ପ୍ରାଥମିକ ସ୍କୁଲରେ ମାଧ୍ୟମିକ ଶିକ୍ଷକ ପଢ଼ାଇବାକୁ ବିରୋଧ

ଭୁବନେଶ୍ୱର, ୧୭।୯(ଅସମାପିକା ସାହୁ): ରାଜ୍ୟରେ ପ୍ରାଥମିକ ଶିକ୍ଷକ କାର୍ଯ୍ୟବନ୍ଦ କରି ଆନ୍ଦୋଳନରେ ବସିଥିବାରୁ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ଗୁରୁତର ବାଧାପ୍ରାପ୍ତ ହୋଇଛି। କେଉଁଠି ସ୍କୁଲରେ ପୂରା ତାଲା ପଡ଼ିଛି ତ’ ଆଉ କେଉଁଠି ଜଣେ ଦୁଇଜଣ ଶିକ୍ଷକ ପିଲାଙ୍କୁ ଜଗିବା ଭଳି କାମ ଚଳାଉଛନ୍ତି। ତେଣୁ ଏଭଳି ସ୍ଥିତିରେ ପିଲାଙ୍କ ପାଠପଢ଼ା ପାଇଁ ଏବେ ମାଧ୍ୟମିକ ଶିକ୍ଷକଙ୍କୁ ଡେପୁଟେଶନରେ ପ୍ରାଥମିକ ବିଦ୍ୟାଳୟକୁ ନେବା ପାଇଁ ଯୋଜନା ହେଉଛି। କେତେକ ଜିଲାରେ ଡିଇଓମାନେ ବିଇଓଙ୍କୁ ଚିଠି କରି ଏହି ନିର୍ଦ୍ଦେଶ ଦେଇଥିବାବେଳେ ବିଶେଷକରି ତାଲା ପଡିଥିବା ସ୍କୁଲ୍‌ରେ ଏଭଳି ପଦକ୍ଷେପ ନିଆଯାଇଥିବା ଦେଖିବାକୁ ମିଳିଛି। ତେବେ ଏହାକୁ ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକମାନେ ତୀବ୍ର ବିରୋଧ କରୁଥିବାବେଳେ ମାଧ୍ୟମିକ ଶିକ୍ଷକ, ଶିକ୍ଷାବିତ୍‌ ଓ ବୁଦ୍ଧିଜୀବୀମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରୁଛନ୍ତି। ସେମାନଙ୍କ କହିବାନୁସାରେ, ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକମାନେ ଚଳିତ ଶିକ୍ଷାବର୍ଷରେ ସାହିତ୍ୟ ସୃଜନୀ, କୌଶଳୀ, କ୍ରୀଡ଼ାଙ୍ଗନ, ଜିଜ୍ଞାସା ଭଳି ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଶିବିର, ବିଜ୍ଞାନ ଓ ପରିବେଶଭିତ୍ତିକ କାର୍ଯ୍ୟକ୍ରମ, ଅଭିଭାବକ ଓ ପରିଚାଳନା କମିଟି ବୈଠକ ଇତ୍ୟାଦି କାର୍ଯ୍ୟକ୍ରମରେ ବ୍ୟସ୍ତ ରହି ଛାତ୍ରୀଛାତ୍ରଙ୍କ ପାଠପଢ଼ା ସାରିପାରିନାହାନ୍ତି। ତେଣୁ ଦଶମ ଶ୍ରେଣୀର ଅର୍ଦ୍ଧବାର୍ଷିକ ବୋର୍ଡ ପରୀକ୍ଷାକୁ ମାଧ୍ୟମିକ ଶିକ୍ଷା ପରିଷଦ ଅକ୍ଟୋବର ୪ ତାରିଖକୁ ଘୁଞ୍ଚାଇଦେଇଛି।

ଏହା ଭିତରେ ଅକ୍ଟୋବର ୪ରୁ ମଧ୍ୟ ନବମ ଶ୍ରେଣୀର ଏଫ୍‌ଏ୨ ଆସେସ୍‌ମେଣ୍ଟ ଆରମ୍ଭ ହେବ। ରାଜ୍ୟରେ ୮ହଜାରରୁ ଊର୍ଦ୍ଧ୍ୱ ମାଧ୍ୟମିକ ବିଦ୍ୟାଳୟରେ ପ୍ରାୟ ୬ଲକ୍ଷ ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି ଓ ବହୁ ସ୍କୁଲ୍‌ରେ ଶିକ୍ଷକ ଅଭାବ ଲାଗି ରହିଛି। ଯଦି ମାଧ୍ୟମିକ ଶିକ୍ଷକମାନେ ଡେପୁଟେଶନରେ ପ୍ରାଥମିକ ବିଦ୍ୟାଳୟକୁ ଯାଆନ୍ତି, ତେବେ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ପାଠପଢ଼ା କ୍ଷତିଗ୍ରସ୍ତ ହେବ। ନିର୍ଦ୍ଧାରିତ ସମୟରେ ପାଠ୍ୟକ୍ରମ ଶେଷ ହୋଇପାରିବ ନାହିଁ। ତେଣୁ କେତେକ ବିଦ୍ୟାଳୟର ପରିଚାଳନା କମିଟି ମାଧ୍ୟମିକ ଶିକ୍ଷକଙ୍କୁ ଡେପୁଟେଶନରେ ଛାଡ଼ିବା ପାଇଁ ନ ଚାହିଁବା ସହ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିର ପ୍ରତିବାଦ କରୁଛନ୍ତି।

ଏ ସମ୍ପର୍କରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ କହିଛନ୍ତି, ପ୍ରାଥମିକ ଶିକ୍ଷାରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିବାବେଳେ ସରକାର ମାଧ୍ୟମିକ ଶିକ୍ଷାରେ ମଧ୍ୟ ବାଧା ଉପୁଜାଉଛନ୍ତି। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କରାଯାଇଥିବା ଦାବିଗୁଡ଼ିକ ଯଥାର୍ଥ ଓ ଏହାକୁ ଅବିଳମ୍ବେ ସରକାର ପୂରଣ କରିବା ଉଚିତ। ଏଥିସହିତ ମାଧ୍ୟମିକ ଶିକ୍ଷକମାନଙ୍କୁ ଡେପୁଟେଶନରେ ପ୍ରାଥମିକ ବିଦ୍ୟାଳୟକୁ ପଠାଇବା ପାଇଁ ସରକାର ନେଉଥିବା ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ଆମେ ସରକାରଙ୍କୁ ଅନୁରୋଧ କରିଛୁ। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ମହସଚିବ ଚାରୁଲତା ମହାପାତ୍ର କହିଛନ୍ତି, ଗଞ୍ଜାମ ଜିଲାର ୪ଟି ବ୍ଲକରେ ଏଭଳି ଚିଠି ହୋଇଥିବା ଆମେ ଖବର ପାଇଛୁ। ତେବେ ସରକାର ଏହା ଠିକ୍‌ କରୁନାହାନ୍ତି। ଆମେ ଏହାକୁ ବିରୋଧ କରୁଛୁ। ଏଥିସହିତ ସରକାର ଆମ ନ୍ୟାଯ୍ୟ ଦାବି ପୂରଣ ନିମନ୍ତେ ପଦକ୍ଷେପ ନ ନେଲେ ଆମେ ଆନ୍ଦୋଳନରୁ ଓହରିବୁ ନାହିଁ ବୋଲି ଚାରୁଲତା କହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟର ପ୍ରାଥମିକ ସ୍କୁଲ ଶିକ୍ଷକମାନେ ଗ୍ରେଡ୍‌ ପେ ବୃଦ୍ଧି, ପ୍ରାଥମିକ ଶିକ୍ଷାରେ ଠିକା ଶିକ୍ଷକ ନିଯୁକ୍ତି ଉଚ୍ଛେଦ ଓ ୨୦୧୭ରୁ ପୁରୁଣା ପେନସନ ଲାଗୁ କରିବା ଆଦି ଦାବିରେ ଗତ ୮ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ଏଥିରେ ବହୁ ପ୍ରାଥମିକ ଶିକ୍ଷକ ସଂଘ ସାମିଲ ହୋଇ ଏକ ମହାସଂଘ ଗଠନ କରି ଆନ୍ଦୋଳନକୁ ତୀବ୍ର କରିଛନ୍ତି। ତେବେ ଲେଫ୍ଟଆଉଟ ଗଣଶିକ୍ଷକ, ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡର) ମହାସଂଘ ଓ ନିଖିଳ ଓଡ଼ିଶା ପ୍ରାଥମିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ ଏହି ଆନ୍ଦୋଳନକୁ ସମର୍ଥନ କରୁନାହିଁ। ଏସବୁ ସଂଘର ସଦସ୍ୟମାନେ(ଶିକ୍ଷକମାନେ) ସମୂହ ଛୁଟିରେ ନ ଯାଇ ସ୍କୁଲରେ ନିଜର ଦାୟିତ୍ୱ ତୁଲାଉଛନ୍ତି ବୋଲି ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri