ପିଜୁଳି ଚାରା ଉପାଡ଼ି ଫିଙ୍ଗିବାକୁ ନିର୍ଦ୍ଦେଶ

ଯାଜପୁର ଅଫିସ,୨୫ା୫: ଯାଜପୁର ଜିଲା ସୁକିନ୍ଦା ତହସିଲ ଦାମୋଦରପୁର, ବୋତଲଣ୍ଡା ଓ କରଗୋଳା ମୌଜାରେ ୩୭୭.୮୩ ଏକର ପତରା ଓ ଶାଳ ଜଙ୍ଗଲ କିସମ ଜମିରୁ ମେଶିନ ଲଗାଇ ଏକାଧିକ ଗଛ ବେଆଇନ ଭାବେ କଟାଯାଇଛି। ଏଥିପାଇଁ ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ର ଧାରା-୨କୁ ଉଲ୍ଲଂଘନ କରିବା ସହ ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ବ୍ୟବହାର ପାଇଁ ଅନୁମତି ଦିଆଯାଇନାହିଁ। ଏହି କ୍ରମରେ ଯାଜପୁର ସହକାରୀ ଉଦ୍ୟାନ ନିର୍ଦ୍ଦେଶକ (ଏଡିଏଚ୍‌) ଏବଂ ଜିଲାପାଳ ଦାୟିତ୍ୱହୀନ କାର୍ଯ୍ୟ କରିଛନ୍ତି। ଏଭଳି ବେଆଇନ କାର୍ଯ୍ୟ ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଏଥିସହ ଡିଭିଜନାଲ ଫରେଷ୍ଟ ଅଫିସର(ଡିଏଫ୍‌ଓ) ଏବଂ ଯାଜପୁର ଜିଲାପାଳଙ୍କୁ ଜଙ୍ଗଲ ଜମିରେ ଲାଗିଥିବା ପିଜୁଳି ଚାରାଗୁଡ଼ିକୁ ଉପାଡ଼ି ଫିଙ୍ଗିଦେବାକୁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ସୋମବାର ନିର୍ଦ୍ଦେଶ ଜାରି କରିଛନ୍ତି।
ଉଦ୍ୟାନକୃଷିର ବିକାଶ ନାମରେ ରାଜ୍ୟ ସରକାରଙ୍କ ଖୋଦ୍‌ ଉଦ୍ୟାନ ବିଭାଗ କର୍ତ୍ତୃପକ୍ଷ ଜଙ୍ଗଲର ବିନାଶ କରିଥିବା ଅଭିଯୋଗରେ ତପନ କୁମାର ବରାଳ ଏନ୍‌ଜିଟିର ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଡ୍‌ଭୋକେଟ ଶଙ୍କରପ୍ରସାଦ ପାଣିଙ୍କ ଜରିଆରେ ଏନ୍‌ଜିଟିରେ ଏକ ମାମଲା (ନଂ.୫୯/୨୦୨୧/ଇଜେଡ୍‌) ରୁଜୁ ହୋଇଥିଲା। ତେବେ ଜଷ୍ଟିସ ବି. ଅମିତ ସ୍ଥାଳେକର ଓ ଜୁଡିସିଆଲ ମେମ୍ବର ଶୈବାଳ ଦାସଗୁପ୍ତା ୧୮ା୮ା୨୦୨୧ରେ ଏହି ମାମଲାର ଶୁଣାଣି କରି ଏକ ତଦନ୍ତକାରୀ କମିଟି ଦ୍ୱାରା ୧ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ କମିଟିରେ ପରିବେଶ ଓ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଜଣେ ବୈଜ୍ଞାନିକ, ଯାଜପୁର ଜିଲାପାଳ ଏବଂ କଟକ ଡିଏଫ୍‌ଓ ରହିଥିଲେ। ଏନ୍‌ଜିଟିରେ ଏହି କମିଟି ୧୫ା୧୧ା୨୦୨୧ରେ ତଦନ୍ତ ରିପୋର୍ଟର ସତ୍ୟପାଠ ଦାଖଲ କରିଥିଲେ। ଉକ୍ତ ତଦନ୍ତ ରିପୋର୍ଟରେ ପିଜୁଳି ଚାରା ରୋପଣ ପାଇଁ ୫୫୦.୬୩ ଏକର ଜମି ଚିହ୍ନଟ ହୋଇଥିଲା। ସେଥିମଧ୍ୟରୁ ୨୦୭.୭୫ ଏକର ଜମି ହାଲ୍‌ ରେକର୍ଡରେ ବୋତଲଣ୍ଡା ମୌଜା ଅଧୀନରେ ରହିଥିବାବେଳେ ବାକି ଶାଳ ଜଙ୍ଗଲ ଜମି। କିନ୍ତୁ ଜଙ୍ଗଲ ପରିବର୍ତ୍ତନ ପାଇଁ କିମ୍ବା ଗଛ କାଟିବାକୁ କୌଣସି ପ୍ରସ୍ତାବ ଦିଆଯାଇ ନ ଥିଲା। ସୁକିନ୍ଦା ତହସିଲଦାରଙ୍କ ରିପୋର୍ଟ ଆଧାରରେ ବିଭିନ୍ନ ପ୍ରକାର ୬ଟି ବୃହତ୍‌ ବୃକ୍ଷ ରହିଥିଲା। ଦାମୋଦରପୁର, ବୋତଲଣ୍ଡା ଏବଂ କରଗୋଳା ମୌଜାରେ କୌଣସି ଗଛ ରହି ନ ଥିଲା ଏବଂ ତାହା ପତିତ ଜମି। କଟକ ଡିଏଫ୍‌ଓଙ୍କ ରିପୋର୍ଟ ଅନୁସାରେ ମଧ୍ୟ ଗଛ କାଟିବାକୁ କୌଣସି ଅନୁମତି ନିଆଯାଇ ନ ଥିଲା। ଗତ ୬ା୪ା୨୦୨୧ରେ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌)ର ଟ୍ରଷ୍ଟବୋର୍ଡ ବୈଠକରେ ୧,୦୩,୪୦୦ ପିଜୁଳି ଗଛ ଲଗାଇବାକୁ ସୁକିନ୍ଦା ବିହନ ଫାର୍ମର ୨୦୦ ଏକର ଜମି ପରିସରରେ ଅନୁମତି ମିଳିଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଥିଲା। ଅନ୍ୟପକ୍ଷେ ସୁକିନ୍ଦା ବିହନ ଫାର୍ମରେ ଏକ ଜର୍ମ ପ୍ଲାଜମ ସେଣ୍ଟର ନିର୍ମାଣ କରିବାକୁ ଡିଏମ୍‌ଏଫ୍‌ ପାଣ୍ଠିରୁ ପ୍ରାୟ ୯.୭୫ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଥିବା ସୂଚନା ମିଳିଛି। ଏଭଳି ସ୍ଥିତିରେ ଏନ୍‌ଜିଟିର ନିର୍ଦ୍ଦେଶ କାର୍ଯ୍ୟକାରୀ କରାଗଲେ ଡିଏମ୍‌ଏଫ୍‌ ପାଣ୍ଠି ପାଣିରେ ପଡିବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri