କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଓସିଆ’ର ବିରୋଧ

ଭୁବନେଶ୍ୱର: କରୋନା ମହାମାରୀରେ କ୍ଷତିଗ୍ରସ୍ତ ହୋଇଥିବା ଖୁଚୁରା ଏବଂ ପାଇକାରୀ ବ୍ୟବସାୟୀଙ୍କୁ ଏମ୍‌ଏସ୍‌ଏମ୍‌ଇ ବର୍ଗରେ ସାମିଲ କରି ସରକାରଙ୍କ ସହାୟତା ପ୍ରଦାନ ପାଇଁ ଶୁକ୍ରବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାରଙ୍କ ଉକ୍ତ ନିଷ୍ପତ୍ତିକୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ସଂଘ (ଓସିଆ) ପକ୍ଷରୁ ଘୋର ବିରୋଧ କରାଯାଇଛି। ଏହି ପରିପ୍ରେକ୍ଷୀରେ ସଂଘ କହିଛି ଯେ, ସରକାର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପର ସଂଜ୍ଞାକୁ ବଦଳାଇ ଏମ୍‌ଏସ୍‌ଏମ୍‌ଇ କରିଦେଲେ କିଛି ହେବନାହିଁ। ନିକଟରେ ସରକାର ଏମ୍‌ଏସ୍‌ଏମ୍‌ଇର ସଂଜ୍ଞା ପୁନଃ ନିର୍ଦ୍ଧାରିତ କରିବା ସହ ନୂଆ ବ୍ୟବସ୍ଥାରେ କାରଖାନା ଏବଂ ଯନ୍ତ୍ରପାତିରେ ନିବେଶ ଓ କାରବାର ହିସାବରେ ଏମ୍‌ଏସ୍‌ଏମ୍‌ଇର ବର୍ଗୀକୃତ କରାଗଲା। ଏଭଳି ସମୟରେ ଏହି ବର୍ଗର ବ୍ୟବସାୟୀଙ୍କୁ ଏହା ପରିସରକୁ ଆଣିବା ଦ୍ବାରା ଏମ୍‌ଏସ୍‌ଏମ୍‌ଇର ଗୁରୁତ୍ୱ ଆହୁରି ହ୍ରାସ ପାଇବ; ଯାହା ଦ୍ୱାରା ଏମ୍‌ଏସ୍‌ଏମ୍‌ଇ ଅଧୀନରେ ଆସୁଥିବା ବିଭିନ୍ନ କ୍ଷେତ୍ରର ବାସ୍ତବ ଗଣନା କରିବା ଏବଂ ସେମାନଙ୍କ ସମସ୍ୟାକୁ ଉଚିତ ଭାବେ ସମାଧାନ କରିବା କଷ୍ଟକର ହେବ। ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ସହାୟତାକୁ କିପରି ପ୍ରଦାନ କରାଯିବ ସେ ନେଇ ଏକ ସାଧାରଣ ନୀତି ପ୍ରସ୍ତୁତ କରିବା କଷ୍ଟକର ହୋଇଯିବ ବୋଲି ସଂଘ କହିଛି। ଅତୀତରେ ସେବା କ୍ଷେତ୍ରକୁ ନେଇ ଯେତେବେଳେ ମାନଦଣ୍ଡ ପ୍ରସ୍ତୁତ କରାଗଲା ସେ ସମୟରେ ବ୍ୟାଙ୍କଗୁଡ଼ିକ ସେବା କ୍ଷେତ୍ରକୁ ଋଣ ପ୍ରଦାନ କରିବା ଲାଗି ଅଧିକ ଆଗ୍ରହ ଦେଖାଇଲେ; ଯଦ୍ଦ୍ବାରା ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଋଣ ସେମାନଙ୍କ ପାଇଁ ଅଧିକ ସୁରକ୍ଷିତ ରହୁଥିଲା। ସେହିଭଳି ଏମ୍‌ଏସ୍‌ଏମ୍‌ଇ ପାଇଁ ଧାର୍ଯ୍ୟ ଋଣ ପ୍ରଦାନ ଲକ୍ଷ୍ୟ ସେମାନେ ଠିକ ଭାବେ ପୂରଣ କରିପାରିଛନ୍ତି ବୋଲି ସରକାରଙ୍କୁ ଦର୍ଶାଇ ପାରୁଥିଲେ। ଏହି ସବୁ ବ୍ୟବସାୟୀଙ୍କୁ ଏହି ବର୍ଗରେ ସାମିଲ କରାଯିବା ଦ୍ବାରା ଆଗାମୀ ଦିନରେ ବିଭିନ୍ନ ସମସ୍ୟା ଉପୁଜିବ ବୋଲି ସଂଘ ଆକଳନ କରିଛି। ଏଥିସହିତ ସରକାରଙ୍କୁ ସାମଗ୍ରୀ ଯୋଗାଣ କ୍ଷେତ୍ରରେ ମଧ୍ୟ ଏମାନେ କେତେ ସହାୟକ ହେବେ। ସରକାରଙ୍କ ଭୋକାଲ ଫର୍‌ ଲୋକାଲ୍‌ ଏବଂ ମେକ୍‌ ଇନ୍‌ ଇଣ୍ଡିଆ ଭଳି ଯୋଜନାକୁ କିପରି କାର୍ଯ୍ୟକାରୀ କରାଯାଇପାରିବ ବୋଲି ସଂଘ ଆଶଙ୍କା କରିଛି। ଦେଶର ଅଢେଇ କୋଟି ଖୁଚୁରା ଓ ପାଇକାରୀ ବ୍ୟବସାୟୀଙ୍କୁ ଏମ୍‌ଏସ୍‌ଏମ୍‌ଇରେ ସାମିଲ କରିବା ଦ୍ବାରା ଉପତ୍ାଦନ କ୍ଷେତ୍ରର ଗୁରୁତ୍ୱ ହ୍ରାସ ପାଇବ ବୋଲି ‘ଓସିଆ’ର ସଭାପତି ସ୍ମରଜିତ ମହାନ୍ତି ମତବ୍ୟକ୍ତ କରିଛନ୍ତି। ସଂଘର ଦାବିକୁ ସରକାର ବିଚାର କରି ଏଥିରେ ଆବଶ୍ୟକ ପରିବର୍ତ୍ତନ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଓସିଆ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ…

ଟାଟା ଗ୍ରୁପ୍‌ର ବଜାର ପୁଞ୍ଜିରେ ୧୦% ହ୍ରାସ, ନିବେଶକଙ୍କୁ ପ୍ରଭାବିତ କରିଛି ବିବାଦ

ମୁମ୍ବାଇ,୨।୧୦: ଟାଟା ଟ୍ରଷ୍ଟ ଏବଂ ଟାଟା ସନ୍ସ ମଧ୍ୟରେ ଚାଲିଥିବା ବିବାଦ ଏବେ ନିବେଶକମାନଙ୍କୁ ପ୍ରଭାବିତ କରିଛି । ଏହି କାରଣରୁ ଟାଟା ଗ୍ରୁପ ଅନ୍ତର୍ଭୁକ୍ତ ଅନେକ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍‌, ୬ ମାସ ମାଗଣା ରିଚାର୍ଜ

ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍‌ ସହ ୬ ମାସର ମାଗଣା…

୯୦ ବର୍ଷ ଧରି ଓଡ଼ିଶା ଜୁଏଲେରି ବଜାରରେ ‘ଟ୍ରେଣ୍ଡ ସେଟର’ ପାଲଟିଛି ଖିମ୍‌ଜୀ ଦୟାଭାଇ ଗ୍ରୁପ

ଭୁବନେଶ୍ୱର,୨।୧୦: ଆବହମାନ କାଳରୁ ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ୍‌ ଧାତୁ ନିର୍ମିତ ଗହଣା ଚାହିଦା ଭାରତୀୟ ପରମ୍ପରାର ଅଂଶ ହୋଇ ରହିଆସିଛି । କିନ୍ତୁ ସମୟାନୁସାରେ ଅଳଙ୍କାର…

ସେନ୍‌ସେକ୍ସ, ନିଫ୍ଟିରେ ୨୫ ବର୍ଷର ସବୁଠୁ ବଡ଼ ସାପ୍ତାହିକ ହ୍ରାସ

ମୁମ୍ବାଇ,୨।୧୦(ପି.ଟି./ରଏଟର୍ସ): ଗୁରୁବାର କାରବାର ଶେଷସୁଦ୍ଧା ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ୩୧ ପଇସା ହ୍ରାସ ପାଇ ୯୬.୨୫ରେ ବନ୍ଦ ହୋଇଛି, ଯାହା ଗତ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?