କେବଳ ପ୍ରଥମ ଡେଟ୍‌ର ଏହି ଭୁଲ: ଭାଙ୍ଗିଦିଏ ପ୍ରେମ ସମ୍ପର୍କ

ସମସ୍ତେ ପ୍ରଥମ ଡେଟ୍‌ରେ ଉତ୍ସାହିତ ଏବଂ ନର୍ଭସ ଥାନ୍ତି। ଏପରି ପରିସ୍ଥିତିରେ, ଝିଅମାନେ ଭାବିଚିନ୍ତି କାମ କରନ୍ତି। ମାତ୍ର ପୁଅମାନେ ଅତ୍ୟଧିକ ଉତ୍ସାହରେ ମୂର୍ଖତା ପ୍ରଦର୍ଶନ କରନ୍ତି । ଯାହା ଦ୍ୱାରା ସମ୍ପର୍କ ଆରମ୍ଭ ହେବା ପୂର୍ବରୁ ଭାଙ୍ଗିଯାଏ। ବହୁତ ସାଧାରଣ ଜିନିଷ ଅଛି ଯାହା ପ୍ରଥମ ଡେଟ୍‌ରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଥମ ଡେଟ୍‌ରେ ଏସବୁ ଭୁଲ୍‌ କରନ୍ତୁ ନାହି ନଚେତ୍‌ ସମ୍ପର୍କ ଭାଙ୍ଗି ଯିବ।

ପ୍ରଥମ ଡେଟ୍‌ରେ, ମିଛ କହିଲେ ସମର୍କ ଭାଙ୍ଗିଯିବ। କାରଣ କେହି ଚାହାନ୍ତିନି ତାଙ୍କ ପାର୍ଟନର ମିଛ କହୁ।

ପ୍ରଥମ ଡେଟ୍‌ରେ ଏକ ଖୋଲା ପୁସ୍ତକ ହେବାକୁ ଚେଷ୍ଟା କରନ୍ତୁ ନାହିଁ । ସବୁକଥା ପାର୍ଟନରଙ୍କୁ କହିବା ଆବଶ୍ୟକ ନାହିଁ । ଏହା କହିବା ଆବଶ୍ୟକ ନୁହେଁ ଯେ, ପୂର୍ବରୁ କେତେ ବ୍ରେକ୍‌ଅପ ହୋଇଛି। କିମ୍ବା ଆପଣ ପାର୍ଟନରଙ୍କଠାରେ କ’ଣ ପସନ୍ଦ କରୁଛନ୍ତି।

ପାର୍ଟନରଙ୍କୁ ଅଣଦେଖା କରନ୍ତୁ ନାହିଁ।

ପ୍ରଥମ ଦିନରେ ହାଲୁକା କଥା ହୁଅନ୍ତୁ। ହସ- ଥଟ୍ଟା ସହିତ ଟିକିଏ ଫ୍ଲର୍ଟିଂ ଏହି ଡେଟ୍‌କୁ ସ୍ମରଣୀୟ କରିପାରେ। କିନ୍ତୁ କୌଣସି ବ୍ୟକ୍ତିଗତ ପ୍ରଶ୍ନ ପଚାରନ୍ତୁ ନାହିଁ।