‘ବିଶ୍ୱର ପ୍ରତ୍ୟେକ ଡିଭାଇସ୍‌ରେ ଭାରତ ନିର୍ମିତ ଚିପ୍‌ ରହିବା ଆମର ସ୍ବପ୍ନ’

ନୂଆଦିଲ୍ଲୀ, ୧୨।୯(ଅଭୟ ଦାଶ): ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଉତ୍ତରପ୍ରଦେଶର ଗ୍ରେଟର ନୋଏଡାସ୍ଥିତ ଇଣ୍ଡିଆ ଏକ୍ସପୋଜିଶନ ମାର୍ଟ ଲିମିଟେଡ୍‌ଠାରେ ଏକ ୩ ଦିନିଆ ସମ୍ମିଳନୀ ‘ସେମିକନ୍‌ ଇଣ୍ଡିଆ-୨୦୨୪’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଏପରିକି ୨୦୨୪ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ୩ଦିନିଆ ସମ୍ମିଳନୀରେ ଭାରତର ସେମିକଣ୍ଡକ୍ଟର ରଣନୀତି ଏବଂ ନୀତି ପ୍ରଦର୍ଶିତ ହୋଇଛି,ଯେଉଁଥିରେ ଭାରତକୁ ସେମିକଣ୍ଡକ୍ଟର ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ମୋଦି ବୁଲି ଦେଖିଥିଲେ।

ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପ ସହ ଜଡ଼ିତ ଏକ କାର୍ଯ୍ୟକ୍ରମ ଆୟୋଜନ କରିବାରେ ଭାରତ ବିଶ୍ୱର ଅଷ୍ଟମ ଦେଶ ହୋଇପାରିଛି। ଭାରତରେ ଉପସ୍ଥିତ ରହିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ,ଆପଣ ଠିକ୍‌ ସମୟରେ ଠିକ୍‌ ସ୍ଥାନରେ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି ଜୋର ଦେଇ କହିଥିଲେ। ମୋଦି ଚଳିତ ବର୍ଷ ଲାଲକିଲ୍ଲାରୁ ଘୋଷଣା କରିଥିଲେ, ଆମର ସ୍ବପ୍ନ ହେଉଛି ବିଶ୍ୱର ପ୍ରତ୍ୟେକ ଡିଭାଇସ୍‌ରେ ଏକ ଭାରତ ନିର୍ମିତ ଚିପ୍‌ ରହିବ। ସେମିକଣ୍ଡକ୍ଟର ଉଦ୍ୟୋଗ ପାଇଁ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ ଖଣିଜ ଉପରେ ସରକାର ଧ୍ୟାନ କେନ୍ଦ୍ରିତ କରୁଥିବା ବିଷୟରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ।

ଆଇଆଇଟି ସହଯୋଗରେ ଭାରତୀୟ ମହାକାଶ ବିଜ୍ଞାନ ପ୍ରତିଷ୍ଠାନରେ ଏକ ସେମିକଣ୍ଡକ୍ଟର ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାର ଯୋଜନା ବିଷୟରେ ପ୍ରକାଶ କରିଥିଲେ, ଯାହା କେବଳ ଆଜିର ନୁହେଁ, ବରଂ ପରବର୍ତ୍ତୀ ପିଢ଼ିର ଉଚ୍ଚ ପ୍ରଯୁକ୍ତି ସମ୍ପନ୍ନ ବା ହାଇଟେକ୍‌ ଚିପ୍‌ ଉତ୍ପାଦନ କରିବ। ଏହାବ୍ୟତୀତ ଜାପାନ ଓ ସିଙ୍ଗାପୁର ଭଳି ଦେଶ ସହ ଚୁକ୍ତି ସ୍ବାକ୍ଷରିତ ହୋଇଛି ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତ ଆମେରିକା ସହ ସହଯୋଗକୁ ଆହୁରି ସୁଦୃଢ଼ କରୁଛି ବୋଲି ସେ କହିଥିଲେ। ଯେଉଁମାନେ ସେମିକଣ୍ଡକ୍ଟର ଉପରେ ଭାରତର ଗୁରୁତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି ସେମାନେ ଡିଜିଟାଲ ଇଣ୍ଡିଆ ମିଶନର ସଫଳତା ଅଧ୍ୟୟନ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି।
ଭାରତର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରର ମୂଲ୍ୟ ବର୍ତ୍ତମାନ ୧୫୦ ବିଲିୟନ ଡଲାରରୁ ଅଧିକ ହୋଇଥିବାବେଳେ ଚଳିତ ଦଶନ୍ଧି ଶେଷ ସୁଦ୍ଧା ଦେଶର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରକୁ ୫୦୦ ବିଲିୟନ ଡଲାରକୁ ବୃଦ୍ଧି କରିବା ଏବଂ ୬ ନିୟୁତ ନିଯୁକ୍ତି ସୃଷ୍ଟି କରିବାକୁ ଏକ ବୃହତ୍‌ ଲକ୍ଷ୍ୟ ପ୍ରଧାନମନ୍ତ୍ରୀ ଧାର୍ଯ୍ୟ କରିଥିଲେ ଏହି ଅଭିବୃଦ୍ଧି ଭାରତର ସେମିକଣ୍ଡକ୍ଟର କ୍ଷେତ୍ରକୁ ସିଧାସଳଖ ଫାଇଦା ଦେବ ବୋଲି ସେ କହିଥିଲେ ପ୍ରଧାନମନ୍ତ୍ରୀ କହିଥିଲେ, ଆମର ଲକ୍ଷ୍ୟ ହେଉଛି ୧୦୦% ଇଲେକ୍ଟ୍ରୋନିକ୍‌ ଉତ୍ପାଦନ ଭାରତରେ ହେବା ଉଚିତ। ଭାରତ ସେମିକଣ୍ଡକ୍ଟର ଚିପ୍‌ ଏବଂ ପ୍ରସ୍ତୁତ ଉତ୍ପାଦ ମଧ୍ୟ ତିଆରି କରିବ। ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମ କେବଳ ଭାରତର ଆହ୍ବାନ ଲାଗି ନୁହେଁ ବରଂ ବୈଶ୍ୱିକ ଆହ୍ବାନ ପାଇଁ ମଧ୍ୟ ଏକ ସମାଧାନ ବୋଲି ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ୱାରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ, ସେମିର ସଭାପତି ତଥା ସିଇଓ ଅଜିତ ମନୋଚା, ଏନ୍‌ଏକ୍ସପି ସେମିକଣ୍ଡକ୍ଟରର ସିଇଓ ଡ. ରଣଧୀର ଠାକୁର, ରେନେସାସ୍‌ର ସିଇଓ କୁର୍ଟ ସିଭର୍ସ, ହିଦେତୋଶୀ ଶିବାତା ଏବଂ ଆଇଏମ୍‌ଇସିର ସିଇଓ ଲକ୍‌ ଭାନ୍‌ ଡେନ୍‌ ହୋଭ୍‌ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri