ଓପିଜିସି ପାଉଁଶ ପାଇପ୍‌ ଫାଟିଲା

ଝାରସୁଗୁଡ଼ା ଅଫିସ,୯ା୪: ଓଡ଼ିଶା ବିଦ୍ୟୁତ୍‌ ଉତ୍ପାଦନ ନିିଗମ (ଓପିଜିସି)ର ବନହରପାଲିସ୍ଥିତ ଇବ୍‌ତାପଜ ବିଦ୍ୟୁତ୍‌ କେନ୍ଦ୍ରର ୩ୟ ଓ ୪ର୍ଥ ୟୁନିଟ୍‌ରୁ ନିର୍ଗତ ହେଉଥିବା ତରଳ ବର୍ଜ୍ୟବସ୍ତୁ ପାଉଁଶ ପାଇପ୍‌ ଯୋଗେ ଆସ୍‌ପଣ୍ଡକୁ ଯାଉଛି। ହେଲେ ବନହରପାଲି ଗ୍ରାମ ନିକଟରେ ପାଇପ୍‌ ଫାଟିଯିବା ଫଳରେ ଗ୍ରାମବାସୀ ପ୍ରଭାବିତ ହୋଇଛି। ଗ୍ରାମବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଓପିଜିସି ରିସର୍ଚ୍ଚ ସେଣ୍ଟର ଘେରାଉ କରିଥିଲେ। ଆନ୍ଦୋଳନରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ। ଖବରପାଇ ଓପିଜିସି ଅଧିକାରୀ ଏନ୍‌.ଏନ୍‌. ଷଡଙ୍ଗୀ, ହିମାଂଶୁ ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ।
ଗ୍ରାମବାସୀ ଅଭିଯୋଗ କରିଥିଲେ, ଆଶ୍‌ ପାଇପ୍‌ ଫାଟିଯିବା ଫଳରେ ତରଳ ବର୍ଜ୍ୟବସ୍ତୁ ପାଉଁଶ ଗାଁ ପୋଖରୀ, ବାସଗୃହ ଓ ଚାଷ ଜମରେ ମାଡିଯାଇଛି । ଏଥିରେ ପୋଖରୀ ପାଣି ପ୍ରଦୂଷିତ ହେବା ସହ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ଏଭଳି ସମସ୍ୟା ବାରମ୍ବାର ଦେଖାଦେବା ଫଳରେ ଗ୍ରାମବାସୀ ପ୍ରଭାବିତ ହେଉଛନ୍ତି। ଏ ଦିଗରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ସୁଫଳ ମିଳୁନାହିଁ। ଗ୍ରାମବାସୀଙ୍କ ଏଭଳି ଅଭିଯୋଗକୁ ପ୍ରକଳ୍ପ କର୍ତ୍ତୃପକ୍ଷ ବିଚାରକୁ ନେଇ ଶନିବାର ଏକ ସ୍ବତନ୍ତ୍ର ଟେକ୍ନିକାଲ୍‌ ଟିମ୍‌ ଗ୍ରାମର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ ପରେ ସମାଧାନ ଦିଗରେ ଗ୍ରାମବାସୀଙ୍କ ସହିତ ଆଲୋଚନ କରିବ ବୋଲି ନିଷ୍ପତ୍ତି ହୋଇଛି। ଏ ନେଇ କମ୍ପାନୀର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହିମାଂଶୁ ବେହେରା କହିଛନ୍ତି, ଆଶ୍‌ପାଇପ୍‌ ଫାଟିଯିବା ଫଳରେ ଗାଁ ପ୍ରଭାବିତ ହୋଇଛି। ଏହାର ପ୍ରତିକାର ଦିଗରେ ପ୍ରଥମେ ଫାଟିଥିବା ପାଇପ୍‌ ମରାମତି କରାଯାଉଛି। କମ୍ପାନୀ ତରଫରୁ ଅନୁଧ୍ୟାନ କରାଯାଇ ସମସ୍ୟାର ସମାଧାନ କରାଯିବ। ଓପିଜିସି କାର୍ଯ୍ୟାଳୟ ଘେରାଉରେ ଗ୍ରାମବାସୀଙ୍କ ତରଫରୁ ତେଲେନପାଲି ସରପଞ୍ଚ ଆକାଶ ସାହୁ, ସମିତିସଭ୍ୟ ଅରୁଣ ପ୍ରଧାନ, ସନ୍ତୋଷ ବଗର୍ତ୍ତି, କାର୍ତ୍ତିକ ଚନ୍ଦନ, ଟିକୁ ପ୍ରଧାନ, ମନବୋଧ ଚନ୍ଦନ, ମନୋଜ ଚନ୍ଦନ, ଦିତି ଗିରି, ଅନସୂୟା ସା ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଗୋଟିଏ ପଟେ ଯୁଦ୍ଧ, ଅନ୍ୟପଟେ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ହୋଇ ପଡିଛନ୍ତି ଟ୍ରମ୍ପଙ୍କ ପୁଅ!

ଓ୍ବାଶିଂଟନ,୫।୪: ଆମେରିକା ଏବଂ ଇରାନ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ, ଏକ ନୂତନ ବିବାଦ ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri