ନବୀନଙ୍କୁ ଏ କ’ଣ କହିଦେଲେ ମୁଖ୍ୟମନ୍ତ୍ରୀ? ନୂଆପଡ଼ାରୁ ସିଧା ଟାର୍ଗେଟ ପରେ ରାଜନୀତିରେ ଚହଳ 

ନୂଆପଡ଼ା,୬।୧୧: ନୂଆପଡ଼ା ଉପନିର୍ବାଚନକୁ ନେଇ ସରଗରମ ରାଜନୀତି। ବିରୋଧୀ ଏବଂ ଶାସକ ଦଳ ମଧ୍ୟରେ ବୟାନବାଜି ଜୋରଦାର ହୋଇଛି। ଏମିତିରେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଧା ଟାର୍ଗେଟ କରିଛନ୍ତି। ଗୁରୁବାର ଏଠାରେ ପ୍ରଚାର ସମୟରେ ବିରାଟ ଜନସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରି କହିଛନ୍ତି, ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ କେବେ କାହାକୁ ଭେଟୁଥିଲେ କି? ତାଙ୍କୁ ବିଜେଡିର ମନ୍ତ୍ରୀ ଓ ବିଧାୟକ ମଧ୍ୟ ଭେଟିପାରୁ ନ ଥିଲେ। ଏପରିକି ଜିଲା ସଭାପତି ମଧ୍ୟ ଭେଟି ପାରୁ ନ ଥିଲେ। କେବଳ ଏଥିପାଇଁ ସ୍ବର୍ଗତଃ ରାଜୁ ଢୋଲକିଆ ମଧ୍ୟ ଅଣନିଶ୍ବାସୀ ହୋଇଯାଇଥିଲେ। ସେ ଏବେ ଜଣେ କାର୍ପଟଦାରଙ୍କ ନିର୍ଦ୍ଦେଶରେ ଆସି ଏପଟସେପଟ ହେଉଛନ୍ତି।  ହେଲେ ତାଙ୍କ ଦ୍ବାର ନୂଆପଡ଼ାବାସୀ ଓ ସମସ୍ତଙ୍କ ପାଇଁ ଖୋଲା ରହିଛି ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ଜିଲା ବାହାରୁ ନେତା ଡାକି ଟିକେଟ ଦେବାକୁ ଟାର୍ଗେଟ କରି ସେ କହିଛନ୍ତି, ଜିଲା ଭିତରେ ବିଜେଡିର ନେତା ନାହାନ୍ତି କି? ଶେଷରେ ବରଗଡ଼ରୁ ଆଣି ଜଣଙ୍କୁ ପ୍ରାର୍ଥୀ କରି ଜିଲାପ୍ରାର୍ଥୀଙ୍କୁ ବଞ୍ଚିତ କରାଯାଇଛି। ମୁଖ୍ୟମନ୍ତ୍ରୀ ହେବା ପରେ ନୂଆପଡ଼ାକୁ ପଞ୍ଚମ ଥର ଆସିଛନ୍ତି ବୋଲି କହି ପୂର୍ବ ମୁଖ୍ୟମନ୍ତ୍ରୀ କେବେ ଏଠାକୁ ଆସି ଘୋଷଣା କରିନଥିବା ପ୍ରଶ୍ନ କରିଛନ୍ତି। ନୂଆପଡ଼ା ମାଟିରେ ନିଶ୍ଚୟ ପଦ୍ମ ଫୁଟିବ ବୋଲି ଆଶା ପ୍ରକାଶ କରିଛନ୍ତି। ଦ୍ୱିତୀୟ ସ୍ଥାନ ପାଇଁ କଂଗ୍ରେସ-ବିଜେଡି ମଧ୍ୟରେ ଲଢ଼େଇ ଚାଲିଛି ବୋଲି ଉଲ୍ଲେଖ କରି ପରିବର୍ତ୍ତନରେ ସାମିଲ ହେଲେ ନୂଆପଡ଼ା ବିକାଶରେ ସାମିଲ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଚାଷୀ ପ୍ରସଙ୍ଗ ଉଠାଇ ବିଜେଡିକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜେଡି ସରକାର ୧୦୦ ଟଙ୍କା ସବସିଡି ଦେବାକୁ କହି ଦେଇପାରିନଥିଲେ, କିନ୍ତୁ ଆମ ସରକାର ଆସିବା ମାତ୍ରେ ୮୦୦ ଟଙ୍କା ସବସିଡି ଦେଇଛି। ଏହାର ସୁବିଧା ରାଜ୍ୟର ୧୭ ଲକ୍ଷ କୃଷକଙ୍କୁ ମିଳିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri