କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା ଜଙ୍ଗଲରେ ଦେଖିବା ପାଇଁ ମିଳଛି। ଏକ କୁଳପ୍ରଥାକୁ ନେଇ ତମ୍ବୁପଡି ଭୋଜି ଭାତର ଆସର ଚାଲିଥିଲା, ଟଙ୍କା ଗଣୁଥିଲେ କିଛି ବୟସ୍କ। ଘଟଣାଟି କୁଳସମାଜ ପ୍ରତି ଯେତିକି ଚିନ୍ତା ଜନକ ନୁହେଁ, ସାମ୍ପ୍ରତିକ ପରିସ୍ଥିତିରେ କୁଳପ୍ରଥାକୁ ନେଇ ଏ ପରି ଏକ ଘଟଣାରେ ଚିନ୍ତା ବଢ଼ାଇଛି।
ସୂଚନାଯୋଗ୍ୟ, ଜୟପୁର ସହର ଜଣେ ଯୁବକ ମହେଶ୍ୱର ଖିଲ ଅନ୍ୟ ଏକ ଜାତିର ଝିଅ ଉର୍ମିଳା ଖଡାଙ୍କୁ ଦୀର୍ଘଦିନ ଧରି ପ୍ରେମ କରି ଆସୁଥିଲେ। ଏମାନଙ୍କ ବିବାହକୁ ଦୁଇ କୁଳ ଅନୁମତି ପ୍ରଦାନ କରୁ ନ ଥିଲେ। ବାଧ୍ୟ ହୋଇ କିଛି ଦିନ ଉର୍ମିଳାଙ୍କୁ ନେଇ ମହେଶ୍ୱର ବାହାରକୁ ପଳାଇ ଯାଇଥିଲେ। ତେବେ ଉଭୟ ପୁଅ ଝିଅ ବାହାରେ ରହିବାରୁ ବାହାଘର ପାଇଁ ବାଟ ଖୋଜିଲା ପରିବାର। କୁଳ ସମାଜରେ ବୈଠକ କରି ନିଷ୍ପତ୍ତି ନିଆଗଲା ଯେ, ମହେଶ୍ୱର ସମାଜ ଆଗରେ ଲଣ୍ଡା ହେବେ। କୁଳ ସମାଜକୁ ମାଂସ ଭାତ ଭୋଜି ଦେବେ। ତା ସହ ୯୦ ହଜାର ଟଙ୍କା ତଣ୍ଡ ଗଣିବେ। ଯାହା ନିଷ୍ପତ୍ତି ନିଆଗଲା ତାହାହିଁ ହେଲା।
ମାଛରା ନିକଟସ୍ଥ ପାହାଡ଼ ତଳେ ତମ୍ବୁ ଭିଡି ଭୋଜିଭାତ କରି ମହେଶ୍ୱରଙ୍କୁ ଲଣ୍ଡା କର ଉର୍ମିଳାଙ୍କୁ ଗୃହ ପ୍ରବେଶର ଅନୁମତି ଦେଇଥିଲେ। ଅବଶ୍ୟ ଘଟଣାଟି ଉକ୍ତ ସମାଜ ପତି ନୂଆ ନୁହେଁ ପୂର୍ବ ପୁରୁଷରୁ ଅନ୍ୟ ଜାତି ଝିଅକୁ ବାହା ହେଲେ ଏପରି ନିୟମ ରହିଛି ଆଗକୁ ବି ରହିବ ବୋଲି କୁଳ ସମାଜର ବରିଷ୍ଠ କହୁଥିବା ବେଳେ ଯୁବପିଢ଼ି କିନ୍ତୁ ସମାଜ ପ୍ରତି ଭୟ ରଖି ମୁହଁ ଖୋଲୁ ନ ଥିବା ବେଳେ ଘୋର ବିରୋଧ କରିଛନ୍ତି।