Posted inଜାତୀୟ

‘ଇଣ୍ଡିଆ’ର ତୃତୀୟ ବୈଠକ: ସଭା ସ୍ଥାନ ବାହାରେ ଲାଗିଲା ସାଫ୍ରନ୍‌ ପତାକା

ମୁମ୍ବାଇ,୩୧ା୮: ବିରୋଧୀ ବ୍ଲକ୍‌ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ)ର ତୃତୀୟ ବୈଠକ ଗୁରୁବାର ମୁମ୍ବାଇରେ ଆରମ୍ଭ ହେଉଛି। ଏହାପୂର୍ବରୁ ବିମାନବନ୍ଦର ଏବଂ ସଭା ସ୍ଥାନ ବାହାରେ ସାଫ୍ରନ୍‌ ପତାକା ଲଗାଯାଇଛି। ଏହି ପତାକାକୁ ଉଦ୍ଧବ ଠାକରେ ଗୋଷ୍ଠୀ(ୟୁବିଟି) ଲଗାଇ କହିଥିଲେ ଯେ, ହିନ୍ଦୁତ୍ୱ ଆମର ପରିଚୟ।
ୟୁବିଟି ସଚିବ ସନ୍ତୋଷ କଦମ କହିଛନ୍ତି, ହିନ୍ଦୁତ୍ୱ ଆମର ପରିଚୟ ଏବଂ ଭାରତରେ ରହୁଥିବା ସମସ୍ତ ଲୋକ ହିନ୍ଦୁ ଅଟନ୍ତି। ଅବଶିଷ୍ଟ ସହଯୋଗୀ ଦଳ ମଧ୍ୟ ଏଥିରେ ସହମତ ହେବେ। ଏଥି ସହିତ ମୁମ୍ବାଇର ରାସ୍ତାରେ ସମସ୍ତ ବିରୋଧୀଦଳର ନେତାଙ୍କୁ ସ୍ବାଗତ କରୁଥିବା ପୋଷ୍ଟରରେ ଦେଖାଯାଇଛି। ଯେଉଁ ନେତାଙ୍କ ପୋଷ୍ଟର ଲଗାଯାଇଛି ସେମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସଭାପତି ମମତା ବାନାର୍ଜୀ, ସିପିଆଇଏମ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଏବଂ ନ୍ୟାଶନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ଅଛନ୍ତି।
ଏହି ୨ ଦିନିଆ ସମାବେଶରେ ମେଣ୍ଟ ପାଇଁ ଏକ ସମନ୍ବୟ ସମିତି ଘୋଷଣା ସହ ଲୋଗୋ ଜାରି କରାଯିବ। ପରସ୍ପର ମଧ୍ୟରେ ଥିବା ମତଭେଦକୁ ଦୂରକରି ୨୦୨୪ ଲୋକ ସଭା ନିର୍ବାଚନ ସକାଶେ ଇଣ୍ଡିଆ ପକ୍ଷରୁ ମିଳିତ ରଣନୀତି ପ୍ରସ୍ତୁତ କରାଯିବ। ମେଣ୍ଟର ସମାନ ସର୍ବନିମ୍ନ କାର୍ଯ୍ୟସୂଚୀ ଚିଠା ପ୍ରସ୍ତୁତ, ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ଲାଗି ମିଳିତ ଯୋଜନା ଏବଂ ଆସନ ଭାଗବଣ୍ଟା କରିବା ପାଇଁ କେତୋଟି କମିଟି ମଧ୍ୟ ଗଠନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ପୁଣିଥରେ ଦେଶରେ ଲକଡାଉନ୍‌ ଲାଗୁ କରିପାରନ୍ତି’, ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ ପରେ ଏମିତି କହିଲେ…

ନୂଆଦିଲ୍ଲୀ,୨୭।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ମୋଦି ସରକାର ଏବଂ ନିର୍ବାଚନ କମିଶନଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି। ପଶ୍ଚିମ ବର୍ଦ୍ଧମାନରେ…

ଇରାନ ସଂଘର୍ଷ ଭିତରେ ଭାରତ ପାଇଁ ଆଶ୍ବସ୍ତି, ଆସିଲା LPG ବୋଝେଇ ଟ୍ୟାଙ୍କର

ନୂଆଦିଲ୍ଲୀ,୨୭ା୩: ଭାଡିନାର ବନ୍ଦରରୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଖବର ମିଳିଛି । ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ପାଇଁ ଆଶ୍ୱସ୍ତିର ସଙ୍କେତ ଦେଖାଦେଇଛି । ଏଲପିଜି ବୋଝେଇ…

ଥରିଲା ପୃଥିବୀ, ଭାରତରେ କମ୍ପନ ଅନୁଭୂତ

ନୂଆଦିଲ୍ଲୀ,୨୭ା୩: ଶୁକ୍ରବାର ସକାଳେ ଲେହ ଲଦାଖରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୯…

ପେଟ୍ରୋଲ-ଡିଜେଲ ଶସ୍ତା କଲେ ସରକାର, ହ୍ରାସ ହେଲା ଉତ୍ପାଦ ଶୁଳ୍କ, ଜାଣନ୍ତୁ ପ୍ରତି ଲିଟର କେତେ…

ନୂଆଦିଲ୍ଲୀ,୨୭ା୩: ଆମେରିକା-ଇରାନ ଯୁଦ୍ଧ ଯୋଗୁ ଦେଶବ୍ୟାପୀ ଇନ୍ଧନ ମୂଲ୍ୟ ବୃଦ୍ଧିର ଆଶଙ୍କାକୁ ଦୃଷ୍ଟିରେ ରଖି ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉଭୟ ଉପରେ ଅତିରିକ୍ତ ଉତ୍ପାଦ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri