CM Mohan Majhi: ‘୨୪ବର୍ଷର କାର୍ଯ୍ୟକାଳ ସହ ୮ମାସର କାର୍ଯ୍ୟକୁ ତୁଳନା କରୁଛନ୍ତି ବିରୋଧୀ’

ଭୁବନେଶ୍ୱର,୧୬ା୨(ବନ୍ଦନା ସେଠୀ): ବିଧାନସଭା ବଜେଟ ଅଧିବେଶନ ପ୍ରାରମ୍ଭରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଦେଇଥିବା ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତ୍ୟେକ ବର୍ଷ ବିଧାନସଭାର ପ୍ରଥମ ଅଧିବେଶନକୁ ରାଜ୍ୟପାଳ ସମ୍ବୋଧନ କରିବା ଏକ ସାମ୍ବିଧାନିକ ବିଧି ବ୍ୟବସ୍ଥା। ଧନ୍ୟବାଦ ପ୍ରସ୍ତାବ ଉପରେ ଚାଲିଥିବା ଆଲୋଚନା ସମୟରେ ରାଜ୍ୟ ସରକାର ୮ମାସ ମଧ୍ୟରେ କିଛି କରି ନ ଥିବା ବିରୋଧୀ ଦଳର ସଦସ୍ୟମାନେ କହିଛନ୍ତି। ତେବେ ଏପରି ତୁଳନାରେ ମୁଁ ବହୁତ ଆନନ୍ଦିତ। କାରଣ ୨୪ବର୍ଷ ଅର୍ଥାତ୍‌ ୨୯୦ ମାସର ପୂର୍ବତନ ସରକାରଙ୍କ କାର୍ଯ୍ୟକାଳ ସହିତ ବିରୋଧୀଦଳ ୮ମାସର କାର୍ଯ୍ୟକାଳକୁ ତୁଳନା କରୁଛନ୍ତି।
ଚାଷୀଙ୍କୁ କୁଇଣ୍ଟାଲ ପିଛା ୧୦୦ଟଙ୍କା ବୋନସ୍‌ ଦେବା ପାଇଁ ବିଜେଡି ସରକାରରେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ପୂରଣ ହୋଇପାରି ନ ଥିଲା। ମାତ୍ର ଆମ ସରକାର ପ୍ରଥମ କ୍ୟାବିନେଟରେ କୁଇଣ୍ଟାଲ ପିଛା ୮୦୦ଟଙ୍କା ଇନ୍‌ପୁଟ ସହାୟତା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇ କାର୍ଯ୍ୟକାରୀ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି। ସେହିପରି ରାଜ୍ୟର ପ୍ରାୟ ୧କୋଟି ମହିଳାଙ୍କୁ ବାର୍ଷିକ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦେବା ଉଦ୍ଦେଶ୍ୟରେ ବର୍ତ୍ତମାନ ସୁଦ୍ଧା ୯୮ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିସାରିଛନ୍ତି। ୨୦୨୭ ସୁଦ୍ଧା ୨୫ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି ଭାବେ ସଶକ୍ତ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ୮ମାସରେ ଅପପୁଷ୍ଟି ପରି ସମସ୍ୟାକୁ ଦୂର କରିବା ପାଇଁ ମିଡ୍‌ ଡେ’ ମିଲ୍‌ରେ ମୁଣ୍ଡପିଛା ଖର୍ଚ୍ଚ ବୃଦ୍ଧି କରାଯାଇଛି। ପ୍ରଥମ କ୍ୟାବିନେଟରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ୫୦୦କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ଲାଗି ପଦକ୍ଷେପ ନିଆଯାଇଥିଲା। ଶ୍ରୀମନ୍ଦିର ପରିସରରେ ପ୍ରବେଶକୁ ସୁଗମ କରିବା ପାଇଁ ୪ ଦ୍ୱାର ଖୋଲାଯାଇଛି। ସେହିପରି ରତ୍ନ ଭଣ୍ଡାରରେ କେତେ ଆଉ କ’ଣ ରତ୍ନ ଅଛି, ଗଣତି ମଣତି କାର୍ଯ୍ୟ ଶୀଘ୍ର କରାଯାଇ ଏ ବିଷୟରେ ରାଜ୍ୟବାସୀଙ୍କୁ ଅବଗତ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ପ୍ରଚାର ପ୍ରସାର ପାଇଁ ୨୦୦କୋଟି ଟଙ୍କାର ପ୍ରାରମ୍ଭିକ କର୍ପସ ପାଣ୍ଠି ଗଠନ କରାଯାଇଛି। ସେହିପରି ଗତ ୮ମାସରେ ଅପରାଧ ସଂଖ୍ୟାରେ କୌଣସି ବୃଦ୍ଧି ହୋଇନାହିଁ ବୋଲି ମୁଖ୍ୟମନ୍ତ୍ରୀ ଉକ୍ତି ରଖିଛନ୍ତି। ରାଜ୍ୟ ପୋଲିସକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପ୍ରତି ଥାନା ଲାଗି ଗୋଟିଏ ଅତିରିକ୍ତ ୪ଚକିଆ ଯାନ ଯୋଗାଇ ଦିଆଯିବା ସହିତ ୫,୬୬୩ଟି ମୋଟର ସାଇକେଲ କିଣିବା ପାଇଁ ନିଷ୍ପତ୍ତି ନିଆଯାଇଛି। ୨୦୨୬ ମାର୍ଚ୍ଚ ୩୧ ମଧ୍ୟରେ ମାଓବାଦୀ ଓ ନକ୍ସଲ ହିଂସାକୁ ଲୋପ କରାଯିବ। ପିଏମ୍‌ ସ୍କୁଲ ଫର୍‌ ରାଇଜିଂ ଇଣ୍ଡିଆ(ପିଏମ୍‌ଶ୍ରୀ) କାର୍ଯ୍ୟକାରୀ କରାଯାଇଛି। ଖୁବ୍‌ଶୀଘ୍ର ସାଢ଼େ ୩କୋଟି ଲୋକ ଆୟୁଷ୍ମାନ୍‌ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ସୁଫଳ ପାଇବେ। ଆସନ୍ତା ୫ବର୍ଷ ମଧ୍ୟରେ ୧.୫ଲକ୍ଷ ସରକାରୀ ଚାକିରି ପୂରଣ କରାଯିବ। ହୀରାକୁଦ କମାଣ୍ଡ ଏରିଆରେ ଜଳର ସୁପରିଚାଳନା ସୁନିଶ୍ଚିତ କରିବା ପାଇଁ ୮୫୫କୋଟି ଟଙ୍କା ବ୍ୟୟରେ ନୟାଗଡ଼ର ୫ଟି ମରୁଡ଼ି ପ୍ରବଣ ବ୍ଲକର ୨୩,୩୦୦ ହେକ୍ଟର ଜମିକୁ ଜଳସେଚନ କରିବା ପାଇଁ ଉଦ୍ଦିଷ୍ଟ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ଓ ବଲାଙ୍ଗୀରରେ ୩୦୦ କୋଟିଟଙ୍କା ବ୍ୟୟରେ ଉପର ଲାନ୍ଥ ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ୮୦ ବର୍ଷ ବା ତଦୂର୍ଦ୍ଧ୍ୱ ଏବଂ ୮୦%ରୁ ଅଧିକ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ମାସିକ ପେନ୍‌ସନ୍‌ ୩୫୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ମୁଖ୍ୟମନ୍ତ୍ରୀ ବିବୃତି ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri