ବିରୋଧୀମାନେ ମିଛ କଥା କହୁଛନ୍ତି, ଭାଜପା ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ

ଭୁବନେଶ୍ୱର/ବଲାଙ୍ଗୀର,୧୨ା୫: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡାଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବିରାଟ ସଭାରେ ରବିବାର ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଉକ୍ତ ସଭାରେ ସମ୍ବୋଧିତ କରିବା ସହ ସିଧା ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀମାନେ ମିଛ କଥା କହୁଛନ୍ତି। ଭାଜପା ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ମୁଖ୍ୟମନ୍ତ୍ରୀ ମଞ୍ଚ ଉପରେ ଥାଇ କହିଛନ୍ତି, ମୁଁ ଆପଣଙ୍କ କଣ୍ଟାବାଞ୍ଜିର ବିଧାୟକ ପ୍ରାର୍ଥୀ, ଆପଣମାନେ ଖୁସି ତ ବୋଲି ପଚାରିଥିଲେ। ମୁଖ୍ୟମନ୍ତ୍ରୀ ମମତା ଯୋଜନା, ମଧୁବାବୁ ପେନ୍‌ସନ୍‌ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା ଯୋଜନା, ଲକ୍ଷ୍ମୀ ବସ୍‌ ଯୋଜନା , ବିଏସ୍‌କଓ୍ବୋଇ ଯୋଜନା, ମିଶନ ଶକ୍ତି, ମୋ’ କଲେଜ ଯୋଜନା, କାଳିଆ ଯୋଜନା, ପୁରୀ ଧାମ ଭଲ କି ବୋଲି ପଚାରିଥିଲେ। ଆହୁରି ମଧ୍ୟ କହିଥିଲେ ନବୀନ ପଟ୍ଟନାୟକ ଭଲ କି? ଉପସ୍ଥିତ ଜନତା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏହି କଥାକୁ ସମର୍ଥନ ଜଣାଇଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ। ବିଜେଡିକୁ ଶଙ୍ଖ ଚିହ୍ନରେ ଭୋଟ୍‌ ଦେଇ ଜୟଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ନିବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri