ଆଭା ପଞ୍ଜୀକରଣରେ ଓଟିପି ବାଧକ

ରସୁଲପୁର,୧୨ା୧୨(ଡି.ଏନ.ଏ.): ଆୟୁଷମାନ ଭାରତ ଯୋଜନାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି। ରାଜ୍ୟ ସରକାର ଆୟୁଷମାନ ଭାରତର ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାକୁ ମୁହଁ ମୋଡୁଛନ୍ତି। ହେଲେ ଆୟୁଷମାନ ଭାରତ ହେଲ୍‌ଥ ଆକାଉଣ୍ଟ(ଆଭା)କୁ ଗ୍ରହଣ କରିଛନ୍ତି। ଆଧାର କାର୍ଡଧାରୀଙ୍କୁ ସେମାନଙ୍କ ମୋବାଇଲର(ଓ୍ବାନ୍‌ ଟାଇମ୍‌ ପାସଓ୍ବାର୍ଡ) ଓଟିପି ଦ୍ୱାରା ଆଭାରେ ସାମିଲ କରାଯାଉଛି। ଏଥିସହିତ ଡ୍ରାଇଭିଂ ଲାଇସେନ୍ସ ବ୍ୟବହାର କରି ମଧ୍ୟ ଆଭା ନମ୍ବରରେ ପଞ୍ଜୀକରଣ କରାଯାଇପାରିବ। ପରେ ଡ୍ରାଇଭିଂ ଲାଇସେନ୍ସକୁ ନେଇ ନିକଟସ୍ଥ ଆୟୁଷମାନ ଭାରତ ଡିଜିଟାଲ ମିଶନ କ୍ୟାମ୍ପ୍‌ରେ ଯାଞ୍ଚ କରାଇବାକୁ ପଡ଼ିବ। ଏହାପରେ ଆଭା ନମ୍ବର ମିଳିପାରିବାର ବ୍ୟବସ୍ଥା କରାଯାଇଛି। ଏନେଇ ରାଜ୍ୟରେ ଆଭା ନମ୍ବର ପ୍ରସ୍ତୁତ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି।
ଆଭା ନମ୍ବରପ୍ରାପ୍ତ ବ୍ୟକ୍ତି ସର୍ବଭାରତୀୟସ୍ତରରେ ସ୍ବାସ୍ଥ୍ୟ ସେବା ପାଇପାରିବେ। ଏଥିରେ ପଞ୍ଜୀକୃତ ହୋଇଥିବା ବ୍ୟକ୍ତିଙ୍କ ରୋଗ ସମ୍ପର୍କିତ ତଥ୍ୟ ଓ ସେ ରୋଗକୁ ନେଇ କେଉଁ ସ୍ଥାନରେ କ’ଣ ସବୁ ପରୀକ୍ଷା କରିଛନ୍ତି, କିପ୍ରକାରର ଚିକିତ୍ସା ଉପଲବ୍ଧ ହୋଇଛି, ଡାକ୍ତରୀ ପରାମର୍ଶ କ’ଣ ଦିଆଯାଇଛି ଆଦି ବିଷୟରେ ସମସ୍ତ ତଥ୍ୟ ଆଭା ନମ୍ବରରେ ଉପଲବ୍ଧ ହେବ। ସେହି ଅନୁସାରେ ରୋଗୀଙ୍କୁ ଦେଶର ଯେକୌଣସି ଡାକ୍ତରଖାନରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଏହିକ୍ରମରେ ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ୩୫ ହଜାର ବ୍ୟକ୍ତିଙ୍କୁ ଆଭା ନମ୍ବର ମିଳିଛି। ଉକ୍ତ ବ୍ଲକ୍‌ରେ ଦେଢ଼ଲକ୍ଷରୁ ଊର୍ଦ୍ଧ୍ୱ ଆଧାରକାର୍ଡଧାରୀ ଥିବାବେଳେ ମାତ୍ର ୨୦ ଶତକଡ଼ା ଜନସାଧାରଣଙ୍କୁ ଏହି ନମ୍ବର ମିଳିଛି। କାରଣ ଆଭାରେ ନାମ ପଞ୍ଜୀକରଣରେ ବାଧକ ସାଜିଛି ଓଟିପି। ଆଧାର ନମ୍ବର ସହ ମୋବାଇଲ ନମ୍ବର ଲିଙ୍କ୍‌ ଥିଲେ ଆଭା ନମ୍ବର ମିଳିପାରୁଛି। ନଚେତ୍‌ ଏହା ସମ୍ଭବ ହୋଇ ପାରୁନାହିଁ। ତେଣୁ ଆଭାରେ ସାମିଲ ହେବାକୁ ଆଶାୟୀ ବ୍ୟକ୍ତି ମୋବାଇଲ ନମ୍ବର ଆଧାର ସହ ସଂଯୋଗ କରିବାକୁ ଗଲେ ଆଧାର କେନ୍ଦ୍ର ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ଏଥିପାଇଁ ବିଭିନ୍ନ କେନ୍ଦ୍ରରେ ୧୫୦ରୁ ୨୦୦ଟଙ୍କା ପର୍ଯ୍ୟନ୍ତ ଅର୍ଥ ଆଦାୟ କରାଯାଉଛି। ଟଙ୍କା ନ ଦେଇ ପାରି ଅନେକ ଗରିବ ପରିବାର ଏହି ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ଆଧାର ସହ ମୋବାଇଲ ନମ୍ବର ଲିଙ୍କ ଥିବା ବ୍ୟକ୍ତି ଦିନବେଳା ଆଭାରେ ନାମ ପଞ୍ଜୀକରଣ କରିବା ସମ୍ଭବ ହେଉନାହିଁ। ସର୍ଭର ଡାଉନ ରହୁଥିବାରୁ ସମସ୍ୟା ଦେଖାଯାଉଛି। ସ୍ବାସ୍ଥ୍ୟକର୍ମୀ ରାତିରେ ଆଭାରେ ନାମ ପଞ୍ଜୀକରଣ କରୁଛନ୍ତି। ଏହି ପ୍ରକ୍ରିୟାରେ ଏକ ଓଟିପି ନମ୍ବର ସମ୍ପୃକ୍ତବ୍ୟକ୍ତିଙ୍କ ମୋବାଇଲକୁ ଯାଉଛି। ମାତ୍ର ବ୍ୟାଙ୍କ ଆକାଉଣ୍ଟରୁ ଅର୍ଥ ହଡପ ଅଥବା କୌଣସି ଘରୋଇ ତଥ୍ୟ ଲିକ୍‌ ହୋଇଯିବା ଭୟରେ ଲୋକେ ଓଟିପି ଦେବାକୁ ଅମଙ୍ଗ ହେଉଛନ୍ତି। ୧୦ମିନିଟ୍‌ ପାଇଁ ଓଟିପି କାମ କରୁଛି। ପରେ ଅକାମୀ ହୋଇଯାଉଛି। ଏହିଭଳି ଭାବେ ଅନେକ ବ୍ୟକ୍ତି ଆଭା ନମ୍ବର ପାଇପାରୁନାହାନ୍ତି।
ଅନ୍ୟପକ୍ଷରେ ଆଶାକର୍ମୀ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ସେମାନଙ୍କ କେନ୍ଦ୍ର ପରିସରରୁ ଆଧାର ସଂଗ୍ରହ ହୋଇପାରୁ ନ ଥିବାରୁ ପଞ୍ଜୀକରଣ କାର୍ଯ୍ୟ ମନ୍ଥର ହୋଇଥିବା ପରିଲକ୍ଷିତ ହେଉଛି। ତେଣୁ ଆଭା ଆଇଡି ପାଇଁ ଆଧାର ସହ ମୋବାଇଲ ଲିଙ୍କକୁ ନିଃଶୁଳ୍କ କରିବା ସହିତ ଓଟିପିର ବୈଧତା ଅବଧିକୁ ଅନୂ୍ୟନ ୨୪ଘଣ୍ଟାକୁ ବୃଦ୍ଧି କରିବା, ସ୍ବାସ୍ଥ୍ୟ କର୍ମୀ ଓଟିପି ସଂଗ୍ରହ କରି ପଞ୍ଜୀକରଣ କେନ୍ଦ୍ରକୁ ଜଣାଇବାର ସୁଯୋଗ ଓ ସ୍ବତନ୍ତ୍ର କ୍ୟାମ୍ପେନ ଅବଧିକୁ ବଢ଼ାଇବାକୁ ଦାବି ହୋଇଛି। ଏଭଳି କରାଗଲେ ଏହି ପ୍ରକ୍ରିୟା ସଫଳ ହୋଇପାରିବ ବୋଲି କୁହାଯାଉଛି। ଏ ସମ୍ପର୍କରେ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସହ ଯୋଗାଯୋଗ କରାଯିବାରୁ ଆଭା ନମ୍ବରକୁ ନେଇ ଚାଲିଥିବା ସ୍ବତନ୍ତ୍ର କ୍ୟାମ୍ପେନ ବନ୍ଦ ହୋଇଯିବ। ମାତ୍ର ଅନ୍‌ଲାଇନ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିବ। ପ୍ରତ୍ୟେକ ବ୍ୟକ୍ତି ଆଭାରେ ନାମ ପଞ୍ଜୀକରଣ ପାଇଁ ସ୍ବାସ୍ଥ୍ୟକର୍ମୀଙ୍କ ସହ ଯୋଗାଯୋଗ କରିବାକୁ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri