ପିଜୁଳି ଚାରା ଉପାଡ଼ି ଫିଙ୍ଗିବାକୁ ନିର୍ଦ୍ଦେଶ

ଯାଜପୁର ଅଫିସ,୨୫ା୫: ଯାଜପୁର ଜିଲା ସୁକିନ୍ଦା ତହସିଲ ଦାମୋଦରପୁର, ବୋତଲଣ୍ଡା ଓ କରଗୋଳା ମୌଜାରେ ୩୭୭.୮୩ ଏକର ପତରା ଓ ଶାଳ ଜଙ୍ଗଲ କିସମ ଜମିରୁ ମେଶିନ ଲଗାଇ ଏକାଧିକ ଗଛ ବେଆଇନ ଭାବେ କଟାଯାଇଛି। ଏଥିପାଇଁ ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ର ଧାରା-୨କୁ ଉଲ୍ଲଂଘନ କରିବା ସହ ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ବ୍ୟବହାର ପାଇଁ ଅନୁମତି ଦିଆଯାଇନାହିଁ। ଏହି କ୍ରମରେ ଯାଜପୁର ସହକାରୀ ଉଦ୍ୟାନ ନିର୍ଦ୍ଦେଶକ (ଏଡିଏଚ୍‌) ଏବଂ ଜିଲାପାଳ ଦାୟିତ୍ୱହୀନ କାର୍ଯ୍ୟ କରିଛନ୍ତି। ଏଭଳି ବେଆଇନ କାର୍ଯ୍ୟ ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଏଥିସହ ଡିଭିଜନାଲ ଫରେଷ୍ଟ ଅଫିସର(ଡିଏଫ୍‌ଓ) ଏବଂ ଯାଜପୁର ଜିଲାପାଳଙ୍କୁ ଜଙ୍ଗଲ ଜମିରେ ଲାଗିଥିବା ପିଜୁଳି ଚାରାଗୁଡ଼ିକୁ ଉପାଡ଼ି ଫିଙ୍ଗିଦେବାକୁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ସୋମବାର ନିର୍ଦ୍ଦେଶ ଜାରି କରିଛନ୍ତି।
ଉଦ୍ୟାନକୃଷିର ବିକାଶ ନାମରେ ରାଜ୍ୟ ସରକାରଙ୍କ ଖୋଦ୍‌ ଉଦ୍ୟାନ ବିଭାଗ କର୍ତ୍ତୃପକ୍ଷ ଜଙ୍ଗଲର ବିନାଶ କରିଥିବା ଅଭିଯୋଗରେ ତପନ କୁମାର ବରାଳ ଏନ୍‌ଜିଟିର ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଡ୍‌ଭୋକେଟ ଶଙ୍କରପ୍ରସାଦ ପାଣିଙ୍କ ଜରିଆରେ ଏନ୍‌ଜିଟିରେ ଏକ ମାମଲା (ନଂ.୫୯/୨୦୨୧/ଇଜେଡ୍‌) ରୁଜୁ ହୋଇଥିଲା। ତେବେ ଜଷ୍ଟିସ ବି. ଅମିତ ସ୍ଥାଳେକର ଓ ଜୁଡିସିଆଲ ମେମ୍ବର ଶୈବାଳ ଦାସଗୁପ୍ତା ୧୮ା୮ା୨୦୨୧ରେ ଏହି ମାମଲାର ଶୁଣାଣି କରି ଏକ ତଦନ୍ତକାରୀ କମିଟି ଦ୍ୱାରା ୧ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ କମିଟିରେ ପରିବେଶ ଓ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଜଣେ ବୈଜ୍ଞାନିକ, ଯାଜପୁର ଜିଲାପାଳ ଏବଂ କଟକ ଡିଏଫ୍‌ଓ ରହିଥିଲେ। ଏନ୍‌ଜିଟିରେ ଏହି କମିଟି ୧୫ା୧୧ା୨୦୨୧ରେ ତଦନ୍ତ ରିପୋର୍ଟର ସତ୍ୟପାଠ ଦାଖଲ କରିଥିଲେ। ଉକ୍ତ ତଦନ୍ତ ରିପୋର୍ଟରେ ପିଜୁଳି ଚାରା ରୋପଣ ପାଇଁ ୫୫୦.୬୩ ଏକର ଜମି ଚିହ୍ନଟ ହୋଇଥିଲା। ସେଥିମଧ୍ୟରୁ ୨୦୭.୭୫ ଏକର ଜମି ହାଲ୍‌ ରେକର୍ଡରେ ବୋତଲଣ୍ଡା ମୌଜା ଅଧୀନରେ ରହିଥିବାବେଳେ ବାକି ଶାଳ ଜଙ୍ଗଲ ଜମି। କିନ୍ତୁ ଜଙ୍ଗଲ ପରିବର୍ତ୍ତନ ପାଇଁ କିମ୍ବା ଗଛ କାଟିବାକୁ କୌଣସି ପ୍ରସ୍ତାବ ଦିଆଯାଇ ନ ଥିଲା। ସୁକିନ୍ଦା ତହସିଲଦାରଙ୍କ ରିପୋର୍ଟ ଆଧାରରେ ବିଭିନ୍ନ ପ୍ରକାର ୬ଟି ବୃହତ୍‌ ବୃକ୍ଷ ରହିଥିଲା। ଦାମୋଦରପୁର, ବୋତଲଣ୍ଡା ଏବଂ କରଗୋଳା ମୌଜାରେ କୌଣସି ଗଛ ରହି ନ ଥିଲା ଏବଂ ତାହା ପତିତ ଜମି। କଟକ ଡିଏଫ୍‌ଓଙ୍କ ରିପୋର୍ଟ ଅନୁସାରେ ମଧ୍ୟ ଗଛ କାଟିବାକୁ କୌଣସି ଅନୁମତି ନିଆଯାଇ ନ ଥିଲା। ଗତ ୬ା୪ା୨୦୨୧ରେ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌)ର ଟ୍ରଷ୍ଟବୋର୍ଡ ବୈଠକରେ ୧,୦୩,୪୦୦ ପିଜୁଳି ଗଛ ଲଗାଇବାକୁ ସୁକିନ୍ଦା ବିହନ ଫାର୍ମର ୨୦୦ ଏକର ଜମି ପରିସରରେ ଅନୁମତି ମିଳିଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଥିଲା। ଅନ୍ୟପକ୍ଷେ ସୁକିନ୍ଦା ବିହନ ଫାର୍ମରେ ଏକ ଜର୍ମ ପ୍ଲାଜମ ସେଣ୍ଟର ନିର୍ମାଣ କରିବାକୁ ଡିଏମ୍‌ଏଫ୍‌ ପାଣ୍ଠିରୁ ପ୍ରାୟ ୯.୭୫ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଥିବା ସୂଚନା ମିଳିଛି। ଏଭଳି ସ୍ଥିତିରେ ଏନ୍‌ଜିଟିର ନିର୍ଦ୍ଦେଶ କାର୍ଯ୍ୟକାରୀ କରାଗଲେ ଡିଏମ୍‌ଏଫ୍‌ ପାଣ୍ଠି ପାଣିରେ ପଡିବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri