Posted inଜାତୀୟ

ଅପରେଶନ୍‌ ଅଲ୍‌ଆଉଟର ସୁଫଳ ମିଳୁଛି, ସରକାର ଦେଲେ ସୂଚନା…

ନୂଆଦିଲ୍ଲୀ,୧।୧୨: ସମ୍ପ୍ରତି ଜମ୍ମୁ-କଶ୍ମୀରରେ ସ୍ଥିତି ସ୍ବାଭାବିକ ହେବାରେ ଲାଗିଛି। ଅପରେଶନ୍‌ ଅଲ୍‌ଆଉଟର ସୁଫଳ ମିଳୁଛି ବୋଲି ରାଜ୍ୟ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାର ଏଭଳି କହିଛନ୍ତି। ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ତଥା କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରିବା ଘଟଣାରେ ୧୧୫ କଶ୍ମୀର ପଣ୍ଡିତ କଶ୍ମୀର ଛାଡିଛନ୍ତି। ସମସ୍ତ କଶ୍ମୀର ପଣ୍ଡିତ ନିଜ ପରିବାର ସହିତ ଜମ୍ମୁ ପଳାଇଛନ୍ତି।

ଜମ୍ମୁକୁ ଯାଇଥିବା କାଶ୍ମୀର ପଣ୍ଡିତମାନେ ସରକାରୀ କର୍ମଚାରୀ। ଶୀତ ଆରମ୍ଭରେ ସରକାରୀ କର୍ମଚାରୀମାନେ କଶ୍ମୀରରୁ ସ୍ଥାନାନ୍ତରିତ ହୋଇ ସରକାରୀ କାର୍ଯ୍ୟ, ଅଧ୍ୟୟନ ଏବଂ ଅନ୍ୟାନ୍ୟ କାରଣରୁ ଜମ୍ମୁକୁ ପ୍ରାୟତଃ ଯାଇଥାନ୍ତି। ଜମ୍ମୁ-କଶ୍ମୀରରେ କେନ୍ଦ୍ର ସରକାର ଚଳାଉଥିବା ଅପରେଶନର ସୁଫଳ ଏବେ ଦେଖିବାକୁ ମିଳୁଛି। ଏହା ଯୋଗୁ ଅନୁପ୍ରବେଶ ଏବଂ ଆତଙ୍କବାଦୀ ଘଟଣା ହ୍ରାସ ପାଇଛି।

୨୦୧୮ଠାରୁ ଅନୁପ୍ରବେଶ ଏବଂ ଆତଙ୍କବାଦୀ ଘଟଣା କମିବାରେ ଲାଗିଛି। ତଥ୍ୟ ଅନୁଯାୟୀ, ୨୦୧୮ରେ ସମୁଦାୟ ୧୪୩ ଟି ଅନୁପ୍ରବେଶ ଘଟଣା ଘଟିଛି। ସେହିପରି ୨୦୧୮ରେ ୪୧୭ ଆତଙ୍କବାଦୀ ଘଟଣା ଘଟିଥିବାବେଳେ ଚଳିତ ୨୦୨୧ ବର୍ଷ ନଭେମ୍ବର ୨୧ ପର୍ଯ୍ୟନ୍ତ ୨୪୪ ଟି ଆତଙ୍କବାଦୀ ଘଟଣା ଘଟିଛି। ଅକ୍ଟୋବର ୨୦୨୦ ରୁ ଅକ୍ଟୋବର ୨୦୨୧ ମଧ୍ୟରେ ସୁରକ୍ଷା ବାହିନୀର ୩୨ ଯବାନ ଏବଂ ଜମ୍ମୁ-କଶ୍ମୀର ପୋଲିସର ୧୯ କର୍ମଚାରୀ ପୃଥକ ପୃଥକ ଘଟଣାରେ ଶହୀଦ୍‌ ହୋଇଛନ୍ତି ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଚରମପନ୍ଥୀ ତଥା ଉଗ୍ରବାଦୀମାନେ ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ୍‌ କରିଥିବା ସରକାର କହିଛନ୍ତି। ସରକାର କହିଛନ୍ତି ଯେ ୨୦୦୯ ତୁଳନାରେ ଉଗ୍ରବାଦ ଘଟଣାରେ ୭୦ ପ୍ରତିଶତ ହ୍ରାସ ଘଟିଛି। ୨୦୦୯ ରେ ୨,୨୫୮ ଘଟଣା ଘଟିଥିଲା । ଅପରପକ୍ଷରେ ୨୦୨୦ରେ ୬୬୫ଟି ଘଟଣାର ରିପୋର୍ଟ ପ୍ରକାଶ କରାଯାଇଛି ବୋଲି ସରକାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri