ଓଏସଏସସି ସିଜିଏଲ ୨୦୨୩: ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାନୁୟାରୀ ୩ ରୁ ଆବେଦନ ଆରମ୍ଭ

ଭୁବନେଶ୍ୱର,୨୭।୧୨: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ କମ୍ବାଇନ ଗ୍ରାଜୁଏଟ ଲେଭାଲ (ସିଜିଏଲ୍) ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ମାଧ୍ୟମରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିଥିବା ୮୩ଟି ଗ୍ରୁପ ‘ବି’ ଓ ଗ୍ରୁପ ‘ସି’ ସ୍ପେସିଆଲିଷ୍ଟ ପଦବୀ ପୂରଣ ହେବ।

ଏହି ପରୀକ୍ଷା ପାଇଁ ୨୦୨୪ ଜାନୁୟାରୀ ୩ ତାରିଖରୁ ଅନଲାଇନ ଆବେଦନ ଆରମ୍ଭ ହେବ। ଆବେଦନର ଶେଷ ତାରିଖ ୨୦୨୪ ଫେବୃୟାରୀ ୫ ରହିଛି।

ପଦବୀ ସଂଖ୍ୟା:

ଇନ୍ସପେକ୍ଟର ଅଫ ଲିଗାଲ ମେଟ୍ରୋଲୋଜି – ୧୭
ଜୁନିୟର କେମିଷ୍ଟ – ୧୪
ସିନିୟର ଲାବୋରଟାରି ଆସିଷ୍ଟାଣ୍ଟ – ୩୩
ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ – ୧୧
ମାର୍କେଟିଂ ଇଣ୍ଟେଲିଜେନ୍ସ ଇନ୍ସପେକ୍ଟର – ୭
କମ୍ପ୍ୟୁଟର ପ୍ରୋଗ୍ରାମ– ୧

ଯୋଗ୍ୟତା: ପ୍ରାର୍ଥୀମାନଙ୍କ ବୟସ ୨୧ରୁ ୩୮ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ସେମାନେ ଅତିକମରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ ବିଭିନ୍ନ ପଦବୀ ପାଇଁ ଥିବା ଅତିରିକ୍ତ ଯୋଗ୍ୟତା ସେମାନଙ୍କ ପାଖେ ଥିବା ଦରକାର।

ଏହି ସବୁ ପଦବୀ ପାଇଁ ଏସଏସସି ପକ୍ଷରୁ ପ୍ରଥମେ ପ୍ରିଲିମିନାରି ପରୀକ୍ଷା କରାଯିବ। ଏଥିରେ ଭଲ କରିଥିବା ପ୍ରାର୍ଥୀଙ୍କ ନାମକୁ ୨ୟ ପର୍ଯ୍ୟାୟ ମେନ ପରୀକ୍ଷା ପାଇଁ ମେରିଟ ଲିଷ୍ଟ ବାହାର କରାଯିବ। ୨ୟ ପର୍ଯ୍ୟାୟ ପରୀକ୍ଷାରେ ଚୟନ ହୋଇଥିବା ପ୍ରାର୍ଥୀଙ୍କର ଇଣ୍ଟରଭ୍ୟୁ ଓ ସାର୍ଟିଫିକେଟ ଯାଞ୍ଚ କରାଯାଇ ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, କଲେଜ ପ୍ରିନ୍ସିପାଲଙ୍କଠାରୁ ନିଯୁକ୍ତି କ୍ଷମତା ପ୍ରତ୍ୟାହାର

ଭୁବନେଶ୍ୱର,୨୧।୭(ସୁଚିସ୍ମିତା ସାହୁ): ସରକାରୀ କଲେଜରେ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି । ସରକାରୀ କଲେଜ ପ୍ରିନ୍ସିପାଲଙ୍କଠାରୁ ନିଯୁକ୍ତି କ୍ଷମତାକୁ ପ୍ରତ୍ୟାହାର କରାଯାଇଥିବାବେଳେ ଏହି ଦାୟିତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri