ଭୁବନେଶ୍ୱର,୧ା୯: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅନଧିକୃତ ଭାବେ ହଷ୍ଟେଲ ରୁମରେ ରହୁଥିବା ଅଣଛାତ୍ରଙ୍କୁ ସେପ୍ଟେମ୍ବର ୪ ସୁଦ୍ଧା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱବିଦ୍ୟାଳୟର ଓ୍ୱାର୍ଡେନ ଏ ସମ୍ପର୍କରେ ସୋମବାର ଏକ ବିଜ୍ଞପ୍ତି ଜାରି କରି ଚେତାବନୀ ଦେଇଛନ୍ତି ଯେ, ନିର୍ଦ୍ଦେଶ ଅମାନ୍ୟ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
ବିଜ୍ଞପ୍ତିରେ କୁହାଯାଇଛି, “ଅନଧିକୃତ ଭାବେ ହଷ୍ଟେଲ ରୁମରେ ରହୁଥିବା ସମସ୍ତ ଅଣଛାତ୍ରଙ୍କୁ ସେପ୍ଟେମ୍ବର ୪ ସୁଦ୍ଧା ରୁମ ଖାଲି କରନ୍ତୁ। ଅନ୍ୟଥା, କର୍ତ୍ତୃପକ୍ଷ କଠୋର ପଦକ୍ଷେପ ନେବେ।”ପୁରୁଷ ହଷ୍ଟେଲ-I, II ଓ IIIର ସମସ୍ତ ରୁମ ନିବନ୍ଧିତ ଛାତ୍ରମାନଙ୍କ ପାଇଁ ବଣ୍ଟନ ନିମନ୍ତେ ଉପଲବ୍ଧ ହେବ।
କର୍ତ୍ତୃପକ୍ଷ ଛାତ୍ରମାନଙ୍କୁ ହଷ୍ଟେଲ ରୁମ ଅନ୍ୟକୁ ଭଡ଼ାକୁ ନ ଦେବାକୁ ଓ ଅନଧିକୃତ ଅତିଥିଙ୍କୁ ରୁମରେ ରହିବାକୁ ଅନୁମତି ନ ଦେବାକୁ ପରାମର୍ଶ ଦେଇଛନ୍ତି। ବିଜ୍ଞପ୍ତିରେ କୁହାଯାଇଛି, “ଏହାର ଉଲଙ୍ଘନ ହେଲେ ବିଦ୍ୟାର୍ଥୀ ପଞ୍ଜିକରଣ ବାତିଲ କରାଯିବ।”