ପ୍ରାଥମିକ ସ୍କୁଲରେ ମାଧ୍ୟମିକ ଶିକ୍ଷକ ପଢ଼ାଇବାକୁ ବିରୋଧ

ଭୁବନେଶ୍ୱର, ୧୭।୯(ଅସମାପିକା ସାହୁ): ରାଜ୍ୟରେ ପ୍ରାଥମିକ ଶିକ୍ଷକ କାର୍ଯ୍ୟବନ୍ଦ କରି ଆନ୍ଦୋଳନରେ ବସିଥିବାରୁ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ଗୁରୁତର ବାଧାପ୍ରାପ୍ତ ହୋଇଛି। କେଉଁଠି ସ୍କୁଲରେ ପୂରା ତାଲା ପଡ଼ିଛି ତ’ ଆଉ କେଉଁଠି ଜଣେ ଦୁଇଜଣ ଶିକ୍ଷକ ପିଲାଙ୍କୁ ଜଗିବା ଭଳି କାମ ଚଳାଉଛନ୍ତି। ତେଣୁ ଏଭଳି ସ୍ଥିତିରେ ପିଲାଙ୍କ ପାଠପଢ଼ା ପାଇଁ ଏବେ ମାଧ୍ୟମିକ ଶିକ୍ଷକଙ୍କୁ ଡେପୁଟେଶନରେ ପ୍ରାଥମିକ ବିଦ୍ୟାଳୟକୁ ନେବା ପାଇଁ ଯୋଜନା ହେଉଛି। କେତେକ ଜିଲାରେ ଡିଇଓମାନେ ବିଇଓଙ୍କୁ ଚିଠି କରି ଏହି ନିର୍ଦ୍ଦେଶ ଦେଇଥିବାବେଳେ ବିଶେଷକରି ତାଲା ପଡିଥିବା ସ୍କୁଲ୍‌ରେ ଏଭଳି ପଦକ୍ଷେପ ନିଆଯାଇଥିବା ଦେଖିବାକୁ ମିଳିଛି। ତେବେ ଏହାକୁ ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକମାନେ ତୀବ୍ର ବିରୋଧ କରୁଥିବାବେଳେ ମାଧ୍ୟମିକ ଶିକ୍ଷକ, ଶିକ୍ଷାବିତ୍‌ ଓ ବୁଦ୍ଧିଜୀବୀମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରୁଛନ୍ତି। ସେମାନଙ୍କ କହିବାନୁସାରେ, ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକମାନେ ଚଳିତ ଶିକ୍ଷାବର୍ଷରେ ସାହିତ୍ୟ ସୃଜନୀ, କୌଶଳୀ, କ୍ରୀଡ଼ାଙ୍ଗନ, ଜିଜ୍ଞାସା ଭଳି ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଶିବିର, ବିଜ୍ଞାନ ଓ ପରିବେଶଭିତ୍ତିକ କାର୍ଯ୍ୟକ୍ରମ, ଅଭିଭାବକ ଓ ପରିଚାଳନା କମିଟି ବୈଠକ ଇତ୍ୟାଦି କାର୍ଯ୍ୟକ୍ରମରେ ବ୍ୟସ୍ତ ରହି ଛାତ୍ରୀଛାତ୍ରଙ୍କ ପାଠପଢ଼ା ସାରିପାରିନାହାନ୍ତି। ତେଣୁ ଦଶମ ଶ୍ରେଣୀର ଅର୍ଦ୍ଧବାର୍ଷିକ ବୋର୍ଡ ପରୀକ୍ଷାକୁ ମାଧ୍ୟମିକ ଶିକ୍ଷା ପରିଷଦ ଅକ୍ଟୋବର ୪ ତାରିଖକୁ ଘୁଞ୍ଚାଇଦେଇଛି।

ଏହା ଭିତରେ ଅକ୍ଟୋବର ୪ରୁ ମଧ୍ୟ ନବମ ଶ୍ରେଣୀର ଏଫ୍‌ଏ୨ ଆସେସ୍‌ମେଣ୍ଟ ଆରମ୍ଭ ହେବ। ରାଜ୍ୟରେ ୮ହଜାରରୁ ଊର୍ଦ୍ଧ୍ୱ ମାଧ୍ୟମିକ ବିଦ୍ୟାଳୟରେ ପ୍ରାୟ ୬ଲକ୍ଷ ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି ଓ ବହୁ ସ୍କୁଲ୍‌ରେ ଶିକ୍ଷକ ଅଭାବ ଲାଗି ରହିଛି। ଯଦି ମାଧ୍ୟମିକ ଶିକ୍ଷକମାନେ ଡେପୁଟେଶନରେ ପ୍ରାଥମିକ ବିଦ୍ୟାଳୟକୁ ଯାଆନ୍ତି, ତେବେ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ପାଠପଢ଼ା କ୍ଷତିଗ୍ରସ୍ତ ହେବ। ନିର୍ଦ୍ଧାରିତ ସମୟରେ ପାଠ୍ୟକ୍ରମ ଶେଷ ହୋଇପାରିବ ନାହିଁ। ତେଣୁ କେତେକ ବିଦ୍ୟାଳୟର ପରିଚାଳନା କମିଟି ମାଧ୍ୟମିକ ଶିକ୍ଷକଙ୍କୁ ଡେପୁଟେଶନରେ ଛାଡ଼ିବା ପାଇଁ ନ ଚାହିଁବା ସହ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିର ପ୍ରତିବାଦ କରୁଛନ୍ତି।

ଏ ସମ୍ପର୍କରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ କହିଛନ୍ତି, ପ୍ରାଥମିକ ଶିକ୍ଷାରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିବାବେଳେ ସରକାର ମାଧ୍ୟମିକ ଶିକ୍ଷାରେ ମଧ୍ୟ ବାଧା ଉପୁଜାଉଛନ୍ତି। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କରାଯାଇଥିବା ଦାବିଗୁଡ଼ିକ ଯଥାର୍ଥ ଓ ଏହାକୁ ଅବିଳମ୍ବେ ସରକାର ପୂରଣ କରିବା ଉଚିତ। ଏଥିସହିତ ମାଧ୍ୟମିକ ଶିକ୍ଷକମାନଙ୍କୁ ଡେପୁଟେଶନରେ ପ୍ରାଥମିକ ବିଦ୍ୟାଳୟକୁ ପଠାଇବା ପାଇଁ ସରକାର ନେଉଥିବା ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ଆମେ ସରକାରଙ୍କୁ ଅନୁରୋଧ କରିଛୁ। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ମହସଚିବ ଚାରୁଲତା ମହାପାତ୍ର କହିଛନ୍ତି, ଗଞ୍ଜାମ ଜିଲାର ୪ଟି ବ୍ଲକରେ ଏଭଳି ଚିଠି ହୋଇଥିବା ଆମେ ଖବର ପାଇଛୁ। ତେବେ ସରକାର ଏହା ଠିକ୍‌ କରୁନାହାନ୍ତି। ଆମେ ଏହାକୁ ବିରୋଧ କରୁଛୁ। ଏଥିସହିତ ସରକାର ଆମ ନ୍ୟାଯ୍ୟ ଦାବି ପୂରଣ ନିମନ୍ତେ ପଦକ୍ଷେପ ନ ନେଲେ ଆମେ ଆନ୍ଦୋଳନରୁ ଓହରିବୁ ନାହିଁ ବୋଲି ଚାରୁଲତା କହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟର ପ୍ରାଥମିକ ସ୍କୁଲ ଶିକ୍ଷକମାନେ ଗ୍ରେଡ୍‌ ପେ ବୃଦ୍ଧି, ପ୍ରାଥମିକ ଶିକ୍ଷାରେ ଠିକା ଶିକ୍ଷକ ନିଯୁକ୍ତି ଉଚ୍ଛେଦ ଓ ୨୦୧୭ରୁ ପୁରୁଣା ପେନସନ ଲାଗୁ କରିବା ଆଦି ଦାବିରେ ଗତ ୮ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ଏଥିରେ ବହୁ ପ୍ରାଥମିକ ଶିକ୍ଷକ ସଂଘ ସାମିଲ ହୋଇ ଏକ ମହାସଂଘ ଗଠନ କରି ଆନ୍ଦୋଳନକୁ ତୀବ୍ର କରିଛନ୍ତି। ତେବେ ଲେଫ୍ଟଆଉଟ ଗଣଶିକ୍ଷକ, ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡର) ମହାସଂଘ ଓ ନିଖିଳ ଓଡ଼ିଶା ପ୍ରାଥମିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ ଏହି ଆନ୍ଦୋଳନକୁ ସମର୍ଥନ କରୁନାହିଁ। ଏସବୁ ସଂଘର ସଦସ୍ୟମାନେ(ଶିକ୍ଷକମାନେ) ସମୂହ ଛୁଟିରେ ନ ଯାଇ ସ୍କୁଲରେ ନିଜର ଦାୟିତ୍ୱ ତୁଲାଉଛନ୍ତି ବୋଲି ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri