଦ୍ୱାରା ଏଜେନ୍ସି କର୍ମଚାରୀ ଓ ନିୟୋଜିତ ସଂସ୍ଥାର ଅଧିକାରୀଙ୍କ ସହ ସମନ୍ବୟ ରକ୍ଷା କରି ନିଯୁକ୍ତି ଦେବେ। କର୍ମଚାରୀଙ୍କୁ ରଖିବା କାଢ଼ିବା ଦାୟିତ୍ୱ ଏଜେନ୍ସିର ଅଟେ। ଆଉଟ୍‌ ସୋର୍ସିଂ ମାଧ୍ୟମରେ ନିୟୋଜିତ କର୍ମଚାରୀ ନିୟମିତ ହେବା ନେଇ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଯେଉଁ ଚିଠି କରିଥିଲେ ତା’ର ଉତ୍ତର ପ୍ରଦାନ କରିସାରିଛି। ଆଉଟ୍‌ ସୋର୍ସିଂ କର୍ମଚାରୀଙ୍କୁ ନିୟମିତ କରିବା ଆମ କ୍ଷମତା ବାହାରେ। ଯଦି କିଛି ହାଇକୋର୍ଟ ଅର୍ଡର ଅଛି ସେ ନେଇ ଡିଏଲ୍‌ସି ଅଥବା ଅସ୍ଥାୟୀ କର୍ମଚାରୀ ଦେଇନାହାନ୍ତି। ପ୍ରଭାଗୀୟ ଶ୍ରମ ଆୟୁକ୍ତ ଆଇନର ଦିଗ ଉପରେ ତର୍ଜମା କରି ପଦକ୍ଷେପ ନେଇପାରନ୍ତି ବୋଲି କହିଛନ୍ତି।

ଅପରପକ୍ଷେ ଟେଣ୍ଡର ପ୍ରକ୍ରିୟା ଚାଲିଛି। ନୂଆ ଏଜେନ୍ସି ନିୟୋଜିତ ହେବେ। ପୁରୁଣା ଆଉଟ୍‌ ସୋର୍ସିଂ ସଂସ୍ଥାର ସମୟସୀମା ଶେଷ ହୋଇଛି। ନୂଆ ସଂସ୍ଥା କେଉଁ କର୍ମଚାରୀ ରଖିବ କହି ହେବନାହିଁ। ତେବେ ପୁରୁଣା କର୍ମଚାରୀଙ୍କୁ ରଖିବାକୁ ଆମେ ଅନୁରୋଧ କରିବୁ ବୋଲିି କହିଛନ୍ତି। ପୁରୁଣା କର୍ମଚାରୀ ରହିଲେ ସ୍ବାସ୍ଥ୍ୟ ବିଭାଗ ପାଇଁ ଭଲ ହେବ ବୋଲି ସେ କହିଛନ୍ତି । ଆଉଟ୍‌ ସୋର୍ସିଂ ମାଧ୍ୟମରେ ନିୟୋଜିତ କର୍ମଚାରୀଙ୍କ ଚାକିରି ନିୟମିତ ଉପରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ପି.କେ. ମହାନ୍ତିଙ୍କ ମୋବାଇଲ ନଂ. ୭୦୦୮୪୪ ୨୦୦୬କୁ ଯୋଗା ଯୋଗ କରାଯାଇଥିଲା। ହେଲେ ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri