କେମିତି ଅଛନ୍ତି ସୈଫ ଅଲ୍ଲୀ ଖାନ୍‌? ୬ ଥର ହୋଇଛି ଛୁରାମାଡ଼, ୨ କ୍ଷତ ଗଭୀର…

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ହୋଇଛି। ଗୁରୁବାର ସକାଳ ତିନିଟାରେ ତାଙ୍କ ଘରେ ଚୋର ପଶିଯାଇଥିବା ବେଳେ ଅଭିନେତାଙ୍କୁ ଛଅ ଥର ଆକ୍ରମଣ କରିଛି। ସେଥିରୁ ୨ ଆଘାତ ଗୁରୁତର ରହିଛି। ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସୈଫଙ୍କ ସ୍ବାସ୍ଥାବସ୍ଥା ନେଇ ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି।

ହସ୍ପିଟାଲର ସିଇଓ ନୀରଜ ଉତ୍ତମାନୀ କହିଛନ୍ତି, ସୈଫଙ୍କ ଦେହର ଛଅଟି ସ୍ଥାନରେ କ୍ଷତ ରହିଛି। ସେଥିରୁ ଦୁଇଟି ଗୁରୁତର ଅଛି। ଗୋଟିଏ ସ୍ପାଇନାଲ୍‌ କର୍ଡ ପାଖରେ ବାଜିଛି। ଏବେ ତାଙ୍କ ଚିକିତ୍ସା କରାଯାଉଛି।

ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। କ୍ରାଇମବ୍ରାଞ୍ଚ ଟିମ୍‌ ତିନିଜଣ କର୍ମଚାରୀଙ୍କୁ ହେପାଜତକୁ ନେଇଛି। ସୁରକ୍ଷା ଦାୟିତ୍ୱରେ ଥିବା ଯୋଗୁ ଏବେ ସେମାନଙ୍କୁ ପଚରାଉଚରା କରାଯାଉଛି। ଏପରିକି ପୋଲିସ ସୈଫ୍‌ଙ୍କ ଘରେ କାମ କରୁଥିବା ଏବଂ ସୁରକ୍ଷାକର୍ମୀଙ୍କ ମୋବାଇଲ ଫୋନ୍‌ ଜବତ କରିଛି।

ଅପରପକ୍ଷେ ଛୁରାମାଡ଼କୁ ନେଇ ସୈଫଙ୍କ ଟିମ୍‌ ପକ୍ଷରୁ ଆଧିକାରୀକ ବୟାନ ଜାରି କରାଯାଇଛି। ତାଙ୍କ ବାସଭବନରୁ ଚୋରି ଉଦ୍ୟମ କରାଯାଇଥିଲା। ଏବେ ତାଙ୍କର ସର୍ଜରୀ ଚାଲିଛି। ବିଶେଷକରି ପ୍ରଶଂସକମାନେ ଚିନ୍ତିତ ହୋଇପଡ଼ିଥିବା ଯୋଗୁ ଧୌର୍ଯ୍ୟ ରଖିବାକୁ ଅନୁରୋଧ କରାଯାଇଛି।

ପୋଲିସ ସୈଫଙ୍କ ଘରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଛି। ଆକ୍ରମଣକାରୀ କିଏ ଥିଲେ, କେଉଁଠାରୁ ଆସିଥିଲେ, ତାଙ୍କର ଉଦ୍ଦେଶ୍ୟ କ’ଣ ଥିଲା,ଏହାର ସୂଚନା ଏଯାଏ ପୋଲିସକୁ ମିଳିପାରି ନାହିଁ। ତେବେ ବୁଧବାର ରାତିରେ ମୋଟ ସାତଜଣ ସୁରକ୍ଷାକର୍ମୀ ନିଯୁକ୍ତ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri