Posted inଜାତୀୟ

Operation Sindoor: ଅଧରାତିରେ ଏୟାରଷ୍ଟ୍ରାଇକ୍‌ ପରେ ବଡ଼ ଘୋଷଣା, ସବୁ ସ୍କୁଲ ଛୁଟି

ନୂଆଦିଲ୍ଲୀ: ପାକିସ୍ତାନ ଉପରେ ବଡ଼ ବଦଲା ନେଇଛି ଭାରତୀୟ ସେନା। ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀର (PoK)ରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡିକ ଉପରେ ମିସାଇଲ ଆକ୍ରମଣ କରାଯାଇଛି। ଏହି ସୈନ୍ୟ ଅଭିଯାନର ନାମ ଦିଆଯାଇଛି ‘ଅପରେସନ ସିନ୍ଦୂର’। ଏହି ଆକ୍ରମଣ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଥିବା ବାହାୱାଲପୁରକୁ ମଧ୍ୟ ଟାର୍ଗେଟ କରିଛି, ଯେଉଁଠାରେ ଜୈଶ-ଏ-ମହମ୍ମଦର ମୁଖ୍ୟ ଆଡ୍ଡା ରହିଛି। ଏହି ଘଟଣା ପରେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାର ପ୍ରତିକ୍ରିୟା ସ୍ବରୂପ ପାକିସ୍ତାନ ସରକାର ପଞ୍ଜାବ ପ୍ରଦେଶର ସମସ୍ତ ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନଗୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ ନୱାଜଙ୍କ ଦ୍ୱାରା ଘୋଷଣା କରାଯାଇଛି।

Operation Sindoor ଏହି ଅଭିଯାନ ଗତ ଏପ୍ରିଲ ୨୨ ତାରିଖରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ବରୂପ କରାଯାଇଛି। ପହଲଗାମ ଆକ୍ରମଣରେ ୨୫ ଜଣ ଭାରତୀୟ ଏବଂ ଜଣେ ନେପାଳୀ ନାଗରିକ ସମେତ ୨୬ ଜଣ ନିରୀହ ଲୋକଙ୍କର ମୃତ୍ୟୁ ହୋଇଥିଲା। ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡିକରୁ ତଦନ୍ତରୁ ଜଣାପଡିଛି ଯେ, ଏହି ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ମଙ୍ଗଳବାର ମଧ୍ୟରାତ୍ରିରେ ‘ଅପରେସନ ସିନ୍ଦୂର’ ଆରମ୍ଭ କରିଥିଲା। ଏହି ଅଭିଯାନରେ ପାକିସ୍ତାନର ବାହାୱାଲପୁର, ମୁରିଦେ ଏବଂ PoKର ମୁଜଫ୍ଫରାବାଦ ଓ କୋଟଲି ଆଦି ସ୍ଥାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଲକ୍ଷ୍ୟ କରାଯାଇଥିଲା।

Operation Sindoor ସଠିକ ଏବଂ ନିୟନ୍ତ୍ରିତ ଆକ୍ରମଣ: ଭାରତୀୟ ସେନା ଏହି ଆକ୍ରମଣକୁ ସୁନିଶ୍ଚିତ, ନିୟନ୍ତ୍ରିତ ଏବଂ ଅଣ-ଉତ୍ତେଜକ ବୋଲି ବର୍ଣ୍ଣନା କରିଛି। ଏହି ଅଭିଯାନରେ କୌଣସି ପାକିସ୍ତାନୀ ସୈନ୍ୟ ସ୍ଥାନକୁ ଟାର୍ଗେଟ କରାଯାଇ ନାହିଁ। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏହି ଅଭିଯାନକୁ ରାତିସାରା ନିରୀକ୍ଷଣ କରିଥିଲେ।

Operation Sindoor ଭାରତର ଏହି ଆକ୍ରମଣ ପରେ ପାକିସ୍ତାନରେ ହଟଚମଟ ସୃଷ୍ଟି ହୋଇଛି। ପାକିସ୍ତାନ ସେନା ଦାବି କରିଛି ଯେ, ଭାରତୀୟ ମିସାଇଲ ଦ୍ୱାରା କୋଟଲି, ମୁଜଫ୍ଫରାବାଦ ଏବଂ ବାହାୱାଲପୁରରେ ଆକ୍ରମଣ କରାଯାଇଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ କହିଛନ୍ତି ଯେ, ଭାରତ ଯଦି ଆଉ ଆକ୍ରମଣ ନ କରେ, ତେବେ ପାକିସ୍ତାନ ମଧ୍ୟ ପ୍ରତିଶୋଧ ନେବ ନାହିଁ। ତେବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏହି ଆକ୍ରମଣକୁ ଯୁଦ୍ଧର କାର୍ଯ୍ୟ ବୋଲି ଅଭିହିତ କରିଛନ୍ତି।

Operation Sindoor ଏହା ସହିତ, ପାକିସ୍ତାନ ତା’ର ଆକାଶ ସୀମାକୁ ୪୮ ଘଣ୍ଟା ପାଇଁ ବନ୍ଦ କରିଦେଇଛି ଏବଂ ଲାହୋର, ସିଆଲକୋଟ ଏବଂ ଶ୍ରୀନଗର ବିମାନବନ୍ଦରରୁ ସମସ୍ତ ବେସାମରିକ ବିମାନ ଚଳାଚଳ ବନ୍ଦ ରହିଛି। ପଞ୍ଜାବ ପ୍ରଦେଶରେ ଜରୁରୀ ଅବସ୍ଥା ଘୋଷଣା କରାଯାଇଛି ଏବଂ ହସ୍ପିଟାଲ ଓ ସୁରକ୍ଷା ବାହିନୀକୁ ଉଚ୍ଚ ସ୍ତରୀୟ ସତର୍କ ଅବସ୍ଥାରେ ରଖାଯାଇଛି।

Operation Sindoor ଭାରତରେ ମଧ୍ୟ ଏହି ଅଭିଯାନ ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜମ୍ମୁ ଓ କଶ୍ମୀରର ସୀମାବର୍ତ୍ତୀ ଜିଲ୍ଲା ଯଥା ଜମ୍ମୁ, କାଠୁଆ, ରାଜୌରୀ ଏବଂ ପୁଞ୍ଚରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ରାଜସ୍ଥାନ ଏବଂ ପଞ୍ଜାବର ସୀମାବର୍ତ୍ତୀ ଜିଲ୍ଲାଗୁଡିକର ସ୍କୁଲ ବନ୍ଦ ରହିଛି। ଶ୍ରୀନଗର ବିମାନବନ୍ଦର ସମେତ ଉତ୍ତର ଭାରତର ଅନେକ ବିମାନବନ୍ଦରରୁ ବେସାମରିକ ବିମାନ ଚଳାଚଳ ବନ୍ଦ ରହିଛି।

Operation Sindoor ଭାରତ ଏହି ଅଭିଯାନ ସମ୍ପର୍କରେ ଆମେରିକା, ରୁଷିଆ, ଯୁକ୍ତରାଷ୍ଟ୍ର, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଆଦି ଦେଶଗୁ ସୂଚନା ଦେଇଛି। ଇସ୍ରାଏଲର ରାଷ୍ଟ୍ରଦୂତ ରୁଭେନ ଆଜାର କହିଛନ୍ତି ଯେ, ଇସ୍ରାଏଲ ଭାରତର ଆତ୍ମରକ୍ଷା ଅଧିକାରକୁ ସମର୍ଥନ କରୁଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ମୁଁ ଆଶା କରୁଛି ଏହି ସଂଘର୍ଷ ଶୀଘ୍ର ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?