ଟାହିଆ ଖୋଲାଯିବା ନେଇ ବାଡ଼ଗ୍ରାହୀଙ୍କ ପ୍ରତିକ୍ରିୟା: ୪୫ ମିନିଟ୍‌ ଧରି ମହାପ୍ରଭୁ ନ ହଲିବାରୁ…

ପୁରୀ,୧୮ା୭: ମହାପ୍ରଭୁ ଜଗନ୍ନାଥଙ୍କ ଟାହିଆ ଖୋଲାଯିବା ନେଇ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ରାଜକୁମାର ସ୍ବାଇଁ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ସୋଲରେ ତିଆରି ଟାହିଆ ପର୍ବତ ପରି ଓଜନିଆ ହୋଇଗଲା। ଏହାକୁ ଦଇତାପତିମାନେ ଉଠାଇବାରେ ସକ୍ଷମ ହୋଇ ନ ଥିଲେ। ଦୀର୍ଘ ୪୫ ମିନିଟ୍‌ ଧରି ଜଗନ୍ନାଥ ନ ହଲିବାରୁ ଟାହିଆ ଖୋଲା ଯାଇଥିବା ବାଡ଼ଗ୍ରାହୀ କହିଛନ୍ତି।

ସାତପାହାଚଠାରେ ଠାକୁରଙ୍କ ମସ୍ତକରେ ଟାହିଆ ଲାଗି ହୋଇଥାଏ। ମହାପ୍ରଭୁଙ୍କୁ ଟାହିଆ ମଧ୍ୟ ସାତପାହାଚଠାରେ ବନ୍ଧା ହୋଇଥିଲା। ଆନନ୍ଦବଜାର ପରେ ମହାପ୍ରଭୁଙ୍କ ଉପରେ ଗିଲାପ ପଡ଼ିଥିଲା। ଗିଲାପ (ରେନ୍‌କୋର୍ଟ) ଲଗାଇବାରେ ଟାହିଆ ଭାଙ୍ଗିଯାଇଥିଲା। ପ୍ରବଳ ବର୍ଷା ହେଉଥିବାରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ନିମନ୍ତେ ଗିଲାପ ଲାଗି କରାଯାଇଥିଲା। ଶ୍ରୀଅଙ୍ଗରେ ପାଣି ପଡ଼ିଥିଲେ କ୍ଷତି ହୋଇଥାନ୍ତା। ବାଟରେ ଟାହିଆ ଭାଙ୍ଗିଯିବା ପରେ ଟାହିଆରେ ଲାଗିଥିବା ବାଉଁଶ କାଠିଗୁଡ଼ିକ ବହୁତ ପତଳା ଥିବାରୁ ଆଖିରେ ବାଜିବାର ସମ୍ଭାବନା ହେତୁ ଟାହିଆକୁ ଫିଟା ଯାଇଥିଲା। ଟାହିଆ ଲାଗିହେବା ପରେ ତାହାକୁ ଭାଙ୍ଗି ନେଇଯାଇଥାନ୍ତି। ଗତ ୧୫ରୁ ୨୦ ବର୍ଷ ହେବ ଟାହିଆକୁ ସୁରକ୍ଷିତ ଭାବେ କଢ଼ାଯାଇ ରଖାଯାଉଥିଲା। ତେଣୁ ଏହା କୌଣସି ଅଘଟଣ ନୁହେଁ କି ବେଆଇନ କାମ ନୁହେଁ। ସମସ୍ତ କାର୍ଯ୍ୟ ଠିକ୍‌ ଭାବରେ ହୋଇଛି ବୋଲି ବରିଷ୍ଠ ଦଇତାପତି ସେବକ ବିନାୟକ ଦାସମହାପାତ୍ର କହିଛନ୍ତି।

ରଥଯାତ୍ରା ଦିନ ବର୍ଷା ହେଉଥିଲା। ମଠରୁ ଟାହିଆକୁ ମନ୍ଦିରକୁ ନେବା ସମୟରେ ଟାହିଆ ବର୍ଷାରେ ଓଦା ହୋଇଥିଲା। ଲକ୍ଷ୍ମୀ ମନ୍ଦିରରେ ରହିବା ପରେ ପହଣ୍ଡି ସମୟରେ ଟାହିଆ ଲକ୍ଷ୍ମୀ ମନ୍ଦିରରୁ ମହାପ୍ରଭୁଙ୍କ ନିକଟକୁ ଯାଇଥିଲା। ସେଠାରେ ପାଖାପାଖି ୪୫ ମିନିଟ୍‌ ରହିଥିଲା। ବର୍ଷା କାରଣରୁ ଟାହିଆରେ ଲାଗିଥିବା ଫୁଲ, ତୁଳସୀ, ସୋଲ ଆଦିରେ ପାଣି ପଡ଼ି ଓଜନ ହୋଇଥିଲା। ଓଜନ ଫଳରେ ପହଣ୍ଡି ସମୟରେ ଫୁଲ, ସୋଲ, ତୁଳସୀ ଖସିଯାଇଥିଲା। ଫଳରେ ସେଥିରେ ଥିବା ବାଉଁଶପାତିଆ କାଠି ସେବକଙ୍କ ଦେହରେ ବାଜି ରକ୍ତାକ୍ତ ହେବାର ସମ୍ଭାବନା ରହିଥିଲା। ରକ୍ତ ବାହାରିଥିଲେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିଥାନ୍ତା। ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ଯେପରି ବାଧା ନ ହେବ, ସେଥିପାଇଁ ସେବାୟତମାନେ ଟାହିଆକୁ କାଢ଼ି ଅନ୍ୟତ୍ର ରଖି ଦେଇଥିଲେ ବୋଲି
ଟାହିଆ ପ୍ରସ୍ତୁତ କାରିଗର ସତ୍ୟନାରାୟଣ ବେହେରା କହିଛନ୍ତି।

ଅନ୍ୟପକ୍ଷରେ ଟାହିଆ ଲଗାଇବା ଓ ବାହାର କରିବା ସେଠାରେ ନିୟୋଜିତ ସେବାୟତମାନଙ୍କ ନିଷ୍ପତ୍ତି। ଏହା ଆମର ନିଷ୍ପତ୍ତି ନୁହେଁ ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଛନ୍ତି। ଟାହିଆ କଢ଼ାଯିବା କୌଣସି ପରମ୍ପରାର କ୍ଷୁଣ୍ଣ ନୁହେଁ ବୋଲି ସେବାୟତମାନେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆତଙ୍କ: କୁକୁରକୁ ମାରି ଖାଇଲା ବାଘ, ସିସିଟିଭିରେ କଏଦ ଦୃଶ୍ୟରୁ…

ବରଗଡ଼,୨ା୯(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅଞ୍ଚଳରେ ବାଘ ଆତଙ୍କ ଦେଖାଯାଇଛି। ମଙ୍ଗଳବାର ସିସିଟିଭିରେ ବାଘ ବୁଲୁଥିବାର ଚିତ୍ର କଏଦ ହେବା ଏବଂ ସେଠାରେ ଏକ…

୩ ଶକ୍ତିଶାଳୀ ଦେଶର ତାଲିକାରେ ଭାରତ, ଆମେରିକାର ନାଁ ନାହିଁ! ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨।୯: ସାଂଘାଇ ସହଯୋଗ ସଂଗଠନ (SCO)ର ମଞ୍ଚରେ ଭାରତକୁ ନେଇ ବଡ଼ ବୟାନ ଦେଇଛନ୍ତି ବେଲାରୁସ ରାଷ୍ଟ୍ରପତି ଏଲେକ୍ସାଣ୍ଡର ଲୁକାଶେଙ୍କୋ। ତାଙ୍କ ଭାଷଣରେ ସେ ଭାରତକୁ ବିଶ୍ୱର…

ନୂଆ ପ୍ରଧାନଶିକ୍ଷୟିତ୍ରୀ ଭାବେ ଯୋଗଦେଲେ ମାଳତୀ ମହାନ୍ତି, କହିଲେ ବିଦ୍ୟାଳୟର ବିକାଶ ସହ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଳତୀ ମହାନ୍ତି ନୂତନ ଭାବେ ଲେଭଲ-୩ରୁ ପଦୋନ୍ନତି ପାଇ ପ୍ରଧାନଶିକ୍ଷୟିତ୍ରୀ ଭାବେ…

ଜାଲରେ ଫସିଥିଲା ବିରାଟକାୟ ଅଜଗର, ବନବିଭାଗ କର୍ମଚାରୀ ପହଞ୍ଚିବା ପରେ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଧୀନ ମୂଷାପଡ଼ା ଗାଁର ଭରତ ନାଏକଙ୍କ ବଗିଚାରେ ଲାଗିଥିବା ଜାଲରୁ ବୁଧବାର ପୂର୍ବାହ୍ନରେ ଏକ ୬ ଫୁଟ ଲମ୍ବର…

ଏକାଠି ହେଲେ ଓଡ଼ିଶା ଡ୍ରାଇଭର ମହାସଂଘ: ଉତ୍ସାହର ସହ…

ଥୁଆମୂଳ ରାମପୁର,୨।୯(ଦୁର୍ଗା କୀର୍ତ୍ତି): ସାରା ରାଜ୍ୟର ୩୦ଟି ଜିଲା ଓ ୩୧୪ଟି ବ୍ଲକରେ ଓଡ଼ିଶା ଡ୍ରାଇଭର ମହାସଂଘ ସକ୍ରିୟ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୨୧ ମସିହାରେ…

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର: କମିଲା PUCC ଫାଇନ୍‌

ଭୁବନେଶ୍ୱର, ୨।୯: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। PUCC ଜରିମାନା କମାଇଲେ ରାଜ୍ୟ ସରକାର। ପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ କଟାଯାଉଥିବା ୧୦ ହଜାର…

କାଶତଣ୍ଡି ଫୁଲରେ ସୁଶୋଭିତ ଅଞ୍ଚଳ: ଖିଲି ଖିଲି ହସରେ ମା’ଙ୍କୁ କରୁଛି ନିମନ୍ତ୍ରଣ

କେସିଙ୍ଗା,୨।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବୋରିଆ ଗ୍ରାମ ନିକଟରେ ଥିବା ତେଲନଦୀ ପାର୍ଶ୍ୱରେ ଶୋଭାପାଉଛି କାଶତଣ୍ଡି ଫୁଲ। ଏପଟେ ଭଲ ବର୍ଷା ଯୋଗୁ ଧାନ…

କାର୍‌ ଓଲଟି ଭିତରେ ପଶିଗଲା ପାଣି, ଅଣନିଶ୍ୱାସୀ ହୋଇ ଚାଲିଗଲା…

ପାରାଦୀପ, ୨।୯ (ଶରତ ରାଉତ): ପାରାଦୀପ-ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥ ତଥା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ ଗେଟ୍‌ ବଜାର ନିକଟରେ ବୁଧବାର ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri