ଲିଜ୍‌ଧାରୀଙ୍କଠାରୁ ଜରିମାନା ଆଦାୟ ନିର୍ଦ୍ଦେଶ

ଯାଜପୁର,୭ା୮(ହର୍ଷବର୍ଦ୍ଧନ ବେହେରା): ନଦୀପଠାରୁ ବାଲି ଉତ୍ତୋଳନରେ ମେଶିନ ବ୍ୟବହାର ହୋଇ ପାରିବ ନାହିଁ। କୌଣସି ମେଶିନ ବ୍ୟବହାର ହେଉଥିଲେ ତାହାକୁ ଜବତ କର। ଏଥିପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଅ ବୋଲି ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ପକ୍ଷରୁ ବାରମ୍ବାର ନିର୍ଦ୍ଦେଶ ହେଉଛି। ହେଲେ ଯାଜପୁର ଜିଲା ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀର ଧନତ୍ରୀ ବାଲିଘାଟରେ ଏନ୍‌ଜିଟି ପକ୍ଷରୁ ହୋଇଥିବା ଏହିସବୁ ନିର୍ଦ୍ଦେଶ କେବଳ କାଗଜ କଲମରେ ସୀମିତ ରହିଛି। ଏନେଇ ପାଣିକୋଇଲି ଥାନା ଗୋବିନ୍ଦପୁର ଗ୍ରାମର କୃଷ୍ଣଚନ୍ଦ୍ର ଖଟୁଆ, ରଣାପାଲ ଗ୍ରାମର କିଶୋର ଚନ୍ଦ୍ର ପାଲ ଓ ଧନତ୍ରୀ ଗ୍ରାମର ଶରତ ଚନ୍ଦ୍ର ଜେନା ଏନ୍‌ଜଟିରେ ଏକ ମାମଲା(ନଂ.୧୪/୨୦୨୩) କରିଥିଲେ। ଅଭିଯୋଗ ପ୍ରମାଣିତ ହେବା ପରେ ଏନ୍‌ଜିଟି ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି ହୋଇଛି। ଉକ୍ତ ନିର୍ଦ୍ଦେଶ ଅନୁସାରେ ଭୁବନେଶ୍ୱର ଶୈଳଶ୍ରୀବିହାର ବାସିନ୍ଦା ଲିଜ୍‌ଧାରୀ ବିକାଶ ସ୍ବାଇଁଙ୍କ ଠାରୁ ପରିବେଶଗତ କ୍ଷତି ବାବଦକୁ ଜରିମାନା ଆଦାୟ ହେବ। ଷ୍ଟେଟ ଲେଭେଲ ଏନଭାଇରନ୍‌ମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି (ସିଆ) କର୍ତ୍ତୃପକ୍ଷ ଯାଜପୁର ଜିଲାପାଳଙ୍କ ସହାୟତାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଜରିମାନା ଅର୍ଥ ଧାର୍ଯ୍ୟ କରିବେ। ଲିଜ୍‌ଧାରୀ ସ୍ବାଇଁଙ୍କୁ ନୋଟିସ ଦେଇ ୩ ମାସ ମଧ୍ୟରେ ଧାର୍ଯ୍ୟ ଜରିମାନା ଆଦାୟ କରିବା ସହ ଲିଜ୍‌ଧାରୀଙ୍କୁ ମଞ୍ଜୁର ହୋଇଥିବା ଏନଭାଇରନ୍‌ମେଣ୍ଟ କ୍ଲିୟରାନ୍ସ(ଇସି)କୁ ରିଭୋକେଟ (ବିଖଣ୍ଡିତ)କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଏନ୍‌ଜିଟିର ଚୂଡାନ୍ତ ଫଏସଲାରେ ଦର୍ଶାଯାଇଛି।
ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀର ବେଆଇନ ବାଲି ଉତ୍ତୋଳନ ଏବଂ ଜନବସତି ଦେଇ ଭାରିଯାନ ଚଳାଚଳ ଅଣାୟତ୍ତ ହୋଇଛି। ଏହାର ପ୍ରତିବାଦରେ ପ୍ରଭାବିତ ଗ୍ରାମବାସୀଙ୍କ ସମେତ କୋରେଇ ସଂଗ୍ରାମ ସମିତି ପକ୍ଷରୁ ବହୁବାର ଆନ୍ଦୋଳନ କରିଥିଲେ ବି କିଛି ସଫଳତା ମିଳି ପାରିନାହିଁ। ଏପରି କି ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଉକ୍ତ ସମସ୍ୟାର ନିରାକରଣ ପାଇଁ ପୂର୍ବରୁ ଯାଜପୁର ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କ ସହାୟତା ଲୋଡିଥିଲେ ବି କୌଣସି ଫରକ ପଡିନାହିଁ। ଫଳରେ ଅଞ୍ଚଳବାସୀ ଏନ୍‌ଜିଟିର ଦ୍ୱାରସ୍ଥ ହେବାକୁ ବାଧ୍ୟ ହୋଇଥିଲେ। ସେମାନେ ଏନ୍‌ଜିଟିରେ ଅଭିଯୋଗ କରିଥିଲେ, ଧନତ୍ରୀ ବାଲିଘାଟରୁ ଗ୍ରାମ୍ୟ ଜଙ୍ଗଲ, ସଂରକ୍ଷିତ ଅଞ୍ଚଳ, ଗ୍ରାମ୍ୟ ରାସ୍ତା ଏବଂ ଶ୍ମଶାନ ଜମି ଦେଇ ବାଲି ବୋଝେଇ ଭାରିଯାନ ଚଳାଚଳ କରୁଛି। ଯାଜପୁର ଜିଲାପାଳ ପୂର୍ବରୁ ବ୍ୟାସନଗର ତହସିଲଦାରଙ୍କୁ ଗୋବିନ୍ଦପୁର ଗ୍ରାମର ୧୮୮୬, ୧୮୮୭ ଓ ୧୮୯୧ ନଂ.ପ୍ଲଟ ସଂରକ୍ଷିତ ଅଞ୍ଚଳ ଦେଇ ବାଲି ବୋଝେଇ ଭାରିଯାନ ଚଳାଚଳ ଅନୁମତି ନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଲିଜ୍‌ଧାରୀ ସ୍ବାଇଁ ଏହି ନିର୍ଦ୍ଦେଶକୁ ଅବଜ୍ଞା କରି ବାଲି ବୋଝେଇ ଭାରିଯାନ ଚଳାଚଳ କରୁଛନ୍ତି। ଏପରି କି ଭାରିଯାନ ଚଳାଚଳ ଯୋଗୁ ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀଛାତ୍ରଙ୍କ ଦ୍ୱାରା ଉକ୍ତ ଜମିରେ ଲଗାଯାଇଥିବା ୧୨୦ଟି ବିଭିନ୍ନ ଗଛକୁ ଉପୁଡା ଯାଇଛି। ପରିବେଶ ଅନୁମତି ଚୁକ୍ତିର ଉଲ୍ଲଂଘନ କରାଯାଇ ମାନୁଆଲ ପରିବର୍ତ୍ତେ ଜେସିବି ମେଶିନ ଲଗାଇ ବାଲି ଉତ୍ତୋଳନ କରାଯାଉଛି। ଏଭଳି ଭାବେ ଗ୍ରାମବାସୀଙ୍କ ପକ୍ଷରୁ ଏନ୍‌ଜିଟିରେ ଏକାଧିକ ଅଭିଯୋଗ କରାଯାଇଥିଲା। ଏହାପରେ ଜିଲା ପ୍ରଶାସନର ତଦନ୍ତ ରିପୋର୍ଟ ଏବଂ ଆବେଦନକାରୀଙ୍କ ଦାଖଲ ସତ୍ୟପାଠକୁ ଅବଲୋକନ କରି ଏନ୍‌ଜିଟି ପକ୍ଷରୁ ଲିଜ୍‌ଧାରୀଙ୍କଠାରୁ ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ହୋଇଛି।
ସୂଚନାଯୋଗ୍ୟ, ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀରେ ୬ ବାଲିଘାଟକୁ ୫ ବର୍ଷିଆ ଲିଜ୍‌ ଦିଆଯାଇଛି। ଏଥିପାଇଁ ୧୩.୬୨ କୋଟି ଟଙ୍କାର ନିଲାମ ହୋଇଛି। ସାଆଁଳା-୨ ବାଲିଘାଟରେ ୨୮୪୩୦ ଘନମିଟର, ମୁକୁନ୍ଦପୁର-୧ ବାଲିଘାଟରୁ ୧୦୦୪୦ ଘନମିଟର, ସାଲବା ବାଲିଘାଟରୁ ୧୬୭୩୦ ଘନମିଟର, ରଣପାଳ ବାଲିଘାଟରୁ ୫,୫୨୦ ଘନମିଟର, ଧନତ୍ରୀ ବାଲିଘାଟରୁ ୯୬୮୦ ଘନମିଟର ଓ ନିଶଙ୍ଖପୁର ବାଲିଘାଟରୁ ୨୪,୭୯୫ ଘନମିଟର ବାଲି ଉତ୍ତୋଳନ କରିବାକୁ ଅନୁମତି ମିଳିଛି। ଅନୁମତି ପତ୍ରରେ ପ୍ରୋକଲିନ ବ୍ୟବହାର ହୋଇ ପାରିବ ନାହିଁ ଏବଂ ମାନୁଆଲ ଭାବେ ଉତ୍ତୋଳନ କରାଯିବ ବୋଲି ନିର୍ଦ୍ଦେଶ ରହିଛି। ହେଲେ ଉପରୋକ୍ତ ବାଲିଘାଟଗୁଡିକରେ ଏବେ ପ୍ରାୟ ୭ରୁ ୮ଟି ଲେଖାଏଁ ପ୍ରୋକଲିନ ବ୍ୟବହାର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri