ବ୍ୟାଙ୍କ ଘରୋଇକରଣକୁ ସବୁ ସ୍ତରରେ ବିରୋଧ କର

ଭୁବନେଶ୍ୱର,୧୬।୫: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ଅଫିସର୍ସ ଆସୋସିଏଶନ ଓଡ଼ିଶା ୟୁନିଟ୍‌ର ୪୧ତମ ବାର୍ଷିକ ବୈଠକ ରବିବାର ସ୍ଥାନୀୟ କିଟ୍‌ ଅଡିଟୋରିୟମ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ବିଓଆଇ ଅଫିସର୍ସ ଆସୋସିଏଶନ ଓଡ଼ିଶା ୟୁନିଟ୍‌ର ସଭାପତି କମ୍ରେଡ୍‌ ସ୍ମୃତିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ କରାଯାଇଥିଲା। ଆସୋସିଏଶନର ସାଧାରଣ ସମ୍ପାଦକ କମ୍ରେଡ୍‌ କମଲଜିତ୍‌ ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଫେଡେରେଶନ୍‌ ଅଫ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅଫିସର୍ସ ଆସୋସିଏଶନର ଲିଡର ସାଧାରଣ ସମ୍ପାଦକ କମ୍ରେଡ୍‌ ସୁନୀଲ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଫେଡେରେଶନ୍‌ ଅଫ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅଫିସର୍ସ ଆସୋସିଏଶନର ସଭାପତି କମ୍ରେଡ୍‌ ସଞ୍ଜୟ ଦାସ ସମ୍ମାନିତ ଅତିଥି ରୂପେ ବୈଠକରେ ଅଂଶଗ୍ରହଣ କରିଥିଲେ। ସରକାରଙ୍କ ବ୍ୟାଙ୍କ ଘରୋଇକରଣକୁ ସବୁ ସ୍ତରରେ ବିରୋଧ କରାଯିବ ବୋଲି ବୈଠକରେ ଅତିଥି ଓ ଅଧିକାରୀମାନେ ମତବ୍ୟକ୍ତ କରିଛନ୍ତି। ଏଆଇବିଓସିର ରାଜ୍ୟ ସଚିବ କମ୍ରେଡ୍‌ ଦୁର୍ଗା ପ୍ରସାଦ ମହାପାତ୍ର ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ସେହିପରି ରାଜ୍ୟର ୪ଟି ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ପ୍ରିୟବ୍ରତ ପଟ୍ଟନାୟକ, ମଳୟ ଦାସ, ୟୁ.କେ.ରଥ, ଅରବିନ୍ଦ ମିଶ୍ର ଓ ଆର୍‌.ସି.ଦାସ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ବିଓଆଇଓଏ ଓଡିଶା ୟୁନିଟ୍‌ ପକ୍ଷରୁ ଯୁବ ପର୍ବତାରୋହୀ ଲିପିକା ସେଟ୍‌ଙ୍କୁ ତାଙ୍କର ଆସନ୍ତା ପ୍ରକଳ୍ପ ପାଇଁ ୫୧,୦୦୦ ଟଙ୍କାର ଏକ ସହାୟତା ରାଶି ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri