କେମିତି ଅଛନ୍ତି ସୈଫ ଅଲ୍ଲୀ ଖାନ୍‌? ୬ ଥର ହୋଇଛି ଛୁରାମାଡ଼, ୨ କ୍ଷତ ଗଭୀର…

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ହୋଇଛି। ଗୁରୁବାର ସକାଳ ତିନିଟାରେ ତାଙ୍କ ଘରେ ଚୋର ପଶିଯାଇଥିବା ବେଳେ ଅଭିନେତାଙ୍କୁ ଛଅ ଥର ଆକ୍ରମଣ କରିଛି। ସେଥିରୁ ୨ ଆଘାତ ଗୁରୁତର ରହିଛି। ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସୈଫଙ୍କ ସ୍ବାସ୍ଥାବସ୍ଥା ନେଇ ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି।

ହସ୍ପିଟାଲର ସିଇଓ ନୀରଜ ଉତ୍ତମାନୀ କହିଛନ୍ତି, ସୈଫଙ୍କ ଦେହର ଛଅଟି ସ୍ଥାନରେ କ୍ଷତ ରହିଛି। ସେଥିରୁ ଦୁଇଟି ଗୁରୁତର ଅଛି। ଗୋଟିଏ ସ୍ପାଇନାଲ୍‌ କର୍ଡ ପାଖରେ ବାଜିଛି। ଏବେ ତାଙ୍କ ଚିକିତ୍ସା କରାଯାଉଛି।

ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। କ୍ରାଇମବ୍ରାଞ୍ଚ ଟିମ୍‌ ତିନିଜଣ କର୍ମଚାରୀଙ୍କୁ ହେପାଜତକୁ ନେଇଛି। ସୁରକ୍ଷା ଦାୟିତ୍ୱରେ ଥିବା ଯୋଗୁ ଏବେ ସେମାନଙ୍କୁ ପଚରାଉଚରା କରାଯାଉଛି। ଏପରିକି ପୋଲିସ ସୈଫ୍‌ଙ୍କ ଘରେ କାମ କରୁଥିବା ଏବଂ ସୁରକ୍ଷାକର୍ମୀଙ୍କ ମୋବାଇଲ ଫୋନ୍‌ ଜବତ କରିଛି।

ଅପରପକ୍ଷେ ଛୁରାମାଡ଼କୁ ନେଇ ସୈଫଙ୍କ ଟିମ୍‌ ପକ୍ଷରୁ ଆଧିକାରୀକ ବୟାନ ଜାରି କରାଯାଇଛି। ତାଙ୍କ ବାସଭବନରୁ ଚୋରି ଉଦ୍ୟମ କରାଯାଇଥିଲା। ଏବେ ତାଙ୍କର ସର୍ଜରୀ ଚାଲିଛି। ବିଶେଷକରି ପ୍ରଶଂସକମାନେ ଚିନ୍ତିତ ହୋଇପଡ଼ିଥିବା ଯୋଗୁ ଧୌର୍ଯ୍ୟ ରଖିବାକୁ ଅନୁରୋଧ କରାଯାଇଛି।

ପୋଲିସ ସୈଫଙ୍କ ଘରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଛି। ଆକ୍ରମଣକାରୀ କିଏ ଥିଲେ, କେଉଁଠାରୁ ଆସିଥିଲେ, ତାଙ୍କର ଉଦ୍ଦେଶ୍ୟ କ’ଣ ଥିଲା,ଏହାର ସୂଚନା ଏଯାଏ ପୋଲିସକୁ ମିଳିପାରି ନାହିଁ। ତେବେ ବୁଧବାର ରାତିରେ ମୋଟ ସାତଜଣ ସୁରକ୍ଷାକର୍ମୀ ନିଯୁକ୍ତ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମିତାଭଙ୍କ ଉତ୍ତରାଧିକାରୀ ହେବେ ନାହିଁ ଅଭିଷେକ? ଚମକାଇ ଦେଇଛି ବିଗ ବିଙ୍କ ଲାଟେଷ୍ଟ ପୋଷ୍ଟ

ମୁମ୍ବାଇ: ଅମିତାଭ ବଚ୍ଚନଙ୍କୁ ବଲିଉଡର ଶେହନଶାହା କୁହାଯାଏ। ସେ ଇଣ୍ଡଷ୍ଟ୍ରିକୁ ଅନେକ ହିଟ ଫିଲ୍ମ ଭେଟି ଦେଇଛନ୍ତି, ଯାହାକୁ କେବେ ଭୁଲି ହେବ ନାହିଁ। ତଥାପି,...

ଓକିଲ କଲେ ନିଶ୍ଚିତ: ଆନୁଷ୍ଠାନିକ ଭାବେ ଅଲଗା ହେଲେ ୟୁଜଭେନ୍ଦ୍ର ଚହଲ-ଧନଶ୍ରୀ ବର୍ମା

ମୁମ୍ବାଇ,୨୦ା୩: ସେଲିବ୍ରିଟି ଦମ୍ପତି ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ର ରିପୋର୍ଟ ଗତ କିଛି ମାସ ଧରି ଖବରରେ ରହିଛି। ଗୁରୁବାର, ମୁମ୍ବାଇର ବାନ୍ଦ୍ରା...

ବେଆଇନ ବେଟିଂ ଆପ୍‌ ପ୍ରଚାର କରିବା ଅଭିଯୋଗ: ୨୫ ସେଲିବ୍ରେଟିଙ୍କ ନାଁରେ ମାମଲା

ହାଇଦ୍ରାବାଦ, ୨୦।୩: ତେଲେଙ୍ଗାନା ପୋଲିସ ଅବୈଧ ବେଟିଂ ଆପ୍‌କୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ରାଣା ଦଗ୍ଗୁବାତି, ପ୍ରକାଶ ରାଜ, ବିଜୟ ଦେବରକୋଣ୍ଡା ଏବଂ ନିଧି ଅଗ୍ରୱାଲଙ୍କ...

କୋରାପୁଟରେ ଫିଲ୍ମ ଶୁଟିଂ ପରେ ଫେରିଲେ ଏସ୍‌ଏସ୍‌ଏମ୍‌ବି-୨୯ ଟିମ୍‌

କୋରାପୁଟ,୧୯ା୩(ଅମିତାଭ ବେହେରା): ଦୀର୍ଘ ୧୫ଦିନ ରହଣି ପରେ କୋରାପୁଟରୁ ଫେରିଗଲେ ସାଉଥ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲି। ଅଭିନେତା ମହେଶ ବାବୁ ଓ ବଲିଉଡ୍‌ର ଦେଶୀ...

‘ସିକନ୍ଦର ନାଚେ’ରେ ସଲମାନଙ୍କ ଡବ୍‌କେ ଡ୍ୟାନ୍ସ

ମୁମ୍ବାଇ: ଅଭିନେତା ସଲମାନ ଖାନ୍‌ଙ୍କ ଆଗାମୀ ଫିଲ୍ମ ‘ସିକନ୍ଦର’ର ଆଉ ଏକ ଗୀତ ‘ସିକନ୍ଦର ନାଚେ’କୁ ମଙ୍ଗଳବାର ରିଲିଜ୍‌ କରାଯାଇଛି। ସୋମବାର ଏହାର ଟିଜରକୁ ଜାରି...

ଐଶ୍ୱର୍ଯ୍ୟାଙ୍କୁ ବିବାହ କରିବା ପୂର୍ବରୁ ନିଜଠାରୁ ୪ ବର୍ଷ ବଡ଼ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ଅଭିଷେକ! ବଡ଼ ଖୁଲାସା

ମୁମ୍ବାଇ: ବଲିଉଡ ଅଭିନେତାଙ୍କ ନାମ ପ୍ରାୟତଃ କୌଣସି ନା କୌଣସି ଅଭିନେତ୍ରୀଙ୍କ ସହ ଯୋଡା ଯାଇଥାଏ। ଅଭିଷେକ ବଚ୍ଚନଙ୍କ ନାମ ଅନେକ ସୁନ୍ଦରୀଙ୍କ ସହ ମଧ୍ୟ...

ପୁଣି ବଡ଼ ପରଦାରେ ନଜର ଆସିବେ ବରୁଣ-ଜାହ୍ନବୀ

ମୁମ୍ବାଇ: ବଡ଼ ପରଦାରେ ପୁଣିଥରେ ଅଭିନେତା ବରୁଣ ଧାଓ୍ବନ ଓ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ କେମେଷ୍ଟ୍ରିକୁ ଦେଖିବା ପାଇଁ ଉଭୟଙ୍କ ପ୍ରଶଂସକ ଉତ୍ସାହର ସହ ଅପେକ୍ଷା...

ପ୍ରେମିକଙ୍କଠାରୁ ବାଟ ଅଲଗା କଲେ ପ୍ରିୟଙ୍କା

ମୁମ୍ବାଇ: ବ୍ରେକ୍‌ଅପ୍‌ କରିନେଇଛନ୍ତି ଟେଲି ପରଦାର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ପ୍ରିୟଙ୍କା ଚାହର ଚୌଧୁରୀ ଏବଂ ଅଙ୍କିତ ଗୁପ୍ତା। ଉଭୟଙ୍କ ଅନ୍‌ସ୍କ୍ରିନ ଏବଂ ଅଫସ୍କ୍ରିନ୍‌ କେମେଷ୍ଟ୍ରି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri