ପୋଲିସ ପରିଚୟରେ ଲୁଟି ନେଇଥିଲେ ଅଳଙ୍କାର

କଟକ,୧୨ା୨(କାର୍ତ୍ତିକ ସାହୁ):ପୋଲିସ ପରିଚୟ ଦେଇ ଲୁଟ୍‌ କରିବା ଅଭିଯୋଗରେ ମଙ୍ଗଳାବାଗ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଉତ୍ତରପ୍ରଦେଶ ପ୍ରୟାଗରାଜ ଜିଲା ସରେଇଁ ମାମରାଜ ଥାନା ଅଞ୍ଚଳର ରୋହିତ ପାଣ୍ଡେ ଓ ଭବେଶ ପାଣ୍ଡେ। ପୋଲିସ ସେମାନଙ୍କଠାରୁ ୩ଟି ସୁନାମୁଦି, ଗୋଟିଏ ବାଇକ, ଦୁଇଟି ମୋବାଇଲ ସମେତ ୪୦,୦୦୦ ଟଙ୍କା ଜବତ କରିଛି। ଏନେଇ ଥାନାରେ ଏକ ମାମଲା(ନଂ.୪୯/୨୪) ରୁଜୁ ହୋଇଛି।
ସୂଚନା ଅନୁଯାୟୀ, କୋଲକାତା ବିଧାନନଗର ରୋଡ୍‌ ଅଞ୍ଚଳର ସୁରଜିତ୍‌ ପାଲ(୬୧) ଗତ ୯ ତାରିଖରେ କେନ୍ଦ୍ରାପଡ଼ାର ବଳଭଦ୍ରପୁରକୁ ଅଫିସ କାମରେ ଆସିଥିଲେ। ସେଠାରୁ ଫେରି ଓଏମ୍‌ପି ଛକରେ ପହଞ୍ଚିବା ପରେ ଚାଲି ଚାଲି ରେଳଷ୍ଟେଶନକୁ ଯାଇଥିଲେ। ଷ୍ଟେଶନରେ ପହଞ୍ଚିବା ପରେ ସେ ଜାଣିବାକୁ ପାଇଲେ ଟ୍ରେନ୍‌ ଆସିବା ବିଳମ୍ବ ଅଛି। ତେଣୁ ସେ ସେଠାରୁ ଅଟୋରେ ମଙ୍ଗଳାବାଗସ୍ଥିତ ଏକ ଶୋରୁମ୍‌ ନିକଟରେ ପୂର୍ବାହ୍ନ ପ୍ରାୟ ୧୦ଟା ୪୦ରେ ପହଞ୍ଚିଥିଲେ। ଏହି ସମୟରେ ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ପାଖରେ ପହଞ୍ଚିଥିଲେ। ନିଜକୁ ପୋଲିସ ପରିଚୟ ଦେଇ ଗତକାଲି ଏଠାରେ ଏକ ହତ୍ୟାକାଣ୍ଡ ଓ ଚୋରି ହୋଇଥିବା କହିଥିଲେ। ସେମାନେ ସୁରଜିତ୍‌ଙ୍କୁ ସୁନାଚେନ୍‌ ଓ ମୁଦି ଖୋଲି ନିଜ ବ୍ୟାଗ୍‌ରେ ରଖିଦେବାକୁ କହିଥିଲେ। ସେମାନଙ୍କ କଥା ମାନି ସେ ୩ଟି ସୁନାଚେନ୍‌, ଦୁଇଟି ବ୍ରେସ୍‌ଲେଟ ଓ ୩ଟି ସୁନାମୁଦି ଗୋଟିଏ ଜରିରେ ପୂରାଇ ରଖିଥିଲେ। ଏତିକିବେଳେ ସେମାନେ ସୁରଜିତ୍‌ଙ୍କ ହାତରୁ ଅଳଙ୍କାର ଥିବା ଜରିଟିକୁ ଆଣି ତାଙ୍କ ବ୍ୟାଗ୍‌ରେ ରଖିଦେଲେ। ଏଥିରେ ସୁରଜିତ୍‌ଙ୍କ ସନ୍ଦେହ ହେବାରୁ ସେ ତାଙ୍କ ବ୍ୟାଗ୍‌ ଖୋଲି ଦେଖିବାରୁ ଅଳଙ୍କାର ପାଇ ନ ଥିଲେ। ସେତେବେଳକୁ ଦୁର୍ବୃତ୍ତଦ୍ୱୟ ସେଠାରୁ ଖସି ପଳାଇ ସାରିଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ପୂର୍ବରୁ ସମାନ ଢଙ୍ଗରେ ପୋଲିସ ପରିଚୟ ଦେଇ ବ୍ୟାଗ ଭିତରେ ଅଳଙ୍କାର ରଖିବାକୁ କହି ଦୁର୍ବୃତ୍ତମାନେ ଲୁଟ୍‌ କରିଥିଲେ। ଏବେ ପୁଣି ତା’ର ପୁନରାବୃତ୍ତି ଘଟିଥିବାରୁ କେତେଜଣ ଅଭିଯୁକ୍ତ ସମାନ ପନ୍ଥା ଆପଣାଉଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri