ଲିଜ୍‌ଧାରୀଙ୍କଠାରୁ ଜରିମାନା ଆଦାୟ ନିର୍ଦ୍ଦେଶ

ଯାଜପୁର,୭ା୮(ହର୍ଷବର୍ଦ୍ଧନ ବେହେରା): ନଦୀପଠାରୁ ବାଲି ଉତ୍ତୋଳନରେ ମେଶିନ ବ୍ୟବହାର ହୋଇ ପାରିବ ନାହିଁ। କୌଣସି ମେଶିନ ବ୍ୟବହାର ହେଉଥିଲେ ତାହାକୁ ଜବତ କର। ଏଥିପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଅ ବୋଲି ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ପକ୍ଷରୁ ବାରମ୍ବାର ନିର୍ଦ୍ଦେଶ ହେଉଛି। ହେଲେ ଯାଜପୁର ଜିଲା ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀର ଧନତ୍ରୀ ବାଲିଘାଟରେ ଏନ୍‌ଜିଟି ପକ୍ଷରୁ ହୋଇଥିବା ଏହିସବୁ ନିର୍ଦ୍ଦେଶ କେବଳ କାଗଜ କଲମରେ ସୀମିତ ରହିଛି। ଏନେଇ ପାଣିକୋଇଲି ଥାନା ଗୋବିନ୍ଦପୁର ଗ୍ରାମର କୃଷ୍ଣଚନ୍ଦ୍ର ଖଟୁଆ, ରଣାପାଲ ଗ୍ରାମର କିଶୋର ଚନ୍ଦ୍ର ପାଲ ଓ ଧନତ୍ରୀ ଗ୍ରାମର ଶରତ ଚନ୍ଦ୍ର ଜେନା ଏନ୍‌ଜଟିରେ ଏକ ମାମଲା(ନଂ.୧୪/୨୦୨୩) କରିଥିଲେ। ଅଭିଯୋଗ ପ୍ରମାଣିତ ହେବା ପରେ ଏନ୍‌ଜିଟି ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି ହୋଇଛି। ଉକ୍ତ ନିର୍ଦ୍ଦେଶ ଅନୁସାରେ ଭୁବନେଶ୍ୱର ଶୈଳଶ୍ରୀବିହାର ବାସିନ୍ଦା ଲିଜ୍‌ଧାରୀ ବିକାଶ ସ୍ବାଇଁଙ୍କ ଠାରୁ ପରିବେଶଗତ କ୍ଷତି ବାବଦକୁ ଜରିମାନା ଆଦାୟ ହେବ। ଷ୍ଟେଟ ଲେଭେଲ ଏନଭାଇରନ୍‌ମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି (ସିଆ) କର୍ତ୍ତୃପକ୍ଷ ଯାଜପୁର ଜିଲାପାଳଙ୍କ ସହାୟତାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଜରିମାନା ଅର୍ଥ ଧାର୍ଯ୍ୟ କରିବେ। ଲିଜ୍‌ଧାରୀ ସ୍ବାଇଁଙ୍କୁ ନୋଟିସ ଦେଇ ୩ ମାସ ମଧ୍ୟରେ ଧାର୍ଯ୍ୟ ଜରିମାନା ଆଦାୟ କରିବା ସହ ଲିଜ୍‌ଧାରୀଙ୍କୁ ମଞ୍ଜୁର ହୋଇଥିବା ଏନଭାଇରନ୍‌ମେଣ୍ଟ କ୍ଲିୟରାନ୍ସ(ଇସି)କୁ ରିଭୋକେଟ (ବିଖଣ୍ଡିତ)କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଏନ୍‌ଜିଟିର ଚୂଡାନ୍ତ ଫଏସଲାରେ ଦର୍ଶାଯାଇଛି।
ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀର ବେଆଇନ ବାଲି ଉତ୍ତୋଳନ ଏବଂ ଜନବସତି ଦେଇ ଭାରିଯାନ ଚଳାଚଳ ଅଣାୟତ୍ତ ହୋଇଛି। ଏହାର ପ୍ରତିବାଦରେ ପ୍ରଭାବିତ ଗ୍ରାମବାସୀଙ୍କ ସମେତ କୋରେଇ ସଂଗ୍ରାମ ସମିତି ପକ୍ଷରୁ ବହୁବାର ଆନ୍ଦୋଳନ କରିଥିଲେ ବି କିଛି ସଫଳତା ମିଳି ପାରିନାହିଁ। ଏପରି କି ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଉକ୍ତ ସମସ୍ୟାର ନିରାକରଣ ପାଇଁ ପୂର୍ବରୁ ଯାଜପୁର ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କ ସହାୟତା ଲୋଡିଥିଲେ ବି କୌଣସି ଫରକ ପଡିନାହିଁ। ଫଳରେ ଅଞ୍ଚଳବାସୀ ଏନ୍‌ଜିଟିର ଦ୍ୱାରସ୍ଥ ହେବାକୁ ବାଧ୍ୟ ହୋଇଥିଲେ। ସେମାନେ ଏନ୍‌ଜିଟିରେ ଅଭିଯୋଗ କରିଥିଲେ, ଧନତ୍ରୀ ବାଲିଘାଟରୁ ଗ୍ରାମ୍ୟ ଜଙ୍ଗଲ, ସଂରକ୍ଷିତ ଅଞ୍ଚଳ, ଗ୍ରାମ୍ୟ ରାସ୍ତା ଏବଂ ଶ୍ମଶାନ ଜମି ଦେଇ ବାଲି ବୋଝେଇ ଭାରିଯାନ ଚଳାଚଳ କରୁଛି। ଯାଜପୁର ଜିଲାପାଳ ପୂର୍ବରୁ ବ୍ୟାସନଗର ତହସିଲଦାରଙ୍କୁ ଗୋବିନ୍ଦପୁର ଗ୍ରାମର ୧୮୮୬, ୧୮୮୭ ଓ ୧୮୯୧ ନଂ.ପ୍ଲଟ ସଂରକ୍ଷିତ ଅଞ୍ଚଳ ଦେଇ ବାଲି ବୋଝେଇ ଭାରିଯାନ ଚଳାଚଳ ଅନୁମତି ନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଲିଜ୍‌ଧାରୀ ସ୍ବାଇଁ ଏହି ନିର୍ଦ୍ଦେଶକୁ ଅବଜ୍ଞା କରି ବାଲି ବୋଝେଇ ଭାରିଯାନ ଚଳାଚଳ କରୁଛନ୍ତି। ଏପରି କି ଭାରିଯାନ ଚଳାଚଳ ଯୋଗୁ ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀଛାତ୍ରଙ୍କ ଦ୍ୱାରା ଉକ୍ତ ଜମିରେ ଲଗାଯାଇଥିବା ୧୨୦ଟି ବିଭିନ୍ନ ଗଛକୁ ଉପୁଡା ଯାଇଛି। ପରିବେଶ ଅନୁମତି ଚୁକ୍ତିର ଉଲ୍ଲଂଘନ କରାଯାଇ ମାନୁଆଲ ପରିବର୍ତ୍ତେ ଜେସିବି ମେଶିନ ଲଗାଇ ବାଲି ଉତ୍ତୋଳନ କରାଯାଉଛି। ଏଭଳି ଭାବେ ଗ୍ରାମବାସୀଙ୍କ ପକ୍ଷରୁ ଏନ୍‌ଜିଟିରେ ଏକାଧିକ ଅଭିଯୋଗ କରାଯାଇଥିଲା। ଏହାପରେ ଜିଲା ପ୍ରଶାସନର ତଦନ୍ତ ରିପୋର୍ଟ ଏବଂ ଆବେଦନକାରୀଙ୍କ ଦାଖଲ ସତ୍ୟପାଠକୁ ଅବଲୋକନ କରି ଏନ୍‌ଜିଟି ପକ୍ଷରୁ ଲିଜ୍‌ଧାରୀଙ୍କଠାରୁ ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ହୋଇଛି।
ସୂଚନାଯୋଗ୍ୟ, ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀରେ ୬ ବାଲିଘାଟକୁ ୫ ବର୍ଷିଆ ଲିଜ୍‌ ଦିଆଯାଇଛି। ଏଥିପାଇଁ ୧୩.୬୨ କୋଟି ଟଙ୍କାର ନିଲାମ ହୋଇଛି। ସାଆଁଳା-୨ ବାଲିଘାଟରେ ୨୮୪୩୦ ଘନମିଟର, ମୁକୁନ୍ଦପୁର-୧ ବାଲିଘାଟରୁ ୧୦୦୪୦ ଘନମିଟର, ସାଲବା ବାଲିଘାଟରୁ ୧୬୭୩୦ ଘନମିଟର, ରଣପାଳ ବାଲିଘାଟରୁ ୫,୫୨୦ ଘନମିଟର, ଧନତ୍ରୀ ବାଲିଘାଟରୁ ୯୬୮୦ ଘନମିଟର ଓ ନିଶଙ୍ଖପୁର ବାଲିଘାଟରୁ ୨୪,୭୯୫ ଘନମିଟର ବାଲି ଉତ୍ତୋଳନ କରିବାକୁ ଅନୁମତି ମିଳିଛି। ଅନୁମତି ପତ୍ରରେ ପ୍ରୋକଲିନ ବ୍ୟବହାର ହୋଇ ପାରିବ ନାହିଁ ଏବଂ ମାନୁଆଲ ଭାବେ ଉତ୍ତୋଳନ କରାଯିବ ବୋଲି ନିର୍ଦ୍ଦେଶ ରହିଛି। ହେଲେ ଉପରୋକ୍ତ ବାଲିଘାଟଗୁଡିକରେ ଏବେ ପ୍ରାୟ ୭ରୁ ୮ଟି ଲେଖାଏଁ ପ୍ରୋକଲିନ ବ୍ୟବହାର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri