ଓପିଜି ମୋବିଲିଟିର ଅନାବରଣ

ନୂଆଦିଲ୍ଲୀ,୮।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଇଲେକ୍‌ଟ୍ରିକ ଭେଇକିଲ (ଇଭି) ବ୍ରାଣ୍ଡ ‘ଓକାୟା ଇଭି’ର ନୂତନ ବ୍ରାଣ୍ଡ ପରିଚୟ (ରିବ୍ରାଣ୍ଡିଙ୍ଗ) ‘ଓଟିଜି ମୋବିଲିଟି’ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ରିବ୍ରାଣ୍ଡିଙ୍ଗ୍‌ ଭାରତର ଗତିଶୀଳ ଉପଭୋକ୍ତାଙ୍କ ବିକଶିତ ଆବଶ୍ୟକତାକୁ ପୂରଣ କରୁଥିବା ଅତ୍ୟାଧୁନିକ ଡିଜାଇନ, ଭବିଷ୍ୟତ ପ୍ରସ୍ତୁତ ଟେକ୍ନୋଲୋଜି, ମଜବୁତ ଓ ସୁରକ୍ଷିତ ଉପତ୍ାଦଗୁଡିକ ପ୍ରତି କମ୍ପାନୀର ଦୃଢ ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି। ସେହିଭଳି ବଜାରରେ ବଢୁଥିବା ଚାହିଦାକୁ ପୂରଣ କରିବା ପାଇଁ ଓପିଜି ମୋବିଲିଟି ଦେଶବ୍ୟାପୀ ଏକ ବିସ୍ତୃତ ଡିଲର ନେଟ୍‌ୱର୍କର ଉପଯୋଗ କରିବ। ଏପରିକି ଏହି ନୂତନ ବ୍ରାଣ୍ଡ ଦୁଇଟି ସବ୍‌-ବ୍ରାଣ୍ଡ ପ୍ରିମିୟମ ଇଲେକ୍‌ଟ୍ରିକ ମୋଟରସାଇକେଲ ଏବଂ ସ୍କୁଟରଗୁଡିକ ପାଇଁ ଉତ୍ସର୍ଗୀକୃତ ‘ଫେରାଟୋ’ ଏବଂ ଯାତ୍ରୀବାହୀ ଓ କାର୍ଗୋ ତିନିଚକିଆ ଯାନଗୁଡିକ ଉପରେ ଗୁରୁତ୍ୱ ଦେଉଥିବା ‘ଓଟିଟିଓପିଜି’କୁ ମଧ୍ୟ ବ୍ରାଣ୍ଡରେ ଅନ୍ତର୍ଭୁକ୍ତ କରିବ। ସେହିପରି ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ-୨୦୨୫ରେ ‘ଓପିଜି ମୋବିଲିଟି’ ବ୍ରାଣ୍ଡିଙ୍ଗ୍‌ ଅଧିନରେ ବ୍ରାଣ୍ଡର ପ୍ରଥମ ଉପତ୍ାଦକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯିବ ଏବଂ ବ୍ରାଣ୍ଡର ଉନ୍ନତ ଇଲେକ୍‌ଟ୍ରିକ ଯାନଗୁଡିକର ସମ୍ପୂର୍ଣ୍ଣ ରେଞ୍ଜକୁ ମଧ୍ୟ ମେଳାରେ ପ୍ରଦର୍ଶିତ କରାଯିବ। ଏଥିରେ ବର୍ଦ୍ଧିତ ଉପତ୍ାଦ ଦକ୍ଷତା ସହିତ ବିଦ୍ୟମାନ ମଡେଲଗୁଡିକ ମଧ୍ୟ ଅନ୍ତର୍ଭୁକ୍ତ ରହିବ। ଯେଉଁଥିରେ ଓପିଜି ମୋବିଲିଟି ଲୋଗୋ ରହିବ। ଏ ସମ୍ପର୍କରେ ଓପିଜି ମୋବିଲିଟିର ଏମଡି ଅଂଶୁଲ ଗୁପ୍ତା କହିଛନ୍ତି, ବ୍ୟାଟେରୀ ଓ ଇଲେକ୍‌ଟ୍ରୋନିକ୍ସ ସେକ୍ଟରରେ ଦୀର୍ଘ ବର୍ଷର ନେତୃତ୍ୱ ପରେ ଆମେ ଓକାୟା ଇଭିରୁ ଓପିଜି ମୋବିଲିଟିକୁ ବିକଶିତ ହୋଇ ଉତ୍ସାହିତ ଅଛୁ, ଯାହା ସମ୍ପୂର୍ଣ୍ଣ ଇଲେକ୍‌ଟ୍ରିକ ଭେଇକିଲ ସଲ୍ୟୁଶନଗୁଡିକର ଏକ ସାମଗ୍ରିକ ପ୍ରଦାତା ହୋଇପାରିଛି। ଏହି ରିବ୍ରାଣ୍ଡିଙ୍ଗ କେବଳ ଏକ ନୂତନ ନାମ ସମ୍ପର୍କିତ ନୁହେଁ ବରଂ ଏହା ଭାରତର ଦ୍ରୁତ ବିକଶିତ ଇଭି ବଜାରରେ ସର୍ବୋଗ୍ରେ ରହିବା ପାଇଁ ଏକ ରଣନୈତିକ ପଦକ୍ଷେପ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri