୩ ଦିନ କାଚିବ: ପ୍ରବଳ ବର୍ଷା ନେଇ ଅରେଞ୍ଜ-ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୧୩।୮:  ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୧୫ ତାରିଖ ଯାଏପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ସକାଳ ୮ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଆଦି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଅନ୍ୟପଟେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଆଦି ଜିଲାରେ ବଜ୍ରପାତ ସହ ହାଲୁକାରୁ ମଧ୍ୟମଧରଣ ବର୍ଷା ହୋଇପାରେ। ଏହି ସମସ୍ତ ଜିଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ବୁଧବାର ସକାଳ ୮ଟାରୁ ୧୪ ତାରିଖ ସକାଳ ମଧ୍ୟରେ କୋରାପୁଟ ଓ ମାଲକାନଗିରିରେ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହପିରି ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ଗଜପତି, ବଲାଙ୍ଗୀର ଓ ନୂଆପଡ଼ାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ରହିଛି। ଅନ୍ୟାନ୍ୟ ଜିଲାକୁ ବିଜୁଳି ଘଡ଼ଘଡ଼ି ଭୟ ରହିଥିବାରୁ ସତର୍କ ସୂଚନା ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମିତ ଶାହାଙ୍କ ଭାଷଣକୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା, କହିଲେ ଏହି ସରକାର…

ନୂଆଦିଲ୍ଲୀ,୧୧ା୧୨: ଶିବସେନା (UBT) ଏମ୍‌ପି ପ୍ରିୟଙ୍କା ଚତୁର୍ବେଦୀ ପାର୍ଲାମେଣ୍ଟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଭାଷଣକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ନିର୍ବାଚନ...

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ସଂସଦରେ କିଏ ପିଇଲା ସିଗାରେଟ? ଅନୁରାଗ ଠାକୁରଙ୍କ ବୟାନକୁ ନେଇ ହଙ୍ଗାମା

ନୂଆଦିଲ୍ଲୀ,୧୧|୧୨: ଇ-ସିଗାରେଟକୁ ଭାରତ ସରକାର ବ୍ୟାନ କରିଛନ୍ତି । କିନ୍ତୁ ଆଜି ପୁଣିଥରେ ସଂସଦରେ ଏହି ପ୍ରସଙ୍ଗ ଉଠିଛି । ସଦନରେ ଇ-ସିଗାରେଟ ପିଇବା ନେଇ...

ରାଜ୍ୟରେ ହାଡଭଙ୍ଗା ଶୀତ: ୧୦ ଡିଗ୍ରୀ ତଳେ ୧୬ ସହର, ସେମିଳିଗୁଡ଼ାରେ ସର୍ବନିମ୍ନ…

ଭୁବନେଶ୍ୱର,୧୧।୧୨: ଶୀତର ପ୍ରକୋପ ସମଗ୍ର ଓଡ଼ିଶାରେ କାୟା ବିସ୍ତାର କରିଥିବା ବେଳେ ରାଜ୍ୟର ବହୁ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି। ବିଗତ ଦୁଇ...

ଆଦିବାସୀ ମହିଳା ଶ୍ରମିକଙ୍କୁ ବଳାତ୍କାର କଲେ ଗାଁ ସାଥୀ, କାହା ଆଗରେ କହିଲେ ଜୀବନରୁ ମାରିଦେବି,ଏମିତି ଅଭିଯୋଗ ଆଣି ପୀଡ଼ିତା…

ଲାଞ୍ଜିଗଡ଼,୧୧ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ବିଜେପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ମହିଳା (୩୭)ଙ୍କୁ ବଳାତ୍କାର ଅଭିଯୋଗ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ...

ଖେଳିଗଲା ଆତଙ୍କ: ଏହି ଜିଲାରେ ୭୦୦୦ରୁ ଅଧିକ HIV ରୋଗୀ ଚିହ୍ନଟ: ୪୦୦ ଶିଶୁ ପଜିଟିଭ୍‌

ପାଟନା,୧୧।୧୨: ବିହାରର ସୀତାମାଢ଼ି ଜିଲାରୁ ଏକ ଚିନ୍ତାଜନକ ଖବର ଆସିଛି। ଏଚଆଇଭି ପଜିଟିଭ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହା ସ୍ବାସ୍ଥ୍ୟ ବିଭାଗ...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri