ବିନା ଜଣାଶୁଣାଣିରେ ୫ ପଞ୍ଚାୟତ ମିଶ୍ରଣକୁ ବିରୋଧ କରି ଜିଲାପାଳଙ୍କୁ ଭେଟିଲେ ଶତାଧିକ ଲୋକ, କହିଲେ କାହା…

ଛତ୍ରପୁର,୭ା୧(ଦିଲ୍ଲୀପ ସାମଲ): ଛତ୍ରପୁର ଏନ୍‌ଏସିକୁ ମ୍ୟୁନିସିପାଲିଟି ମାନ୍ୟତା ପ୍ରଦାନ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଡିସେମ୍ବର ୨୬ ତାରିଖରେ ଏନେଇ ଆପତ୍ତି ଅଭିଯୋଗ ଗ୍ରହଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏନେଇ ଆଜି ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତି ନୂଆଗାଁ, କଣମଣା, ଆର୍ଯ୍ୟପଲ୍ଲୀ, ଚିକଲଖଣ୍ଡି ଓ ପୋଡ଼ାପଦର ପଞ୍ଚାୟତର ଶତାଧିକ ଲୋକ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ କାହା ସ୍ବାର୍ଥରେ ବିନା ଜନଶୁଣାଣିରେ ଉକ୍ତ ପଞ୍ଚାୟତଗୁଡ଼ିକୁ ମିଶ୍ରଣ କରାଯିବ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। ସରକାରଙ୍କ ପକ୍ଷରୁ ଆପତ୍ତି ଅଭିଯୋଗ ଗ୍ରହଣ ପାଇଁ କୁହାଯିବାର ୧୦ ଦିନ ବିତିଯାଇଥିଲେ ମଧ୍ୟ ଉକ୍ତ ପଞ୍ଚାୟତଗୁଡ଼ିକୁ ଚିଠି ପଠା ଯାଇ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାର ପୁନର୍ବିଚାର କରା ନ ଗଲେ ଆଗାମୀ ଦିନରେ ଜନଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Dharitri – Odisha’s No.1 Odia Daily

Share