ଓସ୍କାରରେ ଭାରତକୁ ସଫଳତା: ବେଷ୍ଟ୍‌ ଡକ୍ୟୁମେଣ୍ଟାରୀ ଶର୍ଟ ଫିଲ୍ମ ଆଓ୍ବାର୍ଡ ଜିତିଲା ‘ଦ ଏଲିଫ୍ୟାଣ୍ଟ ହ୍ବିସ୍‌ପର୍ସ’

ଓସ୍କାର ୨୦୨୩ରେ ଭାରତକୁ ସଫଳତା ମିଳିଛି। ‘ଦ ଏଲିଫ୍ୟାଣ୍ଟ ହ୍ବିସ୍‌ପର୍ସ’ ବେଷ୍ଟ୍‌ ଡକ୍ୟୁମେଣ୍ଟାରୀ ଶର୍ଟ ଫିଲ୍ମ ଭାବେ ଓସ୍କାର ଜିତିଛି। ଯଦିଓ ଆରମ୍ଭରୁ ଶ୍ରେଷ୍ଠ ଫିଚର ଡକ୍ୟୁମେଣ୍ଟାରୀ ବର୍ଗରେ ‘ଅଲ ଦ୍ୟାଟ୍‌ ବ୍ରିଥ୍‌ସ’ ପୁରସ୍କାର ରେସ୍‌ରୁ ବାଦ୍‌ ପଡିଥିଲା କିନ୍ତୁ ‘ଦ ଏଲିଫ୍ୟାଣ୍ଟ ହ୍ବିସ୍‌ପର୍ସ’ ଭାରତକୁ ଗର୍ବିତ କରିଛି।
‘ଦ ଏଲିଫ୍ୟାଣ୍ଟ ହ୍ବିସ୍‌ପର୍ସ’ ଏକ ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ, ଯାହା ଏକ ହାତୀ ଏବଂ ଏହାର ତଦାରଖକାରୀଙ୍କ ମଧ୍ୟରେ ଅବିସ୍ମରଣୀୟ ବନ୍ଧନ ବିଷୟରେ କୁହେ। ଏହି ଫିଲ୍ମର ନିର୍ମାଣ ଗୁନୀତ ମୋଙ୍ଗା କରିଛନ୍ତି।
ଆମେରିକାର ଲସ ଆଞ୍ଜେଲସ ସହରରେ ଥିବା ଡଲବି ଥିଏଟରରେ ଆୟୋଜିତ ଏହି ପୁରସ୍କାର ଶୋ’ ଏଥର ଭାରତ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। କାରଣ ପ୍ରଥମ ଥର ପାଇଁ ଏକାଡେମୀ ପୁରସ୍କାରରେ ଭାରତକୁ ତିନୋଟି ନାମାଙ୍କନ ମିଳିଛି। ଏସ ରାଜାମୌଲିଙ୍କ ସୁପରହିଟ ଚଳଚ୍ଚିତ୍ର ଆର୍‌ଆର୍‌ଆର୍‌ ନାଟୁ-ନାଟୁ ଗୀତ ବେଷ୍ଟ୍‌ ଅରିଜିନାଲ ସଙ୍ଗ୍‌ରେ ନାମାଙ୍କନ ପାଇଛି। ଏଥି ସହିତ, ‘ଅଲ୍‌ ଦ୍ୟାଟ୍‌ ବ୍ରିଥ୍‌ସ’ ଏବଂ ‘ଦ ଏଲିଫ୍ୟାଣ୍ଟ ହ୍ବିସ୍‌ପର୍ସ’ ଯଥାକ୍ରମେ ଶ୍ରେଷ୍ଠ ଡକ୍ୟୁମେଣ୍ଟାରି ଫିଚର ଏବଂ ବେଷ୍ଟ ଶର୍ଟ ଡକ୍ୟୁମେଣ୍ଟାରି ପାଇଁ ନାମାଙ୍କନ କରାଯାଇଥିଲା। ‘ଅଲ ଦ୍ୟାଟ୍‌ ବ୍ରିଥ୍‌ସ’ ପୁରସ୍କାର ଦୌଡ଼ରୁ ବାଦ୍‌ ପଡ଼ିଥିବାବେଳେ ‘ଦ ଏଲିଫ୍ୟାଣ୍ଟ ହ୍ବିସ୍‌ପର୍ସ’ ପୁରସ୍କାର ଜିତିଛି। ଏବେ ସମସ୍ତଙ୍କ ନଜର ନାଟୁ-ନାଟୁ ଗୀତ ଉପରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

ହୋଇପାରେ ଭୟଙ୍କର ଯୁଦ୍ଧ! ଇରାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ,୨୯।୩:  ଇରାନ ସହିତ ମାସେ ଧରି ଚାଲିଥିବା ସଂଘର୍ଷର କୌଣସି ଠୋସ୍ ଫଳାଫଳ ମିଳି ନଥିବା ଲକ୍ଷ୍ୟ କରି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନୂତନ ପ୍ରସ୍ତୁତି…

ଦୋକାନ-ରାଜପଥ ବନ୍ଦ, ବିବାହ ଉପରେ ପ୍ରତିବନ୍ଧକ… ଲାଗିଲା ‘ସ୍ମାର୍ଟ ଲକଡାଉନ’, କେମିତି ହେବ ଲାଗୁ ଜାଣନ୍ତୁ

ଇସଲାମାବାଦ,୨୯।୩: ଇରାନ ସହିତ ସଂଘର୍ଷ ପରେ, ଏକ ବିଶ୍ୱ ତୈଳ ସଙ୍କଟ ଦେଖାଦେଇଛି। ଏହି ତୈଳ ସଙ୍କଟ ଯୋଗୁ, ପାକିସ୍ତାନର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଛି।…

ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୯।୩: ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁଣିଥରେ ତାଙ୍କ ବ୍ୟାଟ ସହିତ ଧମାଲ କରିଛନ୍ତି। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ପଶ୍ଚିମବଙ୍ଗରେ ଗର୍ଜିଲେ ଦିଦି, ଭାଜପାକୁ ଟାର୍ଗେଟ କରି କହିଲେ ନନଭେଜ୍…..

ନୂଆଦିଲ୍ଲୀ,୨୯।୩:  ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଶାସକ ତୃଣମୂଳ କଂଗ୍ରେସ (TMC) ପକ୍ଷରୁ ମୁଖ୍ୟମନ୍ତ୍ରୀ…

ଯୁଦ୍ଧ ଭିତରେ ପାକିସ୍ତାନକୁ ଲାଗିଲା ଶକ୍ତ ଝଟକା!

ଇସଲାମାବାଦ,୨୯।୩: ପାକିସ୍ତାନ ସରକାର କ୍ରମାଗତ ପଞ୍ଚମ ଥର ପାଇଁ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଗତ ୨୮ ଦିନ ମଧ୍ୟରେ ଘଟିଛି ଏବଂ…

ଜମି ବିବାଦ ତୁଟାଇବା ପାଇଁ RI ନେଉଥିଲେ ୩୦ ହଜାର ଟଙ୍କା, ମାଡ଼ି ବସିଲା ଭିଜିଲାନ୍ସ ଟିମ୍

କଟକ,୨୯।୩: ଭିଜିଲାନ୍ସ ଜାଲରେ କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ରାଜସ୍ୱ ନୀରିକ୍ଷକ । ଆରଆଇ ଅଧିକାରୀ ରାଜାରାମ ବିନ୍ଦ୍ରା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ବିଭାଗ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri