ଓପିଜି ମୋବିଲିଟିର ଅନାବରଣ

ନୂଆଦିଲ୍ଲୀ,୮।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଇଲେକ୍‌ଟ୍ରିକ ଭେଇକିଲ (ଇଭି) ବ୍ରାଣ୍ଡ ‘ଓକାୟା ଇଭି’ର ନୂତନ ବ୍ରାଣ୍ଡ ପରିଚୟ (ରିବ୍ରାଣ୍ଡିଙ୍ଗ) ‘ଓଟିଜି ମୋବିଲିଟି’ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ରିବ୍ରାଣ୍ଡିଙ୍ଗ୍‌ ଭାରତର ଗତିଶୀଳ ଉପଭୋକ୍ତାଙ୍କ ବିକଶିତ ଆବଶ୍ୟକତାକୁ ପୂରଣ କରୁଥିବା ଅତ୍ୟାଧୁନିକ ଡିଜାଇନ, ଭବିଷ୍ୟତ ପ୍ରସ୍ତୁତ ଟେକ୍ନୋଲୋଜି, ମଜବୁତ ଓ ସୁରକ୍ଷିତ ଉପତ୍ାଦଗୁଡିକ ପ୍ରତି କମ୍ପାନୀର ଦୃଢ ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି। ସେହିଭଳି ବଜାରରେ ବଢୁଥିବା ଚାହିଦାକୁ ପୂରଣ କରିବା ପାଇଁ ଓପିଜି ମୋବିଲିଟି ଦେଶବ୍ୟାପୀ ଏକ ବିସ୍ତୃତ ଡିଲର ନେଟ୍‌ୱର୍କର ଉପଯୋଗ କରିବ। ଏପରିକି ଏହି ନୂତନ ବ୍ରାଣ୍ଡ ଦୁଇଟି ସବ୍‌-ବ୍ରାଣ୍ଡ ପ୍ରିମିୟମ ଇଲେକ୍‌ଟ୍ରିକ ମୋଟରସାଇକେଲ ଏବଂ ସ୍କୁଟରଗୁଡିକ ପାଇଁ ଉତ୍ସର୍ଗୀକୃତ ‘ଫେରାଟୋ’ ଏବଂ ଯାତ୍ରୀବାହୀ ଓ କାର୍ଗୋ ତିନିଚକିଆ ଯାନଗୁଡିକ ଉପରେ ଗୁରୁତ୍ୱ ଦେଉଥିବା ‘ଓଟିଟିଓପିଜି’କୁ ମଧ୍ୟ ବ୍ରାଣ୍ଡରେ ଅନ୍ତର୍ଭୁକ୍ତ କରିବ। ସେହିପରି ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ-୨୦୨୫ରେ ‘ଓପିଜି ମୋବିଲିଟି’ ବ୍ରାଣ୍ଡିଙ୍ଗ୍‌ ଅଧିନରେ ବ୍ରାଣ୍ଡର ପ୍ରଥମ ଉପତ୍ାଦକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯିବ ଏବଂ ବ୍ରାଣ୍ଡର ଉନ୍ନତ ଇଲେକ୍‌ଟ୍ରିକ ଯାନଗୁଡିକର ସମ୍ପୂର୍ଣ୍ଣ ରେଞ୍ଜକୁ ମଧ୍ୟ ମେଳାରେ ପ୍ରଦର୍ଶିତ କରାଯିବ। ଏଥିରେ ବର୍ଦ୍ଧିତ ଉପତ୍ାଦ ଦକ୍ଷତା ସହିତ ବିଦ୍ୟମାନ ମଡେଲଗୁଡିକ ମଧ୍ୟ ଅନ୍ତର୍ଭୁକ୍ତ ରହିବ। ଯେଉଁଥିରେ ଓପିଜି ମୋବିଲିଟି ଲୋଗୋ ରହିବ। ଏ ସମ୍ପର୍କରେ ଓପିଜି ମୋବିଲିଟିର ଏମଡି ଅଂଶୁଲ ଗୁପ୍ତା କହିଛନ୍ତି, ବ୍ୟାଟେରୀ ଓ ଇଲେକ୍‌ଟ୍ରୋନିକ୍ସ ସେକ୍ଟରରେ ଦୀର୍ଘ ବର୍ଷର ନେତୃତ୍ୱ ପରେ ଆମେ ଓକାୟା ଇଭିରୁ ଓପିଜି ମୋବିଲିଟିକୁ ବିକଶିତ ହୋଇ ଉତ୍ସାହିତ ଅଛୁ, ଯାହା ସମ୍ପୂର୍ଣ୍ଣ ଇଲେକ୍‌ଟ୍ରିକ ଭେଇକିଲ ସଲ୍ୟୁଶନଗୁଡିକର ଏକ ସାମଗ୍ରିକ ପ୍ରଦାତା ହୋଇପାରିଛି। ଏହି ରିବ୍ରାଣ୍ଡିଙ୍ଗ କେବଳ ଏକ ନୂତନ ନାମ ସମ୍ପର୍କିତ ନୁହେଁ ବରଂ ଏହା ଭାରତର ଦ୍ରୁତ ବିକଶିତ ଇଭି ବଜାରରେ ସର୍ବୋଗ୍ରେ ରହିବା ପାଇଁ ଏକ ରଣନୈତିକ ପଦକ୍ଷେପ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାଙ୍ଗାଳ କଲା ଶେୟାର ମାର୍କେଟ, ୧୦୦ ଦିନରେ ନିବେଶକଙ୍କ ୬୦ ଲକ୍ଷ କୋଟି ବୁଡ଼ିଲା

ନୂଆଦିଲ୍ଲୀ,୧୪।୧: ମକର ସଂକ୍ରାନ୍ତି ଅର୍ଥାତ ୧୪ ଜାନୁଆରୀରେ ଶେୟାର ବଜାରରେ ସାମାନ୍ୟ ବୃଦ୍ଧି ଘଟଛି। ହେଲେ ଗତ କିଛି ଦିନ ମଧ୍ୟରେ ସେନସେକ୍ସ ଏବଂ ନିଫ୍ଟି...

Paytm ର ବଡ଼ ଘୋଷଣା, କ୍ରେଡିଟ୍‌ କାର୍ଡରୁ କରିପାରିବେ ପେମେଣ୍ଟ

ନୂଆଦିଲ୍ଲୀ,୧୪।୧: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳା ସମୟରେ, ଡିଜିଟାଲ ପେମେଣ୍ଟକୁ ସହଜ କରିବା ପାଇଁ Paytm ଏକ ନୂଆ ସାଉଣ୍ଡବକ୍ସ ଏବଂ QR କୋଡ ସିଷ୍ଟମ...

ସେଣ୍ଟ ଜାଭିୟର୍ସ ହାଇସ୍କୁଲକୁ ୫ଷ୍ଟାର ର଼୍ୟାଙ୍କିଙ୍ଗ୍‌

ଭୁବନେଶ୍ୱର,୧୪ା୧(ଅନୁରାଧା ମହାରଣା): ଦ୍ବାରକାରେ ଆୟୋଜିତ ଏକ ସମାବେଶରେ ସିଇଡି ଫାଉଣ୍ଡେଶନ ଦ୍ୱାରା କଟକ ବାରବାଟି ଷ୍ଟାଡିୟମ୍‌ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲ କ୍ରମାଗତ ଭାବେ ଷ୍ଟାର ର଼୍ୟାଙ୍କିଙ୍ଗ୍‌ରେ ୫...

ନିବେଶକ ହରାଇଲେ ୧୩ ଲକ୍ଷ କୋଟି

ନୂଆଦିଲ୍ଲୀ,୧୪।୧ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସାଙ୍ଗକୁ ଭାରତୀୟ ଟଙ୍କା ମୂଲ୍ୟ ହ୍ରାସର ପ୍ରଭାବ ଭାରତୀୟ ଷ୍ଟକ ମାର୍କେଟ (ପୁଞ୍ଜି ବଜାର)...

‘ନୂଆ ଓଡ଼ିଶା ନିର୍ମାଣର ପ୍ରୟୋଗଶାଳା ହେଉ ଡ୍ରିମ୍‌ସ’

କଟକ(କାର୍ତ୍ତିକ ସାହୁ)/ମଙ୍ଗୁଳି ଜଗତପୁର(ମାନସ ସାମଲ),୧୪ା୧: ଆମ ଓଡ଼ିଶାକୁ କେହି ପଛରେ ପକେଇପାରିବେ ନାହିଁ। ଇଂଲିଶ ଭାଷା ଜରିଆରେ ବ୍ରିଟିଶମାନେ ଭାରତୀୟଙ୍କୁ କଳା ବ୍ରିଟିଶ କରି ଦେଇଗଲେ।...

ଆଇଡିବିଆଇ ବ୍ୟାଙ୍କର ନୂତନ ଯୋଜନା

ନୂଆଦିଲ୍ଲୀ,୧୪।୧: ଆଇଡିବିଆଇ ବ୍ୟାଙ୍କର ନୂତନ ଯୋଜନା ‘ଆଇଡିବିଆଇ ଚିରଞ୍ଜୀବୀ-ସୁପର ସିନିୟର ସିଟିଜେନ ଫିକ୍ସଡ ଡିପୋଜିଟ/ଏଫଡି’ ପ୍ଲାନର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ୮୦ ବର୍ଷରୁ ଅଧିକ ବୟସର...

୧ ଡଲାର=୮୬.୭୦ ଟଙ୍କା

ମୁମ୍ବାଇ,୧୪।୧: ପ୍ରାୟ ୨ ବର୍ଷ ମଧ୍ୟରେ ଗୋଟିଏ ଦିନରେ ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ ଘଟିଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୬୬ ପଇସା...

ଓଏମ୍‌ସି ଉଦ୍ୟାନ କୃଷି ଟିମ୍‌ ଚାମ୍ପିୟନ

ଭୁବନେଶ୍ୱର,୧୪ା୧(ଅନୁରାଧା ମହାରଣା): ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଉତ୍ସବରେ ଓଡ଼ିଶା ଖଣି ନିଗମ(ଓଏମ୍‌ସି)ର ଉଦ୍ୟାନ କୃଷି ଟିମ୍‌ କ୍ରମାଗତ ଦ୍ୱିତୀୟଥର ଚାମ୍ପିୟନ ଟ୍ରଫି ଜିତିଛି। ଓଏମ୍‌ସିର କ୍ୟାମ୍ପସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri