ଭୁବନେଶ୍ୱର,୯।୨: ଭାଜପା ବିଧାୟିକା ଉପାସନା ମହାପାତ୍ର ବିଜେଡିକୁ ଟାର୍ଗେଟ କରିଛନ୍ତି। କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ଭାଜପାରେ ମିଶିବା ପରେ ତେରେଛା ବାଣ ମାରିଲେ ଉପାସନା। ନାଁ ନ ନେଇ ସଞ୍ଜୟ ଦାସବର୍ମା ଏବଂ ବିଜେଡି ଉପରେ ବର୍ଷିଲେ ବିଧାୟିକା।
ସେ କହିଛନ୍ତି, ଆମେ ସାଇକ୍ଲୋନ ଭଳିଆ ଆଗେଇ ଯାଉଛୁ, ଆଉ ଅଟକିବୁ ନାହିଁ, ବିଜେଡିରେ ସସପେଣ୍ଡ, ବହିଷ୍କାର କରି କରି ମୁଖିଆକୁ ମିଶାଇ ମାତ୍ର ୩ ରହିବେ।
ସେଥିରୁ ଜଣେ ତାମିଲନାଡୁରୁ ଆସିଛନ୍ତି, ଆଉ ଜଣେ ଉପକୁଳିଆ, ଆଉ ନିଜେ ମୁଖିଆ।
ସେ ଗାନ୍ଧିଜୀଙ୍କ ୩ଟି ମାଙ୍କଡ଼ ଉପାଖ୍ୟାନ କଥା ଉଠାଇ ବାଣ ମାରିଛନ୍ତି।କହିଛନ୍ତି, ଗାନ୍ଧିଜୀଙ୍କ ୩ଟି ମାଙ୍କଡ଼ଖରାପ ଦେଖୁ ନଥିଲେ, କହୁ ନଥିଲେ, ଖରାପ ଶୁଣୁ ନଥିଲେ। ହେଲେ ବିଜେଡି ରାଜ୍ୟର ଭଲ ଦେଖିବନି, ଭଲ ଶୁଣିବନି, ଭଲ କହିବନି ଧାରାରେ ଚାଲିଛି। ଭାଜପାର ଯେମିତି ମିଶ୍ରଣ ଚାଲୁଛି, ବିଜେଡିର ସେମିତି ନିଲମ୍ବନ ପ୍ରକ୍ରିୟା ଚାଲିଥିବ ବୋଲି ଉପାସନା କହିଛନ୍ତି।
Dharitri – Odisha’s No.1 Odia Daily