ଆଭା ପଞ୍ଜୀକରଣରେ ଓଟିପି ବାଧକ

ରସୁଲପୁର,୧୨ା୧୨(ଡି.ଏନ.ଏ.): ଆୟୁଷମାନ ଭାରତ ଯୋଜନାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି। ରାଜ୍ୟ ସରକାର ଆୟୁଷମାନ ଭାରତର ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାକୁ ମୁହଁ ମୋଡୁଛନ୍ତି। ହେଲେ ଆୟୁଷମାନ ଭାରତ ହେଲ୍‌ଥ ଆକାଉଣ୍ଟ(ଆଭା)କୁ ଗ୍ରହଣ କରିଛନ୍ତି। ଆଧାର କାର୍ଡଧାରୀଙ୍କୁ ସେମାନଙ୍କ ମୋବାଇଲର(ଓ୍ବାନ୍‌ ଟାଇମ୍‌ ପାସଓ୍ବାର୍ଡ) ଓଟିପି ଦ୍ୱାରା ଆଭାରେ ସାମିଲ କରାଯାଉଛି। ଏଥିସହିତ ଡ୍ରାଇଭିଂ ଲାଇସେନ୍ସ ବ୍ୟବହାର କରି ମଧ୍ୟ ଆଭା ନମ୍ବରରେ ପଞ୍ଜୀକରଣ କରାଯାଇପାରିବ। ପରେ ଡ୍ରାଇଭିଂ ଲାଇସେନ୍ସକୁ ନେଇ ନିକଟସ୍ଥ ଆୟୁଷମାନ ଭାରତ ଡିଜିଟାଲ ମିଶନ କ୍ୟାମ୍ପ୍‌ରେ ଯାଞ୍ଚ କରାଇବାକୁ ପଡ଼ିବ। ଏହାପରେ ଆଭା ନମ୍ବର ମିଳିପାରିବାର ବ୍ୟବସ୍ଥା କରାଯାଇଛି। ଏନେଇ ରାଜ୍ୟରେ ଆଭା ନମ୍ବର ପ୍ରସ୍ତୁତ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି।
ଆଭା ନମ୍ବରପ୍ରାପ୍ତ ବ୍ୟକ୍ତି ସର୍ବଭାରତୀୟସ୍ତରରେ ସ୍ବାସ୍ଥ୍ୟ ସେବା ପାଇପାରିବେ। ଏଥିରେ ପଞ୍ଜୀକୃତ ହୋଇଥିବା ବ୍ୟକ୍ତିଙ୍କ ରୋଗ ସମ୍ପର୍କିତ ତଥ୍ୟ ଓ ସେ ରୋଗକୁ ନେଇ କେଉଁ ସ୍ଥାନରେ କ’ଣ ସବୁ ପରୀକ୍ଷା କରିଛନ୍ତି, କିପ୍ରକାରର ଚିକିତ୍ସା ଉପଲବ୍ଧ ହୋଇଛି, ଡାକ୍ତରୀ ପରାମର୍ଶ କ’ଣ ଦିଆଯାଇଛି ଆଦି ବିଷୟରେ ସମସ୍ତ ତଥ୍ୟ ଆଭା ନମ୍ବରରେ ଉପଲବ୍ଧ ହେବ। ସେହି ଅନୁସାରେ ରୋଗୀଙ୍କୁ ଦେଶର ଯେକୌଣସି ଡାକ୍ତରଖାନରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଏହିକ୍ରମରେ ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ୩୫ ହଜାର ବ୍ୟକ୍ତିଙ୍କୁ ଆଭା ନମ୍ବର ମିଳିଛି। ଉକ୍ତ ବ୍ଲକ୍‌ରେ ଦେଢ଼ଲକ୍ଷରୁ ଊର୍ଦ୍ଧ୍ୱ ଆଧାରକାର୍ଡଧାରୀ ଥିବାବେଳେ ମାତ୍ର ୨୦ ଶତକଡ଼ା ଜନସାଧାରଣଙ୍କୁ ଏହି ନମ୍ବର ମିଳିଛି। କାରଣ ଆଭାରେ ନାମ ପଞ୍ଜୀକରଣରେ ବାଧକ ସାଜିଛି ଓଟିପି। ଆଧାର ନମ୍ବର ସହ ମୋବାଇଲ ନମ୍ବର ଲିଙ୍କ୍‌ ଥିଲେ ଆଭା ନମ୍ବର ମିଳିପାରୁଛି। ନଚେତ୍‌ ଏହା ସମ୍ଭବ ହୋଇ ପାରୁନାହିଁ। ତେଣୁ ଆଭାରେ ସାମିଲ ହେବାକୁ ଆଶାୟୀ ବ୍ୟକ୍ତି ମୋବାଇଲ ନମ୍ବର ଆଧାର ସହ ସଂଯୋଗ କରିବାକୁ ଗଲେ ଆଧାର କେନ୍ଦ୍ର ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ଏଥିପାଇଁ ବିଭିନ୍ନ କେନ୍ଦ୍ରରେ ୧୫୦ରୁ ୨୦୦ଟଙ୍କା ପର୍ଯ୍ୟନ୍ତ ଅର୍ଥ ଆଦାୟ କରାଯାଉଛି। ଟଙ୍କା ନ ଦେଇ ପାରି ଅନେକ ଗରିବ ପରିବାର ଏହି ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ଆଧାର ସହ ମୋବାଇଲ ନମ୍ବର ଲିଙ୍କ ଥିବା ବ୍ୟକ୍ତି ଦିନବେଳା ଆଭାରେ ନାମ ପଞ୍ଜୀକରଣ କରିବା ସମ୍ଭବ ହେଉନାହିଁ। ସର୍ଭର ଡାଉନ ରହୁଥିବାରୁ ସମସ୍ୟା ଦେଖାଯାଉଛି। ସ୍ବାସ୍ଥ୍ୟକର୍ମୀ ରାତିରେ ଆଭାରେ ନାମ ପଞ୍ଜୀକରଣ କରୁଛନ୍ତି। ଏହି ପ୍ରକ୍ରିୟାରେ ଏକ ଓଟିପି ନମ୍ବର ସମ୍ପୃକ୍ତବ୍ୟକ୍ତିଙ୍କ ମୋବାଇଲକୁ ଯାଉଛି। ମାତ୍ର ବ୍ୟାଙ୍କ ଆକାଉଣ୍ଟରୁ ଅର୍ଥ ହଡପ ଅଥବା କୌଣସି ଘରୋଇ ତଥ୍ୟ ଲିକ୍‌ ହୋଇଯିବା ଭୟରେ ଲୋକେ ଓଟିପି ଦେବାକୁ ଅମଙ୍ଗ ହେଉଛନ୍ତି। ୧୦ମିନିଟ୍‌ ପାଇଁ ଓଟିପି କାମ କରୁଛି। ପରେ ଅକାମୀ ହୋଇଯାଉଛି। ଏହିଭଳି ଭାବେ ଅନେକ ବ୍ୟକ୍ତି ଆଭା ନମ୍ବର ପାଇପାରୁନାହାନ୍ତି।
ଅନ୍ୟପକ୍ଷରେ ଆଶାକର୍ମୀ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ସେମାନଙ୍କ କେନ୍ଦ୍ର ପରିସରରୁ ଆଧାର ସଂଗ୍ରହ ହୋଇପାରୁ ନ ଥିବାରୁ ପଞ୍ଜୀକରଣ କାର୍ଯ୍ୟ ମନ୍ଥର ହୋଇଥିବା ପରିଲକ୍ଷିତ ହେଉଛି। ତେଣୁ ଆଭା ଆଇଡି ପାଇଁ ଆଧାର ସହ ମୋବାଇଲ ଲିଙ୍କକୁ ନିଃଶୁଳ୍କ କରିବା ସହିତ ଓଟିପିର ବୈଧତା ଅବଧିକୁ ଅନୂ୍ୟନ ୨୪ଘଣ୍ଟାକୁ ବୃଦ୍ଧି କରିବା, ସ୍ବାସ୍ଥ୍ୟ କର୍ମୀ ଓଟିପି ସଂଗ୍ରହ କରି ପଞ୍ଜୀକରଣ କେନ୍ଦ୍ରକୁ ଜଣାଇବାର ସୁଯୋଗ ଓ ସ୍ବତନ୍ତ୍ର କ୍ୟାମ୍ପେନ ଅବଧିକୁ ବଢ଼ାଇବାକୁ ଦାବି ହୋଇଛି। ଏଭଳି କରାଗଲେ ଏହି ପ୍ରକ୍ରିୟା ସଫଳ ହୋଇପାରିବ ବୋଲି କୁହାଯାଉଛି। ଏ ସମ୍ପର୍କରେ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସହ ଯୋଗାଯୋଗ କରାଯିବାରୁ ଆଭା ନମ୍ବରକୁ ନେଇ ଚାଲିଥିବା ସ୍ବତନ୍ତ୍ର କ୍ୟାମ୍ପେନ ବନ୍ଦ ହୋଇଯିବ। ମାତ୍ର ଅନ୍‌ଲାଇନ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିବ। ପ୍ରତ୍ୟେକ ବ୍ୟକ୍ତି ଆଭାରେ ନାମ ପଞ୍ଜୀକରଣ ପାଇଁ ସ୍ବାସ୍ଥ୍ୟକର୍ମୀଙ୍କ ସହ ଯୋଗାଯୋଗ କରିବାକୁ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri