ମହାପ୍ରଭୁଙ୍କ ଆଭୂଷଣ ପାଇଁ ଓଡ଼ିଆ ଭକ୍ତ ଦେବେ ସୁନା

ପୁରୀ ଅଫିସ,୧୭।୧୧:  ମହାପ୍ରଭୁଙ୍କୁ ଦାନ ଦେବାକୁ ଦାତାଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି। ଶ୍ରୀମନ୍ଦିରର ୩ଟି କବାଟ ରୁପା ଛାଉଣି ପାଇଁ ଆବଶ୍ୟକ ରୁପା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବାକୁ ଜଣେ ଭକ୍ତ ଆଗେଇ ଆସିଥିବାବେଳେ ଏବେ ଆଉ ଜଣେ ଭକ୍ତ ମହାପ୍ରଭୁଙ୍କ ଆଭୂଷଣ ପ୍ରଦାନ ଲାଗି ଇଚ୍ଛା ପ୍ରକାଶ କରିଛନ୍ତି। ଶ୍ରୀମସ୍ତକରେ ଶୋଭାମଣ୍ଡିତ କରୁଥିବା ଚନ୍ଦ୍ର, ସୂର୍ଯ୍ୟ ଏବଂ ଅବକାଶ ସମୟରେ ବ୍ୟବହାର ହେଉଥିବା ସୁବର୍ଣ୍ଣ ପାତିଆ ସମ୍ପୃକ୍ତ ଦାତା ତଥା ଓଡ଼ିଆ ଭକ୍ତଙ୍କ ଦାନ ସୁନାରେ ତିଆରି କରାଯିବ। ସୋମବାର ଏହି ଆଭୂଷଣର ମାପଚୁପ ହୋଇଥିବାବେଳେ ମଙ୍ଗଳବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହାକୁ ଅନୁମୋଦନ କରାଯିବ।
ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ହେଉଛନ୍ତି ରାଜାଧିରାଜ। ତାଙ୍କର କେତେକ ରୀତି, ନୀତି, ବେଶ ଓ ଭୋଗ ଇତ୍ୟାଦିରେ ରାଜକୀୟ ଠାଣି ପରିଲକ୍ଷିତ ହୋଇଥାଏ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସୁନାବେଶ ବା ରାଜବେଶ ବର୍ଷକୁ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ। ଚାରିଥର ଶ୍ରୀମନ୍ଦିର ରନତ୍ସିଂହାସନ ଉପରେ ଏବଂ ଥରେ ରଥ ଉପରେ ସୁନାବେଶ କରାଯାଇଥାଏ। ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ଦାରୁବିଗ୍ରହ ଝଲସିଥାନ୍ତି। ତେବେ ପୁରୁଣା ହୋଇଯାଇଥିବା ଚନ୍ଦ୍ର, ସୂର୍ଯ୍ୟ ଓ ପାତିଆ ନୂତନ ଭାବେ ତିଆରି କରାଯିବ। ଓଡ଼ିଶାର ଜଣେ ଜଗନ୍ନାଥପ୍ରେମୀ ଭକ୍ତ ଏହି ଆଭୂଷଣର ସମସ୍ତ ଖର୍ଚ୍ଚ ବହନ କରିବେ। ଏଥିରେ ପ୍ରାୟ ୩୦୦ରୁ ୪୦୦ ଗ୍ରାମ୍‌ ସୁନା ଲାଗିବ ବୋଲି ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି କହିଛନ୍ତି। ସୋମବାର ପରିଚାଳନା କମିଟି ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଦାତାଙ୍କ ପକ୍ଷରୁ ଆସିଥିବା କାରିଗର ପୁରୁଣା ଚନ୍ଦ୍ର, ସୂର୍ଯ୍ୟର ମାପଚୁପ ନେଇଛନ୍ତି। ପୁରୁଣା ତଥା ପାରମ୍ପରିକ ଢାଞ୍ଚାରେ ନୂଆ ଅଳଙ୍କାର ତିଆରି କରାଯିବ। ତେବେ ମଙ୍ଗଳବାର ପରିଚାଳନା କମିଟି ବୈଠକରେ ଏହାକୁ ଅନୁମୋଦନ ମିଳିବା ପରେ ମାସକ ମଧ୍ୟରେ ଏହି ନୂତନ ଅଳଙ୍କାର ନିର୍ମାଣ କରାଯିବ ବୋଲି ତିଆଡ଼ିି ସୂଚନା ଦେଇଛନ୍ତି। ସୂଚନାଥାଉ କି, ପୂର୍ବରୁ ରାଜ୍ୟ ବାହାରର ଜଣେ ଭକ୍ତ ଠାକୁରଙ୍କର ଶ୍ରୀମୁଖ ପଦ୍ମ, ଝୋବାକଣ୍ଠି ଓ ତଡ଼ଗୀ ତିଆରି ଲାଗି ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଇଛନ୍ତି। ଏଥିପାଇଁ ପ୍ରକ୍ରିୟା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri