ସୁନୀତା ଓ୍ବିଲିୟମଙ୍କ ନାଁରେ ଉତ୍ସର୍ଗ ହେଲା ଓୟୁଜେ ବୈଠକ

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଡୁଲୁରୀ ପାଇନବଣ ପରିସରରେ ବୁଧବାର ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ )ର ସାଧାରଣ ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୟୁନିୟନର କନ୍ଧମାଳ ଶାଖାର ଜିଲା ସଭାପତି ସୁଜିତ କୁମାର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ୟୁନିୟନର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ଓୟୁଜେର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ବତନ୍ତ୍ର ଅତିଥି ଭାବେ ବିଡିଓ ପ୍ରୀତିରଞ୍ଜନ ରଥ, ସମ୍ମାନିତ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ କମ୍ବୁପାଣି ମିଶ୍ର, ରାଜ୍ୟ ଆଇଟି କୋଅଡିନେଟର ସନ୍ତୋଷ କୁମାର ସିଂଦେଓ, ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ବରିଷ୍ଠ ଖବରଦାତା ସୁଧାଂଶୁ ପାତ୍ର, ଜିଲା ସାଧାରଣ ସମ୍ପାଦକ ଅଜିତ କୁମାର ନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା ପ୍ରମୁଖ ମଞ୍ଚାସୀନ ରହିଥିଲେ। ସେହିପରି ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ରାଇକିଆ ସାହାରା ଅନୁଷ୍ଠାନର ସମ୍ପାଦକ ସୁକାନ୍ତ କୁମାର ନାୟକ, ବାଲିଗୁଡ଼ାର ସୁରେନ୍ଦ୍ର ସେଠୀ, ପ୍ଳିହେରି ପଞ୍ଚାୟତ ସରପଞ୍ଚ ପାଉଲ ପ୍ରଧାନ, ସମିତିସଭ୍ୟ ଅରୁଣ କୁମାର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଦୁର୍ଗମ ଅଞ୍ଚଳରେ ଖବରଦାତାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବା ପ୍ରତି ସରକାର ଧ୍ୟାନ ଦେବା ଆବଶ୍ୟକ ଓ ବୀମା ରାଶି ବୃଦ୍ଧି କୁ ଗୁରୁତ୍ୱ ଦେଇ ଆଲୋଚନା ହୋଇଥିଲା। ସରକାର ଖବରଦାତାଙ୍କ ୩ଟି ଦାବିକୁ ଗୁରୁତ୍ୱ ନ ଦେଲେ ୟୁନିୟନ ଏଥିପାଇଁ ସରକାରଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନା କରିବ ବୋଲି ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି କହିଥିଲେ। ଏହି ଅବସରରେ ମହାକାଶଯାତ୍ରୀ ସୁନୀତା ଓ୍ବିଲିୟମ ୯ ମାସ ପରେ ସୁରକ୍ଷିତ ଭାବେ ଫେରିଲେ ଏହି ବୈଜ୍ଞାନିକଙ୍କୁ ଧନ୍ୟବାଦ ଦେବା ସହ ୟୁନିୟନ ଏଥିପାଇଁ ତାଙ୍କ ଫଟୋ ପୋଷ୍ଟର ଧରି ସେଲିବ୍ରେସନ କରିଥିଲା। ମୁଖ୍ୟ ଅତିଥି କହିଥିଲେ ଓୟୁଜେ ସମସ୍ତ ବୈଜ୍ଞାନିକଙ୍କୁ ସମ୍ମାନ ଜଣାଉଛି ଏହି କ୍ରମରେ ସୁନୀତାଙ୍କ ଉଦ୍ଦେଶ୍ୟରେ ସମସ୍ତେ ସେଲିବ୍ରେଶନରେ ସାମିଲ ହୋଇଥିଲେ। ଏହି ଅବସରରେ ନିମନ୍ତ୍ରିତ ଅତିଥିଙ୍କୁ କନ୍ଧମାଳ ଶାଖା ପକ୍ଷରୁ ପ୍ରଶଂସାପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ଏଥିସହ ଓୟୁଜେର ପରିଚୟପତ୍ର ବଣ୍ଟନ କରାଯାଇଥିଲା।

କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତିକାର ତଥା କଣ୍ଠଶିଳ୍ପୀ ଅକ୍ଷୟ କୁମାର ପରିଚ୍ଛା ଓ ତାଙ୍କ ଦଳ ପରିବେଷଣ କରିଥିଲେ। ସ୍ବେଚ୍ଛାସେବୀ ଭାବେ ଦିଲୀପ କୁମାର ସାହୁ, ଧନେଶ୍ୱର ସାହୁ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକାରିଣୀ ସଭାପତି ଅଶୋକ କୁମାର ମହାନ୍ତି ନିମନ୍ତ୍ରିତ ଅତିଥିଙ୍କୁ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ପରିଚାଳନା କରିଥିଲେ। ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କୈଳାସ ଚନ୍ଦ୍ର ଦଣ୍ଡପାଟ, ସୁକାନ୍ତ ନାୟକ, ପ୍ଳିହେରି ସରପଞ୍ଚ ପାଉଲ ପ୍ରଧାନ, ସମିତିସଭ୍ୟ ଅରୁଣ ଗୌଡ଼, ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ବାଲିଗଡ଼ାର ଚିତ୍ର ଉତ୍ତୋଳନ ପାଇଁ ସୁରେନ୍ଦ୍ର ସେଠୀ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲା ତଥା ଜିଲା ବାହାରର ଓୟୁଜେ କର୍ମକର୍ତ୍ତା, ଖବରଦାତାମାନେ ଉପସ୍ଥିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା…

ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ  ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…

ସିଡିଏମଓଙ୍କ ମହାନୀୟତା: ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସାଜିଲେ ଦେବଦୂତ, ନିଜେ ଠିଆ ହୋଇ ପଠାଇଲେ ମେଡିକାଲ୍

ଗଜପତି, ୫।୩(ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶାନ୍ତନୁ କୁମାର ପାଢୀଙ୍କ ମହାନୀୟତା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିବା…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri