ଟାହିଆ ଖୋଲାଯିବା ନେଇ ବାଡ଼ଗ୍ରାହୀଙ୍କ ପ୍ରତିକ୍ରିୟା: ୪୫ ମିନିଟ୍‌ ଧରି ମହାପ୍ରଭୁ ନ ହଲିବାରୁ…

ପୁରୀ,୧୮ା୭: ମହାପ୍ରଭୁ ଜଗନ୍ନାଥଙ୍କ ଟାହିଆ ଖୋଲାଯିବା ନେଇ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ରାଜକୁମାର ସ୍ବାଇଁ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ସୋଲରେ ତିଆରି ଟାହିଆ ପର୍ବତ ପରି ଓଜନିଆ ହୋଇଗଲା। ଏହାକୁ ଦଇତାପତିମାନେ ଉଠାଇବାରେ ସକ୍ଷମ ହୋଇ ନ ଥିଲେ। ଦୀର୍ଘ ୪୫ ମିନିଟ୍‌ ଧରି ଜଗନ୍ନାଥ ନ ହଲିବାରୁ ଟାହିଆ ଖୋଲା ଯାଇଥିବା ବାଡ଼ଗ୍ରାହୀ କହିଛନ୍ତି।

ସାତପାହାଚଠାରେ ଠାକୁରଙ୍କ ମସ୍ତକରେ ଟାହିଆ ଲାଗି ହୋଇଥାଏ। ମହାପ୍ରଭୁଙ୍କୁ ଟାହିଆ ମଧ୍ୟ ସାତପାହାଚଠାରେ ବନ୍ଧା ହୋଇଥିଲା। ଆନନ୍ଦବଜାର ପରେ ମହାପ୍ରଭୁଙ୍କ ଉପରେ ଗିଲାପ ପଡ଼ିଥିଲା। ଗିଲାପ (ରେନ୍‌କୋର୍ଟ) ଲଗାଇବାରେ ଟାହିଆ ଭାଙ୍ଗିଯାଇଥିଲା। ପ୍ରବଳ ବର୍ଷା ହେଉଥିବାରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ନିମନ୍ତେ ଗିଲାପ ଲାଗି କରାଯାଇଥିଲା। ଶ୍ରୀଅଙ୍ଗରେ ପାଣି ପଡ଼ିଥିଲେ କ୍ଷତି ହୋଇଥାନ୍ତା। ବାଟରେ ଟାହିଆ ଭାଙ୍ଗିଯିବା ପରେ ଟାହିଆରେ ଲାଗିଥିବା ବାଉଁଶ କାଠିଗୁଡ଼ିକ ବହୁତ ପତଳା ଥିବାରୁ ଆଖିରେ ବାଜିବାର ସମ୍ଭାବନା ହେତୁ ଟାହିଆକୁ ଫିଟା ଯାଇଥିଲା। ଟାହିଆ ଲାଗିହେବା ପରେ ତାହାକୁ ଭାଙ୍ଗି ନେଇଯାଇଥାନ୍ତି। ଗତ ୧୫ରୁ ୨୦ ବର୍ଷ ହେବ ଟାହିଆକୁ ସୁରକ୍ଷିତ ଭାବେ କଢ଼ାଯାଇ ରଖାଯାଉଥିଲା। ତେଣୁ ଏହା କୌଣସି ଅଘଟଣ ନୁହେଁ କି ବେଆଇନ କାମ ନୁହେଁ। ସମସ୍ତ କାର୍ଯ୍ୟ ଠିକ୍‌ ଭାବରେ ହୋଇଛି ବୋଲି ବରିଷ୍ଠ ଦଇତାପତି ସେବକ ବିନାୟକ ଦାସମହାପାତ୍ର କହିଛନ୍ତି।

ରଥଯାତ୍ରା ଦିନ ବର୍ଷା ହେଉଥିଲା। ମଠରୁ ଟାହିଆକୁ ମନ୍ଦିରକୁ ନେବା ସମୟରେ ଟାହିଆ ବର୍ଷାରେ ଓଦା ହୋଇଥିଲା। ଲକ୍ଷ୍ମୀ ମନ୍ଦିରରେ ରହିବା ପରେ ପହଣ୍ଡି ସମୟରେ ଟାହିଆ ଲକ୍ଷ୍ମୀ ମନ୍ଦିରରୁ ମହାପ୍ରଭୁଙ୍କ ନିକଟକୁ ଯାଇଥିଲା। ସେଠାରେ ପାଖାପାଖି ୪୫ ମିନିଟ୍‌ ରହିଥିଲା। ବର୍ଷା କାରଣରୁ ଟାହିଆରେ ଲାଗିଥିବା ଫୁଲ, ତୁଳସୀ, ସୋଲ ଆଦିରେ ପାଣି ପଡ଼ି ଓଜନ ହୋଇଥିଲା। ଓଜନ ଫଳରେ ପହଣ୍ଡି ସମୟରେ ଫୁଲ, ସୋଲ, ତୁଳସୀ ଖସିଯାଇଥିଲା। ଫଳରେ ସେଥିରେ ଥିବା ବାଉଁଶପାତିଆ କାଠି ସେବକଙ୍କ ଦେହରେ ବାଜି ରକ୍ତାକ୍ତ ହେବାର ସମ୍ଭାବନା ରହିଥିଲା। ରକ୍ତ ବାହାରିଥିଲେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିଥାନ୍ତା। ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ଯେପରି ବାଧା ନ ହେବ, ସେଥିପାଇଁ ସେବାୟତମାନେ ଟାହିଆକୁ କାଢ଼ି ଅନ୍ୟତ୍ର ରଖି ଦେଇଥିଲେ ବୋଲି
ଟାହିଆ ପ୍ରସ୍ତୁତ କାରିଗର ସତ୍ୟନାରାୟଣ ବେହେରା କହିଛନ୍ତି।

ଅନ୍ୟପକ୍ଷରେ ଟାହିଆ ଲଗାଇବା ଓ ବାହାର କରିବା ସେଠାରେ ନିୟୋଜିତ ସେବାୟତମାନଙ୍କ ନିଷ୍ପତ୍ତି। ଏହା ଆମର ନିଷ୍ପତ୍ତି ନୁହେଁ ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଛନ୍ତି। ଟାହିଆ କଢ଼ାଯିବା କୌଣସି ପରମ୍ପରାର କ୍ଷୁଣ୍ଣ ନୁହେଁ ବୋଲି ସେବାୟତମାନେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?