କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଓସିଆ’ର ବିରୋଧ

ଭୁବନେଶ୍ୱର: କରୋନା ମହାମାରୀରେ କ୍ଷତିଗ୍ରସ୍ତ ହୋଇଥିବା ଖୁଚୁରା ଏବଂ ପାଇକାରୀ ବ୍ୟବସାୟୀଙ୍କୁ ଏମ୍‌ଏସ୍‌ଏମ୍‌ଇ ବର୍ଗରେ ସାମିଲ କରି ସରକାରଙ୍କ ସହାୟତା ପ୍ରଦାନ ପାଇଁ ଶୁକ୍ରବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାରଙ୍କ ଉକ୍ତ ନିଷ୍ପତ୍ତିକୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ସଂଘ (ଓସିଆ) ପକ୍ଷରୁ ଘୋର ବିରୋଧ କରାଯାଇଛି। ଏହି ପରିପ୍ରେକ୍ଷୀରେ ସଂଘ କହିଛି ଯେ, ସରକାର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପର ସଂଜ୍ଞାକୁ ବଦଳାଇ ଏମ୍‌ଏସ୍‌ଏମ୍‌ଇ କରିଦେଲେ କିଛି ହେବନାହିଁ। ନିକଟରେ ସରକାର ଏମ୍‌ଏସ୍‌ଏମ୍‌ଇର ସଂଜ୍ଞା ପୁନଃ ନିର୍ଦ୍ଧାରିତ କରିବା ସହ ନୂଆ ବ୍ୟବସ୍ଥାରେ କାରଖାନା ଏବଂ ଯନ୍ତ୍ରପାତିରେ ନିବେଶ ଓ କାରବାର ହିସାବରେ ଏମ୍‌ଏସ୍‌ଏମ୍‌ଇର ବର୍ଗୀକୃତ କରାଗଲା। ଏଭଳି ସମୟରେ ଏହି ବର୍ଗର ବ୍ୟବସାୟୀଙ୍କୁ ଏହା ପରିସରକୁ ଆଣିବା ଦ୍ବାରା ଏମ୍‌ଏସ୍‌ଏମ୍‌ଇର ଗୁରୁତ୍ୱ ଆହୁରି ହ୍ରାସ ପାଇବ; ଯାହା ଦ୍ୱାରା ଏମ୍‌ଏସ୍‌ଏମ୍‌ଇ ଅଧୀନରେ ଆସୁଥିବା ବିଭିନ୍ନ କ୍ଷେତ୍ରର ବାସ୍ତବ ଗଣନା କରିବା ଏବଂ ସେମାନଙ୍କ ସମସ୍ୟାକୁ ଉଚିତ ଭାବେ ସମାଧାନ କରିବା କଷ୍ଟକର ହେବ। ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ସହାୟତାକୁ କିପରି ପ୍ରଦାନ କରାଯିବ ସେ ନେଇ ଏକ ସାଧାରଣ ନୀତି ପ୍ରସ୍ତୁତ କରିବା କଷ୍ଟକର ହୋଇଯିବ ବୋଲି ସଂଘ କହିଛି। ଅତୀତରେ ସେବା କ୍ଷେତ୍ରକୁ ନେଇ ଯେତେବେଳେ ମାନଦଣ୍ଡ ପ୍ରସ୍ତୁତ କରାଗଲା ସେ ସମୟରେ ବ୍ୟାଙ୍କଗୁଡ଼ିକ ସେବା କ୍ଷେତ୍ରକୁ ଋଣ ପ୍ରଦାନ କରିବା ଲାଗି ଅଧିକ ଆଗ୍ରହ ଦେଖାଇଲେ; ଯଦ୍ଦ୍ବାରା ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଋଣ ସେମାନଙ୍କ ପାଇଁ ଅଧିକ ସୁରକ୍ଷିତ ରହୁଥିଲା। ସେହିଭଳି ଏମ୍‌ଏସ୍‌ଏମ୍‌ଇ ପାଇଁ ଧାର୍ଯ୍ୟ ଋଣ ପ୍ରଦାନ ଲକ୍ଷ୍ୟ ସେମାନେ ଠିକ ଭାବେ ପୂରଣ କରିପାରିଛନ୍ତି ବୋଲି ସରକାରଙ୍କୁ ଦର୍ଶାଇ ପାରୁଥିଲେ। ଏହି ସବୁ ବ୍ୟବସାୟୀଙ୍କୁ ଏହି ବର୍ଗରେ ସାମିଲ କରାଯିବା ଦ୍ବାରା ଆଗାମୀ ଦିନରେ ବିଭିନ୍ନ ସମସ୍ୟା ଉପୁଜିବ ବୋଲି ସଂଘ ଆକଳନ କରିଛି। ଏଥିସହିତ ସରକାରଙ୍କୁ ସାମଗ୍ରୀ ଯୋଗାଣ କ୍ଷେତ୍ରରେ ମଧ୍ୟ ଏମାନେ କେତେ ସହାୟକ ହେବେ। ସରକାରଙ୍କ ଭୋକାଲ ଫର୍‌ ଲୋକାଲ୍‌ ଏବଂ ମେକ୍‌ ଇନ୍‌ ଇଣ୍ଡିଆ ଭଳି ଯୋଜନାକୁ କିପରି କାର୍ଯ୍ୟକାରୀ କରାଯାଇପାରିବ ବୋଲି ସଂଘ ଆଶଙ୍କା କରିଛି। ଦେଶର ଅଢେଇ କୋଟି ଖୁଚୁରା ଓ ପାଇକାରୀ ବ୍ୟବସାୟୀଙ୍କୁ ଏମ୍‌ଏସ୍‌ଏମ୍‌ଇରେ ସାମିଲ କରିବା ଦ୍ବାରା ଉପତ୍ାଦନ କ୍ଷେତ୍ରର ଗୁରୁତ୍ୱ ହ୍ରାସ ପାଇବ ବୋଲି ‘ଓସିଆ’ର ସଭାପତି ସ୍ମରଜିତ ମହାନ୍ତି ମତବ୍ୟକ୍ତ କରିଛନ୍ତି। ସଂଘର ଦାବିକୁ ସରକାର ବିଚାର କରି ଏଥିରେ ଆବଶ୍ୟକ ପରିବର୍ତ୍ତନ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଓସିଆ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri