ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା ପରେ ସେମାନଙ୍କ ସମର୍ଥକମାନେ ଖୁସିବ୍ୟକ୍ତ କରିଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଭଞ୍ଜନଗର ସାଙ୍ଗଠନିକ ଜିଲା ସଭାପତି  ନୀଳମାଧବ ପାତ୍ର ମଙ୍ଗଳବାର ନୂତନ  ଜିଲା କମିଟି ଘୋଷଣା କରିଛନ୍ତି । କମିଟିରେ ସଭାପତିଙ୍କ ସହିତ ୮ ଜଣ ଉପ ସଭାପତି, ୮ ଜଣ ସମ୍ପାଦକ, ୩ ଜଣ ସାଧାରଣ ସମ୍ପାଦକ ଏବଂ ଜଣେ କୋଷାଧକ୍ଷ ସ୍ଥାନ ପାଇଛନ୍ତି। ରାଧାମୋହନ ସ୍ବାଇଁ, ରାମଚନ୍ଦ୍ର ମିଶ୍ର, ସୁନୀଲ ପାଢ଼ୀ, ସମୀର ନାୟକ, ସୁଧୀର ଜେନା, ପ୍ରତିମା ମହାପାତ୍ର, ପ୍ରତିମା ସାହୁ,  ଶ୍ରୁତି ସାହୁ  ଉପସଭାପତିଭାବେ ମନୋନିତ ହୋଇଥିବା ବେଳେ  ସନ୍ତୋଷ ପାଳ, ବୁଲୁ ସ୍ବାଇଁ ଏବଂ ସିମାଞ୍ଚଳ ସାହୁଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ପ୍ରଦାନ କରାଯାଇଛି।
ସେହିପରି ସମ୍ପାଦକ ଭାବେ ତାପସ ପ୍ରଧାନ, ମାନସ ଜେନା, ରାଧାମାଧବ ପରିଡ଼ା, ମିଥୁନ ନାୟକ, ଶାନ୍ତି ମଣ୍ଡଳ, ଗୀତାଞ୍ଜଳି ନାୟକ, ରେବତୀ ନାୟକ, ବର୍ଷା ନାୟକ ମନୋନିତ ହୋଇଥିବା ବେଳେ  ବରୁଣ ସ୍ବାଇଁଙ୍କୁ କୋଷାଧକ୍ଷ ମନୋନିତ କରାଯାଇଛି। ଏଥିସହିତ ୭୦ ସଦସ୍ୟ ବିଶିଷ୍ଟ ଜିଲା କାର୍ଯ୍ୟକାରିଣୀ ମଧ୍ୟ ଗଠନ କରାଯାଇଛି । ଜିଲା ପ୍ରଭାରୀ ଭଗବାନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲାର ସମସ୍ତ ବିଧାୟକ, ସାଂସଦଙ୍କ ସହିତ ଉଚିତ ବିଚାର ବିମର୍ଶ ପରେ ଏକ ସନ୍ତୁଳିତ ଏବଂ ପ୍ରଭାବଶାଳୀ କମିଟି ପ୍ରସ୍ତୁତ କରାଯାଇଥିବା ସୂଚନା ଦେଇଛନ୍ତି ଜିଲା ସଭାପତି ପାତ୍ର । ଜିଲାର ସାଙ୍ଗଠନିକ କାର୍ଯ୍ୟକ୍ରମକୁ କେମିତି ତୃଣମୂଳ ସ୍ତରରେ ସଫଳତାର ସହିତ ସମ୍ପନ୍ନ କରାଯିବ ସେଥିପାଇଁ ସମସ୍ତ ସଦସ୍ୟଙ୍କୁ ନେଇ ଅତିଶୀଘ୍ର ଏକ ବୈଠକ ଆୟୋଜନ କରାଯିବ ବୋଲି ସଭାପତି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ନୂତନ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Dharitri – Odisha’s No.1 Odia Daily