କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା ରାଜ୍ୟ ପରିବହନ ବିଭାଗ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଥିବା ବେଳେ ଏକ ବଡ଼ ଦୁର୍ଘଟଣାରୁ ସମସ୍ତ ଯାତ୍ରୀ ବର୍ତ୍ତି ଯାଇଛନ୍ତି।
ସୂଚନା ମୁତାବକ ମାଲକାନଗିରି ଏମ୍ଭି-୭୯ରୁ ନିୟମିତ ବାହାରୁଥିବା ଉକ୍ତ ବସ୍ ନମ୍ବର ଓଡି ୦୨ ସିଇ ୭୫୧୨ବସ୍ଟି ଆନ୍ଧ୍ର ରାଜ୍ୟର ବିଶାଖାପାଟଣା ଅଭିମୁଖେ ଯାଉଥିଲା । ଏହି ସମୟରେ ବିଳମ୍ବିତ ରାତରେ ସାଲୁର୍ ବାଇପାସ ରାସ୍ତା କଡ଼କୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଯାହାଫଳରେ ବସ୍ରେ ରହିଥିବା ୨୯ ଯାତ୍ରୀଙ୍କ ମଧ୍ୟରୁ ୭ଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ସାଲୁର୍ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ନିଜ ଘରକୁ ଫେରି ଯାଇଛନ୍ତି। ବସ୍ରେ ଥିବା ଅବଶିଷ୍ଟ ୨୨ ଯାତ୍ରୀଙ୍କୁ ବିଜୟନଗରମସ୍ଥିତ ରାଜ୍ୟ ଓଡ଼ିଶା ପରିବହନ ବିଭାଗ ପକ୍ଷରୁ ଜଗଦଲପୁର ବସ ଯୋଗେ ନିଜ ଗନ୍ତବ୍ୟ ସ୍ଥଳ ବିଶାଖାପାଟଣାକୁ ପଠାଇବା ନେଇ ସହଯୋଗ କରିଥିଲେ।
ଡ୍ରାଇଭର ଏନ୍ ଭାସ୍କର ରାଓଙ୍କ କହିବା ଅନୁସାେ,ର ବସର ଷ୍ଟିଅରିଂ ହଠାତ୍ ଲକ୍ ପଡ଼ିଗଲା। ଫଳରେ ବସ୍ଟି ଦୁର୍ଘଟଣା ସ୍ଥାନର ଏକ ବୁଲାଣିଆ ରାସ୍ତା କଡ଼କୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଉକ୍ତ ତ୍ରୁଟି ସାଲୁର୍ ଘାଟରେ ହୋଇଥିଲେ ଏକ ବଡ଼ ଦୁର୍ଘଟଣା ହୋଇଥାନ୍ତା କିନ୍ତୁ ଏଥିରୁ ସମସ୍ତ ଯାତ୍ରୀ ବର୍ତ୍ତି ଯାଇଥିବା ପ୍ରକାଶ କରିଛନ୍ତି।
ସୂଚନା ୟଯୋଗ୍ୟ, ଦୁର୍ଘଟଣାଗ୍ରସ୍ତ ବସ୍ଟି ମାଲକାନଗିରି ଜିଲା ଏମ୍ଭି-୭୯ରୁ ବାହାରି ଜୟପୁର, କୋରାପୁଟ ଏବଂ ପଟ୍ଟାଙ୍ଗି ହୋଇ ଆନ୍ଧ୍ର ରାଜ୍ୟର ବିଶାଖାପାଟଣା ଯାଉଥିଲା । ସେପଟେ ବସ୍ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଦୁର୍ଘଟଣାସ୍ଥଳରେ ବିଜୟନଗରମ ଡିପୋ ଅତିରିକ୍ତ ମ୍ୟାନେଜର ରବୀନ୍ଦ୍ର ବେହେରାଙ୍କ ସହ ଅନ୍ୟ କର୍ମଚାରୀ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ଯାଞ୍ଚ କରି ବସରେ ଥିବା ଯାତ୍ରୀଙ୍କୁ ସ୍ଥାନାନ୍ତରିତ କରିଥିଲେ। ଏନେଇ ଉକ୍ତ ଡିପୋ ମ୍ୟାନେଜର ଇଶ୍ୱର ମହାପାତ୍ରଙ୍କୁ ଏ ସମ୍ପର୍କରେ ପଚାରିବାରୁ ଦୁର୍ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି କିନ୍ତୁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି ବୋଲି ସେ କହିଛନ୍ତି।